ବଡପୁଅ
ବଡପୁଅ
ବାପା ପଡିଛନ୍ତି. ମନକୁ ମନ ବାଉଳି ଚାଉଳି ହେଉଛନ୍ତି ତ ସୁକାନ୍ତ ନୀରବରେ ରାସ୍ତା କଡେ କଡେ ଚାଲୁ ଚାଲୁ ଅଟକିଗଲା. କିଏ ସେହି ନୃଶଂସ! ବୁଢା ହୋଇଯାଇଥିବା କୁକୁରଟିକୁ ରାସ୍ତା ଉପରେ ଛାଡ଼ି ଗଲା ତ ଗଲା ଚେନ ବନ୍ଧା କୁକୁରଟି କିଛି କରିବା କ୍ଷମତା ହରାଇ ସାରିଥିଲା. ଅଟକି ଗଲା ସୁକାନ୍ତ.ବାପାଙ୍କ କଥା ଖୁବ ମନେପଡ଼ିଲା. ବୋଉ ଗଲା ପରେ ବାପା ଖୁବ ଅସହାୟ ହୋଇଗଲେ. ଯେତେହେଲେ ସୁକାନ୍ତି ପାରଝିଅ. ରାତି ଦିନ ଖଟି ଖଟି ବାପାଙ୍କ ସେବା କଲେ ମଧ୍ୟ ବାପାଙ୍କ ସେବାରେ କୋଉଠି କୋଉଠି ତ୍ରୁଟି ନିଶ୍ଚୟ ରହୁଥିବ. ସାନଭାଇକୁ ସହରରେ ପଢ଼େଇ ବଢ଼େଇ ବାପା ତାକୁ ଏକଦମ ସହରୀ ଢାଞ୍ଚା ରେ ଗଢ଼ି ତୋଳିଥିଲେ ଯେ ଆମେରିକା ଯିବା ପୂର୍ବରୁ ସହରୀ ଝିଅକୁ ବାହା ହୋଇ ଦିନେ ବି ଗାଁକୁ ଆସିଲା ନାହିଁ. ସେଥିରେ ବାପା ଯେବେ ମୋ ପୁଅ ଆମେରିକା ଯାଇଛି କହି ଛାତି ଫୁଲେଇ ଗାଁ ଦାଣ୍ଡରେ ଚାଲନ୍ତି ବୋଉ କହେ ବେଙ୍ଗ ଫୁଲା ପରି ଫାଟିଯିବ ସେତିକି ଥାଉ. ବାପା କହନ୍ତି ହଁ ବଡ଼ ପୁଅଟି ତୁମର ସତ ହେଲେ ଅପାଠୁଆ ପୁଅକୁ ତୁମର କୋଉ ପାଠୋଇ ଝିଅ ରାଜି ହେବ!ଦେଖିଲ ସାନ ବୋହୁ ଫଟୋ ସୁନ୍ଦର ଶିକ୍ଷିତ ପୁଣି ବଡ଼ ଘରର ପାଠୋଇ ଝିଅ. ବୋଉ କହେ ରଖ ତୁମ କଥା ତୁମ ପାଖେ ଏଇ ଦେଖ ମୋ ସାନ ବୋହୁକୁ! କେମିତି ଝୋଟି ଚିତା ପକାଏ. ଚକୁଳି ଆରିସା କରେ, ଧୂପ ଦୀପ ବଳିତା ସଜାଡେ. ବାପା କୁହନ୍ତି ହଁ ସବୁ କରୁଛି ଯେ ପାଠ ଦି ଅକ୍ଷର ପଢିଥିଲେ ଆଉ ଟିକେ ଭଲ ହୋଇଥାଆନ୍ତା.
ଏମିତି ଭାବୁ ଭାବୁ ବନ୍ଧା ଶିକୁଳିରୁ ଖୋଲି ଦେଇଥିଲା କୁକୁରଟିକୁ ସୁକାନ୍ତ ଆଉ ଭାବୁଥିଲା ଅବିଶ୍ଵସ୍ତ ମୁନିବର ବିଶ୍ୱସ୍ତ କୁକୁର ନିଶ୍ଚୟ ଘର ଚିହ୍ନି ପହଁଞ୍ଚି ସାରିଥିବ. ସେଇଥିପାଇଁ ତ ଗାଁରେ ଏବେ ବୁଢା ବୁଢ଼ୀ ସବୁ ଅଙ୍ଗନବାଡି ରେ ପାଠ ପଢ଼ିଯିବାକୁ ସୁବିଧା କରିଥିବାରୁ ସେ ସୁକାନ୍ତିକୁ ମଧ୍ୟ ଅନୁମତି ଦେଇଛି. ସୁକାନ୍ତି ମଧ୍ୟ ପାଠ ପଢୁ ପଢୁ ବାପା, ବାଡ଼ି, ବାଛୁରୀ ଲେଖୁ ଲେଖୁ ଏବେ ଯେବେ ରାତିରେ ପେଚା ବୋବାଇ ଭୟ ସୃଷ୍ଟି କରାଏ ମନରେ ସେତେବେଳେ ସୁକାନ୍ତ ଉଠିପଡ଼ି ବାପାଙ୍କ ପାଖକୁ ଦଉଡିଗଲା ବେଳେ ସୁକାନ୍ତି ବାପାଙ୍କ ମୁଣ୍ଡ ପାଖେ ବସି ଡିମ ଆଲୁଅରେ ବି ଭାଗବତ ପଢିବା ଦେଖି ଖୁସିର ନିଶ୍ୱାସ ନେଉ ନେଉ ବାପାଙ୍କ ଦେହରୁ ଖସିପଡ଼ିଥିବା ଚାଦର ସଜାଡୁ ଥାଏ ସୁକାନ୍ତ.ଆଉ ସୁକାନ୍ତି ଭାଗବତ ପଢ଼ା ଛାଡ଼ି ଫଳ ରସ ଟିକେ ବାପାଙ୍କ ପାଟିରେ ଦେଉ ଦେଉ ଗଡି ଆସୁଥାଏ ପାଟିରୁ. ଆଉ ଡେରି କରନି ସାନ କୁ ଖବର ଦିଅ ବୋହୁକୁ ଧରି ଆସି ବାପାଙ୍କୁ ଦେଖିଯାଉ ଟିକେ ବୋଲି ନେହୁରା ହୁଏ ସୁକାନ୍ତି ସ୍ୱାମୀ ପାଖରେ. କେତେ ଭଲପାଆନ୍ତି ପାଠୁଆ ପୁଅ ବୋଲି ସାଆନପୁଅକୁ ତାଙ୍କର ବାପା!ସେୟା ହେଲା. ଖବର ପାଇ ଶୁଶାନ୍ତ ଗାଁକୁ ଆସିଲା.ହେଲେ ଆଜିଯାଏଁ ଘର ବାଡ଼ି ବିଲ ର ସୀମା ଜାଣିନଥିବା ଶୁଶାନ୍ତ ତାର ହିସାବ କଳନା କରୁଥିଲା ବୁଲି ବୁଲି. ଭାଉଜ ବାପାଙ୍କୁ ଛାଡ଼ି ଅଙ୍ଗନବାଡି ଯାଉଛନ୍ତି ଶୁଣି କେତେବେଳେ ବାପା ଖୋଜିବେ କେମିତି ହେବ କହୁଥିବା ସାନାଭାଇ ଠୁ ଶୁଣି ବଡଭାଇ ସୁଶାନ୍ତ ବୁଝେଇଦେଇଥିଲା ସେସବୁ ମଧ୍ୟ ବାପା ଙ୍କ ପାଇଁ. ଟିକେ ପଢି ଲେଖି ଜାଣିବାରୁ ତ ପଦେ ଭାଗବତ ବୋଲୁଛି ବାପାଙ୍କ ପାଖରେ,ପୁଣି ଲଷ୍ମୀ ପୁରାଣ ବୋଲି ଗୁରୁବାର କରୁଛି. ବାପାଙ୍କ ସବୁ କାମ ସହ ରୋଷେଇ, ଗୁହାଳ, ଘାସ କଟା ବୁଝି ପୁଣି ଅଙ୍ଗନବାଡି ଯାଉଛି. ଏଥର ସେ ନଥିଲା ବେଳେ ସାନବୋହୁ କିଛି ଦିନ ବାପାଙ୍କ ସେବା କରି ଧର୍ମ କରନ୍ତୁ. ବାପା ଭଲ ଥିଲେ ଚିତ୍ରରେ ଦେଖିଥିବା ବୋହୁକୁ ସତ ରୂପରେ ଦେଖି କେତେ ଖୁସି ହୋଇଥାନ୍ତେ. ସାନାଭାଇ କହିଲା ଆମେ ପରା ଆଜି କଟକ ଫେରିଯିବୁ ଭାଇ. ମୋ ଶାଶୁଙ୍କ ଦେହ ଖୁବ ଖରାପ. ସେ ତାଙ୍କ ଝିଅକୁ ଦେଖିବାକୁ ଚାଁହାଁନ୍ତି. ଖାଲି ଭାଉଜଙ୍କୁ ଅପେକ୍ଷା. ସେ ଫେରିଲେ ତୋର ତାଙ୍କର ଏଥିରେ ଦସ୍ତଖତ କରିଦେଲେ ଆମେ ଚାଲିଯିବୁ. ଯାହା ହେଉ ଭାଉଜ ସାକ୍ଷର ହୋଇ ସ୍ଵାକ୍ଷର ଦେଇପାରୁଛନ୍ତି ଭଲହେଲା.
ସୁକାନ୍ତି ପହଞ୍ଚିଥିଲା. ତାକୁ ହିଁ ଅପେକ୍ଷା ଥିବା ଶୁଣି କଣ କାମ ପଚାରିବା ପୂର୍ବରୁ ସେହି କୁକୁରଟିର ଖାଇବା କଥା ଆଗ ବୁଝିଥିଲା. ଯେଉଁ କୁକୁରଟିକୁ ଅସହାୟ ଅବସ୍ଥାରେ ସୁକାନ୍ତ ରାସ୍ତା କଡେ କଡେ ଚାଲୁ ଥିବା ବେଳେ ଶିକୁଳି ମୁକ୍ତ କରି ଭାବିଥିଲା ସେ ତାର ପୂର୍ବ ମୁନିବ ଘର ଚିହ୍ନି ଫେରିଯାଇଥିବ ସେ କିନ୍ତୁ ସୁକାନ୍ତର ଘର ଚିହ୍ନି କେମିତି ଏଠାକୁ ଆସି ସ୍ତ୍ରୀ ସୁକାନ୍ତିର କର୍ତ୍ତବ୍ୟ ଉପରେ ବଡ଼ ଦାଇତ୍ୱ ଵନିଯାଇଥିଲା କେହି କିଛି ବୁଝିପାରୁନଥିଲେ. ଶୀତ ରେ କୁଙ୍କୁରି କାଙ୍କୁରୀ ହୋଇ କୁଁ କୁଁ ଶବ୍ଦ କରୁଥିବା କୁକୁର ଯେତେବେଳେ ଦେଖିଲା ସୁକାନ୍ତି କୌଣସି ସରକାରୀ ଷ୍ଟାମ୍ପ ମରା କାଗଜ ରେ ଦସ୍ତଖତ ଦେବାକୁ ଉଲ୍ଲସିତ ହେଉଛି ସେତେବେଳେ କୁକୁରଟି ଭୁକି ଭୁକି ଯେମିତି ବାରଣ କରୁଥିଲା ସୁକାନ୍ତି କୁ ତ ସେ ଟିକେ ଅଟକି ଯାଇ ପଢୁଥିଲା କାଗଜରେ କଣ ଲେଖା ଯାଇଛି! ଶୁଶାନ୍ତ ତା ନାମରେ ସବୁ ସମ୍ପତ୍ତି କରାଇନେଉଛି ଜାଣି ସ୍ୱାମୀ ସୁକାନ୍ତ ର ଅନୁମତି ନେଉ ନେଉ ସୁଶାନ୍ତ ତା ଗାଡି ଷ୍ଟାର୍ଟ କରିସାରିଥିଲା. ବାପାଙ୍କ ଜୀବନ ସେହି ସମୟକୁ ଚାଲିଯିବା ଦେଖି ସୁକାନ୍ତି କାନ୍ଦ ବୋବାଳି ଛାଡିଲା ବେଳକୁ କୁକୁରଟି ମଧ୍ୟ କୁଁ କୁଁ ହେଉଥିଲା କିନ୍ତୁ ଶୁଶାନ୍ତ ଗାଡି ପଛରେ ଗୋଡେଇ ଗୋଡେଇ ସୁକାନ୍ତ ହାଲିଆ ହେଲାବେଳେ କହୁଥିଲା ରହିଯା ଶୁଶାନ୍ତ ତୋର ସବୁ ସମ୍ପତ୍ତି ମୋର କିଛି ପ୍ରତିବାଦ ନାହିଁ ରହିଯା ଭାଇ.ଦିନୁ କକେଇ ତାକୁ ଧରିନେଇ ଆଗ କାମ ବଢ଼ା ସେକଥା ପଛରେ ବୋଲି କହୁଥିଲେ କେବଳ.
