Pradeep Kumar Panda

Abstract Classics Inspirational

3  

Pradeep Kumar Panda

Abstract Classics Inspirational

ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଅନ୍ତର୍ଜାତୀୟ ଶ୍ରମିକ ଦିବସ

2 mins
14


ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ i ଆଜି ମେ’ ୧ ତାରିଖ। ଅନ୍ତର୍ଜାତୀୟ ଶ୍ରମିକ ଦିବସ। ୧୮୮୬ ମସିହା ଆଜିର ଦିନରେ ଆମେରିକାରେ ପ୍ରଥମେ ଶ୍ରମିକଙ୍କ ପାଇଁ କାମ କରିବା ସମୟ ନିର୍ଦ୍ଧାରିତ ହୋଇଥିଲା। ସେହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ମେ’ ୧ ତାରିଖକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି। ଶ୍ରମିକମାନଙ୍କର ଯୋଗଦାନକୁ ସ୍ୱୀକୃତି ପ୍ରଦାନ କରି ଏହି ଦିବସ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ଶ୍ରମିକମାନଙ୍କର ସୁରକ୍ଷା, ଅଧିକାର ଓ ସ୍ୱାସ୍ଥ୍ୟ ରକ୍ଷା ଏହି ଦିବସ ପାଳନର ଆଭିମୁଖ୍ୟ।


ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକମାନଙ୍କ ସଂଘର୍ଷମୟ ଇତିହାସ। ଗୋଟିଏ ସମୟ ଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣୀ ଶ୍ରମିକମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ଶ୍ରମିକମାନଙ୍କର କାମ କରିବାର ସମୟ ସୀମା ନ ଥିଲା କି ସେମାନଙ୍କୁ କାମ ଅନୁଯାୟୀ ପ୍ରାପ୍ୟ ମିଳୁ ନ ଥିଲା। ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପଥମେ ରାଜରାସ୍ତାକୁ ଓହ୍ଲାଇଥିଲା । ସେହି ସଂଗଠନର ପ୍ରଥମ ଦାବି ଥିଲା କି କାମ କରିବାର ସମୟ ୮ ଘଣ୍ଟା ମଧ୍ୟରେ ସୀମିତ ରଖାଯାଉ। ଏହାକୁ ପୁଞ୍ଜିପତି ଶ୍ରେଣୀ ମାନିବାକୁ ନାରାଜ ଥିଲା ଫଳରେ ଏହାକୁ ବିରୋଧ କରି ୧୮୭୭ ମସିହାରେ ଶ୍ରମିକମାନେ କାମ କରିବାର ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ଆନ୍ଦୋଳନ କରିଥିଲେ।


ଏଥିସହ କାମ କରିବା ସମୟ ୮ ଘଣ୍ଟା ରଖିବାକୁ ଦାବି କରିଥିଲେ। ୧୮୮୬ ମସିହା ମେ ୧ ତାରିଖରେ ଆମେରିକାର ପାଖାପାଖି ୧୧ ହଜାର କାରଖାନାର ୩ ଲକ୍ଷ ୮୦ ହଜାର ଶ୍ରମିକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଶ୍ରମିକଙ୍କ ଉପରେ ପୋଲିସ ଆଖିବୁଜା ଗୁଳିମାଡ଼ କରିଥିଲା। ଏଥିରେ ଅନେକ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଶହ ଶହ ଶ୍ରମିକ ଆହତ ହୋଇଥିଲେ। ଏହି ଘଟଣାର ୩ ବର୍ଷ ପରେ ୧୮୮୯ ମସିହାରେ ପ୍ୟାରିସରେ ଅନ୍ତଃରାଷ୍ଟ୍ରୀୟ ସମାଜବାଦୀ ସମ୍ମେଳନ ହୋଇଥିଲା। ଏହି ବୈଠକରେ ଶ୍ରମିକମାନେ ଦିନକୁ ୮ ଘଣ୍ଟା କାମ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ସମ୍ମେଳନରେ ମେ’ ୧ କୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯିବା ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା। ସେବେଠାରୁ ସାରା ଦୁନିଆରେ ମେ’ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।


ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ’ ୧ ତାରିଖରେ ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ୍‌ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ସେବେଠାରୁ ମେ’ ୧ ତାରିଖକୁ ଆମ ଦେଶରେ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳନ କରାଯାଉଛି।


Rate this content
Log in

Similar oriya story from Abstract