STORYMIRROR

Debasish Das

Tragedy

3  

Debasish Das

Tragedy

ଅପାଠୁଆ

ଅପାଠୁଆ

1 min
29.4K


ଭାବି ଥିଲା ଏତେଦିନ ପରେ ଦେଖିବ ତା   ଆପଣାର ସେଇ ଲୋକ ମାନଙ୍କୁ, "ସନା ଆଇଚୁ କିରେ" କହିକି ତା ନୂଆଊ କୁଣ୍ଡା ଗୋଳଉ ଥିବ ଅଗଣା ଗୁହାଳରେ ।

ଦିନେ ଅପାଠୁଆ ଅଶିକ୍ଷିତ ମଫସଲ ଲାଗୁଥିବା ଗାଁଟା ଆଜି କାଇଁ ବେଶି ବେଶି ମନେ ପଡୁଥିଲା ।

ଛି କରି ପଳେଇ ଯିବା ଦିନଠୁ ଆଜି ଯାଏ ସବୁବେଳେ ଚେଷ୍ଟା କରିଛି ନିଜକୁ ପାଠୁଆ ବୋଲି ସାବିତ୍ କରିବା ପାଇଁ, ଆଉ କରିଛି ମଧ୍ୟ, ହେଲେ କାଇଁ କେଜାଣି ମନ ଭିତରଟା ଗୋଳେଇ ଘାଂଟି ହ୍ଉଛି ଆଉ ଯେମିତି ଗାଁ ଜାଗୁଳାଈ କହୁଛି ଧନରେ ଆଜି କେଜାଣି କାହିଁକି ତତେ ଜୋର କରି ଡାକିଦବାକୁ ଡର ଲାଗୁଛି ... 

ଗାଡିରୁ ଓହ୍ଲେଇ ପଡି ଭେଟିଲା ଆଁ କରି ଘୁରି ବୁଲୁଥିବା ଖାଁ ଖାଁ ଗୁଡାକୁ ସତେ ଯେମିତିକା ତା ଛାଡ଼ିଯାଇଥିବା ଅତୀତ ଗୁଡାକୁ ଫର୍ଦ୍ଦ ଫର୍ଦ୍ଦ ଚିରି ଚୋବେଇ ଚାଲିଛନ୍ତି ।

ଏତେ ପାଠୁଆ ହେଇ ବି ପଢ଼ି ପାରୁନଥିଲା ଆଜି ତା ଚିରା ଅତୀତ ପୄଷ୍ଠା ଗୁଡାକୁ...

ଗାଁଟା ତାର ଯେମିତି ଅଘସା ମୁହଁରେ ପାଉଡର ବୋଳି ହେଇ ଯାଉଥିଲା ସହର ଦେଖି...ସନା ଭୋ ଭୋ ହେଇ କାନ୍ଦୁଥିଲା ନିଜକୁ ଅପାଠୁଆ ହେଇଯାଇଥିବାର ଜାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Debasish Das

Similar oriya story from Tragedy