STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଭୁଲ କେଉଁଠି

ଭୁଲ କେଉଁଠି

1 min
455

ରୀତା ନାନୀ ର ଏକା ଜିଦ ସେ ଅଲଟ୍ରାସାଉଣ୍ଡ କରି ତା ପେଟରେ ପୁଅ ଅଛି ନା ଝିଅ ଜାଣିବ, ଆଜିକାଲି ସେଇଟା କରିବା ଦୋଷାବହ ବୋଲି ବୁଝେଇବୁଝେଇ ଥକିଲେଣି ବାପା , ମାଆ, ସ୍ୱାମୀ ଓ ଗୁରୁଗୁରୁଜନ, ହେଲେ ତାର ସେଇ ଗୋଟିଏ ଉତ୍ତର ଝିଅ ହେଲେ ସେ ଜନ୍ମ ଦବନି, ଝିଅକୁ ପାଠଶାଠ ପଢ଼େଇ ଶିଖେଇ ମଣିଷ କଲେ ଵି ନିସ୍ତାର ନାହିଁ, ଏ ସମାଜର କାମୁକ ଲୋଲୁପ ଦୃଷ୍ଟିରୁ, ସେ ଦେଖୀସହି ପାରିବ ନାହିଁ ଟା ଝିଅର ଦୁଃଖ ଦୁର୍ଦଶା ଗୀତା ସବୁ ଦେଖିଶୁଣି ମନେମନେ କେତେ କଣ ଭାବୁଥିଲା ଆଉ ବିଭିର୍ଣ୍ଣ ଭିଡ଼ିଓ ସବୁ ଦେଖୁଥିଲା, ତ ହଠାତ ଦଉଡି ଆସି ବଡ଼ଭଉଣୀ କୁ କାନ୍ଦି କାନ୍ଦି କହୁଥିଲା ଝିଅ ହେଲେ ତାକୁ ଆମେ ପିଲାଦିନୁ କିଛି ସାଜସଜ୍ଜା କରିବାନି କି ବଡହେଲେ ଵି ନୁହେଁ, ଏଇ ଦେଖୁନୁ ମୁଁ ମୋ ପାଉଡର,କ୍ରିମ, ଲିପିସ୍ଟିକ ସବୁ ଫୋପାଡ଼ିଦେଇଛି, ଦେଖ ଏ ଭିଡ଼ିଓ ରେ କେମିତି ମୁଁହରେ କଳା ବୋଲି ହେବା ପରେ ଦୁର୍ବୁତ୍ତ ମାନେ ଏ ଝିଅକୁ ଛାଡିଦେଉଛନ୍ତି, ରିତା ନାନୀ ଵି ବଡ଼ପାଟିରେ କହୁଥିଲା ହଁ ହଁ ଆଉ ଆଗକାଳ ପରି ସ୍କୁଲରୁ ଶାଢ଼ୀ ପିନ୍ଧିବା ଵି ବାଧ୍ୟତା ମୂଳକ ହେବା ଦରକାର ନା ବୋଉ, ମାଆ ଚାହିଁଥିଲେ ଦୁଇଝିଅଙ୍କୁ, ତୁଣ୍ଡରେ କଥା ନଥିଲା.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy