Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

2 mins
312



କଲିକତା କି କଟକ ନୁହେଁ ଯେ ଆମ ସହରରେ ଦୁର୍ଗା ମୂର୍ତ୍ତୀ ଛୋଟ ହେଲେ ଭକ୍ତି କମିଯିବ, କି ବଡ ବଡ଼ ସହର ଭଳି ହାଇକୋର୍ଟଙ୍କ ରାୟ ବିରୁଦ୍ଧ ରେ ଯାଇ ଚାନ୍ଦା ଭେଡା ନଦେଲେ ମାଆଙ୍କ ମୁଣ୍ମୟୀ ମୂର୍ତ୍ତୀ ଟିଏ ତିଆରି ହେଇ ପାରିବନି,? ଅଗାଧ ଭକ୍ତି ଭାବନା ନେଇ ପ୍ରତିବର୍ଷ ପରି ଅଗାଧୁ ମଉସା ମୂର୍ତ୍ତୀ ଗଢିବାରେ ଲାଗିପଡିଛନ୍ତି, ମାଆଙ୍କ ଅଳଙ୍କାର ଶାଢ଼ୀ ଚୁଡ଼ି ସବୁତ ଅଛି ଖାଲି ପରିଶ୍ରମ କରି ନଡା କାଗଜ ଅଟା ଅଠା ମୂର୍ତ୍ତିକା ସଂଗ୍ରହ କରି ଲାଗିପଡ଼ିଲେ ହେଲା, ମାସକ ଆଗରୁ ପରିବାର ସାରା ସଦସ୍ୟ ଉପାସ କରି ନୀତି ନିୟମରେ ରହି ନିଷ୍ଠାର ସହ ଲାଗିପଡିଛନ୍ତି କାମରେ, ମାଆ ପାଇଁ ଥିବା ବଖୁରିଏ ଘର ଚାଳ ଛପର ନହୋଇ ଆଁ କଲାଣି, ସେଥିକି ନିଘା ନାହିଁ ମଉସାଙ୍କର, ଏଇ ବର୍ଷ ମାଆଙ୍କ କରୁଣା ରୁ ମାଆ ଆର୍ଶୀବାଦ କଲେ ଭୋଗ ଥାଳି ପାଖେ ଥୁଆ ପିତ୍ତଳ ଥାଳି ପୂର୍ଣ୍ଣ ହୋଇଗଲେ କିଛି ନହେଉ ମାଆଙ୍କ ସଜ ସାଜପୂର୍ଣ୍ଣ ଜିନିଷ ପତ୍ର ଗଣ୍ଡାକ ଅନ୍ତତଃ ରଖିବାରେ ଅସୁବିଧା ହେବନି l

  ହେଲେ ଆଉ ଅଳପ ଦିନ ବାକି ମଉସା ମୁଣ୍ଡରେ ହାତ ଦେଇ ବସିଛନ୍ତି, ମାଆଙ୍କ ଲାଗି ସାଇତିଥିବା ଚୁଟି, ଶାଢ଼ୀ ଚୁଡ଼ି ଅଳଙ୍କାର ସବୁ କାଟିକୁଟି ମୂଷା କି ନାରଖାର କରିନି, ଉଲୁଗୁଣା ଶୁଣି ମାଉସୀ ମନ ଖରାପ, ପିଲାଏ କହିଲେ ପୁଅ ଝିଅ ଦୁଇଟି ଯେ ପୁଅ ଏଇ ମୂର୍ତ୍ତୀ ଗଢିବା କାମରେ ବାପାଙ୍କୁ ସାହାଯ୍ୟ କରେ, ଝିଅ ସ୍କୁଲ ରେ ନାଚରେ ଭାଗ ନେଇଥିଲା ଯେ, ମାଆଙ୍କ ଜିନିଷ ଛୁଇଁ ପାରିବୁନି ବୋଲି ସଫା ସଫା ଶୁଣେଇ ଦେଇଥିଲେ ମଉସା ହେଲେ ଶ୍ରାଦ୍ଧ ମଉଳା କରି ଦୁଇ ପଇସା ଯାହା ହୁଏ ସାନଭାଇକୁ ଦେବାରେ ହେଳା କରନ୍ତି ନାହିଁ ଅଗାଧୁ ମଉସା, କହନ୍ତି ବିଦେଶରେ ପଢୁଛି, ତାର ବାପା ମାଆ ଆଉ ମୋ ଛଡ଼ା କିଏ, ହେଲେ ପାଠ ପଢି ଚାକିରୀ ପାଇ ସେଇଆଡ଼େ ବିଭାତୋଳା ହୋଇ ଭାଈ ରହିଲା ଯେ ଭିଟାମାଟି ମାଡୁନି ଆଉ ସେକଥା ଉଠେଇଲେ, ମାଉସୀ ମୁହେଁ ମୁହେଁ ଶୁଣେଇ ଦିଅନ୍ତି ମଉସା, ଆରେ ତା ଭାଗ ଘର ଛାଡ଼ିଯାଇଛି ବୋଲି ମାଆ ମୋର ଅଛନ୍ତି ମୋ ସହ, ତ ତୁନି ପଡେ ମାଉସୀ, ହେଲେ ଏଥର ମାଉସୀ ନିସ୍ତାର ପାଇବ କେମିତି, ମୂଷା କାଟିଲାନି ଯେ ମାଉସୀ ଭାଗ୍ୟ କଟିଗଲା l

   ଡାକବାଲା ପରି ଜଣେ କିଏ କିଛି ପାର୍ସଲ ରେ କଣ ସବୁ ଦେଇଗଲା, ଆମର ନୁହେଁ କହି ଫେରାଇଦେଲାବେଳକୁ ସାଧୁ ବାବୁ ପଠେଇଛନ୍ତି ଶୁଣି ଅଗାଧୁ ବାବୁଙ୍କ ହୃଦୟ କୁଣ୍ଢେମୋଟ ହଁ ହଁ ମୋ ସାନ ଭାଇ ସାଧୁ କଣ ପଠେଇଛି, ପୁଅ ଝିଅ ପାର୍ସଲ ଖୋଲି ଦେଖୁଥିଲେ ସମସ୍ତଙ୍କ ପାଇଁ ନୂଆ ଲୁଗାପଟା ସହ ମାଆଙ୍କ ଉପଯୋଗୀ ସମସ୍ତ ଅଳଙ୍କାର ପାଟ ମଠା ସାଙ୍ଗକୁ ଚୁଡ଼ି ଶାଢ଼ୀ ଆଉ ଅଳଙ୍କାର ପୁଣି ରୁପାର, ଦେଖିଲୁ, ଧୋବି, ଭାଇ କାହାର, ମାଉସୀ ଏତେ ଦିନେ ବୁଝିଗଲା ମାଆ ଦୂର୍ଗା କାହାର !ଖୁବ ଧୁମଧାମ ରେ ନବଦିନବ୍ୟାପି ପୂଜା ରେ ଢେର ସାରା ଦର୍ଶନାର୍ଥୀ ଉଭା ହୋଇ ମାଆ ଦୁର୍ଗା ଙ୍କ ଆଭାରେ ଚମକିଲେ, ଆଉ ଧୋବୀମାଉସୀ ଦିଅର ପଠେଇଥିବା ଶାଢ଼ୀ ଖଣ୍ଡକ ପିନ୍ଧି ଏଥର ପୂଜାରେ କର୍ତ୍ତୀ ହେବା ସମସ୍ତଙ୍କୁ ସମ୍ମୋହନ ର ବାର୍ତ୍ତା ଦେଇଥିଲା, ଆଉ ଅଗାଧୁ ମଉସା ଭୋଳ ହୋଇଯାଉଥିଲେ ଯା ହେଉ ଏବର୍ଷ ନିଜ ପାରିବାରିକ ଦୁର୍ଗା ପୂଜା ପ୍ରତିବର୍ଷ ପରି ସାର୍ବଜନୀନ କରାଇ ପ୍ରସାଦ ସମସ୍ତେ ପାଇଲେ କି ନା ତଦାରଖ କରୁଥିଲେ ସେ, ଏବର୍ଷ ଦୁର୍ଗା ମାଆ ଙ୍କ ପୂଜା ବର୍ଷା ସହ କିଛି ସ୍ମୃତି ଦେଇଗଲା ଅଗାଧୁମଉସାଙ୍କ ପରିବାରକୁ l


Rate this content
Log in

Similar oriya story from Tragedy