STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

2  

ସୌମ୍ଯ ରଞ୍ଜନ ମହାପାତ୍ର

Tragedy

ଅଜଣା ମଣିଷ

ଅଜଣା ମଣିଷ

1 min
346

ସେଦିନ ସୁମିତ୍ରା କିଛି କାମରେ ବଜାର ଯାଇଥାନ୍ତି, ଫେରିଲା ବେଳକୁ ଦେଖିଲେ ଅନବରତ ଯା ଆସ କରୁଥିବା ଗାଡ଼ି ମଟର ଗୁଡ଼ାକ ଭିତରେ ଗୋଟାଏ ଲୋକର ଦୁର୍ଘଟଣା ଘଟିଗଲା, ଦୂରରୁ ମୁହଁଟା ଦେଖିବା ସମ୍ଭବ ହେଉନଥିଲା।

ଲୋକମାନେ କୁହା କୁହି ହେଉଥିଲେ, "କଉ ଅଚିହ୍ନା ଅଜଣା ଲୋକଟା ପାଇଁ କାହିଁକି ସମୟ ବରବାଦ କରିବା ଚାଲ ଯେଝା ଯେଝା କାମରେ ଯିବା।" ସୁମିତ୍ରା ମଧ୍ଯ ଚାଲିଗଲେ ଘରକୁ, ହେଲେ ସ୍ୱାମୀଙ୍କୁ ଏତେ ବେଳ ଯାଏଁ ନ ଆସିବାର ଦେଖି ବାୟାଣୀ ପରି ଦଉଡ଼ିଲେ ଖୋଜିବାକୁ ପଛରେ ଜଣା ପଡ଼ିଲା ଦୁର୍ଘଟଣା ଘଟିଥିବା ଲୋକଟି ହେଉଛନ୍ତି ତାଙ୍କ ସ୍ଵାମୀ ସୁରେଶ ଯାହାଙ୍କ ଦେହରେ ସେତେବେଳକୁ ଆଉ ଜୀବନ ନଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy