Aishwarya Mishra

Inspirational

3  

Aishwarya Mishra

Inspirational

ଅନୁସନ୍ଧାନ

ଅନୁସନ୍ଧାନ

2 mins
166


ଆଜି ସକାଳୁ ସକାଳୁ ନନାଙ୍କ ଫୋନ୍ , ସେ ପୁଣି ଅଡିଓ କଲ୍ । ହଠାତ୍ କାହିଁକି ଡର ଡର ଲାଗିଲା । ନନା ତ କେବେ ଫୋନ୍ କରନ୍ତି ନାହିଁ । ଏ ଦାୟିତ୍ୱ ତ ସମ୍ପୂର୍ଣ୍ଣ ରୂପେ ବୋଉର କାନ୍ଧରେ ନ୍ୟସ୍ତ , ଯଦି କେବେ ଫୋନ୍ ଆସେ ନନାଙ୍କ ତରଫରୁ , ତେବେ ସେଇଟା ହ୍ୱାଟସ୍ଆପ୍ ଭିଡିଓ କଲ୍ , ତେବେ ଆଜି ଏ ବ୍ୟତିକ୍ରମର କାରଣ କ'ଣ ବା ହୋଇପାରେ ! ଏମିତି ଭାବି ଭାବି ଅନ୍ୟମନସ୍କ ଭାବେ ଫୋନ୍ ଉଠାଇ କହିଲି - ନନା ! ପ୍ରଣାମ । ଆଉ କିଛି କହିବା ପୂର୍ବରୁ ନନା ସେପଟରୁ କହିଲେ - ଝିଅ ! ତୁ ଏମିତି କିଛି କରେ ନାହିଁ, ଯାହା ପାଇଁ ପରେ କେବେ ନିଜକୁ ନିଜେ ହିଁ କ୍ଷମା କରିପାରିବୁ ନାହିଁ । କାହାକୁ ମାତ୍ରାଧିକ ଘୃଣା କରି କରି ତୁ ନିଜେ ତାଙ୍କ ପରି କ୍ରୁର ହୋଇଯାଉନୁ ତ ! ଆଶା କରେ ମୋ କଥାର ମର୍ମ ତୁ ବୁଝିବୁ । ଏବେ ଯଥେଷ୍ଟ ବଡ ହୋଇଗଲୁଣୁ ଏସବୁ ବୁଝିବା ପାଇଁ । ହଉ ରଖୁଛି କହି ଫୋନ୍ ରଖିଲେ ନନା । ଔଷଧ ରାଗରେ ତାଟିଆ କାମୁଡିବା ନ୍ୟାୟରେ ମୁଁ ବି ବୋଉ ଉପରେ ରାଗରେ ଜର୍ଜରିତ। କାଲି ହିଁ ତ ତା'କୁ କହୁଥିଲି ; ମୋ ସହ ଯିଏ ଏତେ ଖରାପ କରିଛି , ସେ କେବେ ଶାନ୍ତିରେ ରହିପାରିବ ନାହିଁ । ମୁଁ ନିଶ୍ଚିତ ରୂପେ ତା' ଭଦ୍ର ମୁଖା ତଳେ ଲୁଚି ଥିବା ଅସଲ ଚେହେରାକୁ ସମସ୍ତଙ୍କ ସାମ୍ନାକୁ ଆଣିଦେବି । ସେ ପଇସା ଲୋଭୀ ରାକ୍ଷସକୁ ତଳିତଳାନ୍ତ କରିଦେବି , ରାଗରେ ଏମିତି କେତେ କ'ଣ ! ଏ ସବୁ କଥା ନନାଙ୍କୁ କହିବା କ'ଣ ଦରକାର ଥିଲା ! ରାଗ ତମତମ ହୋଇ ବୋଉକୁ ଫୋନ୍ କରିବାକୁ ଯିବା ବେଳେ କାନରେ ପୁଣି ପ୍ରତିଧ୍ୱନିତ ହେଲା ନନାଙ୍କ କଥା - "କାହାକୁ ମାତ୍ରାଧିକ ଘୃଣା କରି କରି ତୁ ନିଜେ ତାଙ୍କ ପରି କ୍ରୁର ହୋଇଯାଉନୁ ତ ! " ସତରେ ମୁଁ ତ ଏତେ ବଦରାଗୀ ନ ଥିଲି । କ'ଣ ମୁଁ ସତରେ ବଦଳି ଯାଇଛି ! ବୋଉକୁ ଆଉ ଫୋନ୍ ନ କରି ମୁଁ ବାହାରିଲି ପାର୍କ ଆଡେ । ନିଜ ଭିତରେ ହିଁ ନିଜର ଅନୁସନ୍ଧାନରେ ...


Rate this content
Log in

Similar oriya story from Inspirational