STORYMIRROR

Bidyut lata Mishra

Tragedy

2  

Bidyut lata Mishra

Tragedy

ଭୁଲ

ଭୁଲ

2 mins
156

   ଅନେକ ଭୁଲ କରୁଥିଲି ମୁଁ। ଭୁଲ କୁ ସୁଧାରୁଥିଲି ବି। ହୁଏତ ଭୁଲ ସମସ୍ତେ କରନ୍ତି ମୁଁ କିନ୍ତୁ ବାରମ୍ବାର ଭୁଲ କରୁଥିଲି। ଭୁଲ ଠିକ୍ ଭାବିଲା ମାତ୍ରେ ମୁ ମାନସିକ ଭାରାକ୍ରାନ୍ତ ହୋଇଉଠୁଥିଲି। ବହୁତ ଇଛା ଥିଲା ଜୀବନରେ କିଛି କରି ଦେଖେଇବାର।

  ମୋ ବୟସ ର କକାଙ୍କ ପୁଅ ଇଂଜିନିୟରିଂ କଲା ,ମୋ ଭିତରେ ବି ଇଛା ଟିଏ ସୃଷ୍ଟି ହେଲା ଇଂଜିନିୟରିଂ କରିବାର। ବାସ୍,ମୋ ଜିଦ୍ କୁ ମାନିନେଲେ ମମି ଡାଡି। ଯୁକ୍ତ ଦୁଇ ବିଜ୍ଞାନ ରେ ଅଶୀ ପ୍ରତିଶତ ମାର୍କ ରଖିଥିଲେ ସୁଦ୍ଧା ଇଂଜିନିୟରିଂ ରେ ମୁଁ ପଛୁଆ ହୋଇ ଉଠୁଥିଲି। ପଛରେ କାରଣ ଅନେକ ଥିଲା। ନୁଆଁ ପରିବେଶ ,ନୂଆ ପାଠ୍ୟକ୍ରମ ମଧ୍ୟ ରେ ମୁଁ ନିଜକୁ ଜଡାଇ ପାରୁନଥିଲି। ମୋ ମମି ଡାଡି ପୁଅ ଝିଅ ପ୍ରଭେଦ ଦେଖୁନଥିଲେ ,ଆଉ ସେଥିପାଇଁ ହୁଏତ ମୋ ପଢା ଖର୍ଚ୍ଚ ତୁଲେଇବା ପାଇଁ ସାନ ଭାଇକୁ ହୋମ ଟିଉସନ ବନ୍ଦ କରି ଗ୍ରୁପ ଟିଉସନ ଯିବାକୁ ହେଲା । ନୁଆଁ ଘର କାମ ଅଧା ରହିଗଲା, ଡାଡି ନୁଆଁ ବାଇକ୍ କିଣିଲେନି ,୨୦ବର୍ଷ ପୁରୁଣା ସ୍କୁଟର ନେଇ ଏବେବି ଅଫିସ ଯାଉଛନ୍ତି,ମମି ହୁଏତ ଦାମୀ ଶାଢ଼ୀ ପିନ୍ଧିବା ଛାଡ଼ିଦେଲେ କାରଣ ଝିଅ ଇଂଜିନିଅର ହେବ।

  ମୋ ପାଈଁ ଇଂଜିନିୟରିଂ କଷ୍ଟ ହେଲା। ମୁଁ ଜିଦ୍ ରେ ବାଛିଥିବା ପାଠ ମୋତେ ଡିପ୍ରେସନ କୁ ନେଇଗଲା। ପ୍ରତି ପରୀକ୍ଷା ଶେଷରେ ବେକ୍,ବେକ୍ ଶୁଣି ଶୁଣି ଅତିଷ୍ଠ ହୋଇପଡିଥିଲି। ଅନେକ ଅର୍ଥ ଶ୍ରାଦ୍ଧ କରିସାରିଥିଲେ ମମି ଡାଡି।

 ଆଜି ହୁଏତ ଚତୁର୍ଥ ବର୍ଷ ର ଶେଷ ସେମିଷ୍ଟାର । କିଛି ସାଙ୍ଗ କ୍ୟାମ୍ପସ ପାଇ ସାରିଥିଲେ। ମୋତେ ଭାରି ଅଧୈର୍ଯ୍ୟ ଲାଗୁଥିଲା। ନିଦ ବି ହେଉନଥିଲା,ମୁଁ ପ୍ରେସର ରୁ ବାହାରିବାକୁ ଚାଁହୁଥିଲି,ଆଉ ବିକଳ୍ପ ବି। ମୋ ରୁମମେଟ ଠୁ ଲାଇଟର ଆଣି ସିଗାରେଟ ଟି ଜଳେଇବା ମାତ୍ରେ ସାମ୍ନା କୁ ଚାଲିଆସିଲେ ମମି ଡାଡି। ମୋତେ ଶୋଇ ଯିବାକୁ ଇଛା ହେଉଥିଲା କିନ୍ତୁ କେମିତି। ଭାରି ବିଚଳିତ ଲାଗୁଥିଲା ମୋତେ। ସେଇ ମାନସିକ ସ୍ତରରେ ବିଚଳିତ ଅବସ୍ଥାରେ ମୁଁ ପୁଣି ଭୁଲ କଲି।

 ଯେଉଁ ହାତକୁ ମୁଁ ଆପଏଂଟମେଂଟ ଲେଟର ଦେଇ କହିଥାନ୍ତି,

-ମମି ,ଡାଡି I miss you,


ଆଜି ମୋ ମମି ଡାଡି ହାତରେ ମୋ ସୁଇସାଇଡ଼ ନୋଟ ଥିଲା,

ଯେଉଁଠି ଲେଖାଥିଲା

-ମମି ଡାଡି sorry I miss you,ମୁଁ ତୁମ ପାଇଁ କିଛି କରିପାରିଲିନି।


ମମି ମୁଣ୍ଡ ପିଟି କାନ୍ଦୁଥିଲା,ଡାଡି କିନ୍ତୁ ସ୍ଥାଣୁ ପାଲଟି ଯାଇଥିଲେ। କିଛି ନିଉଜ୍ ଚ୍ୟାନେଲ ମୋ ସୁଇସାଇଡ଼ ପଛରେ ପ୍ରେମସମ୍ପର୍କରେ କହୁଥିଲେ ତ ଆଉ କିଛି ଡିପ୍ରେସନ। ଆଉ କିଛି ଦାୟୀ କରୁଥିଲେ,ପିତା ମାତା ଙ୍କ ଠାରୁ ଦୂରତ୍ୱ ହିଁ ବଢ଼ାଉଛି ଏହିଭଳି ଆତ୍ମହତ୍ୟା।


   ମୁଁ ଚାହିଁଲେ ବି ଫେରିପାରୁନଥିଲି ମୋ ଶରୀର କୁ। କ୍ଷଣିକ ଚାପ ରେ କରିଥିବା ଭୁଲ ସୁଧାରିବାର ସୁଯୋଗ ନଥିଲା। ଚିତ୍କାର କରି କହୁଥିଲି,

-ମମି ଡାଡି I love you ,ମୁଁ ତୁମ ପାଖକୁ ପୁଣି ଯିବାକୁ ଚାହେଁ। I miss you। କିନ୍ତୁ କାହାକୁ କିଛି ଶୁଭୁନଥିଲା । ଶୁଭୁଥିଲା ତ ବାସ୍ ମମି ର ବୁକୁ ଫଟା କାନ୍ଦ ଆଉ ଡାଡି ଙ୍କ ହୃଦୟରୁ ଲହୂ ଝରା କୋହ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy