STORYMIRROR

Annu Samal

Inspirational

3  

Annu Samal

Inspirational

ଅନ୍ନଦାତା

ଅନ୍ନଦାତା

1 min
220

 ଯାଜପୁର ଜିଲ୍ଲା ରାଜ୍ୟର ଏକ ପ୍ରମୁଖ କୃଷି ପ୍ରଧାନ ଜିଲ୍ଲା । ଏହା ପାହାଡ, ନଦୀ, ନାଳ ଜଙ୍ଗଲ ଦ୍ଵାରା ପରିବେଷ୍ଟିତ । ଦୁଇ ଗୋଟି କୃଷି ଜାଳବାୟୁ ମଣ୍ଡଳକୁ ୩ ଟି କୃଷି ଜିଲ୍ଲା ଓ ୧୦ ଗୋଟି ବ୍ଲକକୁ ନେଇ ଏହା ଗଠିତ । ମୋଟ ୧,୪୨ ,୭୫୦ ହେକ୍ଟର ଚାଷ ଉପଯୋଗୀ ଜମି ମଧ୍ୟରୁ ଧାନ ଜମିର ପରିମାଣ ୧,୧୧ ୧୦୦ ହେକ୍ଟର ।ଯାଜପୁର ଜିଲ୍ଲାର ବରୀ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ଆଉ ବରୀ ର ଅଶି ପ୍ରତିଶତ ରୁ ଅଧିକ ଲୋକେ ଜୀବିକା ପାଇଁ ଧାନ ଚାଷ ଉପରେ ନିର୍ଭର କରନ୍ତି। ପ୍ରତିବର୍ଷ ବନ୍ୟା ଆସି ସୁବର୍ଣ୍ଣ ବର୍ଣ୍ଣର କ୍ଷେତ କୁ ଧୂସର ବର୍ଣ୍ଣ କରିଦେଇ ଯାଏ। ହେକ୍ଟର ହେକ୍ଟର ଚାଷ ଜମି ରୁ ଧାନ ଭସେଇ ନିଏ । କିନ୍ତୁ ମୁଁ ଆପଣ ଙ୍କୁ ଭରଷା ର ସହ କହି ପାରିବି କେଉଁ ସମ୍ବାଦ ସମ୍ବାଦ ପତ୍ର କି ଗଣମାଧ୍ୟମ ରେ କେବେ ଦେଖି ନ ଥିବେ କି ଦେଖିବାକୁ ପାଇବେ ନାହିଁ ଆମ ଅଞ୍ଚଳ ର କେଉଁ ଚାଷୀ ଫସଲ ହାନି ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ପ୍ରକୃତ ହୀରୋ କେବେ ହାରି ଯାଏ ନାହିଁ କେବେ ଭାଙ୍ଗି ପଡ଼େ ନାହିଁ । ସେମାନେ ପୁଣି ଉଠନ୍ତି ନିଜକୁ ଓ ନିଜ କ୍ଷେତ କୁ ପୁଣି ପ୍ରସ୍ତୁତ କରନ୍ତି ରବି ଫସଲ ପାଇଁ। ମୁଁ ପିଲା ଟି ଦିନ ରୁ ଦେଖି ଆସୁଛି ଏମାନଙ୍କୁ ଏମିତି କେବେ ହୋଇନି ଏମାନେ ରଜ ପରେ ବନ୍ୟା ଭୟ ରେ ଧାନ ବୁଣିବା ଛାଡ଼ି ଦେଇଛନ୍ତି। ଆମ ଅସ୍ତିତ୍ବ ପାଇଁ ସଙ୍ଘର୍ଷ କରୁଥିବା ଏଇ ଅନ୍ନଦାତା ମାନେ ଚିର ନମସ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational