Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Kadambari Mohakhud

Inspirational


4.7  

Kadambari Mohakhud

Inspirational


ରାଧାର ଦୃଢ ବିଶ୍ୱାସ

ରାଧାର ଦୃଢ ବିଶ୍ୱାସ

5 mins 232 5 mins 232


ଦିନକର କଥାଟିଏ ରବିବାର ହୋଇଥାଏ ପ୍ରାୟ ଦିନ ୧୧ ଟାରୁ ୧୧.୩୦ ମଧ୍ୟରେ ଫୋନ କଲଟିଏ ଆସିଲା |

 କେହି ଜଣେ ଫୋନ ଉଠେଇ ପିଲା ଭଳି ସ୍ୱରରେ ଉତ୍ତର ଦେଲେ - ହେଲୋ....ହେଲୋ ଆଣ୍ଟି .... ମାମା ସେପଟକୁ ଯାଇଛି ..  ଆଣ୍ଟି ମାମା ନାହିଁ ..|

(ଫୋନ କଲଟି ମିତା କରିଥିଲା ସମିତାକୁ )

ପୁଣି କିଛି ସମୟ ପରେ ଆଉ ଗୋଟିଏ କଲ କଲା ମିତା ଓ ସେହିଭଳି କିଛି ଉତ୍ତର ପାଇଥିଲା ତାର ବାନ୍ଧବୀଙ୍କ ଠାରୁ -

 ମୁଁ ବ୍ୟସ୍ତରେ ଅଛି ତୋତେ ସନ୍ଧ୍ୟା ପରେ ଟିକେ କଲ କରୁଛି |

( ଏ ଥିଲେ କଲରେ ମିତାଙ୍କର ଆଉ ଜଣେ ବାନ୍ଧବୀ ରାଧା )

ଗୋଟିଏ ସହରର ଗୋଟିଏ ଶ୍ରେଣୀର ତିନି ବାନ୍ଧବୀ ମିତା ସମିତା ଓ ରାଧା | ମିତା ଓ ରାଧାର ବାପା ମଧ୍ୟ ଦୁଇ ବନ୍ଧୁ ଥିଲେ ଯିଏ କି ଏକ ଘରୋଇ କମ୍ପାନୀ ରେ ଚାକେରୀ କରୁଥିଲେ ଓ ସମିତାର ବାପା ଏକ ସରକାରୀ ଅଫିସରେ ପିଅନ ଭାବେ କାମ କରୁ ଥିଲେ | କିଛିଦିନ ପୂର୍ବେ ଅଜାକୁ ପ୍ରାୟ ୬ ବର୍ଷ ହେବ ମିତା , ସମିତା ଓ ରାଧାର ବିବାହ ହୋଇ ଯାଇଛି ହେଲେ ବନ୍ଧୁତ୍ୱର ସୀମା କିଛି ଏଭଳି ଅଟକି ଯାଇଛି ଯେବାରି ବନ୍ଧୁତ୍ୱ ଆଗରେ ପରିବାର ବଡ ହୋଇ ଯାଇଛି । ସୁଖ ଦୁଃଖ ଆଦାନ ପ୍ରଦାନ ମଧ୍ୟ ବନ୍ଦ ହୋଇ ଯାଇଛି । ଏହି ସବୁ ଭିତରେ କିଛି ଦିନ ବିତି ଗଲେ ମଧ୍ୟ କେହି ନିଜର ସମସ୍ୟା ତାଙ୍କ ବାନ୍ଧବୀଙ୍କ ମଧ୍ୟରେ ଆଲୋଚନା କରି ପାରୁନାହାନ୍ତି ହେଲେ ବି ମିତା ଚାହେଁ ତାର ବାନ୍ଧବୀ ସମିତା ଓ ରଧାକୁ ସମୟ ଦେଖି କିଛି କହିବାକୁ ଏବଂ ଏସବୁ ଭିତରେ ସେ ଫୋନ କରି ଥିଲା ସମିତା ଓ ରଧାକୁ ,ଦୁର୍ଭାଗ୍ୟବଶତଃ କେହି କାହା ସାଥେ କଥା ବାର୍ତା ହୋଇ ପାରିନଥିଲେ ଓ ରାଧା ସମୟ ଦେଇ ଥିଲା ସନ୍ଧ୍ୟାରେ କଥା ହେବାକୁ |

ପୁଣି ସନ୍ଧ୍ୟାରେ ମିତା କଲ କରିଥିଲା ରଧାକୁ ଓ କଂଫୋରେନ୍ସରେ ଆଣିଥିଲେ ସମିତାକୁ |

ମିତା - ଆସନ୍ତା ରବିବାର ବନ୍ଧୁ ମିଳନକୁ ସୁନିଶ୍ଚିତ ଅସୁଛ ତ ?

( କଂଫୋରେନ୍ସ ରେ ଥିଲେ ରାଧା ଓ ସମିତା )

ରାଧା - ଆରେ ସବୁ ସାଙ୍ଗ ବହୁତ ଦିନ ପରେ ଦେଖା ହେବା ଯିବିନି କେମିତି ! ନା କଣ କହୁଚୁ ସମିତା ?

ସମିତା - ନିଶ୍ଚିତ ଯିବିନା , ହେଲେ ମୋର ଟିକେ ଲେଟ ହୋଇ ପରେ ।

ମିତା - ଓହୋ ..... କଣ ତୋର ସେ ପୁରୁଣା ରୋଗ ଯାଇନି ! ବୁଲି ବାହାରିବାକୁ ଦୁଇଦିନ ଆଗରୁ କହିଲେ ବି ତୋର ସଜବାଜ ସରିନଥିବ ବୁଲି ଯିବା ପର୍ଯନ୍ତ ,

ରାଧା - ( ସମିତା କୁ ) ହୋଉ ତୁ ଯାହା କରୁଚୁ କର କିନ୍ତୁ ସେଦିନ ତୁ ନିଶ୍ଚିତ ଆସିବୁ ।

ରାଧା - ଆରେ ସେ ଆସିବନି କେମିତି ତାର ସେ ପୁରୁଣା ସାଙ୍ଗ ମାନଙ୍କ ସହ ଆଜି ବି କଣ୍ଟକଟ ଅଛି ।

ସମିତା - ( ଟିକେ ହସିକି ) ତୁ ବି ନା .... କେବେ ସୁଧୁରିବୁନି କହିବାରେ

ମିତା – (ଧୀର ସ୍ୱରରେ ) ହୋଉ ବାଏ ବାଏ .....  ରବିବାର ଦିନ ଦେଖା ହେବା , ମୁଁ ରଖୁଛି ମୋର ଶାଶୁ ସେପଟେ ଡାକିଲେଣି |

ରାଧା ଓ ସମିତା - ହୋଉ ବାଏ |

( ଆଉ ରବିବାର ଦିନ ତିନି ବାନ୍ଧବୀଙ୍କ ଦେଖା ହୋଉଛି । ପରସ୍ପରକୁ ଦେଖି ଖୁସିରେ କୁଣ୍ଢାଇ ପକାଇଲେ ଆଉ ସବୁ ଝିଅଙ୍କ ପରି ପୁରୁଣା ଦିନକୁ ମାନେ ପକାଇ ଗପର ପେଡି ଆରମ୍ଭ କରି ଦେଲେ ,)

ଆଉ ହସର ଥଟା ମଜା ଭିତରେ ରାଧା କହିଲା , ଆରେ ତୁମ ଦ୍ଵିଜଣଙ୍କ ଶାଶୁ ଘର ଖବର କଣ ତ ଟିକେ କୁହ ! ଗୋଟେ ସହରରେ ଥାଇ ବି ଟିକେ ଦେଖା ହେଇ ପାରୁନି କାହା ସାଥିରେ କି କଥା ହେବାକୁ ସମୟ ବି ଟିକେ ହେଉନି କାହାର ମୋତେ ତ ଲାଗୁଚି ତୁମେ ଦିଜଣ ପୁରା ଭୁଲି ଗଲାଣି ।

ଏ କି ବାହାଘର ଲୋ ମା ନ ହେବାଟା ଭଲ !

ରାଧା -ହୋଉ ଏବେ କହ ମିତା ତୋ ଶାଶୁ ଘର କେମିତି ଆଉ ତୁ କେମିତି ଅଛୁ ? ଆଉ ତୋ ବର ?

ମିତା - (ଟିକେ ମୁହଁ ଶୁଖାଇ ଦେଇ ) ପରିବାରର ଭରଣ ପୋଷଣ ଠିକ ସେ ହୋଇ ପାରୁନାହିଁ । ସ୍ୱାମୀଙ୍କ ଦରମା ଘର ଚଳାଇବା ପାଇଁ ଯଥେଷ୍ଟ ହେଉ ନାହିଁ ସେଥିପାଇଁ ମୁଁ ନିକଟସ୍ଥ ବଜ଼ାରରେ ଏକ ଦରଜି ଦୋକାନ ସାଥେ କଥା ହେଲି ଦୋକାନୀ ମୋ ଅବସ୍ଥା ସମ୍ବଧରେ ଅବଗତ ହେଲା ପରେ ମୋତେ ଏକ ସିଲାଇ ମେସିନ ଓ କପଡା ଦେଇଛନ୍ତି । ମୁଁ ଛୋଟ ପିଲାଙ୍କର ଫ୍ରକ ଆଉ ଡ୍ରେସ ତିଆରି କରି ଦୋକାନୀକୁ ଦଉଚି ଓ ସିଲେଇ ବାବଦରେ ମଜୁରୀ ପାଉଚି , ଏମିତି ଆଉ କଣ କହିବି ମାସକୁ ୧୦୦୦ ରୁ ୧୨୦୦ ତାଙ୍କ ଭଳି ରୋଜଗାର କରି ପରିବାର ଚଳେଇ ଦଉଚି ।

ରାଧା ଓ ସମିତା - ଓ ...... ( ମନ ଦୁଃଖରେ )

ରାଧା - ଆଉ ତୁ ସମିତା ?

ସମିତା- (ସମିତା ନିଜ ବିଷୟରେ କହିବାକୁ ଯାଇ କୁହେ ଯେ ) ମୁଁ ସମସ୍ତଙ୍କଠୁ ଅଧିକ ଦୁଃଖୀ ସାଙ୍ଗ !

 କାରଣ ମୋର ପୁଅ ଜନ୍ମ ହେବାର ଏକ ବର୍ଷ ପରେ ମୋର ସ୍ୱାମୀଙ୍କର ଅକାଳ ବିୟୋଗ ହେଉଛି | ମୁଁ ନିଜ ମନରେ ସାହସ ଆଣି ନିଜ ସଂସାରର ବୋଝ ନିଜେ ତୁଲାଉଛି | ଯେହେତୁ ମୋର ପାଠ ପଢା ନବମ ଶ୍ରେଣୀ ତେଣୁ ଚାକିରୀ ନପାଇ ପରିବାରର ଭରଣ ପୋଷଣ ପାଇଁ ବହୁତ ଅସୁବିଧା ହେଲି , ଗୋଟେ ସିଲାଇ ତାଲିମ ବି ନେଲି ଓ ସିଲାଇ ତାଲିମ ପରେ ମୁଁ ଗୋଟେ ସିଲେଇ ମେସିନ କିଣି ଘରେ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଆସୁଛି ଆଉ ମାସକୁ ୩୦୦୦ ରୁ ୪୦୦୦ ରୋଜଗାର ହେଇ ଯାଉଚି ଆଉ ଯେମିତି ସେମିତି ସଂସାର ଚଳାଇ ଦେଉଚି ଆଉ କଣ କରିବି ପୁରା ଏକା ହୋଇଯାଇଛି ।

ଛାଡ଼ ଆଉ କଣ କହ , ତୋ ବିଷୟରେ କଥା କିଛି କହ ରାଧା |

ରାଧା - ମୁଁ ତ ତୁମ ସମସ୍ତଙ୍କଠାରୁ ଦୁଃଖିନୀ ॥ କଷ୍ଟ କରି ମୁଁ ଚିତ୍ରକଳାରେ ଡିପ୍ଲୋମା ପାସ କରିଲି ଆଉ ସେଠି ଗୋଟେ ପିଲାକୁ ଭଲପାଇ ବସିଲି । ଆଉ କିଛି ଦିନ ପରେ ସେ ପିଲା ମୋତେ ବାହାଘର ପ୍ରତିଶୃତି ଦେଇ ମୋ ସହ ମିଳାମିଶା କଲା ବାହା ବି ହେଲା । ହେଲେ କିଛିଦିନ ପରେ ଅଲଗା ସମ୍ପର୍କ ରଖି ମୋତେ ଛାଡି ଚାଲିଗଲା ଆଉ ସେତବେଳେ ମୁଁ ମା ହେବାର ଥିଲି , ଆଉ ସେ ଗଲା ପରେ ମୋର ପୁଅଟିଏ ଜନ୍ମ ହେଲା । କିଛି ବର୍ଷ ଦୁଃଖରେ କାଳାତିପାତ କଲି ।

ଏହି ଘଡ଼ିସନ୍ଧି ଦୁଃଖ ସମୟରେ ନା ମୁଁ ପରିବାର ର ହେଇ ପାରିଲି ନା ଶାଶୁଘରର ହେଇ ପାରିଲି । ମୁଁ ମୋ ନିଜ ମନରେ ସାହସ ସଂଚୟକରି ମୋ ପିଲାର ମୁଁହକୁ ଦେଖି ନିଜେ କିଛି କରିବା ପାଇଁ ଦୃଢ ବିଶ୍ୱାସରେ ଘରୁ ପଦାକୁ ଗୋଡ କାଢ଼ିଲି ହେଲେ ତୁମ ଦୁଇଜଣଙ୍କ ପରି ଏତେ ସବୁ ପରେ ବି ମୁଁ ଭାଙ୍ଗି ପଡିନଥିଲି । ମୋର ଦୃଢ ବିଶ୍ୱାସ ଓ ମୋ ଛୋଟ ପିଲାର ଭବିଷ୍ୟତ ଭାବି ମନରେ ବିଶ୍ୱାସ ଆଣିଲି ଯେ ମୁ ଦୃଢତାର ସହିତ କିଛି କରି ପାରିବି । ଠିକ ସେହି ସମୟରେ ଜଣେ ଅବସରପ୍ରାପ୍ତ ଚାଚା ଙ୍କ ସହିତ ଦେଖା ହୋଇଥିଲା ଓ ଚାଚା ଜଣକ ମୋତେ ଗୋଟେ ତାଲିମ କେନ୍ଦ୍ରର ଠିକଣା ଦେଇ ଥିଲେ ସେଠି ପହଞ୍ଚି ଦେଖିଲି ମୋ ପାଇଁ ଯୋଉ ସୁଯୋଗ ଅଛି ତାକୁ ହାତ ଛାଡ ନ କରିବାକୁ । ଆଉ ଲୋକ ମାନଙ୍କର କାଟୁ କଥା ଓ ପରିବାରର ଅଭିମାନ ୟେ ସବୁକୁ ପଛରେ ପକାଇ ମୋ ପିଲାଟିର ମୁଁହକୁ ଅନାଇ ମୁ ଆଗକୁ ପାଦ ବଢ଼ାଇଲି |

ଏବଂ ସେହି କେନ୍ଦ୍ରରେ ଏକ ସିଲାଇ ତାଲିମ ନେଲି । ସିଲାଇ ତାଲିମ ସମାପ୍ତ ପରେ ପାଖ ବଜ଼ାରରେ ଗୋଟେ ଦୋକାନ ଘର ଭଡାରେ ନେଇ ସିଲାଇ ଦୋକାନଟିଏ ଆରମ୍ଭ କଲି । ମୋ ଚିତ୍ର କାଳରେ ଥିବା ଦକ୍ଷତାକୁ ଓ ତାଲିମ କେନ୍ଦ୍ରରେ ପାଇଥିବା ଉଦ୍ୟମିତା ଦକ୍ଷତାକୁ ସୁଉପଯୋଗ କରି ଗ୍ରାହକ ମାନଙ୍କ ମନ କିଣି ପାରିଲି ଏହା ପରେ ମୁଁ ଆହୁରି ଆଗକୁ ବଢିବାର ଦୃଢ ବିଶ୍ୱାସ ରଖି ବ୍ୟାଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କର ଆତ୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗୋଟେ ଋଣ ନେଇ ଆହୁରି ଅଧିକ ସିଲେଇ ମେସିନ କିଣିଲି । ମୋ ବ୍ୟବସାୟ ବେଶ କିଛି ଭଲରେ ଚାଲିଲା ଏବଂ ଆଉ ୫ ଜଣ ବେରୋଜଗାର ଝିଅଙ୍କୁ ଦୋକାନରେ ରଖି ସେମାନଙ୍କୁ ମଧ୍ୟ ରୋଜଗାର କରାଇଲି । ଆଉ ନିକଟସ୍ଥ ସହରରେ ଆୟୋଜିତ ହୋଉଥିବା ବିଭିର୍ଣ୍ଣ ମେଳା ଉତ୍ସବ ରେ ଭାଗ ନେଇ ମୋର ବ୍ୟବସାୟ ଆହୁରି ବଢ଼ାଇଲି । ବିଦେଶକୁ ରପ୍ତାନି କରାଇବା ପାଇଁ ସୁଯୋଗ ନେଲି ଆଉ ବିଭିର୍ଣ୍ଣ ହସ୍ତକଳା ପଦର୍ଶନୀରେ ଉଚ୍ଚମାନର ଶାଢ଼ୀ ଆଉ ଡ୍ରେସ ବିକ୍ରି କରି , ଏବେ ସେଥିରୁ ବହୁତ ଭଲରେ ଲାଭ କରି ପାରୁଚି । ବର୍ତମାନ ମୁଁ ବର୍ଷକୁ ୫୦ ଲକ୍ଷ ଟଙ୍କାର କାରବାର କରୁଛି । ମୋର ଆହୁରି ଖୁସିର କଥା ଓଡିଶା ସରକାରଙ୍କ ତରଫରୁ ମୁଁ ସଫଳ ଉଦ୍ୟୋଗୀ ଭାବେ ପୁରସ୍କାର ପାଇଛି ।

( ସ୍ମିତ ହାସ୍ୟର ) ଆଜି ମୋର ଏହି ଦୃଢ ବିଶ୍ୱାସ ଓ କଠିନ ପରିଶ୍ରମ ଫଳରେ ମୁଁ ଏହି ଜାଗାରେ ପହଂଚି ପରିଛି । ଆମେ ନାରୀ ଅବଳା ଦୁର୍ବଳା ନୁହେଁ । ତୁମେ ଦ୍ଵିଜଣ ବି ମୋ ଭଳି ଆଗକୁ ପାଦ କାଢି ଦୃଢ ବିଶ୍ୱାସ ନେଇ ଏବେ ଠାରୁ କିଛି କର ।

ମିତା ଓ ସମିତା - ବାଃ ରାଧା ତୁ ତ ଆଜିର ସମାଜ ପାଇଁ ଉଦାହରଣ ପାଲଟିଗଲୁ । ଆମକୁ ବହୁତ ଭଲ ଉପୟର ବୁଦ୍ଧି ବି ଦେଲୁ |


ଏହା ପରେ ତିନି ବାନ୍ଧବୀ କୋଳାକୋଳି ହୋଇ ଟିକେ କାନ୍ଦି ପକାଇଲେ । ମିତା ଓ ସମିତା ରଧାକୁ କଥା ଦେଲେ ସାଙ୍ଗ ଆମେ ବି ଆଜି ଠାରୁ ଦୃଢ ବିଶ୍ୱାସ ରଖିବାକୁ ଚେଷ୍ଟା କରି ଆଗକୁ ପାଦ କଢ଼ିବୁ ।

ଏହାପରେ ବନ୍ଧୁ ମିଳନର ଦିନଟି ଆନନ୍ଦରେ ବିତାଇ ବହୁତ ଖୁସିରେ ପରସ୍ପରକୁ ବିଦାୟ ଦେଇ ଘରକୁ ଗଲେ ।


ଶେଷ କଥା - 

ଗପ ଟିରେ ରାଧାର ଦୃଢ ବିଶ୍ୱାସ ଦେଖିବାକୁ ପାଇଲେ ଓ ଆମେ ବୁଝିଲେ ଯେ ସମସ୍ୟା ସମସ୍ତଙ୍କର ଆସିଥାଏ ଏବଂ ସମସ୍ୟାକୁ ନଡରି ସମାଧାନ କରି ଦୃଢ ବିଶ୍ୱାସର ସହ ମନରେ ଆତ୍ମବିଶ୍ୱାସ ଆଣିଲେ ରାଧା ଭଳି ନିଶ୍ଚିତ ସଫଳ ନାରୀ ଟିଏ ହୋଇ ପରିବା |



(ଯେମିତିକି ୟେ ଲୁହ ବିନ୍ଧୁ କେବେଠାରୁ ବନ୍ଧୁ ମିଳନ ର ଅପେକ୍ଷାରେ ଥିଲା ,

ଯେମିତିକି ବନ୍ଧୁଟିଏ ଖୋଜୁ ଥିଲେ ୟେ ସବୁ ମନ କଥା ବାହାରକୁ ବାହାର କରିବାକୁ ,

 ଯେମିତିକି ଭଗବାନ ଚାଁହୁ ଥିଲେ ରାଧାରା ଦୃଢ ବିଶ୍ୱାସ ଦୁଇବାନ୍ଧବୀ ଙ୍କୁ ଜଣାଇ ଆଗକୁ ବଢିବାର ପ୍ରେରଣା ଦେବାକୁ )



Rate this content
Log in

More oriya story from Kadambari Mohakhud

Similar oriya story from Inspirational