STORYMIRROR

ଓଡିଆ ଶିଶୁ ଗପ

Children Inspirational

3  

ଓଡିଆ ଶିଶୁ ଗପ

Children Inspirational

ବିଲେଇ ବେକରେ ଘଂଟି ବାନ୍ଧିବ କିଏ?

ବିଲେଇ ବେକରେ ଘଂଟି ବାନ୍ଧିବ କିଏ?

1 min
15.3K


ମୂଷାମାନେ ବିଲେଇ ଡରରେ ବ୍ୟସ୍ତ ହୋଇ ଗୋଟିଏ ସଭା ଡାକିଲେ । ସେମାନଙ୍କର ମୁଖ୍ୟ ଚିନ୍ତା ହେଲା କିପରି ବିଲେଇଠାରୁ ରକ୍ଷା ପାଇବେ । ବହୁତ ଚିନ୍ତା କଲାପରେ ଜଣେ ମୂଷା କହିଲା, “ଯଦି ଆମେ ବିଲେଇ ବେକରେ ଗୋଟିଏ ଘଂଟି ବାନ୍ଧିଦେବା, ତେବେ ବିଲେଇ ଆସିବା କ୍ଷଣି ଆମେ ସେଇ ଘଂଟି ଶବ୍ଦ ଶୁଣି ବିଲେଇଠାରୁ ଦୌଡି ପଳାଇ ଯାଇ ନିଜକୁ ରକ୍ଷା କରିପାରିବା ।” ଏଥିରେ ସମସ୍ତେ ଖୁସି ହୋଇ, ଏହି ପ୍ରସ୍ତାବରେ ରାଜି ହୋଇଗଲେ । ହେଲେ ସବୁ ଶୁଣିସାରି ବୁଢା ମୂଷା ଉଠି କହିଲା, “ଏହି ପ୍ରସ୍ତାବଟି ତ ବେଶ୍ ଭଲ, କିନ୍ତୁ ସେ ବିଲେଇ ବେକରେ ଘଂଟି ବାନ୍ଧିବ କିଏ?”

ପ୍ରସ୍ତାବ ଦେବା ତ ଅତି ସହଜ; କିନ୍ତୁ ତାକୁ କାର୍ଯ୍ୟକାରୀ କରିବା ବହୁତ କଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children