STORYMIRROR

Trushna Das

Tragedy

3  

Trushna Das

Tragedy

ଭଙ୍ଗା କଣ୍ଢେଇ

ଭଙ୍ଗା କଣ୍ଢେଇ

3 mins
312

ମେନକାର ପରିବାର କହିଲେ ସେ ଆଉ ତା ମାଆ ମୀନା। ବାପ ଛେଉଣ୍ଡ ଝିଅ ସେ। ମୀନା ପାଖ ଜମିଦାରଙ୍କ ଘରେ କାମ କରି ମାଆ ଝିଅଙ୍କ ପେଟ ପୋଷଣ କରୁ ଥିଲେ ଏବଂ ପାଖ ବିଦ୍ୟାଳୟରେ ପଢାଉ ଥିଲେ। ମେନକା ଦେଖିବାକୁ କୌଣସି ଅପସରା ଠାରୁ କମ ନୁହେଁ। ହେଲେ ଦାରିଦ୍ର୍ୟ ପାଇଁ ତା ଜୀବନରେ ଅନେକ ଝଡ ଆସିଛି। ଛୋଟ ବେଳୁ ମୀନା କାମ କରୁଥିବା ଜମିଦାରଙ୍କ ଝିଅ ସୁନି ଦିଦିର ପୋଷାକ ପିନ୍ଧି, ଭଙ୍ଗା କଣ୍ଢେଇ ଖେଳି , ତାଙ୍କ ପୁରୁଣା ବହି ପଢି ବଢିଛି । ଯୌବନ ଆସିବା ସହ ମୈନକାର ରୂପ ଲାବଣ୍ୟ ଆହୁରି ବଢିବାରେ ଲାଗିଛି। ଦାରିଦ୍ର୍ୟ ତାର ସୁନ୍ଦରତାକୁ କମାଇ ପାରି ନାହିଁ। ତାର ସୌନ୍ଦର୍ଯ୍ୟ ପାଇଁ ମୀନା ଅଧାରୁ ମେନକାର ପାଠ ପଢା ବନ୍ଦ କରି ଦେଲେ। ଘରୁ ବାହାରିବାକୁ ମନା କଲେ। ମଝିରେ ମଝିରେ ସୁନି ଦିଦି ପରୀକୁ ଦେଖା କରିବାକୁ ଘରକୁ ଆସୁ ଥିଲେ। ମୀନାଙ୍କର ମେନକାକୁ ବାହାରକୁ ଯିବା ପାଇଁ ମନା କରିବା ପଛରେ କାରଣ ଥିଲା ଯେ ସେ ଏତେ ସୁନ୍ଦରୀ ଯେ ଯେକୌଣସି ପୁଅ ବି ତା ଆଡକୁ ଆକର୍ଷିତ ହୋଇ ଯିବ। ଆଉ ମେନକା ବି ତ ବେଶୀ ପାଠ ପଢି ନାହିଁ। କାଳେ ହୁଣ୍ଡିଟା ମେନକା, କାହା କଥାରେ ଆସି ଯିବ। 


ଦିନେ ସୁନି ଦିଦି ଆସି ବାହାଘର କାର୍ଡ ଦେଇ ମେନକାକୁ କହିଲେ ମାସେ ପରେ ବାହାଘର ଅଛି ତୁ ଯିବୁ। ମେନକା ବହୁତ ଖୁସି ହୋଇ ଗଲା। ହେଲେ ମୀନା ମନା କରି ଦେଲେ ମେନକାକୁ ଯିବା ପାଇଁ। ବାହାଘରକୁ ଅଳ୍ପ ଦିନ ଥାଏ। ମୀନାଙ୍କ ଦେହ ବହୁତ ଖରାପ ହେଲା। ସେପଟେ ବାହାଘରର ବହୁତ କାମ ପାଇଁ ଜମିଦାରଙ୍କ ଘରୁ ବାରମ୍ବାର ଲୋକ ଆସି ମୀନାଙ୍କୁ ଡାକିଲେ। ଶେଷରେ ବାଧ୍ୟ ହୋଇ ସେ ମେନକାକୁ କାମ ପାଇଁ ପଠାଇଲେ। 


ବାହାଘରକୁ ଜମିଦାରଙ୍କ ପୁଅ ରାକେଶଙ୍କ ସହରର ସାଙ୍ଗମାନେ ଆସି ଥାଆନ୍ତି। ସେମାନଙ୍କ ନଜର ମେନକା ଉପରେ ଥାଏ। 


ବାହାଘର ଆଗ ଦିନ ସକାଳୁ ମୀନାଙ୍କ ଚେତା ଚାଲି ଗଲା। ମେନକା ତାଙ୍କୁ ନେଇ ଡାକ୍ତରଖାନା ଗଲେ। ଡାକ୍ତର କହିଲେ ମୀନାଙ୍କ ଦେହ ବହୁତ ଖରାପ। ଦୁଇ ତିନି ଦିନ ମଧ୍ୟରେ ଅପରେଶନ ନ କଲେ ସେ ମରି ଯିବେ। ଆଉ ଅପରେଶନ ପାଇଁ ଲକ୍ଷେ ଟଙ୍କା ଦରକାର। 


ଦାରିଦ୍ର୍ୟ ତ ଛୋଟ ବେଳୁ ଖାଉଛି ମୀନା ଆଉ ମେନକାକୁ। ମେନକା ଏତେ ଟଙ୍କା ଆଣିବ ବା କେଉଁଠୁ। ସେ ଯାଇ ଜମିଦାରଙ୍କ ସ୍ତ୍ରୀଙ୍କୁ କହିଲେ। 


ଜମିଦାରଙ୍କ ସ୍ତ୍ରୀ କହିଲେ ଝିଅ ବାହାଘର ପାଇଁ ସେମିତି ଟଙ୍କା ତ ନାହିଁ। ସେ ପାଖାପାଖି ଦଶ ପନ୍ଦର ହଜାର ଦେଇ ପାରିବେ। 


ଏ କଥା ରାକେଶ ଶୁଣି ଥିଲା। ରାକେଶ ମେନକାକୁ ଡାକି କହିଲା ବାହାଘର ଦିନ ରାତିରେ ସେ ତାଙ୍କ ସାଙ୍ଗ ଠାରୁ ଟଙ୍କା ନେଇ ଛାତ ଉପରର ରୁମରେ ଥିବେ। ମେନକା ଯାଇ ସେଠାରୁ ଟଙ୍କା ନେଇ ଯିବେ। 


ମେନକା ତ ହୁଣ୍ଡି । ସେ ବୁଝି ପାରିଲେ ନାହିଁ ରାକେଶର ଉଦ୍ଦେଶ୍ୟ। ତଳେ ବାହାଘର ଚାଲି ଥାଏ। ମେନକା ଉପରକୁ ଟଙ୍କା ଆଣିବାକୁ ଗଲେ। 


ରାକେଶ ଆଉ ତାଙ୍କ ପାଞ୍ଚ ଜଣ ସାଙ୍ଗ ମଦ ନିଶାରେ ଶାଗୁଣା ପରି ଜଗି ବସିଥିଲେ ସେଇ ସମୟକୁ। ଯେମିତି ମେନକା ପହଞ୍ଚିଛି ତାକୁ ସେ ଉପର ନିଛାଟିଆ ରୁମ ଭିତରକୁ ଟାଣି ନେଇ ତାକୁ ଉପଭୋଗ କରିବାରେ ଲାଗିଲେ। ସେମାନେ ତ ସହରୀ ଆଉ ଧନୀ ଘର ପୁଅ। ଗରିବ ଝିଅକୁ କଣ୍ଢେଇ ବୋଲି ଭାବି ତାଙ୍କ ସହ ଖେଳି ଭଙ୍ଗା କଣ୍ଢେଇ ପରି ଫିଙ୍ଗି ଦିଅନ୍ତି। ଆଉ ଆଜି ମେନକା ସାଜିଛି ଭଙ୍ଗା କଣ୍ଢେଇ। ମେନକା ଚିତ୍କାର କରୁ ଥାଏ। ହେଲେ ବାହାଘରର ପାର୍ଟିରେ ବାହାରେ କାହାକୁ ଶୁଣା ଯାଉ ନ ଥାଏ। ମେନକାକୁ ଫୁଙ୍ଗୁଳା କରି ତା ସହ କଣ୍ଢେଇ ପରି ମନ ଇଚ୍ଛା ସବୁ କରିଛନ୍ତି। ରାତି ଯାକ ଛଅ ଜଣ ସାଙ୍ଗ ତାକୁ ବଳାତ୍କାର କରି ସଜାଇ ଦେଇଛନ୍ତି ରକ୍ତ ମାଂସଧାରୀ ଭଙ୍ଗାକଣ୍ଢେଇ। ରକ୍ତାକ୍ତ ଅବସ୍ଥାରେ ଚାଦରରେ ଘୋଡାଇ ତାକୁ ଭଙ୍ଗାକଣ୍ଢେଇ ପରି ନେଇ ନାଳରେ ଫିଙ୍ଗି ଦେଇଛନ୍ତି। 


ସକାଳେ ଗୋଟିଏ ଏନ. ଜି. ଓ ମେନକାକୁ ସେମିତି ଅବସ୍ଥାରେ ନାଳ ପାଣିରେ ପାଇଲା। ତାକୁ ନେଇ ଡାକ୍ତରଖାନା ଗଲେ। ଡାକ୍ତର ଦେଖି କହିଲେ ଆଉ ଗୋଟିଏ ଝିଅ ପୁଣି ସାଜିଛି ନିର୍ଭୟା। ତାର ଭିତର ଅଙ୍ଗ ପ୍ରାୟ ନଷ୍ଟ କରି ଦେଇଛନ୍ତି। ତାକୁ ଏମିତି ରକ୍ତାକ୍ତ କରିଛନ୍ତି ଯେମିତି ସେ ମଣିଷ ନୁହେଁ ଗୋଟିଏ କଣ୍ଢେଇ। 


ମେନକାର ଚେତା ନ ଥାଏ। ହେଲେ ତା ହାତରେ ରାକେଶର କିଛି ବାଳ ଥାଏ ଆଉ ନଖରେ କିଛି ମାଂସ ଖଣ୍ଡ। 


ପାଖାପାଖି ଗୋଟିଏ ଦିନ ପରେ ମେନକାର ଚେତା ଆସିଲା। ତାର ଅବସ୍ଥା ଗୁରୁତର ଥିଲା। ମେନକା ପୋଲିସକୁ ନିଜ ବୟାନରେ ରାକେଶ ଆଉ ତାର ସାଙ୍ଗମାନଙ୍କ ବିଷୟରେ କହିଲା। ଆଉ ତା ମାଆର ଅପରେଶନ କରି ବଞ୍ଚାଇବା ପାଇଁ ଅନୁରୋଧ କରୁ ଥିବା ସମୟରେ ଆଖି ସବୁ ଦିନ ପାଇଁ ବନ୍ଦ କଲା। ଚାରିଆଡେ ମେନକାର ନ୍ୟାୟ ପାଇଁ ଶବ୍ଦ ବାହାରିଲା। ପୋଲିସ ମେନକାର ବୟାନ ଆଉ ତା ହାତରୁ ମିଳି ଥିବା ବାଳ ଆଉ ମାଂସ ରିପୋର୍ଟ ରୁ ଜାଣିଲା ଯେ ସତରେ ରାକେଶ ଓ ତା ସାଙ୍ଗମାନେ ଏ ଘୃଣ୍ୟ କାମ କରିଛନ୍ତି। ଶେଷରେ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ହେଲା ମୀନାର ସିନା ଏନ. ଜି.ଓ ସହାୟତାରେ ଅପରେଶନ ହୋଇ ଗଲା। ହେଲେ ଏବେ ସାରା ଜୀବନ ଏକୁଟିଆ ହୋଇ ରହିଗଲେ। 


ରାକେଶ ଆଉ ତା ସାଙ୍ଗମାନେ କେବେ ଭାବି ନ ଥିଲେ ଯେ ଯେଉଁ ଝିଅକୁ ତାର ସୁଯୋଗ ଉଠାଇ ବଳତ୍କାର କରି ଭଙ୍ଗା କଣ୍ଢେଇ ପରି ଫିଙ୍କି ଦେଇ ଥିଲେ ସେ ଦିନେ ସେମାନଙ୍କର ଫାଶୀ ଫାନ୍ଦର କାରଣ ହେବ। 


ମୀନା ଏବେ ଏନ. ଜି. ଓ ସହ ରହୁଛନ୍ତି ଏବଂ ନିଜ ଝିଅ ପାଇଁ ଆଖିରୁ ଲୁହ ବହି ଚାଲିଛି ଏବଂ ଏ ସବୁ ପାଇଁ ନିଜକୁ ଆଉ ନିଜର ଦାରିଦ୍ର୍ୟତାକୁ ଦୋଷ ଦେଉଛନ୍ତି।



Rate this content
Log in

Similar oriya story from Tragedy