STORYMIRROR

SUJATA DAS

Abstract

4  

SUJATA DAS

Abstract

ଭିନ୍ନ ଏକ ସମ୍ପର୍କ

ଭିନ୍ନ ଏକ ସମ୍ପର୍କ

3 mins
403


ଆଜି ପବିତ୍ର ବାହୁଡା଼ ଦଶମୀ l ପ୍ରଭୁ ଶ୍ରୀ ଜଗନ୍ନାଥ ବାହୁଡ଼ିବେ ଶ୍ରୀମନ୍ଦିରକୁ l ହେଲେ ଆଜି ଆଉ କାହା ପାଇଁ ତତ୍ପର ଶୁଭ୍ରଜିତ. କିଏ ସେ ? କାହା ସ୍ମୃତିରେ ଆଜି ଏତେ ଆୟୋଜନ,,,,,?

କଣ ସମ୍ପର୍କ ତାଙ୍କ ସହିତ ଶୁଭ୍ରଜିତଙ୍କର.କାହା ଆତ୍ମା ଶାନ୍ତି ପାଇଁ ହୋମ ଯଜ୍ଞର ପ୍ରସ୍ତୁତି ? କିଏ ସେଇ ଅନାମିକା ନାୟିକା,,,? କଣ ସମ୍ପର୍କ ଅଛି ଏ ଘର ସହିତ ତାର,,,,?


ଦୀର୍ଘ ଦଶବର୍ଷ ହେଲାଣି, ହେଲେ ଏ ପ୍ରଶ୍ନର ଉତ୍ତର ମିଳିନି. ସବୁଥର ଏଡାଇ ଯାଉଛନ୍ତି ଶୁଭ୍ରଜିତ l ଆଜି କିନ୍ତୁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ତାଙ୍କୁ l ଖୋଲିବାକୁ ପଡିବ ଗୋପନ ରହସ୍ୟ l ବିଭା ହୋଇ ଆସିବା ଦିନଠୁଁ ଦେଖି ଆସୁଛନ୍ତି ପବିତ୍ରା l ହେଲେ ଜାଣିପାରିଲେନି କାହାପାଇଁ ଏତେ ସବୁ ବ୍ୟସ୍ତତା, ଆସିଲେଣି ଶୁଭ୍ରଜିତ ମନ୍ଦିରରୁ ପୂଜା ସାରି. ସାରାଦିନ ଉପବାସ ଯୋଗୁଁ ଝାଉଁଳି ଯାଇଛି ତାଙ୍କ ମୁହଁ. ତଥାପି ପଚାରିବେ ପବିତ୍ରା, ସ୍ତ୍ରୀ ହିସାବରେ ଅଧିକାର ଅଛି ତାଙ୍କର ସବୁ କଥା ଜାଣିବାରେ ।


କୁହ ଶୁଭ୍ରଜିତ!କାହା ପାଇଁ ଏତେ ସବୁ ପୂଜା? କାହାର ଆତ୍ମା ଶାନ୍ତି ପାଇଁ ଏତେ ସବୁ ଆୟୋଜନ? କିଏ ସେ, କଣ ସମ୍ପର୍କ ତା ସହିତ ତୁମର,,,,,?

ଏକ ନିଶ୍ୱାସରେ କହିପକାଇଲେ ପବିତ୍ରା । ମନ ଭିତରେ ଥିବା ସମସ୍ତ ବୋଝକୁ ଅଜାଡି ପକାଇଲେ ସେ. କିଛିକ୍ଷଣ ନୀରବତା ପରେ ମୁଁହ ଖୋଲିଲେ ଶୁଭ୍ରଜିତ. ଆଜି ପବିତ୍ର ବାହୁଡା଼ ଦଶମୀ, ପ୍ରଭୁ ଶ୍ରୀମନ୍ଦିରକୁ ଫେରିବେ ଆଉ ଜଣେ ଫେରିଯାଇଥିଲା ଦୁନିଆ ଛାଡି. ସେଇ ଦୁଃଖୀ ଆତ୍ମାର ସଦଗତି ପାଇଁ ମୋର ଏତେ ସବୁ ଚେଷ୍ଟା.

   ଜାଣିବାକୁ ଚାଁହୁଛ ସେ କିଏ,,,,? ସିଏ ମିନାକ୍ଷୀ, ପ୍ରଥମ ପରିଚୟ ସ୍କୁଲରେ.ନୂଆକରି ଜଏନ କରିଥିଲି ମୁଁ. ଭଲ ଜାଗା ଷ୍ଟାଫ ମାନେ ବି ବହୁତ ଭଲ କିନ୍ତ ବେଶି ଭଲ ଲାଗିଥିଲେ ମିନାକ୍ଷୀ, ତାଙ୍କ ସାଧାରଣ ବେଶ ପରିପାଟୀ ଏବଂ ସରଳ ମଧୁର ବ୍ୟବହାର ଆକୃଷ୍ଟ କରିଥିଲା ମୋତେ, ଧୀରେ ଧୀରେ ସମୟ ଗଡ଼ିଲା, ଉଭୟ ନିଜ ମନକଥା ପ୍ରକାଶ କରିଦେଲୁ. ଉଭୟଙ୍କ ସହମତି କ୍ରମେ ବିବାହ ପାଇଁ ଘରେ ପ୍ରସ୍ତୁତି ଚାଲିଲା. କିନ୍ତ କେଜାଣି କାହିଁକି ସମ୍ପର୍କରେ ପୂର୍ଣ୍ଣଛେଦ ପଡିଗଲା ପରି ଅନୁଭବ ହେଲl


  ଏମିତି ହଠାତ ଦିନେ ଜାଣିବାକୁ ପାଇଲି କି ବିବାହ କରିସାରିଛନ୍ତି ଜଣେ ବଡ଼ ଅଫିସରଙ୍କୁ. ମନ ବହୁତ କଷ୍ଟ ହେଲା. ନିଜକୁ ବୁଝେଇ ଆଗକୁ ବଢ଼ିଲି. ବାପାଙ୍କ ଜିଦ ଯୋଗୁଁ ତୁମକୁ ବିବାହ ପାଇଁ ସହମତି ଜଣାଇଲି. ସେଇ ସମୟରେ ମୋ ସ୍କୁଲରେ ପୁଣି ମିନାକ୍ଷୀ ଜଏନ କଲା ହେଲେ ଏକ ଅଲଗା ରୂପରେ. ନ ଥିଲା ସିନ୍ଦୁର କି ନଥିଲା ଶଙ୍ଖା. ପୂର୍ବର ସେ ମିନାକ୍ଷୀ ବଦଳି ଯାଇଥିଲା. ତା ଶୁଖିଲା ମୁଁହ ଆଉ ଚୁପଚାପ ରହିବା ଗୁଣ ମୋତେ ବ୍ୟସ୍ତ କରୁଥିଲା.।


  ତା ସ୍ୱାମୀ ତାକୁ ଛାଡ଼ପତ୍ର ଦେଇଥିଲାକାରଣ ମିନାକ୍ଷୀ ବ୍ଲଡ଼ କ୍ୟାନ୍ସର ରୋଗୀ ଥିଲା.ତା ପାଇଁ ଏତେ ଖର୍ଚ୍ଚ ପୁଣି ତାର ଯତ୍ନ କିଏ ନେବ ସେଥିପାଇଁ ସେ ଛାଡ଼ପତ୍ର ଦେଇଦେଇଥିଲେ.।


  କିଛି ଦିନ ପରେ ମିନାକ୍ଷୀ ଅସୁସ୍ଥ ହୋଇପଡିଲେ. କ୍ୟାନ୍ସର ଥାର୍ଡ଼ ଷ୍ଟେଜରେ ପହଂଚି ସାରିଥିଲା ତେଣୁ ମୃତ୍ୟୁ ଅତି ନିକଟରେ ବୋଲି ମୁଁ ଜାଣିସାରିଥିଲି । ଦିନେ ମୋତେ ପାଖକୁ ଡାକି ବହୁତ କାନ୍ଦିଥିଲେ ମିନାକ୍ଷୀ । ନିଜେ ସ୍ୱୀକାର କରିଥିଲେ ନିଜ ଭୁଲ. ଧନୀ ଗରୀବର ପାର୍ଥକ୍ୟକୁ ନେଇ ସମ୍ପର୍କକୁ ପର କରିଦେଇଥିଲେ ତାଙ୍କ ପରିବାର. ବାପାଙ୍କ ଜିଦ ପାଖରେ ହାରିଯାଇଥିଲେ ମିନାକ୍ଷୀ. ତ୍ୟାଗ ଆଉ ବଳୀଦାନ ଦେଇଥିଲେ ସେ. କର୍ତ୍ତବ୍ୟ ମହାଯଜ୍ଞରେ ଆହୁତି ଦେଇଥିଲେ ତାଙ୍କ ଭଲ ପାଇବାକୁ । ମିନାକ୍ଷୀ କାନ୍ଦୁଥିଲେ ଠିକ ନିରୀହ ଶିଶୁଟେ ପରି. ମୁଁ ବି କାନ୍ଦୁଥିଲି ତାଙ୍କୁ ମୃତ୍ୟୁ ସହ ଲଢ଼ୁଥିବା ଦେଖି. ମୋ ହାତ ଧରି ଶେଷ ଇଚ୍ଛା ପୂରଣ ପାଇଁ ଅନୁରୋଧ କଲେ. ମୁଁ ମଲାପରେ ତୁମେ ମୋତେ ଶ୍ରାଦ୍ଧ ଦେବ । ତୁମ ପୁଅକୁ କହିବ ସିଏ ବି ମୋତେ ଶ୍ରାଦ୍ଧ ଦେବ.ହାତ ଧରି ବିବାହ ସିନା କରିନି ହେଲେ ହୃଦୟରେ ତୁମେ ମୋ ସ୍ୱାମୀ । ତୁମ ପୁଅ ମୋ ପୁଅ. ମୋ ଶେଷ ଇଚ୍ଛା ପୂରଣ କରିବ ନା,,,,,,, କୁହ ଶୁଭ!

  

  ବାସ ସେତିକିରେ ସବୁ ଶେଷ. ବାହୁଡ଼ି ଗଲେ ମିନାକ୍ଷୀ ପବିତ୍ର ବାହୁଡା଼ ଯାତ୍ରାରେ. ଜଗନ୍ନାଥଙ୍କ ସାଥିରେ ବାହୁଡ଼ି ଗଲେ ସେ. କଇଁ କଇଁ ହୋଇ କାନ୍ଦିଲେ ଶୁଭ୍ରଜିତ. କୋଳକୁ ଆଉଜାଇ ନେଲେ ପବିତ୍ରା. ନିଜକୁ ଧିକ୍କାର କଲେ ସେ. କାହିଁକି ପଚାରିଲେ ସେ,,,? କାହିଁକି କଷ୍ଟ ଦେଲେ ସେ,,,,,?


  ସୁନ୍ଦର ହୃଦୟର ମଣିଷ ଶୁଭ୍ରଜିତ.କୋଟି ପୁଣ୍ୟ ବଳରେ ଏମିତି ସ୍ୱାମୀ ପାଇଛନ୍ତି ସେ. ଈଶ୍ୱରଙ୍କ ନିକଟରେ ଶତ ଶତ ପ୍ରଣାମ କଲେ ପବିତ୍ରା । ମିନାକ୍ଷୀଙ୍କ ଆତ୍ମା ଶାନ୍ତିରେ ଥାଉ. ଏଇ ଭିନ୍ନ ସମ୍ପର୍କ ସେମିତି ମଧୁର ହେଇକି ଥାଉ ।



Rate this content
Log in

Similar oriya story from Abstract