ଅନୁଭୂତି
ଅନୁଭୂତି
ଭୋନସରିଆ ନୋକ ଆମକୁ ପୁରୀ କେତେ ବାଟ, ଯେବେ ଇଚ୍ଛା ଗାଡି ଧଇଲୁ ଚାଲିଲୁ ଫୁର୍ କି ନା ।
ସକାଳୁ ସକାଳୁ ମନ୍ଦିରରେ କାଳିଆକୁ ଦୁଲ୍ କି ମୁଣ୍ଡିଆଟା ମାରି ଦେଇ ମୁ ଡିଆଁଟା ମାରିବି ପୁରୀ ହୋଟେଲ ସାଇଡ୍ ଗଳିକୁ ସକାଳ ଲୁଚି ଘୁଘୁନି ଆଉ ଚା ଖାଇବାକୁ । ସକାଳୁ ସକାଳୁ ସମୁଦ୍ର କୂଳରେ ବସି ଗରମ ଗରମ ଜଳଖିଆ ଖାଇବାରେ ଜୋଉ ମଜା, ଓ ହୋ କୁହନା ଆଉ....
ଆଜିର ପ୍ଲାନ ପୁରା ଫିକ୍ସ। ଗାଡି ଧଇଲା ୮୦। ଫେରେ ଇଚ୍ଛାହେଉଥିଲା ନାଇ ମ ବାଟ ମଗଁଳା ଠି ଟିକିଏ ଟିଫିନ କରିଦେଲେ ବଢିଆ ହୁଅନ୍ତା। ଶିତୁଆ ସକାଳକୁ ରବିବାର ଛୁଟିଦିନର ଡ଼୍ରାଇଭଟା ଆହୁରି ମଜାଦାର କରିଦଉଥିଲା। ଖଣ୍ଡେ ବାଟ ଗଲାପରେ ମନେପଇଲା ଆରେ କାଳିଆ ପାଖରେ ପରା ଅଭଡା ବାହାରିବ, ହେଲା ଆଉ...
ପେଟେ ଅଭଡ଼ା ଆଜି ହେବ। ବହୁତ୍ ଦିନ ହେଲା ଭଲକି ଅଭଡା ଖାଇବା ଚାନ୍ସ ମିଳିନି, ଆଜି ଖିଆହବ। ହେଲେ ଏତେ ସକାଳୁ କଣ ସଜ ଅଭଡା ହବ, ଛାଡ଼ ହେଲେ ଭଲ ନ ହେଲେ ଆଉ କଣ କରାଯିବ? ତା ଛଡା ଆଜି କାଲି ବି ଅଭଡ଼ା ଦବା ନାରେ ଯେମିତି ପଇସା ନଉଛନ୍ତି ମହାସୁଆରେ, ସାଧାରଣଲୋକ ମାନଙ୍କ ଆଖି ଟେରା ହେଇଜିବ। କାଳିଆ ଦରଶନ ବାହାନାରେ କଣ ଖାଇବା ବୋଲି ଭାବି ଭାବି ଗାଡ଼ି ମୋର ଯାଇ ଲାଗିଗଲା ବଡଦାଣ୍ଡ ମନ୍ଦିର ସାମ୍ନାରେ। କାଳିଆ ଦର୍ଶନଠୁ ଅଧିକ ମନ ଅଭଡାରେ। ସେଦିନ କାଇଁ ମନଟା ଟାଣି ହଉଥିଲା ଅଧିକା ସୁଆଦିଆ ଅଭଡା ପାଇଁ, ଆଉ କାଳିଆ ସଗେଂ ମୁଲାକାତ୍ ଏକ ଉପକ୍ରମ ।
ଏମିତି ଏକ ଭୋକିଲା ମନ ନେଇ ସେ ଯାହା ହେଉ ମନ୍ଦିରରେ ପଶିଲି, ହେଲେ ଏ କଣ!!! ଦିନ ଦଶଟା ବାଜିନି ମନ୍ଦିର ପହଡ ପଡିଚି, ଆଉ ସାରା ବେଢାରେ ଶଦ୍ୟ ରନ୍ଧା ଅଜସ୍ର ଅଜସ୍ର ଅଭଡା କେତେ ଯେ ପ୍ରକାର ତାର କଳନା ନାହିଁ। ନିଜେ ନ ଦେଖିଲେ ବିଶ୍ୱାସ କରି ହବନି। ଆଖି ଜଳକା ହେଇଗଲା, ରୁମ ଟାକୁଂରି ଉଠିଲା ଲାଗିଲା ସତେ କାଳିଆ ଅଭିମାନ କରିକି ଦୁଆର ବନ୍ଦ କରିଦେଇଛି ଆଉ କହୁଛି, ତୁ ତ ଅଭଡ଼ା ଖାଇବୁ ବୋଲି ଆସିଛୁ ନା ମୋ ପାଖରେ ତୋର କି କାମ? ନିସ୍ତେଜ ହେଇଗଲି। ପାଟି କରି କହି ପକେଇଲି, ପ୍ରଭୂ ହେ କଣ ଏ ଲିଳା, ଛାର ମୋ ଭଳି ଅଧମ ପାଇଁ ବି ଆପଣ ଏତେ ଲିଳା କରିପାରିଲେ। ମନରୁ କ୍ଷମା ଆଉ ଅନୁତାପର ପ୍ରାର୍ଥନା ବୋହି ଚାଲିଥିଲା, ଆଣ୍ଠୁ ମାଡି ବସିପଡିଲି ପଛରୁ କିଏ ଜଣେ ପଣ୍ଡା କହୁଥିଲା, ପୁଅ ସାଇଡ୍ କୁ ବସୁନୁ ଆଜି ପରା ରୁକ୍ମଣି ବାହାଘର, କେଜାଏ ଲୋକ ଖାଇବେ ତୁ ଆଉ ଏମିତି ବେଢା ମଝିରେ ଚକଡା ପକେଇବୁ, ହଇବେ ଜଡା ଟା କିଃ। ତାଗିଦ ଶୁଣି ବାସ୍ତବ ହେଲି, ଏକା ମୁହାଁ ଘର ଧଇଲି। ଜୋତା ଷ୍ଟାଣ୍ଡରେ ଗୀତ ବାଜୁଥାଏ "ରହି ଯା ରଘୁଆ ଖାଇକି ଯିବୁ" ଘରେ ପହଞ୍ଚିଲା ବେଳକୁ, ବୋଉ କହିଲା,ଆରେ କୁଆଡେ ବୁଲୁଛୁ ସକାଳୁ? ନେ ପଡିଶା ଘର ଅଭଡା ଦେଇଛନ୍ତି, ପୁରୀ ଯାଇଥିଲେ ଖାଇଦେ।ମନର ଅନୁତାପ ଆଉ ଅନୁଭବକୁ ନେଇ ମନ ଭିତରେ କାନ୍ଦି ପକେଇଲି। ଭାବୁ ଥାଏ ପ୍ରଭୂ ହେ ସତରେ ତୁମେ ଭାବଗ୍ରାହୀ, ସତରେ ତମେ ଅନ୍ତର୍ଯ୍ୟାମୀ ତୁମ ପାଇଁ କେହି ଅଧମ ନୁହଁଇ। ପ୍ରକୃତରେ ସେଦିନ ବୁଝିଲି ପିଲାବେଳର ପ୍ରାର୍ଥନା....
"....ଯାହା ମୁ କରଇ, ଯାହା ମୁ କହଇ, ଯାହା ମୁ ଚିନ୍ତଇ ମନେ ଜଗତର କର୍ତ୍ତା ଜାଣୁଛନ୍ତି ପ୍ରତି କ୍ଷଣେ....."