Himalini Hota

Tragedy

4  

Himalini Hota

Tragedy

ବନ୍ଧୁ

ବନ୍ଧୁ

4 mins
328


ଜୀବନ କାଳ ମଧ୍ୟରେ ସମସ୍ତେ ବହୁତ ବନ୍ଧୁ ପାଇଥାନ୍ତି କିନ୍ତୁ ସମ୍ପଦ ବେଳେ ନୁହେଁ ବିପଦ ବେଳେ ଯିଏ ଠିଆ ହୁଏ ପାଖରେ ସିଏ ହେଉଛନ୍ତି ପ୍ରକୃତ ବନ୍ଧୁ ।ସମ୍ପଦ ବେଳେ ତ ସମସ୍ତେ ସାଥ ଦେବେ କିନ୍ତୁ ବିପଦ ବେଳେ ସେହି ମାନେ ସାଥ ଦେବେ ଯେଉଁମାନେ ପ୍ରକୃତ ବନ୍ଧୁ । ସ୍ୱାର୍ଥ ନ୍ୱେଷ ବନ୍ଧୁ ମାନଙ୍କ ର ଅସଲି ମୁଖା ସେତେବେଳେ ଖୋଲିଯାଏ ଯେତେବେଳେ କି ବନ୍ଧୁ ର ସମ୍ପଦ ସାରିଯାଏ।ସେହି ପ୍ରକାର ବନ୍ଧୁ ମାନେ ସ୍ୱାର୍ଥ ଆଶା ରେ ହିଁ ବନ୍ଧୁତା କରିଥାନ୍ତି । ସଂସ୍କୃତରେ ବନ୍ଧୁତା କୁ ନେଇ ଗୋଟିଏ ସୁନ୍ଦର ଶ୍ଳୋକ ଅଛି" "ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ ରାଜ ଦ୍ୱାରେ ଶ୍ଵଶlନେ ଚ ଯ ତିଷ୍ଠତି ସ ବାନ୍ଧବ'।

ଆଜି ବନ୍ଧୁ ତା ବିଷୟରେ ଗୋଟିଏ କାହାଣୀ ପଢିବା

ଚାରି ଜଣ ବନ୍ଧୁ ଥିଲେ ରକି ,ନିଲୁ, ଚିନୁ ଏବଂ ଚିକୁ। ଚାରିଜଣ ପରସ୍ପର କୁ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ।ଜଣକ ଦେହରେ ଫୁଲ ପଡିଲେ ଅନ୍ୟ ତିନିଜଣ କୁ ପଥର ପଡିଲା ପରି କଷ୍ଟ ହୁଏ।କେହି କାହାକୁ ଦଣ୍ଡେ ନ ଦେଖିଲେ ରହିପାରନ୍ତି ନାହିଁ ।କେବଳ ଖାଇବା ସମୟ କୁ ଛାଡିଦେଲେ ଅନ୍ୟ ସବୁ ସମୟ ସେମାନଙ୍କ ର ଏକାଠି କଟିଥାଏ।ଏମିତି ରେ ଦିନ ସବୁ ଗଡି ଚାଲେ ।ପାଠ ପଢା ମଧ୍ୟ ସରିଯାଏ।ଯିଏ ଯାହାର ଯୋଗ୍ୟତା ଅନୁସାରେ ଚାକିରୀ ପାଇ ଚାଲିଯାଆନ୍ତି ବାହାରକୁ ଅର୍ଥାତ ବିଦେଶ କୁ ।କେବଳ ରକି ହିଁ ରହିଯାଏ ଗ୍ରାମ ରେ ତା ବାପା ଙ୍କର ଜମିବାଡ଼ି ଅଧିକ, ଗୋଟିଏ ବୋଲି ପୁତ୍ର ତା ବାପା ଙ୍କ ର ସିଏ ।ଯଦି ସିଏ ବାହାରକୁ ଚାଲିଯାଏ ଚାକିରୀ ପାଇଁ ଏପଟେ ଦେଖା ଶୁଣା କରିବା ର ଅବହେଳା ରେ ସବୁ ସମ୍ପତ୍ତି ନଷ୍ଟ ହୋଇଯିବ।ଏଣୁ ବାପା ଙ୍କ ଅନୁରୋଧ ରକ୍ଷା କରି ସେ ବାହାରକୁ ଚାକିରୀ କରିବା ପାଇଁ ଯାଏ ନାହିଁ। ଅନ୍ୟ ତିନି ସାଙ୍ଗ ନିଜ ନିଜ ଘର ର ଆର୍ଥିକ ସ୍ଥିତି କୁ ଲକ୍ଷ୍ୟ କରି ଦେଶ ବାହାରେ ଚାକିରୀ କରିବା ପାଇଁ ଚାଲି ଯାଇଥାନ୍ତି ,ଦୁଇ ବର୍ଷ କୁ ଥରେ ଆସନ୍ତି ଛୁଟି ରେ ଗ୍ରାମ କୁ ,ବହୁତ ହସ ଖୁସୀ ରେ କଟି ଯାଏ ସମୟ ଚାରି ସାଙ୍ଗ ମେଳ ରେ।କିଛି ଦିନ ଗ୍ରାମ ରେ ବିତେଇବା ପରେ ପୁଣି ବିଦେଶ ଚାଲି ଯାଆନ୍ତି ନିଜର କର୍ମ ସଂସ୍ଥାନ କୁ ତିନି ବନ୍ଧୁ । ଦିନ ଗଡି ଚାଲେ ,ସବୁ ଦିନ ସମାନ ଯାଏ ନାହିଁ । ଚୀନ ଦେଶର ଭୁଲ ପାଇଁ ଆମ ଦେଶ ସହ ସମଗ୍ର ବିଶ୍ୱ ଉପରେ ପଡିଯାଇଥାଏ ମହା ବିପତ୍ତି ,ଲକ୍ଷ ଲକ୍ଷ ଲୋକ ଙ୍କର ପ୍ରାଣ ହାନି ଘଟେ ମହାମାରୀ ଯୋଗୁଁ ।ସେ ହିସାବରେ ଏହି ତିନି ସାଙ୍ଗ ରହିଯାଇଥିଲେ ବିଦେଶ ରେ,,ସାହାଯ୍ୟ କରିବାକୁ କେହି ନାହିଁ ।

ଏହି ମହା ମାରୀ ଯୋଗୁଁ ମଣିଷ ମଣିଷ କୁ ଦେଖି ଡରିଲେ । ପୁଅ ବାପା କୁ ଦେଖି ଡରିଲେ, ମା ର ସାମାନ୍ୟ ସ୍ୱାସ୍ଥ୍ୟ ଖରାପ କୁ କୋରନା ଭାବି କେଉଁଠି ପୁଅ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନ ନେଇ ଘର ଭିତରେ ରଖି ମାରିଲା ତ କେଉଁଠି ସ୍ୱାମୀ ର ସ୍ୱାସ୍ଥ୍ୟ ଖରାପ ହେଲେ ସ୍ତ୍ରୀ ସ୍ୱାମୀ ଙ୍କୁ କବାଟ ଦୁଆର ଦେଇ ବିନା ଔଷଧ ରେ ରଖିଲା ।ଚାରିଆଡେ ଚାଲିଲା କୋକୁଆ ଭୟ । ମହାମାରୀ କେଉଁଠି ଛୁଆ କୁ ବାପା ମା ଛେଉଣ୍ଡ କଲା ତ କେଉଁଠି ଭେଣ୍ଡିଆ ପୁଅ କୁ ହରେଇ ବାପା ମା ପାଗଳ ପ୍ରାୟ ହେଲେ ।ତ ଆଉ କେଉଁଠି କଅଁଳା ଛୁଆ ବାପା ମା କୁ ହରେଇ ଅନାଥ ହେଲା।ଚାରିଆଡେ ହାହାକାର ପଡିଗଲା ।କେହି ଶବ କୁ କାନ୍ଧ ଦେବା ପାଇଁ ମଧ୍ୟ ଆସିଲେ ନାହିଁ ।ଶ୍ୱସlନ ରେ କୁଢ଼ କୁଢ଼ ଶବ କୁ ଏକାଠି କରି ପୋଡ଼ାଗଲା ଭାରି ବିଭତ୍ସ ସେ ଦୃଶ୍ୟ।ମହାମାରୀ ଧନୀ ଗରିବ ସମସ୍ତଙ୍କୁ ଏକ କରିଦେଲା।ଅର୍ଥାତ ଧନୀ ହେଲେ ବି ମଲେ ଗରିବ ହେଲେ ବି ମଲେ।।ଧନୀ ଲୋକ ଚଲିଗଲେ ଟଙ୍କା ଥାଇ ,ମଧ୍ୟ ବିତ୍ତ ପରିବାର ଲୋକେ ଚଳିଗଲେ କଷ୍ଟେ ମଷ୍ଟେ କିନ୍ତୁ ଯେତିକି ମୂଲ ମଜୁରିଆ ଖଟି ଖିଆ ଗରିବ ଲୋକ ଥିଲେ ସେମାନେ ଭୋକ ଉପାସରେ ଆଉଟୁ ପାଉଟୁ ହେଲେ କାରଣ ସେ ପ୍ରକାର ଲୋକ ମାନଙ୍କ ର ହାତ ଚଳିଲେ ପେଟ ଚାଲିବ ।କେତେ ଲୋକ ମହାମାରୀ ଯୋଗୁଁ ମଲେ କେତେ ଲୋକ ଖାଇବାକୁ ନ ପାଇ ମଲେ ।ଦେଶ ବ୍ୟାପି ଲକ ଡ଼ାଉନ ।ବାହାରକୁ ବାହାରିଲେ ମାଡ଼ ।

ଲୋକେ ତାଟି କବାଟ ଦେଇ ମୁଖରେ ତୁଣ୍ଡି ଦେଇ ରହିଲେ ।ବିଦେଶ ରେ ତ କରୋନା ର ପ୍ରକୋପ ଅଧିକ ସେ ତିନି ସାଙ୍ଗ ଭିତରୁ ଜଣକର ଚିକୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା କୁ ଲାଗିଲା ।ଅନ୍ୟ ଦୁଇ ସାଙ୍ଗ ବ୍ୟସ୍ତ ହୋଇ ପଡିଲେ ।କମ୍ପାନୀ ଚାକିରୀ ମହାମାରୀ ର ପ୍ରଭାବ ରୁ ବିଦେଶ ରେ ସବୁ କମ୍ପାନୀ ବନ୍ଦ ।ମାସ ମାସ କମ୍ପାନୀ ବନ୍ଦ ହେବା ଫଳରେ ଯାହା ପାଖରେ ଯାହା ଟଙ୍କା ଥିଲା ସବୁ ସାରିଯାଇଥିଲା।ଏପଟେ ସାଙ୍ଗର ଦେହ ଭୀଷଣ ଖରାପ ସାଙ୍ଗ କୁ ଟଙ୍କାର ଘୋର ଅଭାବ ପଡିଲା।କମ୍ପାନୀ ତରଫରୁ ସେମାନଙ୍କର ସ୍ବଦେଶକୁ ଆସିବା ବ୍ୟବସ୍ଥା ବହୁତ କଷ୍ଟ ରେ ହେଲା ବେଳକୁ ସାଙ୍ଗ ର ଦେହ ଭୀଷଣ ଅସୁସ୍ଥ ଯୋଗୁଁ ସାଙ୍ଗ କୁ ଛାଡି ସେମାନେ ଆସି ପାରି ନଥିଲେ  ଏବଂ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବା ଯୋଗୁଁ ଚିକୁ କୁ ବି ଆସିବାକୁ ଅନୁମତି ମିଳିଲା ନାହିଁ। ପରିସ୍ଥିତି ଏପରି ହୋଇଥିଲା ଚିକୁ କୁ ହସ୍ପିଟାଲ ଆଡ଼ମିଟ କରିବାକୁ ପଡିଲା।ଭାରତ ତୁଳନା ରେ ବିଦେଶ ରେ ହିସ୍ପିଟାଲ ଖର୍ଚ୍ଚ ତ ଯାହା କହିଲେ ନ ସରେ ତେଣୁ ଯାହା ସଞ୍ଚୟ ଥିଲା ତିନି ଜଣ ଙ୍କ ପାଖରେ ଚିକୁ ର ପ୍ରାଣ ରକ୍ଷା ଉଦେଶ୍ୟ ରେ ସେ ସବୁ ବି ସାରିବାକୁ ଲାଗିଲା । ଖାଇବାକୁ ବି ଆଉ ତାଙ୍କ ପାଖରେ ଟଙ୍କା ଟିଏ ବି ରହି ନଥିଲା ସେମାନଙ୍କ ର ଏ ଦୁର୍ଦ୍ଦିନରେ, ଯେତେବେଳେ ରକି ଏ ସବୁ କଥା ଶୁଣିଲା କାଳ ବିଳମ୍ବ ନ କରି ନିଜର ସମ୍ପତ୍ତି ରୁ କିଛିଅଂଶ ବିକ୍ରି କରି ସେହି ସବୁ ଟଙ୍କା ସବୁ ତିନ ବନ୍ଧୁଙ୍କ ପାଖକୁ ପଠାଇ ଥିଲା । ବନ୍ଧୁ ହୋଇ ଯେତେବେଳେ ବନ୍ଧୁର କାମ ରେ ନ ଆସିବ ସିଏ କି ବନ୍ଧୁ ? ଦରକାର ପଡ଼ିଲେ ନିଜ ର ସବୁ ସମ୍ପତ୍ତି ବିକ୍ରି କରିଦେବ ପଛକେ ତାକୁ ତାର  ତିନି ବନ୍ଧୁ ଦରକାର ।ସେମାନଙ୍କର ସକୁଶଳ ରେ ଫେରିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ଦେବ ବୋଲି ତିନି ବନ୍ଧୁଙ୍କୁ ଆଶ୍ୱାସନା ଦେଲା। ଧୀରେ ଧୀରେ ଚିକୁର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା ଏବଂ କୋରନାର ପ୍ରକୋପ କମିବା ପରେ ରକି ର ସହାୟତାରେ ତିନି ବନ୍ଧୁ ନିଜ ଗ୍ରାମ କୁ ସକୁଶଲେ ଫେରି ଆସିପାରିଲେ। ଗ୍ରାମ ସାରା ଚାରି ବନ୍ଧୁଙ୍କର ବନ୍ଧୁତ୍ବ ପଣର ଚର୍ଚ୍ଚା ଖେଳିଗଲା। ପ୍ରକୃତରେ ବନ୍ଧୁ ହେବ ତ ଏମିତି।


Rate this content
Log in

Similar oriya story from Tragedy