Ayiswarya Maharana

Tragedy Inspirational

4  

Ayiswarya Maharana

Tragedy Inspirational

ଅନନ୍ତ ପ୍ରତୀକ୍ଷା

ଅନନ୍ତ ପ୍ରତୀକ୍ଷା

3 mins
538


ପ୍ରତୀକ୍ଷା.....ଏହାର ମୂଲ୍ୟ କେବଳ ଅନୁଭବି ହିଁ କହିପାରିବ।ପ୍ରତୀକ୍ଷା .....କେବେ ଓଠରେ ମଧୁ ଗୁଞ୍ଜରଣ ଭରିଦିଏ ତ ପୁଣି କେବେ ଆଖିରେ ହିଁ ଲୁହ ଶୁଖାଇ ଦିଏ।ପ୍ରତୀକ୍ଷା .....କେବେ ଦୂରତ୍ୱ କୁ ହ୍ରାସ କରି ଦୁଇଟି ପ୍ରାଣୀକୁ ଏକାଠି କରିଦିଏ ତ ପୁଣି କେବେ ଏହା ହୋଇଯାଏ ଅନ୍ତ ହୀନ ଅନନ୍ତ ପ୍ରତୀକ୍ଷା।

                   ସୋମେଶ ଜଣେ ଉଚ୍ଚକୋଟୀର ଫୋଟୋଗ୍ରାଫର୍।ମୁମ୍ବାଇରେ ରହି ଫୋଟୋଗ୍ରାଫି କରେ।ପାର୍ବଣ ୠତୁରେ ଦଶହରା ପାଇଁ ଗାଁ କୁ ବୁଲିବା ପାଇଁ ଆସିଥାଏ।ସାଙ୍ଗରେ ତାର ଅତିପ୍ରିୟ କ୍ୟାମେରାଟିକୁ ମଧ୍ୟ ଆଣିଥାଏ।ନଆଣିବ ବା କିପରି ?ପାର୍ବଣ ୠତୁ ରେ ଗ୍ରାମ୍ୟ ଦୃଶ୍ୟ ର ସୌନ୍ଦର୍ଯ୍ୟକୁ କିଏ ଅଣଦେଖା କରିପାରିବ।ନିର୍ମଳ ଆକାଶ,ସବୁଜିମା ରେ ଭରା ପରିବେଶ,ପାଟ ଭିତରେ କାଶତଣ୍ଡୀ ର ସମ୍ଭାର,ମୃଣ୍ମୟୀ ମୃଣାଳିନୀଙ୍କର ନିଖୁଣ ପ୍ରତିମା ଏସବୁ କୁ କ୍ୟାମେରାରେ ସାଇତିବା ର ପ୍ରଚଣ୍ଡ ଲୋଭ ରହିଥିଲା ସୋମେଶର ମନରେ।

ମହାଦଶମୀ ଦିନ ସୋମେଶ ର ପିଲାଦିନ ର ବନ୍ଧୁ ଆଶିଷ ସହ ଦେଖାହୋଇଗଲା।ଆଶିଷ କହିଲା ,"ଆରେ ବହୁତ ଦିନ ପରେ ତୋ ସହ ଦେଖା ହେଲା।ଭଲ ଅଛୁ ତ ?" ସୋମେଶ କହିଲା ,"ହଁ ମୁଁ ଭଲ ଅଛି।ତୋ କଥା କ'ଣ କହ।"ଆଶିଷ କହିଲା,"ହଁ ,ଭାଇ ମୋର ମଧ୍ୟ ସବୁ ଭଲ।ଏଈ ପାଖରେ ଥିବା ଜଙ୍ଗଲ ବିଭାଗରେ ମୁଁ ଫରେଷ୍ଟର ହୋଇଛି।ଘର ପାଖରେ ଥିବାରୁ ବହୁତ ସୁବିଧା ହେଉଛି।ଉଭୟ ଘର ଚାକିରୀ ଦୁଇଟା ଯାକ କଥା ବୁଝିହେଉଛି।"ସୋମେଶ ଖୁସି ହୋଇ କହିଲା,"ସତରେ ନା କ'ଣ!!!!ତେବେ ତ ଖୁବ୍ ଭଲ ହେଲା।ମୋତେ କେବେ ବୁଲେଇନେ ତୁମ ଜଙ୍ଗଲକୁ।ମୁଁ ଏହିଥର ପୁରା ଗୋଟିଏ ମାସ ରହିବି ବୋଲି ସ୍ଥିର କରି ଆସିଛି।ବହୁତ ଦିନରୁ ଇଛା ଥିଲା ଜଙ୍ଗଲ ଯାଇ ଫୋଟୋ ଉଠାଇବା ପାଇଁ।"ଆଶିଷ କହିଲା,"ଏଇଟା କ'ଣ ଗୋଟିଏ କହିବା କଥା।କାଲି ଚାଲ ଯିବା।ସେଠାରେ ଅଫିସରେ ଜଣେ ଗାର୍ଡ ଛଡା ଆଉ କେହି ରୁହନ୍ତି ନାହିଁ।ସେଠାରେ ଗୋଟିଏ ଦିନ ରହି ଆସିବା।କିଛି ଅସୁବିଧା ହେବନି।"

                 ତା ପରଦିନ ସକାଳୁ ଦୁଇ ବନ୍ଧୁ ଗାଡି ନେଇ ଜଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ।ଅଧା ଘଣ୍ଟା ପରେ ଦୁହେଁ ଜଙ୍ଗଲ ବିଭାଗର ଅଫିସ ରେ ପହଞ୍ଚିଗଲେ।ଦୁହେଁ ଗାଡିଟିକୁ ଅଫିସ ପାଖରେ ରଖିଦେଇ ଜଙ୍ଗଲ ଭିତରକୁ ଚାଲିଲେ।ବହୁତ ଫୋଟୋ ଉଠାଇଲେ ବୁଲି ବୁଲି ମଧ୍ୟାହ୍ନ ହେବାରୁ ଉଭୟଙ୍କୁ ଭୋକ ହେବା ଆରମ୍ଭ ହୋଇଗଲା।ସୋମେଶ କହିଲା ,"ଆଶିଷ,ଭୋକ ଲଗିଲାଣି।କ'ଣ କରିବା।ଏଇ ଜଙ୍ଗଲ ରେ କିଛି ମିଳିବକି?"ହଠାତ ତା'ର ଦୃଷ୍ଟି ପଡିଲା ଗଛ ଡାଳରେ ବସିଥିବା ଏକ ପକ୍ଷୀ ଉପରେ।ସେ ଆଶିଷକୁ କହିଲା ହେଇ ଦେଖ ଗୋଟିଏ ପକ୍ଷୀ।ବହୁତ ମାଂସ ଖିଆ ହୋଇଛି ଆଜି ପକ୍ଷୀର ମାଂସ ହେଲେ ଭଲ ହୁଅନ୍ତା।ତା' ପରେ ଆଶିଷ ର ଗୋଟିଏ ଗୁଳି ରେ ପକ୍ଷୀଟି ଡାଳରୁ ଭୂପତିତ ହେଲା।ଦୁହେଁ ତାକୁ ନେଇ ଅଫିସ ଆଡ଼କୁ ଚାଲିଲେ।ଆଗରୁ ଗାର୍ଡଟି ବରାଦ ମୁତାବକ ରୋଷେଇ କରି ରଖିଥିଲା।ତେଣୁ ସଂଗେ ସଂଗେ ପକ୍ଷୀଟିକୁ ପୋଡ଼ି ଦୁଇ ବନ୍ଧୁଙ୍କୁ ପରଶି ଦେଲା।ତା'ପର ଦିନ ଆଶିଷ ଡ୍ୟୁଟି ସରିବା ପରେ ଦୁହେଁ ଗାଁକୁ ଫେରିଆସିଲେ।

ମୁମ୍ବାଇ ଫେରିବା ପାଇଁ ଆଉ ମାତ୍ର ଦୁଇଦିନ ସମୟ ଥାଏ।ସୋମେଶ ଆଶିଷକୁ କହିଲା ,"ଯିବା ପୂର୍ବରୁ ମୁଁ ପୁଣି ଥରେ ସେହି ଜଙ୍ଗଲର ଶାନ୍ତ ବତାବରଣକୁ ଯିବାକୁ ଚାହେଁ।କାଲି ଯିବା?ଆଶିଷ ରାଜି ହୋଇଗଲା। ପର ଦିନ ଦୁହେଁ ସେହି ଜଙ୍ଗଲକୁ ପୁଣି ଥରେ ଗଲେ।ହଠାତ୍ ଅଦିନ ଝଡ ଟିଏ ଆସିଲା।ଜଙ୍ଗଲ ଭିତରେ ମଧ୍ୟ ଝଡର ବେଗ କିଛି କମ୍ ନଥିଲା।ଦୁହେଁ ଏକ ଗଛ ତଳକୁ ଚାଲିଗଲେ।ପବନ ବହୁଥିବାରୁ ଗଛଡ଼ାଳରେ ଥିବା ନୀଡଟିଏ ଆସି ସୋମେଶର ପାଦ ତଳେ ପଡ଼ିଲା।ସୋମେଶ ଉପରକୁ ଚାହିଁ ଦେଖିଲା ଏହି ତ ସେହି ଗଛ,ଯେଉଁଠାରୁ ଗତ ଥର ପକ୍ଷୀଟିକୁ ମାରି ନେଇଯାଇଥିଲେ।ପାଦ ପାଖରେ ପଡିଥିବା ନୀଡ଼ ଭିତରେ ୪ଟି ପକ୍ଷୀ ଶାବକର କଙ୍କାଳ ଦେଖି ସୋମେଶ ଚମକି ଉଠିଲା।ଦୁଇ ବନ୍ଧୁକୁ ବୁଝିବାକୁ ବାକି ନଥିଲା ଯେ ଏଗୁଡିକ ସେମାନେ ହତ୍ୟା କରିଥିବା ପକ୍ଷୀଟିର ଶିଶୁ ଶାବକମାନଙ୍କର କଙ୍କାଳ,ଯେଉଁମାନେ କି ମାତୃହରା ହୋଇ ଆହାର ବିନା ମୃତ୍ୟୁବରଣ କରିଥିଲେ।ଦୁହେଁ ବୁଝୁଥିଲେ ଯେ ଅଜ୍ଞ ଶିଶୁ ଶାବକ ଗୁଡ଼ିକ ମା ପକ୍ଷୀର ଅନନ୍ତ ପ୍ରତୀକ୍ଷା କରି କରି ଆହାର ବିହୁନେ ନିଜର ଅନ୍ତ କୁ ସମ୍ମୁଖୀନ କରିଗଲେ।ଦୁହେଁ ବୃଥା ପ୍ରାୟଶ୍ଚିତର ବହ୍ନିରେ ଦଗ୍ଧୀଭୂତ ହେଉଥିଲେ।

ଝଡ ଥମିଗଲା।କିନ୍ତୁ ଉଭୟଙ୍କ ହୃଦୟରେ ଏକ ଅଦମ୍ୟ ଝଡ ସୃଷ୍ଟି କରି ଫେରିଯାଇଥିଲା।ଝଡ ଯେପରି ଆସିଥିଲା ମାନଵକୁ ତା'ର ଅମାନବୀୟ କ୍ରୁରତା ସହିତ ପରିଚିତ କରାଇବା ପାଇଁ।ସୋମେଶ ଏବଂ ଆଶିଷ ଉଭୟେ ମନ ଭିତରେ ଶପଥ ନେଉଥିଲେ ଏକ ନିରାମିଷାସୀ ଜୀବନ ଅତିବାହିତ କରିବା ପାଇଁ।



Rate this content
Log in

Similar oriya story from Tragedy