Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aishwarya Mishra

Children Stories Children

3  

Aishwarya Mishra

Children Stories Children

ମାଛ ବେସର

ମାଛ ବେସର

2 mins
60


 

       ମାମୁନ୍ ଉଠେ । ଘଣ୍ଟା ଦେଖ୍ ଦଶଟା ବାଜିଲାଣି ପରା । ସ୍କୁଲ୍ ଛୁଟି ବୋଲି ଆଉ କେତେ ସମୟ ଶୋଇବୁ, ମାଈଁ ଆସିକି ଡ଼ାକିଲେଣି ପରା। ଜଲ୍‌ଦି ଉଠେ। ଫୁଲ ଗୁନ୍ଥିବାକୁ ଯିବୁନୁ କି ମାମୁଁ ଘରକୁ ! ଫୁଲ ଗୁନ୍ଥିବା କଥା ଶୁଣି ଶେଯରୁ ଉଠିଲି ମାମୁନ୍ ମାନେ ମୁଁ । ସ୍କୁଲ୍ ରେ ଆଜି ଠାରୁ ଦୁର୍ଗାପୂଜା ଛୁଟି ଆଉ ମୋ ମାମୁଁଙ୍କ ଘରେ ବି ଆଜି ଠାରୁ ଆରମ୍ଭ ଦେବୀଙ୍କର ଷଷ୍ଠୀ ପୂଜା। ସବୁ ବର୍ଷ ପୂଜା ପାଇଁ ଆମେ ସବୁ ମାମୁଁ ଘରେ ବସି ସକାଳୁ ସକାଳୁ ଫୁଲ ଗୁନ୍ଥି ଫୁଲ ମାଳ କରୁ, ସେଥିରେ ପୁଣି ପ୍ରତିଯୋଗିତା ବି ହୁଏ କାହାର ମାଳ କେତେ ସୁନ୍ଦର ଆଉ କେତେ ବଡ଼ ହେଇଛି ବୋଲି । ସେଥିପାଇଁ ସକାଳୁ ମାମା ମତେ ଉଠେଇବାକୁ ଚେଷ୍ଟା କରୁଛି କିନ୍ତୁ ମୁଁ ଯେଉଁ ଅଳସୁଆ କୁ ସେଇ ଅଳସୁଆ, ନିଦୁଆ ଆଖିରେ ଶେଯରୁ ଉଠି ସିଧା ଦୌଡିଲି ବାଥରୁମ୍ କୁ , ସେପଟେ ମାମୁଁ ମାଇଁ ଅପେକ୍ଷା କରିଥିବେ ଯେ। ତରବରରେ ସବୁ ନିତ୍ୟକର୍ମ ସାରି ବାହାରିଲି ମାମୁଁ ଘରକୁ । 


    ମାମୁଁ ଘରେ ପୂଜା ସମୟରେ ଆମେ ସମସ୍ତେ ମିଶି ବହୁତ ମଜା କରୁ କିନ୍ତୁ ମୋ ମନ ସବୁବେଳେ ଥାଏ ରାତିରେ ଦେବୀଙ୍କ ପଖେ ଭୋଗ ହେଉଥିବା ମାଛ ବେସର ପାଖରେ , ଏମିତିରେ ବି ମୁଁ ପିଳାବେଳୁ ଆଇଁଷ ପ୍ରେମୀ ତଥାପି ମାମୁଁ ଘର ମାଛ ବେସରର ସ୍ଵାଦ ନିଆରା ସେଥିରେ ପୁଣି ସବୁ ଭାଇ ଭଉଣୀ ମିଶିକି ମଜା ମଜଲିସ୍ କରି ଖାଇବାର ମଜା ନିଆରା । ମତେ ମାଛ ବେସର ଭଲ ଲାଗେ ବୋଲି ସବୁବେଳେ ମାମୁଁ ମୋ ପାଇଁ ବେଶୀ ମାଛ ବେସର ଵାଢନ୍ତି ଖାଇବାକୁ ବାଢିବା ବେଳେ, ମୁଁ ବି ସକାଳୁ ମାମୁଁ ଘରେ ହିଁ ଥାଏ କେବଳ ରାତିର ମାଛ ବେସର ପାଇଁ ହିଁ। ଏମିତିରେ କେତେବେଳେ ସରିଯାଏ ଚାରିଦିନର ପୂଜା ସମୟ କିନ୍ତୁ ସ୍କଲ୍ ଛୁଟି ତ ସରି ନ ଥାଏ। ପୂଜା ସରିଯିବା ପରେ ଆଉ ମାମୁଁ ଘରେ ମାଛ ବେସର ବି ହୁଏନି ତା' ପରେ ମୋର ଆରମ୍ଭ ହୁଏ ମାମା ପଖରେ ନାଟକ। ମାମା ଦେଖ ମାମୁଁ କେତେ ଭଲ ମାଛ ବେସର କରୁଛନ୍ତି ତୁ କ'ଣ ପାଇଁ ସେମିତି କରୁନୁ ! ସ୍କଲ୍ ଖୋଲିବା ପର୍ଯ୍ୟନ୍ତ ରୀତିମତ ଏମିତି ହିଁ ଚାଲେ, ଏମିତି ନୁହେଁ କି ମୋ ମାମା ଭଲ ମାଛ ବେସର କରେନି କିନ୍ତୁ ମୋତେ ମାମୁଁ ଘରେ ବେସର ଖାଇଲେ ହିଁ ଆତ୍ମ-ତୃପ୍ତି ଲାଗେ। 


      ଏବେ ଘର ଠାରୁ ଦୂରରେ ଆସି ଚାକିରି କରିବା ପରେ ପୂଜା ବେଳେ ଆଉ ମାମୁଁଘରକୁ ତ ଯାଇ ହେଉନି, ମାମୁଁ ମାଇଁ ସମସ୍ତଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବି ଧୀରେ ଧୀରେ ଖରାପ ହେଲାଣି କିନ୍ତୁ ଏବେ ବି ଦୁର୍ଗା ପୂଜା ଆସିଲେ ମାମୁଁ ପ୍ରଥମେ ମତେ ଖୋଜନ୍ତି ଆଉ କୁହନ୍ତି କି ମାମୁନ୍ ପାଇଁ ରଖି ଥାଅ ମାଛ ବେସର , ଆମ ଘର ଛାଡ଼ି ଦେଲେ ଆଉ କେଉ ମାଛ ବେସର ତା'କୁ ଭଲ ଲାଗେନି ପରା ! ପିଲାଟା କେତେ ଦିନ ହେଲାଣି ଖାଇ ନ ଥିବ, ଆଗ ତା' ପାଇଁ ବାଢିଦିଅ ମାଛ ବେସର , ମୁଁ ମାମୁଁ ଘରେ ଥାଏ କି ନ ଥାଏ ଏବେ ବି ଦୁର୍ଗା ପୂଜା ସମୟରେ ମାମୁଁ ଘରେ ମୋ ଉପସ୍ଥାନଟା ପକେଇଦିଏ ମୋର ଅତିପ୍ରିୟ ମାଛ ବେସର,,,


Rate this content
Log in