Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Writer Roja Panda

Horror

5.0  

Writer Roja Panda

Horror

ଭୁତୁଣୀ ଗାୟିକା

ଭୁତୁଣୀ ଗାୟିକା

3 mins
450


ରମେଶ ଯାହାକୁ ଏତେ ବଡ ଗୋଟେ ପରିଚୟ ଦେଲା,ଏତେ ବଡ ମଞ୍ଚରେ ଠିଆ କରେଇ ତାକୁ ଗୋଟେ ନୂଆ ଦୁନିଆ ଦେଖାଇଲା,ଗୋଟେ ସୁନ୍ଦର ଗାୟିକା ଭାବରେ ଲୋକଲୋଚନକୁ ଆଣିଲା, ଶେଷରେ ସେ ଏକ ଭୁତୁଣୀ । ଏମିତି ସବୁ କଥା ହେଉଥିଲେ ମଞ୍ଚ ତଳର ଦର୍ଶକମାନେ । ହେ ଭଗବାନ, ଏ ମୁଁ କଣ ଶୁଣୁଛି ? ଆଶ୍ଚର୍ଯ୍ୟରେ ରମେଶ ମୁହଁରୁ ଠୋପା ଠୋପା ଝାଳ ବାହାରି ପଡ଼ିଲା । ତାର ଦୁଇ ବର୍ଷ ତଳର ଘଟିଯାଇଥିବା ରହସ୍ୟମୟ ଘଟଣା ସବୁ ଗୋଟି ଗୋଟି କରି ମନେ ପଡିଗଲା । ଯେଉଁ ରହସ୍ୟମୟ ରାତ୍ରିରେ ସେ ପ୍ରଥମଥର ପାଇଁ କାମିନୀର ସୁନ୍ଦର କଣ୍ଠଶ୍ଵର ଶୁଣିଥିଲା । ସେଦିନ ଥିଲା ଏକ ଅମାବାସ୍ୟା ରାତ୍ରି । ଚାରିଆଡେ କିଟ୍ କିଟ୍ ଅନ୍ଧାର । ସେଇ କିଟ୍ କିଟ୍ ଅନ୍ଧାରର ବକ୍ଷ ଚିରି ଡାକବଙ୍ଗଳା ସାମ୍ନାରେ କେହିଜଣେ ଗୀତ ଗାଇ ରମେଶ ଆଡକୁ ଆସୁଥିଲା । ରମେଶ ପ୍ରଥମେ ଜଣେ ଅଜଣା ଝିଅକୁ ଏମିତି ଗୀତ ଗାଇଗାଇ ତା ପାଖକୁ ଅସୁଥିବାର ଦେଖି ଖୁବ୍ ଡରିଯାଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେଇ ଝିଅ ସହିତ ତାର ବନ୍ଧୁତା ହେଲା । ଝିଅଟିର ନାଁ ଥିଲା କାମିନୀ । ସେ ଖୁବ୍ ସୁନ୍ଦର ଗୀତଗାଏ । ସତେ ଯେମିତି ମା ସରସ୍ଵତୀ ତା କଣ୍ଠରେ ଆବିର୍ଭାବ । ଖୁବ୍ ମିଠା ତା ସ୍ୱର । ରମେଶ ସେଦିନ କାମିନୀକୁ ପଚାରିଥିଲା ଯେ, "ତମର ଏତେ ସୁନ୍ଦର ସ୍ୱର । କାହିଁକି ତମେ ରେଡିଓ କି ଟିଭିରେ ଗୀତ ଗାଉନା ? କହିବ ଯଦି ମୁଁ ଦୂରଦର୍ଶନ ଥିବା ଲୋକମାନଙ୍କ ସହିତ ତୁମ ବିଷୟରେ କଥା ହେବି"। ରମେଶ ମୁହଁରୁ ଏମିତି ଶୁଣି କାମିନୀ କହିଲା , 'ଜଣେ ଗାୟିକା ଭାବରେ ସମାଜରେ ପରିଚିତ ହେବା ମୋର ବୋହୁତ ବଡ ସ୍ୱପ୍ନ । ତମେ କଣ ମୋ ସ୍ୱପ୍ନକୁ ପୁରଣ କରିବ ରମେଶ"? ସେଦିନଠାରୁ ରମେଶ ବୋହୁତ ଚେଷ୍ଟା କରିଛି କାମିନୀକୁ ଏକ ସଙ୍ଗୀତ ମଞ୍ଚରେ ଦେଖିବା ପାଇଁ । ଯାହା ଆଜି ସଫଳ ହେଇଛି । ହେଲେ କାମିନୀ ଯେ ଗୋଟେ ଭୁତୁଣୀ ଏମିତି କାହିଁକି ଦର୍ଶକମାନେ କହୁଛନ୍ତି ? ସେ ତ ଜୀବିତ । ରମେଶ ମଞ୍ଚ ଉପରକୁ ଚାହିଁଲା । ମଞ୍ଚ ଉପରେ ଠିଆ ହେଇଥିବା କାମିନୀ ଆଉ ଆଗ ଭଳି ଦେଖା ଯାଉନି । ଖୁବ୍ ବିକଟାଳ ଆଉ ଭୟଙ୍କର ଦେଖା ଯାଉଛି ତା ରୂପ । ବୋହୁତ କଦାକାର । ସେ କାମିନୀକୁ ଏ ରହସ୍ୟ ପଚାରିଲା । ଶେଷରେ ମଞ୍ଚ ଉପରେ କାମିନୀ ତାର ପରିଚୟ ଆଉ ଅତୀତର ରହସ୍ୟ ଖୋଲିଲା । 

ସେ ପ୍ରକୃତରେ ଦୁଇବର୍ଷ ପୂର୍ବରୁ ମରି ସାରିଛି । ସେ ଛୋଟବେଳେ ଖୁବ୍ ସୁନ୍ଦର ଗୀତ ଗାଉଥିଲା । ଥରେ ଜଣେ ଚଳଚିତ୍ର ପ୍ରଯୋଜକ ତାଙ୍କ ଘର ବାଟ ଦେଇ ଯାଉଥିଲେ । କାମିନୀର କଣ୍ଠଶ୍ଵର ଶୁଣି ତାଙ୍କ ପାଦ ଅଟକିଗଲା । ସେ କାମିନୀକୁ ଡାକି ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅନୁରୋଧ କଲେ । କାମିନୀ ଖୁବ୍ ଖୁସି ହେଇ ତାଙ୍କ ଗାଡ଼ିରେ ବସି ତାଙ୍କ ସହିତ ଗଲା । ଗାଡିଟି ଜଙ୍ଗଲ ବାଟ ଦେଇ ଗଲାବେଳେ କାମିନୀର ସୁନ୍ଦର ରୂପ ଆଉ ଭରା ଯୌବନ ଦେଖି ଉକ୍ତ ପ୍ରଯୋଜକ ଜଣକ ମଣିଷରୁ ପାଲଟିଗଲେ ଜଣେ ନରରାକ୍ଷସ । ସେ କାମିନୀର କୋମଳ ଶରୀରକୁ ଖିନଭିନ କରି ନିଜର କାମନାର ଶୋଷ ମେଣ୍ଟାଇ ଚାଲିଲେ । କାମିନୀ ଖୁବ୍ ଜୋର୍ ରେ ଚିତ୍କାର କରୁଥାଏ କିନ୍ତୁ ନିଘଞ୍ଚ ଜଙ୍ଗଲ ଭିତରେ କେହି ତାର କରୁଣ ସ୍ୱର ଶୁଣିପାରୁନଥିଲେ । ଶେଷରେ କାମିନୀର ନିଶ୍ୱାସ ଅଟକିଯାଇଥିଲା ଉକ୍ତ ପ୍ରଯୋଜକର କାମନାର ଜ୍ଵାଳାରେ । ଗାୟିକା ହେବାର ସ୍ୱପ୍ନ ମରିଯାଇଥିଲା ସେଇ ନିଘଞ୍ଚ ଜଙ୍ଗଲ ଭିତରେ । କାମିନୀର ଆତ୍ମା କିନ୍ତୁ ପାଲଟିଯାଇଥିଲା ପ୍ରତିଶୋଧ ପରାୟଣ । ଆଉ ଜଣେ ସୁପ୍ରତିଷ୍ଠିତ ଗାୟିକା ଭାବରେ ନିଜକୁ ପରିଚୟ ଦେବାର ଜିଦ୍ । ସେ ଖୋଜିବୁଲିଲା ଏକ ଆଶ୍ରା ଯିଏ ତାକୁ ଗାୟିକା ଭାବରେ ପରିଚିତ କରାଇ ପାରିବ । ଆଉ ସେତେବେଳେ ତାର ଦେଖା ହେଇଥିଲା ରମେଶ । ରମେଶ ପ୍ରକୃତରେ ଜଣେ ଖୁବ୍ ଭଲ ମଣିଷ ଜାଣି କାମିନୀ ରାମେଶକୁ ବାଛି ନେଇଥିଲା ନିଜର ସ୍ୱପ୍ନ ପୁରଣରେ ସାହାଯ୍ୟ ପାଇଁ । ଶେଷରେ ଆଜି କାମିନୀର ସ୍ୱପ୍ନ ପୁରଣ ହେଇସାରିଛି ଆଉ ଉକ୍ତ ପ୍ରଯୋଜକ ମଧ୍ୟ କାମିନୀକୁ ମଞ୍ଚ ଉପରେ ଦେଖି ଭୟରେ ପ୍ରାଣ ତ୍ୟାଗୀ ସାରିଛି । ତେଣୁ କାମିନୀ ଏବେ ମୁକ୍ତ । ସେ ମୁକ୍ତି ଚାହେଁ । ଏଇ ନଷ୍ଟ ହେଇଯାଇଥିବା ଶରୀରରୁ ସେ ସବୁଦିନ ପାଇଁ ଏବେ ମୁକ୍ତ ହେଇଯିବ । ସେଇଥିପାଇଁ ତାର ଏ କଦାକର ରୂପ । ସେ ପ୍ରକୃତରେ ଜୀବିତ ନୁହେଁ ଜଣେ ଭୁତୁଣୀ ଗାୟିକା । 

ଏ ଥିଲା ଆଜିର କାହାଣୀ ।


Rate this content
Log in

More oriya story from Writer Roja Panda

Similar oriya story from Horror