Satyajit Swain

Tragedy

2  

Satyajit Swain

Tragedy

ଭିନ୍ନ ସ୍ୱାଦର ପ୍ରେମ

ଭିନ୍ନ ସ୍ୱାଦର ପ୍ରେମ

2 mins
503


ସାର୍ଥକ ଅନେକ ଫିଲ୍ମରେ ଦେଖିଛି ପ୍ରେମୀ ଯୁଗଳଙ୍କ ମିଳନ, ବିଚ୍ଛେଦର ଦୃଶ୍ୟ । କେତେବେଳେ ପ୍ରେମ କାହା ପାଇଁ ମିଠା ତ ପୁଣି କେତେବେଳେ କାହା ପାଇଁ ଆଣିଦିଏ ତିକ୍ତ ଅନୁଭୂତି । ହେଲେ ତା' ଜୀବନରେ ପ୍ରେମ ମାନେ ଥିଲା ମଧୁପରି ମିଠା, ଯେବେଠୁ ସେ ସ୍ନିତିକୁ ଭଲ ପାଇଥିଲା । ଉଭୟ ସାଥୀ ହୋଇ ଦେଖିଥିଲେ ଅନେକ ସୁନେଲି ସ୍ବପ୍ନ । ଜୀବନର ଏଇ କଠିନ ପଥକୁ ପରସ୍ପରର ହାତ ଧରି ଚାଲିବାକୁ କଥା ଦେଇଥିଲେ । ହେଲେ ଉଭୟଙ୍କ ପରିବାର ମଧ୍ୟରେ ଥିବା ଶତ୍ରୁତା ସେମାନଙ୍କ ପ୍ରେମ ପାଇଁ କାଳ ହୋଇଥିଲା । ଶେଷ ଥର ପରସ୍ପର ସହ ଦେଖାହେଲା ବେଳେ ଉଭୟଙ୍କ ଆଖି ଲୁହ ବନ୍ଧବାଡ଼ ଭାଙ୍ଗି ବହିଯାଉଥିଲା । ଚାହିଁଥିଲେ ଘରୁ ଲୁଚି ବାହା ହୋଇପାରିଥାନ୍ତେ । ହେଲେ ଉଭୟ ନିଜ ପରିବାରକୁ ବହୁତ ଭଲ ପାଆନ୍ତି । ସେମାନଙ୍କ ଖୁସି ପାଇଁ ନିଜ ପ୍ରେମର ଜଳାଞ୍ଜଳି ଦେଇଦେଲେ ।


ଏହା ଭିତରେ ପାଞ୍ଚ ବର୍ଷ ବିତିଗଲାଣି । ଜୀବନ ଢେର ଆଗକୁ ବଢ଼ିଗଲାଣି । କିନ୍ତୁ ସମୟ କେତେବେଳେ ଯେ ପୁରୁଣା ସମ୍ପର୍କଗୁଡାକୁ ପୁଣି ସାମ୍ନାକୁ ନେଇଆସିବ କେହି କହିପାରିବେନି । ସେଦିନ ସପିଙ୍ଗ ମଲରେ କିଛି ଜିନିଷ କିଣୁ କିଣୁ ସାର୍ଥକଙ୍କ ଆଖି ପଡ଼ିଗଲା ଜଣେ ମହିଳାଙ୍କ ଉପରେ । ସ୍ୱର ଜାଣିଲା ପରି ମନେ ହେଉଛି ସାର୍ଥକଙ୍କର । ପାଖକୁ ଯାଇ କହିଲେ ଏକ୍ସକ୍ଯୁଜ ମି! ୟେସ! ତାଙ୍କ ଆଡ଼କୁ ଚାହିଁ ଉତ୍ତର ଦେଲେ ସ୍ନିତି । ଉଭୟ ଉଭୟଙ୍କୁ ହଠାତ ଏତେ ଦିନ ପରେ ଆଖିଆଗରେ ଦେଖି ସ୍ଥାଣୁ ହୋଇଗଲେ । ଆଖି ଆଗରେ ପୁରୁଣା ଛବି ସବୁ ନାଚି ଉଠିଲା ।ତମେ କେମିତି ଅଛ ସାର୍ଥକ ?” ସ୍ନିତି ପଚାରିଲେ । ହଁ, ଭଲ!” ଆଉ ତୁମେ? ହଁ ଭଲ ।

ପୁଣି କିଛି ସମୟର ନୀରବତା ପରେ ସ୍ନିତି କଫି ପିଇବାକୁ କହିଲେ । ଉଭୟ କଫିସପ ଆଡ଼କୁ ଆଗେଇ ଚାଲିଲେ ହେଲେ ଏଥିରର ଛବି ଟିକେ ଭିନ୍ନ । ଆଉ ହାତ ଧରାଧରି ହୋଇ ନୁହେଁ ଥିଲା ଟିକେ ଦୂରତା । କଫି ପିଉ ପିଉ ଜୀବନର ଅନେକ ପୃଷ୍ଠା ଖୋଲିଚାଲିଥିଲା । ସ୍ନିତି କହିଲେ, ତୁମେ ଟିକେ ବି ବଦଳିନ! ସେଇ ହାର୍ଡ କଫି । ସାର୍ଥକ, ହଁ ତୁମେ କୋଉ ବଦଳି ଯାଇଛ! ଆଜି ବି ସେଇ ସେମ ପରଫ୍ୟୁମ । ଉଭୟଙ୍କ ଆଖି ଆଉ ଆଗ ପରି ମିଶିପାରୁ ନଥିଲେ । ବୋଧେ କେହି କାହାର ଲୁହ ଦେଖିବାକୁ ଚାହୁଁନଥିଲେ । ଏତିକିବେଳେ ସ୍ନିତିଙ୍କ ଫୋନ ରିଙ୍ଗ ହେଲା ଦିଦି ସାର୍ଥକ ବାବା ବହୁତ କାନ୍ଦୁଛନ୍ତି । ତମେ ଶୀଘ୍ର ଆସ । ସବୁକିଛି ଶୁଣିନେଇଛନ୍ତି ସାର୍ଥକ । ଆଉ କିଛି ପଚାରିବାକୁ ଏଇ ମନ ମାନୁନି । ସ୍ନିତିଙ୍କୁ ନେଇ ଘରେ ଛାଡିଛନ୍ତି ସାର୍ଥକ । ଭିତରକୁ ଆସିବନି କି? ଓ! ଆଉ କେବେ? ଭଗବାନ ଚାହିଁଲେ ଦେଖାହେଲେ ନିଶ୍ଚୟ ଆସିବି । ମୁହଁ ତଳକୁ କରି କହିଗଲେ ସାର୍ଥକ । ବିଦାୟ ନେଇ ଚାଲିଗଲେ ସ୍ନିତି! ତାଙ୍କୁ ଚାହିଁ ରହିଥିଲେ ସାର୍ଥକ । ଆଉ ଅନୁଭବ କରୁଥିଲେ ପ୍ରେମର ଭିନ୍ନ ଏକ ସ୍ୱାଦ ।


Rate this content
Log in

Similar oriya story from Tragedy