Samar Ballav Bhoi

Horror Tragedy Inspirational

3  

Samar Ballav Bhoi

Horror Tragedy Inspirational

ବାଘ

ବାଘ

2 mins
234


ନରେନ୍ଦ୍ର ଓ ସାଗର ଦୁହେଁ ସବୁବେଳେ ଜଙ୍ଗଲ ପାଖାପାଖି ବାଟ ଦେଇ ଯାଏ ଆସ କରନ୍ତି । ଭାରି ଭୟ ଲାଗେ । ସେହି ସମୟରେ ଗ୍ରୀଷ୍ମର ପ୍ରବାହ ବହୁତ ବଢିଯାଇଥାଏ । ବାଟରେ ଯିବା ସମୟରେ ଦେଖିବାକୁ ପାଇଲେ ଯେ ଜଙ୍ଗଲରେ ଯୋର ସୋର ନିଆଁ ଲାଗି ଜଳି ଚାଲିଛି। ନିଆଁର ଧାପ ପାଖାପାଖି ଏକ କିଲୋମିଟର ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ । ହୁ ହୁ ହୋଇ ନିଆଁ ସାରା ଜଙ୍ଗଲ ମାଡି ଚାଲିଥାଏ । ବୁଝିଲୁ ନରେନ୍ଦ୍ର ଜଙ୍ଗଲରେ ନିଆଁ ଲାଗିବା ଆମ ପରିବେଶ ପାଇଁ ବହୁତ କ୍ଷତିକାରକ । ଚାରି ପାଞ୍ଚ ଦିନ ହେବ ଜଙ୍ଗଲରେ ନିଆଁ ଲାଗିଲାଣି, ସରକାର ନା ଜନ ସାଧାରଣ କାହାରିକୁ ଟିକିଏ ବି ନିଘା ନାହିଁ । ଏକରେ ତାଙ୍କ ବାସସ୍ଥାନକୁ ଆମେ ମାନେ ଅନେକ କ୍ଷତାକ୍ତ ଓ ନଷ୍ଟ କରି ସାରିଲେଣି । ଆମେ ମଣିଷ ସବୁ ଆମ କଥା ବୁଝିବାରେ ବ୍ୟସ୍ତ। ହଁ ସତକଥା କହିଲୁ ସାଗର! ଆମେ ଖାଲି ଆମ ସ୍ବାର୍ଥରେ ଅସ୍ତବ୍ୟସ୍ତ । ଆମ ମାନଙ୍କ ଏ ବେପରୁଆ ମନୋଭାବ ଯୋଗୁଁ ବାଘ, ହାତୀ, ସିଂହଙ୍କ ସବୁ ଜଙ୍ଗଲୀ ପଶୁ ପକ୍ଷୀ ମାନଙ୍କ ବାସସ୍ଥାନ ଲୀନ ହେବାରେ ଲାଗିଛି। ସତରେ ଏମିତି ଅବସ୍ଥା, କେବେ ସୁଧୁରିବ ଜଣାନାହିଁ। ଦେଖୁନୁ ଏ ବର୍ଷ ଚାରି ଆଡ ଜଙ୍ଗଲରେ ନିଆଁ ଲାଗି କେତେ କ୍ଷୟକ୍ଷତି ହେଲା । ପଶୁ ପକ୍ଷୀ ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ଚାଲି ଆସିଲେ। ବୁଝିଲୁ ନରେନ୍ଦ୍ର ! ଏମିତି ସମୟ ଆସିବ ବାଘ କିମ୍ବା ଜଙ୍ଗଲୀ ପଶୁ ସବୁ ଜନବସତିରେ ଜୀବନଯାପନ କରିବେ, କାହିଁକି ନା ଆମ ଜୀବନ ଶୈଳୀର ଢାଞ୍ଚା ବଦଳି ଚାଲିଛି । ସମସ୍ତେ ଗାଁ ଛାଡି ସହର ମୁଁହା । ଯିଏ ଗାଁ ଛାଡ଼ିଛି ସିଏ ନିଶ୍ଚିତ ଭାବରେ ସହରରେ ଯାଗା ଖଣ୍ଡେ କିଣି ଘର କରି ରହୁଛି, ଯାହା ଫଳରେ ସହର ପାଖଆଖ ଜଙ୍ଗଲ ସବୁ କାଟି ବାସ ଉପଯୋଗୀ କରିଦିଆ ଯାଉଛି । ଆସନ୍ତା କାଲି ନିର୍ଜନ ଦ୍ଵୀପ ପରି ଲାଗୁଥିବା ଜଙ୍ଗଲ ଭିତରୁ ବାଘ ବାହାରି ଆସି ଜନବସତିରେ ଅଧିକାର ମାଗିବ । ସେତେବେଳେ ଆମକୁ ବାଘ ସହ ସମ୍ପର୍କ ଗଢିବାକୁ ପଡ଼ିବ । ନରେନ୍ଦ୍ର କହିଲା, ଆରେ ସାଗର କ'ଣ ପଦେ ନ କହିଲୁ ମୋ ମନକୁ ଭାରି ପସନ୍ଦ ଲାଗିଲା । ସତରେ ବାଘ ଓ ଜଙ୍ଗଲୀ ପଶୁ ନିଶ୍ଚିତ ଭାବରେ ତାଙ୍କର ଅଧିକାର ସାବ୍ୟସ୍ତ କରିବେ। ହାତୀଙ୍କ ସମସ୍ୟା ତ ଆଜି ବହୁତ ଜଟିଳ ଅବସ୍ଥାରେ । ସବୁବେଳେ ତ ହାତୀ ମଣିଷଙ୍କ ଲଢେଇ ଚାଲିଛି , ଏ ଲଢେ଼ଇରେ ଅନେକ ହାତୀଙ୍କ ଜୀବନ ଗଲାଣି ଆଉ କିଛି ଦିନ ପରେ ବାଘ ବି ଜନବସତି ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ନିଜର ଖାଦ୍ୟ ଅନ୍ୱେଷଣ କରିବ। ହାତୀ ସିନା ସମ୍ବେଦନଶୀଳ ପ୍ରାଣୀ , ଜୀବନ ବଂଚିବା ପାଇଁ ସେ ମଣିଷ ସହିତ ଲଢ଼ି ନିଜ ଜୀବନକୁ ବାଜି ଲଗାଇ ଦେଉଛି ହେଲେ ତା ସ୍ଥାନରେ ଯଦି ବାଘ ମାନେ ସହର ଭିତରେ ଆତଙ୍କ ଖେଳେଇବେ ତେବେ ଆସନ୍ତା କାଲିର ଭବିଷ୍ୟତ କ'ଣ ହେବ ! ନରେନ୍ଦ୍ର କହିଲା ଏ ସମସ୍ୟାର ସମାଧାନ କେବଳ ତାଙ୍କ ପାଇଁ ତାଙ୍କ ବାସସ୍ଥାନ ଫେରେଇ ବାକୁ ପଡ଼ିବ । ନୂଆ ଜଙ୍ଗଲର ସୃଷ୍ଟି କରିବାକୁ ପଡ଼ିବ, ପରିବେଶକୁ ଜୀବନ୍ତ କରିବାକୁ ପଡ଼ିବ ନଚେତ୍ ପରିସ୍ଥିତି ସଙ୍ଗୀନ ହୋଇ ଯିବ। ସାଗର କହିଲା ଭାଇ ଶୀଘ୍ର ଶୀଘ୍ର ଚାଲ ଘରେ ପହଞ୍ଚି ଯିବା ମୋତେ ଭାରି ଭୟ ଲାଗୁଛି। 



Rate this content
Log in

Similar oriya story from Horror