କାଦମ୍ବରୀ ମହାଖୁଡ଼

Fantasy Inspirational Children

3.9  

କାଦମ୍ବରୀ ମହାଖୁଡ଼

Fantasy Inspirational Children

ଭ୍ରମଣରେ ଥାଇଲ୍ୟାଣ୍ଡ"(କାଦମ୍ବରୀ)

ଭ୍ରମଣରେ ଥାଇଲ୍ୟାଣ୍ଡ"(କାଦମ୍ବରୀ)

7 mins
287



ସକାଳ ଭୋର ପ୍ରାୟ ୫ଟା ହୋଇଥାଏ , ଅଚାନକ ନିଦରୁ ଉଠି ବସିପଡିଲା SH ( ପ୍ରିୟ ବାନ୍ଧବୀ ସୁଇଟି ମିକି କୁ ସ୍ନେହ ରେ SH ବୋଲି ସମ୍ୱର୍ଦ୍ଧନା କରେ SH ମାନେ ସୁଇଟ ହାର୍ଟ ଏ କାହାଣୀ ଟି ଦୁଇ ସାଙ୍ଗଙ୍କର ମିକି ଓ ସୁଇଟି, ଦୁହେଁ ଦୁହିଁଙ୍କ ଠାରୁ ଭିର୍ଣ୍ଣ ଥିଲେ ମଧ୍ୟ ଏ ବୟସରେ ସମୟ ଓ ପରିସ୍ଥିତି କୁ ବେଶ ବୁଝି ପାରୁଥିଲେ)


ଭୋର ଟାରୁ ଅଚାନକ ଉଠି ମିକି ସାଙ୍ଗେସାଙ୍ଗେ ମୋବାଇଲି ଟିକୁ ହାତରେ ଧରି ମେସେଜ ଆଡେଇ ପକେଇଲା କାଳେ ସୁଇଟି କିଛି ମେସେଜ ମୋବାଇଲି କୁ କରିଥି,


ମିକି ର ସ୍ଵପ୍ଣ ଟିବି କିଛି ଏପରି ଥିଲା ସୁଇଟି କୁ ନେଇ, କିଛି ବୁଝି ପାରୁ ନଥାଏ, ମିକି ଅଚାନକ ନିଦରୁ ଉଠି କୁଆଡେ ଥିଲି ମୁ ? କୁଆଡେ ଯାଇଥିଲି ? ଏ କଣ ସ୍ଵପ୍ଣ ଥିଲା ? କେତେ କଣ ଭାବିନେଲା |


ହେଲେ ମିକି ର କଥା ଏତିକିରେ ସରିଲାନୀ ପୁଣି କିଛି ଦିନ ପରେ ସେଇ ଏକା ପ୍ରକାର ସ୍ଵପ୍ଣ ଆଉ ସ୍ଵପ୍ଣରେ ସେ ଆଉ ସୁଇଟି , ବହୁତ ସୁନ୍ଦର ଜାଗା ସବୁଆଡେ ମନ ଛୁଇଁଲା ପରି ଧଳା ରଙ୍ଗ ଆଉ କେହି ଜଣେ ଧ୍ୟାନ ରେ ବସିଛନ୍ତି......


ମିକି କାଳେ ସ୍ୱପ୍ନ ଟି ଭୁଲିଯି ସକାଳୁ ଉଠି ସାଙ୍ଗେସାଙ୍ଗେ ସୁଇଟି କୁ ଫୋନ କରିଲା , ଆଉ କହିଲା


ମିକି- ଜାଣିଛୁ ଆଜି ଗୋଟେ ଅଜବ ସ୍ଵପ୍ଣ ଦେଖିଲି କିଛି ବୁଝି ପାରିଲିନି,


ସୁଇଟି ସବୁ ଶୁଣୁଥାଏ ଆଉ ପଚାରିଲା - କଣ ଦେଖିଲ ?


ମିକି ଉତ୍ତର ଦେଲା             " ଭ୍ରମଣରେ ଥାଇଲ୍ୟାଣ୍ଡ "...


 


(ଏଇଠାରୁ ମିକି ଓ ସୁଇଟି ର ଭ୍ରମଣରେ ଥାଇଲ୍ୟାଣ୍ଡ ଗପ ଟି ଆରମ୍ଭ ହେଲା )


 


ସୁଇଟି - ଥାଇଲ୍ୟାଣ୍ଡ.....?


ମିକି - ହଁ ' ତୁ ମୋତେ ସେଠାକୁ ବୁଲେଇବାକୁ ନେଇଛୁ ଆମେ ବୁଲିବାକୁ ଯାଇଛେ !


ଏତେ ଭିଡ ଭରା ଟେନସନ ଦୁନିଆରେ ଟିକେ ଶାନ୍ତି ପାଇଁ ବସିବାକୁ ତୁ ମୋତେ ଥାଇଲ୍ୟାଣ୍ଡ ନେଇ ଯାଇଛୁ ଟିକେ ବସିବା , ଆଉ କିଛି ମନର କଥା ତୋ ସାଥେ ସେୟାର କରିବି ବୋଲି ନେଇ ଯାଇଛୁ ,


ସୁଇଟି- ହେଲେ ଥାଇଲ୍ୟାଣ୍ଡ !....... ସେ ପୁଣି ବସି ଗପିବାକୁ ?


........... ହୋଉ ଭଗବାନ ଚାହିଁଲେ ନିଶ୍ଚିନ୍ତ ଯିବା


ମିକି (SH ) - ହଁ ଲକ ଡାଉନ ଦିନଠୁ ଟିକେ ବସିକି କଥାବାର୍ତ୍ତା ବି ହେଇ ପାରୁନେ, କି କରୋନା ଆସିଲାଯେ ଟିକେ ଶାନ୍ତିରେ ବୁଲି ହେଉନି , କି ନିଶ୍ୱାସ ମାରି ହେଉନି , ବୋଧ ହୁଏ ସେଥି ପାଇଁ ଦେଖି ଥିବି |


ସୁଇଟି- ଆଉ କଣ ଦେଖିଲ SH ?


ମିକି - ପୁରା ଧଳା ରଙ୍ଗରେ ବୁଦ୍ଧ ମୂର୍ତ୍ତି ସବୁଆଡେ ଧଳା ଯେମିତି ଏକ ଅଲଗା ଦୁନିଆ, ଆଉ କିଛି ଜାଗା ଥିଲା ଧଉଳି ର କିଛି କିଛି ଜାଗା ଆଉ ଖଣ୍ଡଗିରି ପରି ଲାଗୁ ଥିଲା, ଟିକେ ଟିକେ ଧଳା ର ଗୂମ୍ପା ସେଠି ବି ଜଣେ ଧ୍ୟାନରେ ବସିଛନ୍ତି |


ସୁଇଟି - ହେ ପ୍ରଭୁ ଏ କି ସପନ !  ଥାଇଲ୍ୟାଣ୍ଡ ରୁ ଯାଇ ଧଉଳି, ପୁଣି ଆସି ଖଣ୍ଡଗିରି !


ମିକି - ହଁ ପରା ବୁଝି ହେଉନି ଏ କି ସ୍ୱପ୍ନ !   


କି ଜାଗା ! ବୁଦ୍ଧ ଙ୍କ ମୂର୍ତ୍ତି ! କେତେ ସୁନ୍ଦର ଜାଗା ଆଉ ତୁ ଆଉ ମୁ ବୁଲୁଛେ ,


 ମୁ ଗୋଟେ ରାସ୍ତାରେ ଗଲା ବେଳକୁ ତୁ ଆଉ ଗୋଟେ ରାସ୍ତା ରେ ନେଇ ଯାଉଛୁ,  ଆଉ ଧଳା ରଙ୍ଗ ର ବୁଦ୍ଧ ବି ଥିଲେ ଆଉ ବହୁତ ବଡ ମୂର୍ତ୍ତି , ଆମେ ମାନେ ତା ତଳେ ବହୁତ ଛୋଟ ଛୋଟ ଲାଗୁଛେ ପାଖରେ , ଟିକେ ଦୂରରେ ଗୋଟେ ଘରଟି ଥିଲା | ଘରଟି ବେଶ ସୁନ୍ଦର ଦିଶୁଥିଲା | ଆମର ଏଠି ନାଲି ରଙ୍ଗର ଟାଇଲି ଛପର ଘର ପରି ଦିଶୁଥିଲା | ନାଲି ରଙ୍ଗର ଛପର ଗୁଡା |


 ମୁଁ ତ ପୁରା ଖୁସି ହେଇ ଯାଉଥିଲି ଆଉ ତୁ ସଦାବେଳେ ପରି ଚୁପ ଚାପ , ଆଉ ମୋ ଖୁସି କୁ ଅନୁଭବ କରୁଥିଲୁ |


ମୁ ଭଲ ଦେଖା ଯାଉ ଥିଲି ସେ ହ୍ୱାଇଟ ଡ୍ରେସ ରେ , 


 dont worry ସ୍ୱପ୍ନ ରେ ତୁ ବି ଭଲ ଦେଖା ଯାଉଥିଲୁ , ବାସ ମୁ କିନ୍ତୁ ସେଇ ଧଳା ଡ୍ରେସ ରେ ଯୋଉଟା ମୋ ଜନ୍ମ ଦିନରେ ଶର୍ମିଷ୍ଠା ଦେଇଥିଲା ସେଇଟା ପିନ୍ଧି ଥିଲି, ତୋ ପସନ୍ଦର ଧଳା ରଙ୍ଗ ଡ୍ରେସ ଟା ବେଶ ଭଲ ଦେଖା ଯାଉଥିଲି |


ହେଲୋ ........ ଆରେ ଚୁପ ହେଇଗଲୁ ଯେ ? ସେତ ବେଳୁ ମୁ କହୁଛି ତୁ କିଛି କହୁନୁ !


ବାଏ,   ମୁ ରଖୁଛି ତୋର ବୋଧେ ମୁଡ଼ ନାହିଁ କଥା ହେବାକୁ |


ସୁଇଟି - ଆରେ ଶୁଣୁଛି ତ ସବୁ ଶୁଣୁଛି , ସେଇ ଧଳା ଡ୍ରେସ ତ ପିନ୍ଧି ଭଲ ଦେଖା ଯାଉ ଥିଲ


ମିକି- ଆରେ ତୁ ବି ଭଲ ଦେଖା ଯାଉ ଥିଲୁ ମ,  ମୁ ଟିକେ ଚିଡଉଥିଲି |    ତୋ ଡ୍ରେସ ଟାରେ ବି ତୁ ବହୁତ ସୁନ୍ଦର ଦେଖା ଯାଉଥିଲୁ |


ସୁଇଟି-  ହଁ


ମିକି-    ହଉ ବାଏ,      ଆଜି ଅଫିସ ଛୁଟି, ବହୁତ କାମ ମୁ ପରେ ତୋ ସାଥେ କଥା ହେଉଛି ବାଏ...... |


 


ସନ୍ଧ୍ୟା ପ୍ରାୟ ୭ଟା ମିକି ପୁଣି ଫୋନ କଲା ସୁଇଟି କୁ |


 ଆରେ ମୁ ଭୁଲି ଯାଇଥିଲି ସବୁ କଥା କହି ପାରିନି , ମୁ କାଳେ ଭୁଲି ଯିବି ମୁ ଏବେ ପୁଣି ସେଥିଲାଗି ତତେ ଫୋନ ଲଗେଇଦେଲି |


ସୁଇଟି- ପୁଣି କଣ ଭୁଲିଗଲ SH ? ତୁମର ସ୍ଵପ୍ଣ ବି ଅଜବ ଥାଇଲ୍ୟାଣ୍ଡ ରୁ ଧଉଳି ପୁଣି ଖଣ୍ଡଗିରି .....


ମିକି-  ଥାଉ ତାହାଲେ ଶୁଣିବା ଦରକାର ନାହିଁ ,   ବାଏ ମୁ ରଖୁଛି |


ସୁଇଟି- ଆରେ ହଉ ହଉ କୁହ ମୁ ମଜାକ କରୁଥିଲି ଆଉ କଣ ବାକି ରହିଯାଇଛି କୁହ |


ମିକି- (ମିକି ସୁଇଟିକୁ ଛୁଆଙ୍କ ଭଳି ପ୍ରଶ୍ନ ପଚାରିଲା), ଆଛା ମୋତେ କହିଲୁ ସେଠିକାର ପିଲା ମାନେ ଚାଇନା ଲୋକ ଭଳି କାହିଁକି ଦେଖା ଯାଉଛନ୍ତି |


ସୁଇଟି- (ଟିକେ ହସି କହିଲା) ମୁ ଜାଣିନି !


ମିକି-   ସେମାନେ ତ ନେପାଳୀ କି ଆସାମୀ ଲୋକ ଭଳି ନୁହନ୍ତି | ମୋତେ କାହିଁକି ଏଭଳି ଦେଖା ଯାଉଛନ୍ତି ସପନରେ !


ବାସ ଏମିତି କିଛି କଥା ହେଇ ଦୁହେଁ ପୁଣି phone ରଖିଦେଲେ |


 ଆଉ ରାତିରେ ସୁଇଟି ମେସେଜ କଲା ମିକି କୁ,,,,,,,,,        ଭଲ ବୁଦ୍ଧ ମନ୍ଦିର ଅଛି, ମୁ ୟୁଟ୍ୟୁବ ରେ ଦେଖିଲି ବହୁତ ସୁନ୍ଦର ହେଇଛି ବୁଦ୍ଧ ମନ୍ଦିର ଟି , ଆଉ ଏହା WAT PHRA KAEW 7 no world biggest ବୁଦ୍ଧ ମନ୍ଦିର, ଆଉ WAT RANG KHEN 8 no Biggest ବୁଦ୍ଧ ମନ୍ଦିର |


ଦେଖିବା ଭଗବାନ ଙ୍କ ଆଶ୍ରିବାଦ ହେଲେ ସୁନିଶ୍ଚିତ ଯିବା |


ସେତିକି କଥା ମେସେଜ କରି ସୁଇଟି ଶୋଇପଡିଲା |


ତାପର ଦିନ ମିକି ତର ତର ରେ ଅଫିସ ଆସି ଲାପଟପ ଟିକୁ on କରି google earth ରେ ଥାଇଲ୍ୟାଣ୍ଡ search ମାରିଲା , ଆଉ ଦେଖିଲା ସ୍ଵପ୍ଣର ସେଇ ବୁଦ୍ଧଙ୍କ ସହର ପ୍ରାୟ ପାଖା ପାଖି ଏକା ଥିଲା , ଆଉ କିଛି ଫୋଟୋ ଲାପଟପ ରୁ ମୋବାଇଲି ରେ click କରିନେଲା ସୁଇଟି କୁ ଦେଖାଇବାକୁ ଆଉ google earth ରେ ଥାଇଲ୍ୟାଣ୍ଡ ର ସେ ବୁଦ୍ଧ ମନ୍ଦିର ରେ ଚାରିପାଖ ଟିକେ ବୁଲି ଆସିଲା,


ମିକିର ଖୁସି କହିଲେ ନସରେ  ,  ସେଇ ଏକା ବୁଦ୍ଧଙ୍କ  ମନ୍ଦିର ସେଇ ଏକା ଘର , ଯୋଉ ଘର ସେ ସ୍ୱପ୍ନରେ ଦେଖିଥିଲା | ଆଉ ରାସ୍ତା ବି ପୁରା ସଫା ଆଉ କାନ୍ଥ ଗୁଡିକ ପୁରା ଧଳା |


 


ଏହି ସବୁ ଭିତରେ ମିକି ଆଉ ସୁଇଟି ର ଦେଖା ହୋଇ ପାରି ନଥାଏ |


ଦୁହେଁ ଦୁହିଁଙ୍କ ସହିତ ଫୋନ ରେ ଗୋଟିଏ topic ର କଥା "ଭ୍ରମଣରେ ଥାଇଲ୍ୟାଣ୍ଡ" !


ସେଇ ନୀଳ ସମୁଦ୍ର, ଖୋଲା ଆକାଶ, ଶାନ୍ତ ପରିବେଶ, ଜେମେତି ଏକ ପରି ରାଇଜର ଜାଗା, ଅତୀତ କୁ ଭୁଲିଲା ପରି |


 ମିକି ଆଉ ସୁଇଟି ର ପ୍ରିୟ ଥିଲେ ବୁଦ୍ଧ ଦେବ , ହୁଏତ ସେଥିଲାଗି ପରସ୍ପର ଙ୍କ ଜୀବନରେ ଏହି ବୁଦ୍ଧ ମନ୍ଦିରର ସ୍ୱପ୍ନ ଆସିଥିଲା,


 ହେଲେ କାହାଣୀ ଟି ଏତିକିରେ ଶେଷ ହୋଇନଥିଲା |


ସ୍ୱପ୍ନ ଟି ଦିନକୁ ଦିନ ଦୁହିଁଙ୍କର ମନରେ ବିଭ୍ରାନ୍ତ ସୃଷ୍ଟି କରୁଥିଲା |


 ସୁଇଟି ର ଶାନ୍ତ ପରିବେଶ, ଧ୍ୟାନ, ପ୍ରାଣାୟାମ ଏ ସବୁରେ ବିଶ୍ୱାସ କରେ ଆଉ ମିକି ଏସବୁରେ ବିଶ୍ୱାସ କଲେ ବି ନିଜ ଉପରେ ପ୍ରୟୋଗ କରେ ନାହିଁ |   ଆଉ ଦୁହିଁଙ୍କର ଇଛା ଥିଲା ବୁଲିଯିବାକୁ ଥାଇଲ୍ୟାଣ୍ଡ |


ହେଲେ ଦୁହିଁଙ୍କର ତଥାବି କାହାଣୀ ସରିନଥିଲା |


ଦୁହେଁ ଅଲଗା ଅଲଗା ଜାଗାରେ ଚାକିରୀ କରୁଥିଲେ ମଧ୍ୟ ଦରମା ପାଖାପାଖି ଏକା ଥିଲା , ସ୍ୱପ୍ନ ଠାରୁ ଦରମା ବହୁତ କମ ଥିଲା |


ମିକି ସବୁ ବେଳେ ଥାଇଲ୍ୟାଣ୍ଡ ବୁଲି ଯିବାକୁ ସ୍ୱପ୍ନରେ ମନେ ମନେ ବହୁତ ଖୁସି ହେଉଥିଲା , ହେଲେ ସୁଇଟି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଏକା ଏକା ଚେଷ୍ଟା କରୁଥିଲା |


ଏମିତି କିଛି ଦିନ ବିତିଗଲା ହେଲେ ସୁଇଟି ଭୁଲି ନଥାଏ ତାର ପ୍ରୟାସକୁ , ଆଉ ମିକି ସେଇ ପୁରୁଣା କୁ ଭାବି ମନେ ମନେ ଖୁସି ହେଉ ଥିଲା ,


 କିଛିଦିନ ପରେ ମିକି ପାଖକୁ ଏକ ମେସେଜ ଆସିଲା ସୁଇଟିର, ଲେଖାଥିଲା - ମୁ ହିସାବ କରିଛି ୫୦ ରୁ ୮୦ ହଜାର ଟଙ୍କା ଖର୍ଚ ହେବ ଆମର ,


ଆଉ ମିକି ମେସେଜ ଟିକୁ ଦେଖି ମନରେ ଛୋଟିଆ ହସ ଆଣି ମନେ ମନେ କହିଲା ଏଇଟା ସ୍ୱପ୍ନ ବାସ୍ତବ ନୁହଁ, ଏତିକି ଭାବି ଫୋନ ଟିକୁ ରଖିଦେଲା, ହେଲେ ସୁଇଟି ପ୍ରତିମେସେଜ ର ଅପେକ୍ଷାରେ ଚାହିଁ ବସି ଥାଏ , ମିକିର ମେସେଜ ଆଉ ଆସିଲା ନାହିଁ , ହେଲେବି ଏଥିରେ ସୁଇଟି ହାରିନଥିଲା ମନରେ ଏକ ଦୃଢ ବିଶ୍ୱାସ ଆଣି ଭାବିନେଲା ମିକି ର ଏହି ସ୍ଵପ୍ଣ ଭ୍ରମଣରେ ଥାଇଲ୍ୟାଣ୍ଡ ଦିନେ ନିଶ୍ଚିନ୍ତ ପୁରା ହେବ, ଆଉ ଆମେ ଥାଇଲ୍ୟାଣ୍ଡ ବୁଲି ଯିବୁ,


 ହେଲେ ଆଜିର ସମାଜ ରେ ସାମୁହିକ ପରିବାରରେ ଝିଅ ମାନେ ପଦାକୁ  ବୁଲି ବାହାରିବା ବଡ କଷ୍ଟ ଥିଲା , ସେଥିରେ ବି ସୁଇଟି ମିକି ର ସ୍ୱପ୍ନକୁ ନଭୁଲି ଘର ଲୋକଙ୍କ ବାଧା ସତ୍ୱେବି ତା ବାନ୍ଧବୀ ମିକିର ବିନା ସାହାଯ୍ୟରେ ବି ପଇସା ଯୋଗାଡ଼ କଲା .


କିଛିଦିନ ପରେ .........


ମିକି ଫୋନର ଘଣ୍ଟି ବହୁତ ସମୟ ଧରି ବାଜୁ ଥାଏ , ମିକି ଆସି ଦେଖେତ ଫୋନ ରେ ୫ ଟି ମିସକଲ ଆଉ ସବୁ ମିସକଲ ସୁଇଟିର .


ମିକି - ଆରେ ' ଏତେ ଗୁଡ଼ାଏ ମିସକଲ ସେ ପୁଣି ସୁଇଟ ର ? (ଘରେ ବ୍ୟସ୍ତ ହୋଇ ମିକି କହୁଥାଏ ଘରେ ଫୋନ ଟା ବାଜୁ ଚି କେହି ଟିକେ ଡାକି ଦେଲନି,) ହୁଏତ କିଛି ଅରଜେଣ୍ଟ ଥାଇ ପରେ ......


ଏହା କହି ମିକି ସୁଇଟିକୁ ଫୋନ ଲଗାଇଲା


ସୁଇଟି : ହେଲୋ ସୁଇଟ ହାର୍ଟ


ମିକି :     ଆରେ କହ ମୁ ସେପଟେ ଥିଲି ଫୋନ ସୁଵିନି


ସୁଇଟି :   ଗୋଟେ କଥା କହିବାର ଥିଲା


ମିକି :     କଣ ?


ସୁଇଟି :  ବୁଲିଯିବା


ମିକି :    ବୁଲିଯିବା !     କୁଆଡେ ?


ତୁ ପାଗେଳୀ ହେଇ ଗଲୁଣି କି ସକାଳୁ ବାଉଳି ହେଉ ଛୁ. .... ଯା ଆଉ ଟିକେ ସୋଇ ପଡ଼. ମୋର ବହୁତ କାମ, ରଖୁଛି ବାଏ ,


ଏମିତି କହି ମିକି ସୁଇଟ ର ଫୋନ ଟି ଥଟାରେ କାଟି ଦେଲା ,


ଆଉ ସୁଇଟି ଛୋଟ ମେସେଜ ଟିଏ କରିଛି , SH ଫ୍ରି ହେଲେ ଫୋନ କରିବ ଗୋଟେ ଭଲ କଥା ଟିଏ କହିବି ,


ହେଲେ ମିକି କିଛି ମେସେଜ ର ଉତ୍ତର ଦେଇ ନଥାଏ |


ରାତି ପାହିଲେ ମିକିର ଜନ୍ମଦିନ ଥାଏ ,ରାତି ୧୨ଟା ରେ ସୁଇଟି ଫୋନ କଲା ମିକିକୁ , ଆଉ ଜନ୍ମଦିନର ଢେରସାରା ଅଭିନନ୍ଦନ ଜଣାଇଲା , ମିକିକୁ କହିଲା , ଗୋଟେ ସରପ୍ରାଇଜ ଅଛି ତୁମ ପାଇଁ ,


ମିକି :   କଣ ସରପ୍ରାଇଜ !  ଏତେ ରାତିରେ ବଏ ଫ୍ରେଣ୍ଡ ପରି କଣ ସରପ୍ରାଇଜ ଦେବୁ କହୁଛୁ ?


ସୁଇଟି : ବଏ ଫ୍ରେଣ୍ଡ ନୁହେ ଭଲ ବାନ୍ଧବୀ ହେବ ପାଇଁ ଚେଷ୍ଟା କରୁଛି .


ମିକି :   ହୋଉ ହୋଉ କହ କଣ ?


ସୁଇଟି : କଣ କହିବି .....  " ଭ୍ରମଣ ରେ ଥାଇଲ୍ୟାଣ୍ଡ "


ମିକି :    ମାନେ ?


ସୁଇଟି :  ଆରେ କେବେ ଯିବା କୁହ ?


ମିକି : (ଆଶ୍ଚର୍ଯ୍ୟ ହୋଇ ) ଆରେ କୁଆଡେ ?


ସୁଇଟି : ବୁଝି ପାରିଲନି କି ? ଥାଇଲ୍ୟାଣ୍ଡ ବୁଲିଯିବା ପା କହୁଥିଲ, ତୁମର ମନେ ଅଛି ସୁଇଟ ହାର୍ଟ , ତୁମେ ଦିନେ ଥାଇଲ୍ୟାଣ୍ଡ ବୁଲିଯିବା କଥା କହୁଥିଲ ଆଉ ସ୍ୱପ୍ନରେ ମୁ ତୁମକୁ ଥାଇଲ୍ୟାଣ ବୁଲେଇ ନେଇଥିଲି କିନ୍ତୁ ଆଜି ଏଇଟା ସ୍ୱପ୍ନ ନୁହେ ତୁମ ଜନ୍ମ ଦିନରେ ଏଇଟା ତୁମ ପାଇଁ ଏକ ଉପହାର , ବେଶୀ ନହେଲେ ବି ୫୫ହଜାର ଟଙ୍କା ଏକାଠି କରି ପାରିଛି , ମୁ ଭାବୁଚି ଏତିକିରେ ବୁଲି ଆସି ପାରିବା ଆଉ ତୁମ ସ୍ୱପ୍ନ ବି ପୁରା ହୋଇ ପାରିବ ,


ମିକି - ଆରେ କଣ କହୁଚୁ ତୁ ?


ସୁଇଟି : ଯଦି ଏତିକି କରି ପାରିଲି ତୁମର ଭଲ ବାନ୍ଧବୀ ବୋଲି ନିଜକୁ ଭାବି ପାରିବି ,


ଏତିକି ଶୁଣି ମିକି ଆଖିରେ ଲୁହରେ ଛଳ ଛଳ ..... ଆଉ ଧୀର ସ୍ୱରରେ କହିଲା - ସ୍ୱପ୍ନ ପୁରା କରିବା ଯେଉଁ ଦିନ ଚିନ୍ତାକଲୁ ସେଇଦିନ ଠାରୁ ଭଲ ବାନ୍ଧବୀର ପରିଚୟ ଦେଇ ସାରିଛୁ ଆଉ ଆଜି ମୋ ଜନ୍ମଦିନରେ ଏତେ ସୁନ୍ଦର ଉପହାର ଦେଇ ମୋତେ ସାରାଜୀବନ ତୋ ବନ୍ଧୁତ୍ୱ ଆଗରେ ୠଣୀ କରି ଦେଇଛୁ |


ଏତିକି କହି ଫୋନ ରଖିଲେ ତାପର ଦିନ ସକାଳୁ ସକାଳୁ ବାହାରି ରେ ଥାଇଲ୍ୟାଣ୍ଡ ଭ୍ରମଣରେ , ପରିବାର ର ବାଧା ଓ ସମାଜ ରେ ପଶୁ ପରି ଵ୍ୟଵହାର କରୁଥିବା ପୁଅ ମାନଙ୍କ ଡର ସେପୁଣି ବାହାର ଦେଶ ରେ , ଏସବୁକୁ ପଛରେ ପକାଇ ବୁଲି ବାହାରିଲେ ଦୁଇ ବାନ୍ଧବୀ ଥାଇଲ୍ୟାଣ୍ଡ , ଆଉ ସ୍ୱପ୍ନର ଭ୍ରମଣରେ ଯାହା ଦେଖି ଥିଲା ମିକି ଥାଇଲ୍ୟାଣ୍ଡ ପହଞ୍ଚି ତାକୁ ସବୁ ବାସ୍ତବ ପରି ଲାଗିଲା, ସେଇ ଧଳା ରଙ୍ଗର ବୁଦ୍ଧ ସେ ପୁଣି ସ୍ୱପ୍ନରେ ଦେଖି ଥିବା ଧ୍ୟାନରେ ବସି ଥିବା ମଣିଷଟି ବୁଦ୍ଧ ଦେବଙ୍କର ପ୍ରତି ମୂର୍ତ୍ତି , ସେଇ ଥାଇଲ୍ୟାଣ୍ଡ ର ଘରଗୁଡ଼ିକ |


ମିକି ସୁଇଟି ର ବନ୍ଧୁତ୍ୱ କୁ ବୁଝିପାରିଲା |


 ଆଉ ସୁଇଟି ର କାନ୍ଧରେ ମୁଣ୍ଡଦେଇ ଛାତିରେ ଛାତିଏ କୋହ ଭରା ଥରୁଆ ଓଠ ରେ କହିଲା - you are my best friend forever and forever ................


ଏତିକିରେ ଭ୍ରମଣରେ ଥାଇଲ୍ୟାଣ୍ଡ ଗପଟି ଶେଷ ହେଲା |


 


ମିକି ଓ ସୁଇଟି ଦୁନିଆକୁ ଶିକ୍ଷାଦେଲେ      || " ସବୁ ସମ୍ପର୍କଠୁ ବନ୍ଧୁତ୍ୱ ସର୍ବଶ୍ରେଷ୍ଠରେ " ||


ଓ   || " ଇଛା ଶକ୍ତି ଦୃଢ ମନବଳରେ ସ୍ୱପ୍ନ ବି ସତ ହୋଇପାରେ " ||



Rate this content
Log in

Similar oriya story from Fantasy