Sunanda Mohanty

Tragedy Action Others

3  

Sunanda Mohanty

Tragedy Action Others

ବନ୍ଧୁଟିଏ ପାଇଁ ଆକୁଳତା

ବନ୍ଧୁଟିଏ ପାଇଁ ଆକୁଳତା

1 min
219


ବିପଦ ବେଳେ ଯିଏ ପାଖରେ ଠିଆହୁଏ ପୁଣି ବିନା ସ୍ୱାର୍ଥରେ ସେ ହିଁ ବିପଦର ବନ୍ଧୁ । ସେମିତି ଜଣେ ବନ୍ଧୁଙ୍କୁ ଆମେ ଖୋଜୁଥିଲୁ, ଯିଏ ଚିହ୍ନା ନାହିଁ ପରିଚୟ ନାହିଁ ଆକ୍ସିଡେଣ୍ଟରେ ପଡି ସାହାଯ୍ୟ ପାଇଥିଲୁ । ତାଙ୍କୁ ହିଁ ଖୋଜିବାକୁ ସେଦିନ ଵାଟଗାଁରେ ପହଞ୍ଚିଥିଲୁ । ସେହି ଗାଁରେ ଗୁଆଦିଆ ବନ୍ଧୁ ବି ଥିଲେ, ଭାବ ସ୍ନେହର ବନ୍ଧୁ ବି ଥିଲେ, ଯିଏ ଦିଆକୁ ଦିଆ ଅଦିଆକୁ ଦୁଆରଦିଆ ନୀତି ଆପଣେଇ ଥିଲେ କିନ୍ତୁ ଆମେ ଯାହାକୁ ଖୋଜୁଥିଲୁ ତାଙ୍କ କଥା କେହି କହିପାରିଲେନି । ହେଲେ ଅଳ୍ପଦିନ ତଳେ କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହୋଇପାରେ ଶୁଣି ତା ପରିବାରକୁ ଦେଖା କରିଥିଲୁ । ସ୍ତ୍ରୀ ତାଙ୍କର ସବୁ ଜାଣିଥିଲେ, ତ ତାଙ୍କ ଝିଅ ବାହାଘରର ସମସ୍ତ ଦାୟିତ୍ୱ ଆମର କହି କରୋନା ପରେ ଆମେ ଆସିବୁ କହି କିଛି ଶାନ୍ତି କିଛି ଆକୁଳତା ଭିତରେ ଫେରିଥିଲୁ l


Rate this content
Log in

Similar oriya story from Tragedy