ଅଷ୍ଟବକ୍ରଙ୍କ ପ୍ରତିଶୋଧ
ଅଷ୍ଟବକ୍ରଙ୍କ ପ୍ରତିଶୋଧ
ମିଥିଳା ନରେଶ ରାଜର୍ଷୀ ଜନକ ଙ୍କ ଦରବାର ରେ ଆସନ ମଣ୍ଡିତ କରିଥାନ୍ତି ଅନେକ ଜ୍ଞାନୀ, ଗୁଣି ମହର୍ଷି ମାନେ । ଜ୍ଞାନ ରେ ଜଣ କୁ ବଳି ଆଉ ଜଣେ । ସ୍ଵୟଂ ମିଥିଳା ନରେଶ ଯେବେ ଆତ୍ମଜ୍ଞାନୀ ତାଙ୍କ ଦରବାର ରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କ ଙ୍କ ବିଷୟ ରେ ଅଧିକ କଣ ଆଉ କୁହାଯିବ । ସଭା ରେ ଶାସ୍ତ୍ର ଆଲୋଚନା ଚାଲିଥିବା ସମୟ ରେ କେହି ଜଣେ ବାଳକ ଆସି ରାଜ ଦରବାର ଭିତର କୁ ଯିବାକୁ ଅନୁମତି ଭିକ୍ଷା କଲେ । କିନ୍ତୁ ତାଙ୍କ ଶରୀର କୁ ଦେଖି ଦ୍ଵାରପାଳ ତାଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କଲେ ନାହିଁ ।
ବାଳକ ଜଣକ କହିଲେ ମୁଁ ରାଜାର୍ଷି ଜନକ ଙ୍କ ସଭା ରେ ଆଚାର୍ଯ୍ୟ ବନ୍ଦୀ ଙ୍କୁ ତର୍କ ନିମନ୍ତେ ଆହ୍ଵାନ କରିବାକୁ ଆସିଛି ।
ଦ୍ଵାରରାକ୍ଷୀ ବିନମ୍ରତା ସହ ଉଚ୍ଚାରଣ କଲେ - "କ୍ଷମା କରିବେ ବ୍ରାହ୍ମଣ ପୁତ୍ର ଆଚାର୍ଯ୍ୟ ବନ୍ଦୀ ଙ୍କ ସହ ତର୍କ କରିବାର ବୟସ ଆପଣଙ୍କ ର ଏ ଯାଏଁ ହୋଇ ନାହିଁ । ଉଚିତ୍ ହେବ ଆପଣ କେଉଁ ଗୁରୁକୁଳ କୁ ଯାଇ ବିଦ୍ୟାର୍ଜନ କରନ୍ତୁ ।
ବ୍ରାହ୍ମଣ ବାଳକ ଜନକ ତତ୍କ୍ଷଣାତ ଉତ୍ତର ଦେଲେ ତର୍କ ସହ ବୟସ ର କୌଣସି ସମ୍ପର୍କ ନାହିଁ । ଜ୍ଞାନୀ ହେବା ପାଇଁ ବାଳ ଧଳା ହେବା ର କୌଣସି ଆବଶ୍ୟକତା ନ ଥାଏ । ରାଜା ଜନକ କିମ୍ବା ଆଚାର୍ଯ୍ୟ ବନ୍ଦୀ ଙ୍କୁ ଜଣାଇ ଦିଅନ୍ତୁ ମୋର ଏଠାକୁ ଆସିବାର ଅଭିପ୍ରାୟ ।(ବ୍ରାହ୍ମଣ ପୁତ୍ର ଜଣକ ଉଚ୍ଚ ଗଳା ରେ କହିଲେ )
।ସଭା ରେ ଉପସ୍ଥିତ ଜନକ କୋଳାହଳ ଶୁଣି ତାଙ୍କୁ ଭିତର କୁ ଛାଡ଼ିବାକୁ ଦ୍ଵାରପାଳ ଙ୍କୁ ଆଦେଶ ଦେଲେ।
ସେ ରାଜାର୍ଷି ଙ୍କ ସଭା ରେ ପ୍ରବେଶ କରିବା ମାତ୍ରେ ଦରବାର ରେ ଉପସ୍ଥିତ ଜ୍ଞାନୀ ପଣ୍ଡିତ ମାନେ ତାଙ୍କ ଅଷ୍ଟ ବକ୍ର ଶରୀର କୁ ଦେଖି ଉପହାସ କରି ହସି ଉଠିଲେ। କିଛ କ୍ଷଣାନ୍ତେ ବାଳକ ଜଣକ ମଧ୍ୟ ଉପସ୍ଥିତ ଥିବା ପଣ୍ଡିତ ମାନ ଙ୍କୁ ଦେଖି ହସି ଉଠିଲେ । ବାଳକ ଜଣଙ୍କ ହସ କୁ ଦେଖି ସମସ୍ତ ଙ୍କ ହସ ଧୀରେ ଧୀରେ ଲିଭି ଗଲା ।
ମହାରାଜ ଜନକ ପ୍ରଶ୍ନ କଲେ - "କ୍ଷମା କରିବେ ବ୍ରାହ୍ମଣ କୁମାର , ସଭା ମଧ୍ୟ ରେ ଆପଣ ଙ୍କ ହସିବାର କାରଣ କଣ ? କହିବେ କି?"
ୠଷି ଅଷ୍ଟବକ୍ର - ମୋର ଭାବନା ଥିଲା ରାଜାର୍ଷି ଙ୍କ ଦରବାର ଅନେକ ଜ୍ଞାନୀ , ମାନି ପଣ୍ଡିତ ମଣ୍ଡନ କରିଥିବେ । କିନ୍ତୁ ଏଠାରେ ଉପସ୍ଥିତ ମୂର୍ଖ ମାନ ଙ୍କୁ ଦେଖି ମୋତେ ହସ ଲାଗିଲା । ପରନ୍ତୁ ମହାରାଜ ଆପଣ ଙ୍କ ଦରବାର ରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କୁ ପ୍ରଶ୍ନ କରନ୍ତୁ ସେମାନେ କାହା ର ପରିହାସ କଲେ ? ମୋର ନା ମୋ ସୃଷ୍ଟିକର୍ତା ସେ କୁମ୍ଭକାର ର? ପଚାରନ୍ତୁ କାହା ଉପରେ ହସିଲେ ସେମାନେ ?
ଦରବାର ରେ ଉପସ୍ଥିତ ଥିବା ପଣ୍ଡିତ ମାନଙ୍କ ମଥା ଲଜ୍ୟା ରେ ନଇଁ ଯାଇଥିଲା ।
ମହାରାଜ ଜନକ ଋଷି ଅଷ୍ଟବକ୍ର ଙ୍କୁ କ୍ଷମା ପ୍ରାର୍ଥନା କରି ଆସିବାର କାରଣ ପଚାରି ବୁଝିଲେ ।
ୠଷି ଅଷ୍ଟବକ୍ର - ମୁଁ ଏଠାକୁ ଆଚାର୍ଯ୍ୟ ବନ୍ଦୀ ଙ୍କ ସହ ଶାସ୍ତ୍ରାର୍ଥ ଆଲୋଚନା ପାଇଁ ଆସିଛି ।
ଜନକ - କିନ୍ତୁ ଆଚାର୍ଯ୍ୟ ବନ୍ଦୀ ଙ୍କ ସହ ଶାସ୍ତ୍ରାର୍ଥ ଆଲୋଚନା କରିବାର ବୟସ ଆପଣଙ୍କ ର ହୋଇ ନାହିଁ । ବନ୍ଦୀ ଙ୍କ ଶାସ୍ତ୍ରାର୍ଥ କରିବା ଅତ୍ୟନ୍ତ କଠିନ । ଏଵଂ ତାଙ୍କ ଦ୍ଵାରା ପରାଜିତ ହେଲେ ଜଳ ସମାଧି ନେବା କୁ ପଡେ ।
ଋଷି ଅଷ୍ଟବକ୍ର- ମୋତେ ମୃତ୍ୟୁ ର ଭୟ ନାହିଁ ରାଜନ୍ । କୌଣସି ମହାନ୍ ଉଦ୍ଦେଶ୍ୟ ନିମନ୍ତେ ଜୀବନ ଦେବା ରେ କିଛି ମୋର ଆପତ୍ତି ନାହିଁ । ଆପଣ କେବଳ ଆଚାର୍ଯ୍ୟ ବନ୍ଦୀ ଙ୍କ ସାମ୍ନା କୁ ମୋତେ ନେଇ ଯାଆନ୍ତୁ ।
ସଭା ରେ ଉପସ୍ଥିତ ଥିବା ବନ୍ଦୀ ନିଜ ସ୍ଥାନ ରୁ ଉଠି କହିଲେ - ମୁଁ ଆଚାର୍ଯ୍ୟ ବନ୍ଦୀ । ମୁଁ ତୁମ ସହ ଶାସ୍ତ୍ରାର୍ଥ କରିବାକୁ ପ୍ରସ୍ତୁତ କିନ୍ତୁ ଏହାର ପରିଣାମ ତୁମ କୁ ଜଣା ଅଛି ତ?( ପରିହାସ କରି କହିଲେ ବନ୍ଦୀ ।)
ମିଥିଳା ନରେଶ ଙ୍କ ସଭା ରେ ଆଚାର୍ଯ୍ୟ ବନ୍ଦୀ ଙ୍କୁ ଆହ୍ଵାନ କରୁଥିବା ବାଳକ ଯେ ତାର ପରିଣାମ ସମ୍ବନ୍ଧ ରେ ଅଜ୍ଞ ଥିବ ଆପଣ କିପରି ଭାବି ପାରୁଛନ୍ତି ?
ଶାସ୍ତ୍ରାର୍ଥ ଆରମ୍ଭ ହେଲା ଅଷ୍ଟବକ୍ର ଋଷି ଙ୍କ ସାମ୍ନା ରେ ଆଚାର୍ଯ୍ୟ ବନ୍ଦୀ ।
ବନ୍ଦୀ ଆରମ୍ଭ କଲେ - ପ୍ରପଞ୍ଚ କ'ଣ?
ଅଷ୍ଟବକ୍ର - ଯାହା ଦୃଶ୍ୟ ମାନ ହୁଏ , ଯାହା ବି କିଛି ତାହା ପ୍ରପଞ୍ଚ ଅଟେ । ଯାହା ଦୃଶ୍ୟମାନ ହୁଏ ତାହାର ତାତ୍ପର୍ଯ୍ୟ କ'ଣ?
ବନ୍ଦୀ - ଯାହା ଦୃଷ୍ଟି ଗୋଚର ହୁଏ , ମନ ଓ ଇନ୍ଦ୍ରିୟ ର ବିଷୟ ଅଟେ । ଯାହା ମୁଁ ସ୍ଵୟଂ ଜାଣିଛି ତାହା ହିଁ ଦୃଶ୍ୟ । ସ୍ଵୟଂ କୁ କିଏ ଜାଣିଛି ?
ଅଷ୍ଟବକ୍ର - ଯେମିତି ସୂର୍ଯ୍ୟ କୁ ପ୍ରକାଶିତ ହେବା ପାଇଁ ପ୍ରଦୀପ ଆବଶ୍ୟକତା ନ ଥାଏ ସେମିତି ସ୍ଵୟଂ କୁ ଦେଖିବା ର ଆବଶ୍ୟକତା ନ ଥାଏ ।
ଏ ସଂସାର କେଉଁଠାରୁ ଏବଂ କିପରି ଆସିଛି ?
ବନ୍ଦୀ - ଏ ସୃଷ୍ଟି ତାଙ୍କ ଠାରୁ କେବଳ ତାଙ୍କ ଠାରୁ ଆସିଛି ।
ସେ କିଏ?
ଅଷ୍ଟବକ୍ର- ସେ ବ୍ରହ୍ମ , ସେ ଇଶ୍ଵର , ସେ ହିଁ ନିଜ ର ମାୟା ଦ୍ଵାରା ଏ ସଂସାର ର ରଚନା କରିଛନ୍ତି । ସେ ହିଁ ଏ ଜଗତ ର ପାଳନ କର୍ତ୍ତା ଓ ସଂହାର କର୍ତ୍ତା ।
ସେ ଏ ସଂସାର ର ରଚନା , ପାଳନ ଓ ସଂହାର କିପରି କରନ୍ତି?
ବନ୍ଦୀ - ଯେମିତି ବୁଡ଼ିଆଣି ନିଜ ଜାଲ ର ସୃଷ୍ଟି କରେ ସେଥିରେ ବିଶ୍ରାମ କରେ ଆଉ ତାକୁ ହିଁ ଖାଇଦିଏ ସେପରି ଇଶ୍ଵର ଏ ସଂସାର ର ସୃଷ୍ଟି , ପାଳନ ଓ ସଂହାର କରନ୍ତି।
ଜୀବ କ'ଣ?
ଅଷ୍ଟବକ୍ର- ଜୀବ ଆତ୍ମା ଅଟେ । ସେ ନିର୍ବିକାର ସ୍ୱୟଂ ଅଟେ। ପରନ୍ତୁ ଅବିଦ୍ୟା ର ପ୍ରଭାବ ରେ ସେ ନିଜକୁ ଶରୀର ବୋଲି ଭାବି ବସେ । ସେଥିପାଇଁ ସେ ଏ ସଂସାର କୁ ଅନୁଭବ କରି ପାରେ ।
ଅବିଦ୍ୟା କ'ଣ?
ବନ୍ଦୀ - ଅନାତ୍ମା କୁ ଆତ୍ମା ବୁଝିବା , ନିର୍ବିକାର କୁ ବିକାର ଏବଂ ଏ ସଂସାର କୁ ହିଁ ସତ୍ୟ ମାନିବା ଭାବିବା ଅବିଦ୍ୟା ଅଟେ ।
ତେବେ ବିଦ୍ୟା କ'ଣ?
ଅଷ୍ଟବକ୍ର- ଆତ୍ମ ଜ୍ଞାନ ହିଁ ବିଦ୍ୟା । ସା ବିଦ୍ୟା ଯା ବିମୁକ୍ତୟେ ।
ସେ ଯେ ସବୁ ଦୁଃଖ ,ପୀଡ଼ା ବନ୍ଧନ ଓ ଅଜ୍ଞାନ ରୂପକ ଅନ୍ଧକାର ରୁ ମୁକ୍ତି ଦିଏ ।ସେ ବିଦ୍ୟା ଯେ ଦୃଷ୍ଟି ଦିଏ ଯେମିତି ମନୁଷ୍ୟ ନିଜ ବ୍ରହ୍ମ ରୂପ କୁ ଚିହ୍ନି ପାରିବ ।
ବ୍ରହ୍ମ କୁ ଜାଣିବାର ପକ୍ରିୟା କ'ଣ?
ବନ୍ଦୀ - ବ୍ରହ୍ମ କୁ ଜାଣିବାର ଦୁଇଟି ମାର୍ଗ ଅଛି । ପ୍ରଥମ ଏହା କି ଜାଣିବା ବ୍ରହ୍ମ କଣ ଅଟେ ଓ ଯାହା ବ୍ରହ୍ମ ନୁହେଁ ତାହା କୁ ନିଷେଧ କରିବା । ସର୍ବନାମ , ଗୁଣ , ସଦୋଷ ଓ ପରିବର୍ତ୍ତନଶିଳ ବସ୍ତୁ କୁ ନିଷେଧ କରି ନିର୍ବିକାର ହୋଇଯିବା ।
ଦ୍ଵିତୀୟ ମାର୍ଗ - ସତ୍ୟ ଯେମିତି ଅଟେ ତାକୁ ସେମିତି ହିଁ ଚିହ୍ନିବା , ସେ ଅସ୍ତିତ୍ବ ଅଟେ । ସତ୍ୟ ବିନା ସଂସାର ର ଅସ୍ତିତ୍ବ ନାହିଁ। ସତ୍ୟ ବ୍ରହ୍ମ ଥିଲା , ବ୍ରହ୍ମ ଅଛି , ବ୍ରହ୍ମ ହିଁ ରହିବ , ତେଣୁ ମୁଁ ବ୍ରହ୍ମ ଅଟେ , ତୁମେ ବ୍ରହ୍ମ ଅଟ ଓ ଆମେ ସମସ୍ତେ ବ୍ରହ୍ମ ଅଟନ୍ତି ।
ଦୁଇ ବିପ୍ର ଙ୍କ ମଧ୍ୟ ରେ ଚାଲିଥିବା ଏ ଶାସ୍ତ୍ରାର୍ଥ ଅନ୍ତ ହେବାର ସମ୍ଭାବନା ଆଶା କ୍ଷୀଣ ହୋଇ ଆସୁଥିବା ସମୟରେ ହଠାତ୍ ଆଚାର୍ଯ୍ୟ ବନ୍ଦୀ ଚୁପ୍ ହେଇଗଲେ । ତାଙ୍କ ନିକଟରେ ଉତ୍ତର ନ ଥିଲା । ଆଚାର୍ଯ୍ୟ ବନ୍ଦୀ ଙ୍କ ମୌନ ତାର ପରାଜୟତା କୁ ସୂଚାଇ ଦେଉଥାଏ । ସମସ୍ତେ ଅଷ୍ଟ ବକ୍ର ଙ୍କ ଜୟ ଜୟ କାର କରିବାକୁ ଲାଗିଲେ ।
ଆଚାର୍ଯ୍ୟ ବନ୍ଦୀ ମଥା ନତ କରି କହିଲେ -"ମୁଁ ମୋ ପରାଜୟ ସ୍ବୀକାର କରୁଛି । ମୁଁ ଜଳ ସମାଧି ନେବାକୁ ପ୍ରସ୍ତୁତ ଅଛି।"
ଅଷ୍ଟବକ୍ର- ନାହିଁ ଆଚାର୍ଯ୍ୟ ମୁଁ ଆପଣ ଙ୍କୁ ଜଳ ସମାଧି ଦେବା କୁ ଏଠାକୁ ଆସି ନାହିଁ । ଆପଣ ଙ୍କୁ ଏହା ଜଣାଇବାକୁ ଆସିଛି ଯେ ଆପଣ ଙ୍କ ଯୋଗୁଁ ଅନେକ ନିର୍ଦ୍ଦୋଷ ବିଦ୍ୱାନ୍ ମାନଙ୍କ ଜୀବନ ବିନା କାରଣ ରେ ଯାଇଛି । ଆପଣ ଙ୍କ ର ମନେ ଥିବ ଆଚାର୍ଯ୍ୟ କାହୋଟ ଙ୍କ କଥା । ଆପଣ ଙ୍କ ଠାରୁ ପରାଜିତ ହୋଇ ଯିଏ ଜଳ ସମାଧି ନେଇଥିଲେ । ମୁଁ ସେହି କାହୋଟ ଙ୍କ ପୁତ୍ର ଅଟେ । ଆଜି ମୁଁ ବିଜୟୀ ଅଟେ ଆଉ ଆପଣ ପରାଜିତ। ମୁଁ ଯଦି ଚାହିଁବି ଆପଣ ଙ୍କୁ ଜଳ ସମାଧି ଦେଇ ପାରିବି । କିନ୍ତୁ ମୁଁ ଏପରି କରିବି ନାହିଁ । କ୍ଷମା ହିଁ ମୋର ପ୍ରତିଶୋଧ ଅଟେ । ମୁଁ ଆପଣଙ୍କୁ କ୍ଷମା କରୁଛି ଆଚାର୍ଯ୍ୟ।
ବନ୍ଦୀ - ମୃତ୍ୟୁ ଠାରୁ ମଧ୍ୟ ବଡ଼ ଦଣ୍ଡ ଦେଲ ତୁମେ ଜ୍ଞାନୀ ବାଳକ ।
କୋହ ଚାପି ବନ୍ଦୀ କହିଲେ । ତାଙ୍କ ମଥା ଲଜ୍ୟା ରେ ଅବନତ ହୋଇ ଯାଉଥିଲା ନିଜ କୃତ କର୍ମ ପାଇଁ ସେ ଅନୁତାପ କରୁଥିଲେ।
ଚକ୍ଷୁ ରୁ ଉଷ୍ମଅଶ୍ରୁ ଅବିରତ ବହି ଚାଲିଥିଲା ।
ଅଷ୍ଟବକ୍ର - ପଶ୍ଚାତାପ ଠୁ ବଡ଼ ଦଣ୍ଡ ଆଉ କିଛି ନାହିଁ । ପଶ୍ଚାତାପ ର ଅଗ୍ନି ରେ ଜଳି ଆପଣ ନିଜ କୁ ଶୁଦ୍ଧ କରାନ୍ତୁ ଆଚାର୍ଯ୍ୟ ।
ନମ୍ର ସ୍ଵର୍ ରେ ଋଷି କହିଲେ ।
ଶାସ୍ତ୍ର କୁ ଶସ୍ତ୍ର ରେ ପରିଣତ କରନ୍ତୁ ନାହିଁ ,ମହାରାଜ। ଶାସ୍ତ୍ର ଜୀବନ ର ବିକାଶ କରେ ଆଉ ଶସ୍ତ୍ର ବିନାଶ ।
