ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ବାଲି ହୋଇଗଲା ସୁନା

ବାଲି ହୋଇଗଲା ସୁନା

3 mins
7.4K


ଶ୍ରୀ ଅମରନାଥ ବେହେରା

ଗୋଟିଏ ଦେଶରେ ଜଣେ ସାଧବ ଥିଲେ l ସମୁଦ୍ରରେ ବୋଇତ ଚଳାଇ ଦେଶବିଦେଶକୁ ଯାଇ ସେ ବ୍ୟବସାୟ ବାଣିଜ୍ୟ କରନ୍ତି l ତେଣୁ ଧନଜନ, ଗୋପ ଲକ୍ଷ୍ମୀରେ ତାଙ୍କ ଘର ପୁରୀ ଉଠୁଥିଲା କହିଲେ ଚଳେ l ଏତେଧନ ଥାଇ ମଧ୍ୟ ସେ କେବେହେଲେ ଗର୍ବ କରୁନଥିଲେ l ଦୁଃଖୀ ରଙ୍କିଙ୍କୁ ଦେଖିଲେ ତାଙ୍କ ପ୍ରାଣ କାନ୍ଦି ଉଠୁଥିଲା l କେହି କିଛି ମାଗିବାକୁ ଆସିଲେ ତାଙ୍କ ଦୁଆରୁ ଖାଲି ହାତରେ ଫେରି ଯାଉନଥିଲା l ହେଲେ ସବୁ ଦିନତ ସମାନ ଯାଏ ନାହିଁ ହଠାତ୍ ଦିନେ ସମୁଦ୍ର ଭିତରେ ତାଙ୍କ ବୋଇତ ସବୁ ବୁଡିଗଲା l ସେଥିରେ ଯେତେ ଧନରତ୍ନ ଥିଲା ସେ ସବୁ ସେଇ ପାଣିରେ ଗଲା l ସାଧବ ଜୀବନ ନେଇ ଘରକୁ ଫେରିଆସିଲେ l ହେଲେ ସେଇ ଦିନଠୁ ତାଙ୍କୁ ଆଉ ଅଭାବ ଛାଡିଲା ନାହିଁ ସେ ଏକ୍ ଦମ ଗରିବ ହୋଇଗଲେ l ତାଙ୍କ ଘରେ ଚୁଲିବି ଜଳିଲା ନାହିଁ l ପିଲାମାନେ ଖାଇବା ପାଇଁ କନ୍ଦାକଟା କାଲେ l ସାଧବାଣୀ ପିଲାଙ୍କର ଏ ଦୁଃଖ ସହିପାରିଲେ ନାହିଁ l ସାଧବଙ୍କୁ କହିଲେ, ‘’ ମୋ ବାପ ଘରର ତ ଧନର ଅଭାବ ନାହିଁ l ତମେ ଯଦି ଯାଇ କିଛି ଟଙ୍କା ମାଗି ଆଣନ୍ତ ତେବେ ସେଇ ଟଙ୍କାରେ ପୁଣିଥରେ ବେପାର ଆରମ୍ଭ କରନ୍ତ l ତାହେଲେ ଆମର ଅବସ୍ଥା ବଡ୍ଲୀ ଯାଆନ୍ତା l କଥାଟା ସାଧବଙ୍କମନକୁ ପାଇଲା l

ସ୍ଵଶୂର ଘର କିନ୍ତୁ ଅନେକ ବାଟ l ସକାଳୁ ବାହାରିଲେ ପହଞ୍ଚିଲା ବେଳକୁ ରାତି ହୋଇଯିବ l ପାଖରେ ପଇସା ନାହିଁ l ବାଟରେ ଭୋକ ହେଲେ ଖାଇବେ କ’ଣ ? ତେଣୁ ସାଧବାଣୀ ଦୀର୍ଘଶ୍ଵାସ ପକାଇ କହିଲେ, ଘରେ ତ ଖୁଦକଣା ବି ନାହିଁ; କ’ଣ ଦେବି l କୁଣ୍ଡା ପିଠାଖଣ୍ଡେ ପୋଡ଼ିଥିଲି l ତାକୁ ନେଇ ଯାଅ, ବାଟରେ ଖାଇବ l ‘’

ପିଠାଟିକୁ କନାରେ ଗୁଡ଼ାଇ ସାଧବ ଜାକିଲେ l ତାପରେ ଶ୍ଵଶୁର ଘର ଆଡ଼େ ଚାଲିଲେ l ଦ୍ଵିପହର ବେଳକୁ ତାଙ୍କୁ ଭାରି ଶୋଷ ହେଲା l ସେ ମନକୁ ମନ ଭାବିଲେ ପିଠା ଖଣ୍ଡିକୁ ଖାଇ କୂଅରୁ ମୁନ୍ଦିଏ ପାଣି ପିଇ ପୁଣି ଚାଲିବି l ଏ କଥା ଭାବି ସେ ପିଠା ଖଣ୍ଡାକ ବାହାର କାଲେ l କିନ୍ତୁ ଠିକ୍ ସେତିକି ବେଳେ ସେ ଦେଖିଲେ ପାଖରେ ଥିବା ଗୋଟିଏ ଖାଲ ଭିତରୁ କୁକୁରଟିଏ କୂଂ କୂଂ ଶବ୍ଦକରି ତାଙ୍କୁ ବିକଳ ହୋଇ ଚାହିଁଛି ଲ ସାଧବ ଭାବିଲେ କୁକୁରଟି ବୋଧହୁଏ ଭୋକିଲା ଅଛି l ତେଣୁ ସେ ନିଜ ପିଠାରୁ ଖଣ୍ଡେ ଭାଙ୍ଗି ତା ପାଖକୁ ପକାଇ ଦେଲେ l କୁକୁରଟି ସେ ଖଣ୍ଡକ ଖାଇ ପୁଣି ତାଙ୍କୁ ଚାହିଁଲା l ତେଣୁ ସେ ବାକି ପିଠାତକ ତା ପାଖକୁ ପକାଇ ଦେଲେ l

ପିଠାତକ ପାଇ କୁକୁରଟି ଖୁସିରେ ଲାଙ୍ଗୁଡ଼ ହଲାଇବାରେ ଲାଗିଲା l ସଧବ ସେମିତି ଭୋକ ଉପାସରେ ନିଜ ବାଟରେ ଚାଲିବାରେ ଲାଗିଲେ l ଶ୍ଵଶୁର ଘରେ ପହଞ୍ଚିଲା ବେଳକୁ ରାତି ହେଇ ଗଲାଣି ଜ୍ଵାଇଁଙ୍କୁ ଦେଖି ଆଦର କରିବା ତ ଦୂରର କଥା କେହି ହେଲେ ଭ୍ଲାରେ ପଡେ କଥା ପଦେବି କହିଲେ ନାହିଁ l ସାଧବଙ୍କୁ ଭାରି ବାଧିଲା l ଗରିବ ବୋଲି ସିନା ତାଙ୍କୁ ଏପରି ଅପମାନ ପାଇବାକୁ ହେଲା l

ଯାହାହେଉ ସେଦିନ ରାତିଟା ସେ କୌଣସି ପ୍ରକାରେ କଟାଇଦେଲେ l ତା’ ପରଦିନ ସକାଳୁ ସକାଳୁ ଘରକୁ ଫେରିଲେ l ଆଗ ଦୀନଟା’ ତ ଉପାସରେ କଟିଯାଇଥିଲା l ତେଣୁ ଚାଲିବାକୁ ଆଉ ବଳ ପାଉ ନଥାଏ l ଏଣେ ଖାଲି ହାତରେ ଫେରିଛନ୍ତି l ଗାଁ ଲୋକେ ଦେଖିଲେ ଥଟ୍ଟା କରିବେ l ତେଣୁ ବାଟରୁ ଗାମୁଛରେ ପୁଳାଏ ବାଲି ପୁରାଇ ଗଣ୍ଠିଲିଟିଏ କଲେ l ତାକୁ ମୁଣ୍ଡାଇ ଆସି ଘରେ ପହଞ୍ଚିଲେ l ସେତେବେଳକୁ ତାଙ୍କ ସ୍ତ୍ରୀ ପିଲାଙ୍କ ପାଇଁ କିଛି ଖାଇବାକୁ ଆଣିବା ପାଇଁ ଗାଁ ଭିତରକୁ ଯାଇଥାନ୍ତି l ତେଣୁ ଗଣ୍ଠିଲିକୁ ସାଧବ ଘରେ ଭିତରେ ଥୋଇଦେଇ କାନ୍ଥକୁ ଆଉଜି ବସି ପଡିଲେ l ତେଣୁ ସେ ବସ ବସ ନିଘୋଡ଼ ନିଦରେ ସୋଇ ପଡ଼ିଲେ l

ସାଧବାଣୀ ଗାଁରୁ ଫେରି ଦେଖିଲେ ସ୍ଵାମୀ ନିଦରେ ଶୋଇପଡିଛନ୍ତି l ଆଉ ପାଖରେ ଗଣ୍ଠିଲିଟିଏ ଥୁଆ ହୋଇଛି l ତାଭିତରେ କ’ଣ ଅଛି ଜାଣିବା ପାଇଁ ସେ ଗଣ୍ଠିଲିଟି ଫିଟାଇ ଦେଲେ l ଆଉ ଯାହା ଦେଖିଲେ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ l ଗାମୁଛା ଭିତରେ ଖାଲି ଗୁଡାଏ ସୁନା ମୋହର ଥିଲା l ତା’ ପରେ ସେ ସ୍ବାମୀଙ୍କୁ ନିଦରୁ ଉଠାଇ ବାପ ଘରର ଭଲମନ୍ଦ କଥା ପଚାରିଲେ l ସାଧବ ନିଦରୁ ଉଠି ଗଣ୍ଠିଲି ଦେଖି କାବା l ତା’ ପରେ ସେ ମୂଳରୁ ଶେଷଯାଏଁ ସବୁକଥା ସାଧବାଣିକୁ କହି ବସିଲେ l ହେଲେ ବାଲିଗୁଡ଼ାକ କିପରି ସୁନା ମୋହର ହେଲା, ସେ କଥା ସେ ମୋତେ ବୁଝି ପାରୁନଥିଲେ l ସାରାଦିନ କିନ୍ତୁ ସେ ସ୍ଵପ୍ନରେ ଦେଖିଲେ, ଜେନ ଦେବଦୂତ ତାଙ୍କ ସମ୍ମୁଖରେ ଠିଆ ହୋଇ କହୁଛନ୍ତି-‘’ ତମେ ବାଟରେ ଯେଉଁ କୁକୁରକୁ ଦେଖିଥିଲ, ସେ ପିଲା ଜନ୍ମ କରିଥିବାରୁ ସେମାନଙ୍କୁ ଛାଡ଼ି କୁଆଡ଼େ ଆହାର ପାଇଁ ଯାଇ ପାରୁନଥିଲା l ତମେ ତାକୁ ସେ ପିଠାତକ ଦେଇ ନଥିଲେ ସେ ହୁଏତ ଅଳ୍ପ ସମୟ ପରେ ମରିଯାଇଥାନ୍ତା l ତମେ ଖାଦ୍ୟ ଦେଇ ତାକୁ ବଞ୍ଚାଇବା ସଙ୍ଗେ ସଙ୍ଗେ ତାର ପାଞ୍ଚଟି ପିଲାକୁ ମଧ୍ୟ ବଞ୍ଚାଇ ଡେଲ l ଖାଦ୍ୟ ଦାନ ଠାରୁ ବଳି ବଡ଼ଦାନ ଆଉ କିଛି ନାହିଁ l ସେଥିପାଇଁ ଭଗବାନ ତୁମ ଉପରେ ଖୁସି ହୋଇ ତୁମ ବାଲିକୁ ସୁନା କରିଦେଇଛନ୍ତି l ତୁମ ଦାନର ଫଳ ତୁମେ ପାଇଛ l ଏଣିକି ତୁମର ଆଉ ଅଭାବ ରହିବ ନାହିଁ l

ଏତିକି କହି ଦେବଦୂତ ଉଭେଇ ଗଲେ l ଆଉ ସତକୁ ସତ ଅଳ୍ପ ଦିନପରେ ସାଧବ ପୁଣି ପୂର୍ବ ପରି ଧନୀ ହୋଇଗଲେ l


Rate this content
Log in

Similar oriya story from Classics