srutakirti Tripathy

Comedy

2  

srutakirti Tripathy

Comedy

ଭୂତ

ଭୂତ

2 mins
360


ଗତକାଲି ଦେହ ଭଲ ନ ଲାଗିବାରୁ ଶୀଘ୍ର କାମସାରି ରାତି 10 ଟା ବେଳୁ ଶୋଇପଡ଼ିଥିଲି l ନିଦ ଟିକେ ଲାଗିଅସିଛି, ହଠାତ ଗୋଟିଏ ଅଦ୍ଭୁତ ଶବ୍ଦ ଶୁଣି ନିଦ ଟା ଭାଙ୍ଗିଗଲା l ଲାଗିଲା କିଏ ଜଣେ ଦରଜା ପାଖରୁ ଛୁଟି ଗଲା, ଆଉ ତାର ଦେହ ଟା କବାଟ ରେ ବାଡେଇ ହୋଇଗଲା l ପୂର୍ବ ଦିନ ରାତିରେ ଗୋଟିଏ ଭୂତ ଚଳଚ୍ଚିତ୍ର ର ଏକ ଦୃଶ୍ୟ ମନେ ପଡିଗଲା ଓ ଦେହ ଟା ମୋର ଭୟରେ ଝାଳେଇଗଲା l ଜାଣି କି ନଜାଣିଲା ଭଳି ପୁଣି ଥରେ ଶୋଇବାକୁ ଚେଷ୍ଟା କଲି, ହେଲେ ଭୟ ନିଦକୁ ସେତେବେଳେ ଗ୍ରାସ କରି ସରିଥାଏ l

ମନରେ ବହୁତ ସାହସ ସଞ୍ଚୟ କରି ଉଠିଲି l ଶୋଷ ରେ ପାଟି, ତଣ୍ଟି ସବୁ ଶୁଖିଯାଉଥାଏ l ଅନିଚ୍ଛା ସତ୍ତ୍ୱେ ଡରି ଡରି ଧୀରେ ଧୀରେ ଚାଲିବାକୁ ଆରମ୍ଭ କଲି l ବାକି ସବୁ ରୁମ ଅପେକ୍ଷା ରୋଷେଇ ଘରଟା ଆମର ଟିକେ ବେଶୀ ଅନ୍ଧାରିଆ l ସେଥିପାଇଁ ଯେତେ ସମ୍ଭବ ରାତିରେ ମୁଁ ସେଠିକୁ ଯିବାକୁ ଇଚ୍ଛା କରେ ନାହିଁ l ତର ତର ରେ ସେଦିନ ଶୋଇବା ପୂର୍ବରୁ ପାଖରେ ପାଣି ରଖିବାକୁ ଭୁଲି ଯାଇଥିଲି l ତେଣୁ ତୃଷା ନିବାରଣ ପାଇଁ ରୋଷେଇ ଘରକୁ ଯିବା ପାଇଁ ବାଧ୍ୟ ହେଲି l

ଗ୍ଲାସ ଉଠାଇ ପାଣି ପିଇବାକୁ ଯାଉଛି, କଣ ଗୋଟେ ଦୁମ କରି ଆସି ପାଦତଳେ ପଡିଲା l ଗୋଟିଏ ଅଜଣା ଭୟ ଛାତି ପଞ୍ଜରା ଦୋହଲାଇ ଦେଲା ଏବଂ ଡରରେ ଆଖି ବନ୍ଦ କରି ମୁଁ ସେଇ ଜାଗାରେ ହିଁ ବସି ପଡିଲି l

ହେଲେ ପର ମୁହୂର୍ତ୍ତ ରେ ଦେଖିଲି କଳା ବିଲେଇଟିଏ ମୋରି ପାଦ ପାଖରେ ଜାକି ହୋଇ ବସିଛି l ଘରର ସବୁ କବାଟ ଓ ଝରକା ବନ୍ଦ ଥିବାରୁ ବାହାରକୁ ଯିବାର ବୃଥା ପ୍ରୟାସ କରି ଘର ଭିତରେ ଉତ୍ପାତ ମଚଉଛି l

ଭୂତ ଭାବି ଯାହାପାଇଁ ମୋ ମନରେ ଛନକା ପଶିଯାଇଥିଲା ; ସେଇ ନିରୀହ ବିଲେଇ ଟି ପାଇଁ ମୁଁ ଗୋଟିଏ ଭୂତ ରୁ କିଛି କମ ନ ଥିଲି l

ସୃତକିର୍ତ୍ତୀ ତ୍ରିପାଠୀ


Rate this content
Log in

Similar oriya story from Comedy