STORYMIRROR

Brundaban Dash

Abstract Others

3  

Brundaban Dash

Abstract Others

ବାପାହିଁ ତ ମୋ ସୁପର ଷ୍ଟାର

ବାପାହିଁ ତ ମୋ ସୁପର ଷ୍ଟାର

2 mins
232

କଲେଜର ଶେଷ ବର୍ଷ ଫର୍ମ ଫିଲପ ସମୟ, ଶେଷ ଦିନ ଆସି ପହଞ୍ଚି ଯାଇଥାଏ | ଯଦି ମୁଁ କଲେଜ ଫିସ ନ ବାନ୍ଧିବି ତାହେଲେ ମୁଁ ଶେଷ ବର୍ଷ ପାଇଁ ଆଉ ପଢି ପାରିବିନି | ଘରକୁ ବି ପଇସା ମାଗି ପାରିବିନି କାରଣ ବାପାଙ୍କ ଆୟ ଚାରିଆଡ଼ୁ ବନ୍ଦ ହେଇଯାଇଥାଏ, ମୁଁ ଛୋଟ ମୋବାଇଲ ଦୋକାନଟିଏ କରି ଘରର ଦାୟିତ୍ବ ମୁଣ୍ଡକୁ ନେଇଥାଏ | ପଢ଼ିବାର ଇଚ୍ଛା ବିଥିଲା ତେଣୁ କଲେଜ ରେ ନା ବି ଳେଖଇ ଦେଇଥିଲି ସେଇ ସମୟ ରେ ମୋର | ଦିଟା ବର୍ଷା ସୁଖେ ଦୁଃଖେ ତ ଫି ଦେଇଦେଲି କିନ୍ତୁ ତୃତୀୟ ବର୍ଷ ଶେଷ ସମୟ ଶେଷ ଦିନରେ ପହଁଞ୍ଚି ଯାଇଥାଏ ହେଲେ ଯୋଗାଡ଼ କରିପାରୁନଥାଏ ପନ୍ଦର ହଜାର ଟଙ୍କା| ମୁଁ ତ ଭାବି ନେଇଥିଲି ମୋ ପାଠପଢା ରେ ଏତିକିରେ ପୂର୍ଣ୍ଣଛେଦ ଲାଗିଲା, ଆଉ କଲେଜ କୁ ସପନ ଭାବି ଆଉ ସେଦିନ ଦୋକାନ ନ ଯାଇ ଘରେ ବସି ରହିଲି ମନଟା ଭଲ ଲାଗୁନଥାଏ, କିନ୍ତୁ ମୁଁ କାହାକୁ ମୋ ମନ କଥା କେବେ କହେନି | ହଠାତ ମୋ ରୁମ କୁ ଆସି ମୋ ବଉ -ଆରେ ପୁଅ ତୁ କଲେଜ କି ଦୋକାନ ବାହାରିନୁ ଯେ?? ଦେହ ଭଲ ନାହିଁକି? ତୁ ତ କେବେ ଘରେ ବସୁନା ଆଜି କେମିତି ବସି ରହିଛୁ?? ମୁଁ ଆଉ ମୋ ଦୁଃଖ ସହି ନପାରି ସବୁ କହିଗଲି ବୋଉକୁ,

ବଉ -ଆରେ ଏଇ କଥା ତୁ ବାପାଙ୍କୁ କହୁନୁ କାହିଁକି?

ମୁଁ - ତୁ ତ ଜାଣିଚୁ ବାପାଙ୍କ ଆୟ କିଛି ନାହିଁ, କେମିତି ମୁଁ କହିବି ଯେ?

ବଉ -ହଉ ରହ ମୁଁ କହୁଛି ବାପାଙ୍କୁ ତୋର

ମୁଁ -ନାହିଁ କିଛି କହନା

ଏ ସବୁ କଥା ବାପା ଶୁଣୁଥାନ୍ତି, ହଠାତ ରୁମ କୁ ପଶିଲେ ଆଉ ମୋତେ କୁଣ୍ଢେଇ ପକେଇଲେ ପିଠିକି ଥାପୁଡ଼େଇ ଆରେ ତୁ କେବେଠୁ ଏତେ ବଡ ହେଇଗଲୁଣିରେ କହି ଦି ଧାର ଲୁହ ରେ ମୋ କାନ୍ଧ ଓଦା କରି ଦେଲେ, ଆରେ ପାଗଳା ଚାଲ ମୋର ତୋ ଯାହା ଅଛି ସବୁ ତୋର ଚାଲ ଏବେ ଆମେ ବ୍ୟାଙ୍କ ଯିବା, ସାଙ୍ଗ ହେଇ ଗଲୁ ଆଉ ତାଙ୍କ ଆକାଉଣ୍ଟ ରୁ ଟଙ୍କା ଡ୍ରଫଟ କରି ମୁଁ କଲେଜ ରେ ଦେଇ ମୁଁ ନାମ ଲେଖେଇଲି ଆଉ ପାଠ କଂଟିନ୍ୟୁ କଲି ଆଉ ବାପା ଙ୍କ ଆଶୀର୍ବାଦ ରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ ବି ହେଲି |

ସମୟ ତ ଗଡି ଚାଲିଛି ହେଲେ ସେଦିନର ସେଇ ବାପାଙ୍କ ଦିଟୋପା ଗରମ ଲୁହ ଆଜି ବି ମୋ କାନ୍ଧ ଉପରେ ମୁଁ ଅନୁଭବ କରେ ନିରୋଳା ରେ ବସିଲେ, ଯାହା ମୋ ଛାତିକୁ କୋହରେ ଭରିଦିଏ,, ଆଉ ଗର୍ବର ସହ ଭାବେ ସତରେ "ମୋ ବାପା ମୋ ପାଇଁ ସୁପର ଷ୍ଟାର |"ଆମେ ଯେତେ ଦୌଡ଼ି ଦୌଡ଼ି ଆଗକୁ ଚାଲିଲେ ଆମ ବାପା ମା ଭାରି ଖୁସି ହୁଅନ୍ତି, ଆଉ ଯଉଠି ଆମେ ହାରିଯାଇ ଝୁଣ୍ଟି ପଡି ବସିପଡୁ ସେଇଠୁ ସେମାନେ କୋଲେଇନେଇ ଆଗ କୁ ବଢିବାର ରାସ୍ତା ରେ ନେଇ ଛିଡ଼ା କରିଦିଅନ୍ତି |ତାହା ପିଲା ବେଳେ ହଉ କିମ୍ବା ସେମାନଙ୍କ ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ |

"ମୋ ଅଙ୍ଗେ ନିଭା କଥା "



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract