STORYMIRROR

NIJUKTI ODISHA

Romance Classics Inspirational

3  

NIJUKTI ODISHA

Romance Classics Inspirational

ବିଦ୍ୟାଧର ଚମ୍ପୂ

ବିଦ୍ୟାଧର ଚମ୍ପୂ

1 min
177


ରାଗ -ଝଁଝୋଟ, ତାଳ -ଆଠତାଳି

      ଲ ------

ଲୀଳାମୟୀ ନଉଲିବାଳା ତୁ ରହରେ

ଲବେକୃପା କର ଅଛି ବିରହରେ

ଲଳନା ବର ଏଥର

କରି ଗଳାହାର ତୋର

ଲମ୍ବାଇ ଦେ କଣ୍ଠେ ତୁହି ଆଦରରେ ।


ଲଳିତେ ତମାଳ ଶ୍ୟାମ

ଇନ୍ଦ୍ର ନୀଳମଣି ରାମ

ଲଳନ୍ତିକା କରକିଣା କିଙ୍କରରେ ।


ଲାବଣ୍ୟମୟୀ ସୁନ୍ଦରୀ

ଲୀଳାବିଳାସିନୀ ପରୀ

ଲବେଦୟାକରକଳା ଭ୍ରମରରେ ।


ଲମ୍ପଟ ନାଗରୀ ମୁହିଁ

ତୋ ଲପନ ଶୋଭା ଚାହିଁ

ସୁଧାବୋଲି ପାନକଲି ତୋହରରେ

ଲାଘବ କର ଏଥର

ସ୍ମରପୀଡା ଅନ୍ତରର

ଘାରୁଅଛି ତୋହପ୍ରୀତି ଶରୀର ରେ ।

ଲାଜକୋଳି ଲତା ରାଇ

ବିଦ୍ୟାଧର ଲେଖେ ଧ୍ୟାୟୀ

କହ୍ନାଇକୁ ଭଜ ତୁ ଅହରହରେ।



Rate this content
Log in

Similar oriya story from Romance