ଅନୁତାପ
ଅନୁତାପ


ସକାଳ ଆଲାରାମ ବାଜିବା ମାତ୍ରେ ସତ୍ୟଜିତର ନିଦ ଭାଙ୍ଗିଗଲା । ଗତ ରାତିର ଘଟଣାଟି ମନେ ପଡିଗଲା । ମନଟା କାହିଁକି କେଜାଣି ମ୍ରିୟମାଣ ହୋଇ ଗଲା । ଗୋଟିଏ ସିଗାରେଟ ଏତେ ବଡ ଘଟଣାରର ସୂତ୍ର ଧାର ହୋଇଗଲା! କେତେ ଥର ବୁଝେଇଛନ୍ତି ସମସ୍ତେ ପ୍ରକାଶକୁ ଧୁମ୍ରପାନ ନ କରିବା ଲାଗି ? ସିଏ କିନ୍ତୁ କାହାରକୁ ଖାତିର କଲାନି । ଡାକ୍ତରଙ୍କ ବାରମ୍ବାର କହିବା ପରେ ମଧ୍ୟ ଧୁମ୍ରପାନ ଅବ୍ୟାହତ ରଖିଥିଲା । କାଲି ଶୁଣେଇଦେଇଛନ୍ତି ଡାକ୍ତର ତାଙ୍କର ରାୟ । ପ୍ରକାଶ ଫୁସଫୁସର କର୍କଟ ରୋଗରେ ଆକ୍ରାନ୍ତ । କୌଣସି ପ୍ରତିକାର ନାହିଁ ଆଉ ତାହାର, ମୃତ୍ୟୁ ହିଁ ଏବେ ଶେଷ ସମାଧାନ ।
ଦୁଃଖରେ ଭାଙ୍ଗି ପଡିଲା ସତ୍ୟଜିତ ।
"ମୋର ସାମ୍ନାରେ ହିଁ ତାହାର ରିପୋର୍ଟ ଆସିଲା କାହିଁକି ?ମୋର ଦୁର୍ଭାଗ୍ୟ ନିଶ୍ଚିତ । ଏତେ ଥର ବାରଣ କରିବା ପରେ ମଧ୍ୟ ପ୍ରକାଶ ମୋ କଥା ଶୁଣିଲା ନାହିଁ, ଆଉ ଶେଷରେ ବିରକ୍ତ ହୋଇ ତାକୁ ଧରେଇଥିବା ସିଗାରେଟ କଲା ତାହାର ଧୁମ୍ରପାନର ନିଷ୍ପତି!" ମନେ ମନେ ଘୋଷି ହେଲା ସତ୍ୟଜିତ । କାହିଁକି କାଲି ରାତି ଯାଉଥିଲା ସମସ୍ତଙ୍କ ସହିତ ସିଏ ପାର୍ଟିକୁ କେଜାଣି, କେବେ ତ ଯାଏନି । ଭଲ ଉଦ୍ଦେଶ୍ୟରେ ହିଁ ତ ଯାଇଥିଲା, ପ୍ରକାଶକୁ ଅଟକେଇବାକୁ ଧୁମ୍ରପାନ ଆଉ ମଦ୍ୟପାନରୁ କିନ୍ତ ତାହାର ବ୍ୟବହାର ଦେଖିକି ଧରେଇଦେଇଥିଲା ନିଜେ ଗୋଟାଏ ସିଗାରେଟଟିଏ । କିଏ ଜାଣିଥିଲା ସିଏ ଦେଇଥିବା ସିଗାରେଟରେ ହିଁ ଅଣନିଶ୍ବାସୀ ହୋଇ ପଡିବ ଏବଂ ପରେ ଡାକ୍ତରଖାନାରେ ଭର୍ତ୍ତୀ ହେବ ପ୍ରକାଶ । ପରେ ପରେ ପରୀକ୍ଷା ରିପୋର୍ଟଟି ବାହାରିବ ପଜିଟିଭ !
ଆଜି ଆଉ ଅଫିସ ଯିବାକୁ ମନ ହଉନି ସତ୍ୟଜିତର । ଭଲ କରିବାକୁ ଯାଇ ଭୁଲ କରିବାର ଅନୁତାପର କମ୍ପନ ଅଲଗା ଏବଂ ତାହାର ତୀବ୍ରତା ମଧ୍ୟ !