ବନ୍ଧୁ
ବନ୍ଧୁ
ବନ୍ଧୁଟିଏ ଖୋଜି ବନ୍ଧୁ ବାନ୍ଧିଦେଲି
ତୁମ ସାଥେ ବନ୍ଧୁ ଆଜି
ବନ୍ଧୁର ବନ୍ଧୁତ୍ୱ ମହତ ପଣିଆ
କେବେ ଦେବନାହିଁ ଭାଙ୍ଗି ।
ମୋ ସୁଖ ଦୁଃଖରେ ବିପଦ ଆପଦେ
ଠିଆ ହେବ ଆସି ଥରେ
କିଛି ଦେବନାହିଁ କିଛି ନେବନାହିଁ
ସ୍ୱାର୍ଥପର ଏ ସଂସାରେ ।
ତୁମରି ହସରେ ଫୁଟେ ପାରିଜାତ
ମନେ ଝରିଯାଏ ପିୟୁଷ ଧାର
ତୁମରି ଲୁହରେ ମୋ ହୃଦ କାନ୍ଦଇ
ଏମିତି ପବିତ୍ର ଆମ ସମ୍ପର୍କ ।
ବନ୍ଧୁ ସିନା ବୁଝେ ବନ୍ଧୁମନ କଥା
ମନ ଥିଲେ ଗୁନ୍ଥା ହୋଇ
ଆନକେ ବୁଝିବ ସମ୍ପର୍କ ମହତ୍ତ୍ୱ
ସ୍ଵାର୍ଥେ ଯିଏ ଜିଁଥାଇ ।
ଯୁଗ ଯୁଗପାଇଁ କାଳକୁ ଏ
ବନ୍ଧନ ହୃଦରେ ରହୁ
ପ୍ରତି ଜନମରେ ବନ୍ଧୁ ତୁମେ ମୋର
ଏମିତି ସମ୍ପର୍କ ଥାଉ ।
