STORYMIRROR

SUJATA DAS

Tragedy Inspirational

3  

SUJATA DAS

Tragedy Inspirational

ଅପରାଜିତା

ଅପରାଜିତା

3 mins
17


ସେଦିନ ହଠାତ ବେଳାଭୂମିରେ ଦେଖାହେଇଗଲେ ଆଶୁତୋଷ l ଦୀର୍ଘଦିନ ପରେ ଆଜି ତାଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇଉଠୁଥିଲେ ଶ୍ରାବଣୀ l ହଜିଲା ମଣିଷ ଏତେ ପାଖରେ,,,,

ନିଜ ଆଖିକୁ ବିଶ୍ୱାସ କରିପାରୁନଥିଲେ l

ହେଲେ ସାଙ୍ଗରେ କିଏ,,,,?

    ଖୁବ ଅନ୍ତରଙ୍ଗ ଭାବରେ ଜାବୁଡି ଧରିଥିଲେ ତାଙ୍କ ହାତକୁ ଜଣେ ସୁନ୍ଦରୀ ତରୁଣୀ lଖୁବ ଖୁସିରେ ସମୁଦ୍ର ଢ଼େଉକୁ ଉପଭୋଗ କରୁଥିଲେ ସେମାନେ l ବେଳେବେଳେ ଆଶୁତୋଷଙ୍କ ବକ୍ଷରେ ଜଡିଯାଉଥିଲେ ସେ lଆଶୁତୋଷ ମଧ୍ୟ୍ୟ ଖୁବ ଆଦରରେ ଆଉଁସି ଦେଉଥିଲେ ତାଙ୍କ ମୁଣ୍ଡକୁ l

   କିଏ ଏହି ମହିଳା l ମନରେ ଜିଜ୍ଞାସା ବଢିଚାଲିଲା ପରିଚୟ ଆଉ ସମ୍ପର୍କର ଗଭୀରତା ଜାଣିବାକୁ l ଇଏ ତାଙ୍କ ସ୍ତ୍ରୀ ନୁହେଁ ତ,,,,,,,? ଯାହାକୁ ଭୁଲି ଆଶୁତୋଷ ଶ୍ରାବଣୀଙ୍କୁ ଆପଣେଇ ନେବାର ଅଭିନୟ କରୁଥିଲେ,,,,?

ହଁ ହଁ ଥରେ ଆଶୁତୋଷଙ୍କ ସହ ଫୋଟୋରେ ଦେଖିଥିଲେ ଏହି ମହିଳାଙ୍କୁ l ହେଲେ ପଚାରିପାରିନଥିଲେ କିଏ ବୋଲି l ଆଜି ଦୀର୍ଘ ତିନି ବର୍ଷପରେ ଆଶୁତୋଷଙ୍କ ସହ ଅନୁପମା ଆଉ ସାନ ଝିଅଟିଏ l ସବୁ ବୁଝିପାରୁଥିଲେ ଶ୍ରାବଣୀ l

     

ଆଖିରେ ଲୁହ ଜକେଇ ଆସିଲା ଶ୍ରାବଣୀଙ୍କର, ହୃଦୟର ସ୍ପନ୍ଦନ

 ବି ବଢିଯାଉଥିଲା lଉତ୍ତର ଚାଁହୁଥିଲେ ସେ ନିଜଠୁ ଆଉ ଆଶୁତୋଷଙ୍କ ଠାରୁ ବି l ଯୋଉ ସ୍ତ୍ରୀଙ୍କ ବିରୁଦ୍ଧରେ ଏତେ ସବୁ କଥା ବଖାଣୁଥିଲେ ଇଏ କଣ ସେଇ ଅନୁପମା,,,?ଯିଏ ତାଙ୍କୁ ଏତେ ଘୃଣା କରୁଥିଲେ ବୋଲି କହୁଥିଲେ ସେ ଇଏ ସେଇ ଅନୁପମା,,,,,,? ଯାହାକୁ ଛାଡି ସେ ଶ୍ରାବଣୀ ସହ ଘର ସଂସାର ପାଇଁ ଇଚ୍ଛା କରିଥିଲେ l କିଛିଦିନ ପରେ କୁଆଡେ ଆନ୍ତର୍ଧ୍ୟାନ ହଇଯାଇଥିବା ଆଶୁତୋଷ ଆଜି ଏଠି l


ଦେହ ଥରୁଥିଲା ବରଡ଼ା ପତ୍ର ପରି ଶ୍ରାବଣୀଙ୍କର. କଣ କରିବେ ସେ.,,,? ଲୁହ କୋହ ଆଉ ଦୀର୍ଘାଶ୍ୱାସରେ ଭାରି ହେଇଯାଉଥିଲା ଦେହ ମନ lଅଶାନ୍ତ ସମୁଦ୍ର ପରି ଫୁଲିଉଠୁଥିଲା ଛାତି ତଳର କୋହ ସବୁ lଆଗକୁ ଯାଇପାରୁଥିଲେ ନା ପଛକୁ ଫେରିପାରୁଥିଲେ l ପାଦ ତଳେ ମାଟି ନ ଥିଲା ପରି ଲାଗୁଥିଲା ତାଙ୍କୁ l

  ସ୍ୱାମୀ, ସନ୍ତାନ, ବନ୍ଧୁ କୁଟୁମ୍ବଙ୍କୁ ପରକରି ଆପଣାର କରିନେଇଥିଲେ ଆଶୁତୋଷଙ୍କୁ l ତାଙ୍କ ଦୁଃଖ କଷ୍ଟ ଆଗରେ ତରଳିଯାଇଥିଲେ ଶ୍ରାବଣୀ l ସୁନ୍ଦରୀ ସ୍ତ୍ରୀର ଘୃଣା ହତାଦର ପାଇଁ ଖୁବ ଭାଙ୍ଗି ପଡ଼ିଥିବାର ଅଭିନୟ କରିଥିଲେ ସେ ଏବଂ ନିଜକୁ ଶେଷ କରିଦେବାର ନିଷ୍ପତି ବି ନେଇସାରିଥିଲେ ଆଶୁତୋଷ l  

   କଣ କରିବେ ସେ,,,,?

କୁଆଡେ ଯିବେ,,,,?

କାହାକୁ କହିବେ,,,,?

ଘରକୁ ଫେରିଯିବେ ନା ନାହିଁ,,,,,?

ଅନେକ ପ୍ରଶ୍ନ ତାଙ୍କ ହୃଦୟରେ l

ସ୍ଥାଣୁ ପାଲଟି ଯାଇଥିଲା ପାଦ ଦୁଇଟା. ରକ୍ତ ସବୁ ପାଣି ପରି ଝରିଯାଉଥିଲା ଆଖିରୁ l


  କେହି ଜଣେ କାନ୍ଧରେ ହାତ ରଖିଦେଲା l ଚମକି ପଡିଲେ ଶ୍ରାବଣୀ l ମୁରୁକି ହସୁଥିଲା ଦୀପ୍ତି lତାଙ୍କ ଅନ୍ତରଙ୍ଗ ବାନ୍ଧବୀ.


ଆରେ ଏଠି କଣ କରୁଛୁ,,,?

କାହା ସାଙ୍ଗରେ ଆସିଛୁ,,,,?

କଣ ଭାବୁଚଚୁ ଏତେ,,,,?

ଗୁଡ଼ାଏ ପ୍ରଶ୍ନ ପଚାରି ପକେଇଲା ଦୀପ୍ତି l

  ନୀରବରେ ପଛକୁ ଫେରିଲା ଶ୍ରାବଣୀ l ମିଛ ହସଟିଏ ଖେଳିଗଲା ଉଦାସୀ ଆଉ ଶୁଷ୍କ ଓଠରେ l

   ଆରେ ନାଇଁ କଣ ଆଉ ଭାବିବି, ଏମିତି ଟିକେ ସମୁଦ୍ର ସହ ଦୁଃଖ ବାଣ୍ଟୁଥିଲି l ଆଉ କଣ ସବୁ ଖବର କହ l ଶାଶୂଘର, ପିଲାମାନେ,,,,? ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କଲା ଶ୍ରାବଣୀ l

  କେତେ କଥା କହୁଥିଲା ଦୀପ୍ତି l କିନ୍ତ ନିଶ୍ୱାସ ଫୁଲିଉଠୁଟିଲା ବାରମ୍ବାର l ନିଜକୁ ଆପ୍ରଣ ଚେଷ୍ଟା କରି ସମ୍ଭାଳି ନେଉଥିଲା ସେ l କେତେବଡ ଭୁଲ ହେଇଗଲା ଯାହାର ସଂଶୋଧନର ବାଟ ଖୋଜିବା ମୁସ୍କିଲ l କେତେବଡ଼ ଅପରାଧ ଯାହାକୁ ପ୍ରାୟଶ୍ଚିତ ନାହିଁ l ଛଳନା ଆଉ ପ୍ରତାରଣାର ପ୍ରଚଣ୍ଡ ବୈଶାଖୀରେ ଦେହ ମନ ଜଳିଯାଉଥିଲା ତାଙ୍କର l

   ନିଜ ମନକୁ ବାରମ୍ବାର କହୁଥିଲେ " ଆଶୁତୋଷ!ବହୁତ ବଡ଼ ଭୁଲ ହେଇଗଲା ତୁମକୁ ଭଲ ପାଇ l ଏମିତି କେମିତି ହେଇଗଲା ଜୀବନର ଚଲାପଥ l ଭଲ ପାଇବାର ମୋହରେ ଅନ୍ଧହେଇ ଏତେବଡ ଭୁଲ କରିଦେଲେ କେମିତି l ଭୁଲ ନୁହେଁ ତ ଅପରାଧ l ଆଉ କାହା ଖୁସି ପାଇଁ ନିଜ ସଂସାରକୁ ଭସାଇଦେଲେ l

   ପଛକୁ ଫେରିବା ସମ୍ଭବ ନୁହେଁ l କେମିତି ଫେରିବେ, କୋଉଠିକି ଫେରିବେ l ଚତୁଃର୍ଦିଗ ଅନ୍ଧାର ଛାଇ ଯାଉଥିଲା l

 କୁଆଡେ ଯିବେ ସେ,?

ଠିକଣା କେଉଁଠି ତାଙ୍କର,?

ଘର, ପରିବାର, ସ୍ୱାମୀ, ସବୁ ହରାଇ ସାରିବା ପରେ ଆଉ ଜୀବନ ମୂଲ୍ୟହୀନ l ତେଣୁ ଠିକଣା କେବଳ ମୃତ୍ୟୁ,, l


ନାଁ ନାଁ ଏମିତି ନିଷ୍ପତ୍ତି ଭୁଲ l ପଳାତକ ସାଜିବେନି ସେ ବରଂ ଯିବେ ସେଇଠିକି ଯୋଉଠି ତାଙ୍କ ସବୁ ପ୍ରଶ୍ନର ଉତ୍ତର ମିଳିଯିବ l ଜଗତର ନାଥ ଜଗନ୍ନାଥଙ୍କ ପାଖକୁ l ତାଙ୍କରି ଚରଣ ତଳେ ଢାଳିଦେବେ ଲୁହ l ଗଡିଯିବେ ବଡଦାଣ୍ଡ ଧୂଳିରେ l ମିଶିଯିବେ ସ୍ୱର୍ଗଦ୍ୱାର ପବିତ୍ର ଧୂଆଁରେ l ଆପଣେଇ ନେବେ ଜଗନ୍ନାଥଙ୍କୁ ଆଉ ତାଙ୍କ ବିଚାରକୁ, l


ଧିରେ ଧିରେ ଶୂନଶାନ ହେଇଯାଉଥିଲା ସମୁଦ୍ରର ବିଶାଳ ପ୍ରଶସ୍ତ ହୃଦୟ l ଏକା ରହିଯାଇଥିଲେ ଶ୍ରାବଣୀ ନୂଆ ସକାଳର ଅପେକ୍ଷାରେ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy