ଓଡିଆ ଶିଶୁ ଗପ

Children

3  

ଓଡିଆ ଶିଶୁ ଗପ

Children

ବିକ୍ରମ ବେତାଳ - ୪୭

ବିକ୍ରମ ବେତାଳ - ୪୭

2 mins
7.1K


ବିଟପି ରାଜକୁମାରୀ କାହାଣୀ - ୪

ସମସ୍ତଙ୍କର କଥା ଶ୍ରବଣ କରି ଚଣ୍ଡାଳୁଣୀ ଆଇନାରେ ଆପଣାର ସ୍ୱରୂପ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ତଦୁତାରେ ସେ କିପରି ନବ ଯୁବତୀ ହେଲା । ସେ କଥା କହି ପକାଇଲା । ଲୋକମାନଙ୍କ ମଧ୍ୟରେ ଅଜ୍ରାମର ଫଳ କଥା ଆଲୋଚନା ହେଲା । କ୍ରମେ କଥାଟା ଯାଇ ରାଜାଙ୍କ କାନରେ ପଡିଲା । ନିଜର ଡଗର ପଠାଇ ଚଣ୍ଡାଳୁଣୀକୁ ଡକାଇ ନେଲେ । ସମସ୍ତ କଥା ତା’ଠାରୁ ପଚାରି ବୁଝିଲେ । ତା’ର ରୂପ ଯୌବନ ଦେଖି ଆବାକ୍ ହୋଇଗଲେ । ନିଜ କର୍ମକୁ ନିନ୍ଦିବା ସହିତ ଭାନୁମତୀକୁ ନିନ୍ଦା କଲେ ଏବଂ କହିବାକୁ ଲାଗିଲେ ନାରୀ ଜାତି ବଡ ମନ୍ଦ ଜାତି । ମୁଁ ରାକ୍ଷସ । ତେଣୁ ପ୍ରାଣନେଲି ଶୁକପକ୍ଷୀର । କାଳ କାଳକୁ ମୋ ନାମରେ ଅପଯଶ ରହିଲା । ରାଜା ବିକ୍ରମାଦିତ୍ୟ ଭୂତଳରେ ଗଡି ବାହୁନି କ୍ରନ୍ଦନ କଲେ । ପାତ୍ରମନ୍ତ୍ରୀ ଅମାତ୍ୟମାନେ ତାଙ୍କୁ ବୁଝାଇଲେ । ତେଣୁ ସମସ୍ତେ ବୁଝି ବିଚାରି କାର୍ଯ୍ୟ କଲେ ।

ଶୁକପକ୍ଷୀର ମୃତ୍ୟୁ କଥା ଶାରୀ ଜାଣି ପାରିଲା । କାରଣ ସମସ୍ତ ପ୍ରକାର ଅମଙ୍ଗଳ ସଙ୍କେତ ସେ ଦେଖିବାକୁ ପାଇଲା । ତାକୁ ଶୟନ, ଆସନ ବିଷ ପରିଲାଗିଲା । ସେ ମନ ମଧ୍ୟରେ ବିଚାର କଲା ନିଶ୍ଚିତ ଶୁକପକ୍ଷୀକୁ ବିପତ୍ତି ପଡିଛି । ଏପରି ଚିନ୍ତା କରି ଶାରୀ ନିମିଷକେ ଉଡି ଉଡି ଉଜ୍ଜୟିନୀଦେଶରେ ପ୍ରବେଶ ହେଲା । ରାଜା ସଭାମଧ୍ୟକୁ ଯାଇ ବିକ୍ରମନୃପଙ୍କୁ ତା’ର ପରିଚୟ ଦେଇ ତା ସ୍ୱାମୀଙ୍କର କୁଶଳ ପୁଚ୍ଛାକଲା । ହେ ରାଜା ବିକ୍ରମାଦିତ୍ୟ ମୋ ସ୍ୱାମୀ ତୁମ୍ଭର ମନ୍ତ୍ରୀ । ସେ କୁଶଳରେ ଅଛନ୍ତିନା! ଶାରୀର କଥା ଶୁଣି ବିକ୍ରମାଦିତ୍ୟ ସିଂହାସନ ଉପରୁ ଚେତା ହରାଇଣ ପଡିଗଲେ । ପାରିଷଦଗଣ ତାଙ୍କୁ ସଚେତ କଲେ । ମୋ ସ୍ତ୍ରୀ କଥାରେ ପଡି ମୁଁ ତୁମ୍ଭର ସ୍ୱାମୀଙ୍କୁ ହତ୍ୟା କରିଛି । ରାଜା ଏପରି କହି ଉଚ୍ଚସ୍ୱରରେ କ୍ରନ୍ଦନ କଲେ । ଶାରୀ ସ୍ୱାମୀର ମୃତ୍ୟୁ ଖବର ଶୁଣି ଚେତାହରାଇ ପଡିଗଲା । ସଚେତ ହୋଇ କିଛି ସମୟପରେ ପୁଣି କ୍ରନ୍ଦନ କଲେ । ପୁନର୍ବାର ଶାରୀ ସଂଜ୍ଞା ହରାଇ ଭୂମିରେ ପଡିଗଲା ।

କିଛିକ୍ଷଣ ପରେ ଚେତାପାଇ ରାଜାଙ୍କୁ କହିଲା ହେ ବିକ୍ରମାଦିତ୍ୟ ମୋ ସ୍ୱାମୀଙ୍କୁ ବୁଝାଇ ମୁଁ ତୁମ୍ଭ ସାଙ୍ଗରେ ପଠାଇ ଥିଲି । ସେ ତୁମ୍ଭର ଯେତିକି ଉପକାର କରିଛନ୍ତି ସେ କଥା ସମସ୍ତେ ଜାଣନ୍ତି । ହେ ଅସ୍ତ୍ରଧାରୀ ରାଜା ଶୁଣ । ଯାହା ହେବାର ହୋଇଯାଇଛି ତାହା କେବେ ଫେରିବ ନାହିଁ । ମୋ ସ୍ୱାମୀ କ’ଣ ଆଉ ଜୀବନ ପାଇ ଫେରି ଆସିବେ । ଏପରି କହୁ କହୁ ଶାରୀ ଅତି କ୍ରୋଧ ହୋଇ ରାଜା ବିକ୍ରମାଦିତ୍ୟଙ୍କୁ ଶାପଦେଲା । ମୋର ସ୍ୱାମୀଙ୍କୁ ବିନାଶ କରି ତୁମ୍ଭେ ଯେପରି ମୋତେ ଅନାଥିନୀ କଲ । କମଳିନୀ ନାରୀପାଇଁ ତୁମ୍ଭେ ସେପରି କ୍ରନ୍ଦନ କରିବ । ରାଜା ବିକ୍ରମାଦିତ୍ୟ ଯେଣୁ ଶୁକକୁ ହତ୍ୟା କରିଛନ୍ତି ଶାରୀର ଅଭିଶାପ ସେ ଗ୍ରହଣ କରିନେଲେ ।

..ଶେଷ..


Rate this content
Log in

Similar oriya story from Children