ABADHOOT PANDA

Classics Thriller

4  

ABADHOOT PANDA

Classics Thriller

ଅଜଗର ମେଖଳା

ଅଜଗର ମେଖଳା

2 mins
244



ପ୍ରାୟ ଦେଖାଯାଏ ଯେ ସହର ଓ ସମତଳ ଭୂମିରେ ଵାସ କରୁଥିବା ମହିଳାମାନଙ୍କ ଅପେକ୍ଷା ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ମହିଳାମାନେ କର୍ମଠ, ସାହସୀ ଓ କଷ୍ଟ ସହିଷ୍ଣୁ l ବିଶେଷତଃ ଜନଜାତି ମହିଳାଗଣ ଆପେକ୍ଷକୃତ ଅଧିକ ସାହସୀ ଓ ଶକ୍ତ କାୟ ମନ ଯୁକ୍ତ l ନିମ୍ନ ଲିଖିତ ସତ ଘଟଣା ଏହାର ଏକ ଜ୍ୱଳନ୍ତ ପ୍ରମାଣ l


ପ୍ରାୟ ଶହେ ବର୍ଷ ପୂର୍ବର କଥା l ସେତେବେଳେ ଅବିଭକ୍ତ କଟକ ଜିଲ୍ଲାର ଡାଳିଯୋଡ଼ାର ଘଞ୍ଚ ଅରଣ୍ୟ ଆଖ ପାଖ ଅଞ୍ଚଳର ବାସିନ୍ଦାମାନଙ୍କ ଜୀବିକା ଅର୍ଜନର ମୂଳଉତ୍ସ ଥିଲା l ଶବର ଓ ମୁଣ୍ଡା ଜନଜାତିଙ୍କ ବିଚରଣ ସ୍ଥଳ ଏହି ଅରଣ୍ୟ ସେମାନଙ୍କୁ ଯଥେଷ୍ଟ ହୃଷ୍ଟ ପୃଷ୍ଟ କରି ସେମାନଙ୍କ ପରିବାରଗୁଡ଼ିକୁ ପ୍ରତି ପାଳନ ସୁଚାରୁରୂପେ ପ୍ରତି ପୋଷଣ କରିପାରୁଥିଲା l ଡାଳିଯୋଡ଼ା ଅରଣ୍ୟର ଅଧିଷ୍ଠାତ୍ରୀ ବନଦେଵୀ ମା ଡମ ଡମଣୀ l ଅନେକ ହିଂସ୍ର ଜନ୍ତୁ ତଥା ବିରାଟ କାୟ ସରୀସୃପମାନଙ୍କ ପରି ଵେଷ୍ଠିତ ମାତା ଡମଣୀ ପ୍ରତ୍ୟହ ଶବର ଜନଜାତିଙ୍କ ଦ୍ଵାରା ପୂଜିତ ହୋଇ ସେମାନଙ୍କୁ ସର୍ବ ସଙ୍କଟ ଦୂର କରନ୍ତି l ବିଶେଷତଃ ଜାଳେଣି କାଠ ଓ ଫଳମୂଳ ସଂଗ୍ରହ ତଥା ଶସ୍ୟ କ୍ଷେତ୍ରରେ କର୍ମ ରତ ସମୟରେ ମାତା ସେମାନଙ୍କୁ ହିଂସ୍ର ବଣୁଆ ଜୀବ ଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିଥାନ୍ତି l


ଥରେ ଜଣେ ଶବରୀ ମହିଳା ଜାଳେଣି କାଠ ଓ କାଠପତ୍ର ସଂଗ୍ରହ କରିବାର୍ଥେ ବଣ ମଧ୍ୟରେ ପ୍ରବେଶ କରିଥିଲେ l ଅପରାହ୍ନ ସମୟ l କାଠ ଗୋଚ୍ଛା ଓ ଶାଳ ପତ୍ରବିଡ଼ା କରି ମୁଣ୍ଡ ଉପରେ ରଖିଲେ l ଡାହାଣ ହାତରେ ଧାରୁଆ କଟୁରୀ ଧରି ନିଜ ଘରକୁ ଯିବାକୁ ବାହାରିଲେ l ମୁଣ୍ଡ ଉପରେ କାଠର ଓଜନ ବେଶୀ ଥିଲା l ତେଣୁ ସେ ତଳକୁ ନଚାହିଁ ସାମନା ଆଡ଼କୁ ଚାହିଁ ଆଗକୁ ଚାଲିଲେ l ହଠାତ ତାଙ୍କ ଗୋଡ଼ ଚାରିପାଖେ କଣ ଗୋଟେ ରସି ଭଳି ଗୁଡ଼େଇ ହେବାକୁ ଲାଗିଲା l ମୁଣ୍ଡର ବୋଝକୁ ତଳକୁ ପକାଇ ଦେଖିଲେ ଗୋଟାଏ ଅଜଗର ସାପ ତାଙ୍କ ଗୋଡ଼କୁ ଗୁଡ଼େଇ ଦେଇ ଫାଶ ପକେଇ ଦେଇଛି l ସେଥିରୁ ବାହାରିବା ମହିଳାଙ୍କ ପକ୍ଷରେ କଷ୍ଟ ସାଧ୍ୟ ଥିଲା l ସେ ସାପର ଟାଣୁଆ କୁଣ୍ଡଳୀ ଉପରେ ବସି ପଡ଼ିଲେ l କିଂ କର୍ତ୍ତବ୍ୟ ବିମୁଢ଼ l ବଞ୍ଚିବାର ଆଶା କ୍ଷୀଣ l ଅଜଗର ତାଙ୍କୁ ପୁରାପୁରି କବଳିତ କରିଦେଇ ଥିଲା l ସାପଟି ତାର ପାଟି ମେଲା କରି ମହିଳାଙ୍କ ମୁଣ୍ଡଆଡ଼ୁ ଗିଳିବାକୁ ଲାଗିଲା l କିନ୍ତୁ ପ୍ରତ୍ୟୁତ୍ପନ୍ନ ମତିଯୁକ୍ତ ଉକ୍ତ ଜନଜାତି ମହିଳା ନିଜର ଧାରୁଆ କଟୁରୀଟିର ମୁଠାକୁ ସଜୋରେ ମୁଠେଇ ଧରିଲେ l ସାପଟି ଯେତିକି ଗିଳି ଗିଳି ଚାଲିଥାଏ ଓ ତାର ଦେହ ସେତିକି କଟି କଟି ଯାଉଥାଏ l ଶେଷରେ ଅଜଗର ହାର ମାନିଲା l ତାର ସମ୍ପୂର୍ଣ୍ଣ ଗଣ୍ଡିଟି କଟି ଦିଗଡ଼ ହେଇଗଲା ଓ ସାହସୀ ଶବର ମହିଳା ଜଣକ ସାପ ପେଟରୁ ବାହାରି ଆସିଲେ l ସାପ ଦର ମରା ଅବସ୍ଥାରେ ପଡ଼ି ରହିଲା l ମହିଳାଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟାନ୍ୟ ଜନଜାତି ପୁରୁଷ ଓ ମହିଳାମାନେ ତାଙ୍କ ପାଖରେ ରୁଣ୍ଡ ହୋଇ ତାଙ୍କୁ ଓ ତାଙ୍କର କାଠ ବିଡ଼ାକୁ କାନ୍ଧରେ ଲଦି ଗାଁକୁ ନେଇଗଲେ l କିଛିଦିନ ପରେ ଉକ୍ତ ସାହସୀ ମହିଳା ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରି ନିଜର ନିତି ଦିନିଆ କାମରେ ଲାଗିଗଲେ l ( କିମ୍ବଦନ୍ତୀ ଆଧାରିତ ସତ୍ୟ କାହାଣୀ )


Rate this content
Log in

Similar oriya story from Classics