STORYMIRROR

ipsita swain

Romance Tragedy Fantasy

5  

ipsita swain

Romance Tragedy Fantasy

ଅଦିତି

ଅଦିତି

22 mins
6

ସକାଳ ପହରୁ ବର୍ଷା ଲାଗିରହିଛି ଯେ ଛାଡ଼ିବାର ନାଆଁ ଧରୁନି..ଏତେ ବର୍ଷା ରେ ଆଜି ଅଫିସ୍ କୁ  କେମିତି ଯିବି..?ଏମିତି ମନେ ମନେ ଭାବୁଛନ୍ତି ଅଖିଲ୍  ବାବୁ..ହଠାତ୍ ଫୋନ୍ ର ରିଙ୍ଗଟୋନ୍ ଶୁଣି ଚମକି ଉଠିଲେ /
            
          ଅଫିସ୍ ରୁ କଲ୍ ଟି ଆସିଥିଲା,ଯାହା ହଉ ଆଜି ମିଟିଙ୍ଗ୍ କ୍ୟାନ୍ସଲ୍ ହେଇଗଲା   | ଅଖିଲ୍  ବାବୁ ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଯାଇ କହିଲେ ମାଉସୀ ଆପଣ ରୋଷେଇ କାମ ସାରିଦେଇ ଘରକୁ ଆଜି ଜଲ୍ଦି ପଳେଇବେ..ଆଜି ମୁଁ ଅଫିସ୍ ଯିବିନି | ଝିଅ ସହ ମୁଁ ଆଜି ରହିବି,କିନ୍ତୁ ଆପଣ କାଲି ସକାଳୁ ଆସିଯିବେ |ମୋର କାଲି ସକାଳୁ ଯିବାର ଅଛି  |
             
                ମାଉସୀ କହିଲେ ହଉ ବାବୁ ଠିକ୍ ଅଛି,ମୋର ରୋଷେଇ କାମ ସରିଗଲାଣି, ମୁଁ ଏବେ ଯାଉଛି ହେଲେ କୁନି ମା ର କିଛି ଦରକାର ପଡିଲେ ମତେ ଡକେଇଦେବେ ,ମୁଁ ଆସିଯିବି | ଅଖିଲ୍
ବାବୁ କହିଲେ ଠିକ୍ ଅଛି ମାଉସୀ ......|
         ମାଉସୀ ବର୍ଷା ହଉଛି ବାହାରେ,ଆପଣ ଯିବେ କେମିତି,ମୁଁ ଟାକ୍ସି ଡ଼କେଇଦଉଛି ଟିକେ ରୁହନ୍ତୁ  | "

        ନା ବାବୁ ମୁଁ ଟାକ୍ସି କରି ପଳେଇବି ବୋଲି କହି ମାଉସୀ ପଳେଇଲେ  |
              
               ଅଖିଲ୍ ବାବୁ ଙ୍କର ଗୋଟେ ଦୁଇ ବର୍ଷ ର ଝିଅ ପରୀ | ନାଆଁ ଟି ଯେମିତି ଦେଖିବାକୁ ବି ଠିକ୍ ଗୋଟେ ପରୀ ଭଳି | କଣ୍ଢେଇ ପରିକା ମୁହଁ ଟିକୁ ତାର ଦେଖିଦେଲେ ଅଖିଲ୍ ବାବୁ ସବୁ ଦୁଃଖ ଭୁଲିଯାନ୍ତି  |

        ସେ ମାଉସୀ ହିଁ ଛୋଟ ବେଳୁ ତାର ସବୁ କାମ କରି ଆସିଛନ୍ତି  |
                 
             ଅଖିଲ୍ ବାବୁ ଅତି ସ୍ନେହରେ ପରୀ ପାଖକୁ ଯାଇ ଗେଲ କରିଦେଇ କହିଲେ ମୋ ଧନ ଆଉ ଦୁଇ ଦିନ ପରେ ଦୁଇ ବର୍ଷ  ର ହେଇଯିବ | ପରୀ ତ  ନିଦ ରେ ଶୋଇଛି,ତାକୁ ନ ଉଠେଇ ପାଖରେ ଥିବା ଫୋଟୋ ଆଲ୍ ବମ୍ ଟିକୁ ଆଣି ନିରିଖୀ ଦେଖିବାକୁ ଲାଗିଲେ..|ସେଇ ଫୋଟୋ ରେ ଥିଲେ ସେ ଓ ତାଙ୍କ ପତ୍ନୀ ଅଦିତି |ଗୋଟେ ଭାବନା ରାଇଜ କୁ ଚାଲିଗଲେ ଯେମିତି |
     
              କିଏ ଜଣେ କଲିଙ୍ଗ୍ ବେଲ୍ ମାରୁଛନ୍ତି ନା କଣ.....ଫୋଟୋ ଟିକୁ ରଖିଦେଇ ଅଖିଲ୍ ବାବୁ ଦରଜା ଖୋଲିବାକୁ ଗଲେ.. | ଅଖିଲ୍ ବାବୁ ଙ୍କୁ ଦେଖା କରିବାକୁ ଆସିଥିଲେ ତାଙ୍କ କଲେଜ୍ ଦିନ ର ବନ୍ଧୁ ରାହୁଲ୍  ଏବଂ ବାନ୍ଧବୀ ଦୀପ୍ତି | ରାହୁଲ୍ ଏବଂ ଦୀପ୍ତି ଙ୍କର ଏଇ ଗୋଟେ ମାସ ତଳେ ହିଁ ପ୍ରେମ ବିବାହ ହୋଇଛି | ଦୁହିଁ ଙ୍କୁ ଦେଖିବା ପରେ ଅଖିଲ୍ ବାବୁ ଙ୍କ ଖୁସି କହିଲେ ନସରେ...

                  ଭିତର କୁ ଆସିବା ପରେ..ସୋଫା ଉପରେ ବସିବାକୁ କହିଲେ ଅଖିଲ୍ ବାବୁ..ଦୁହିଁଙ୍କୁ ବିବାହ ର ଶୁଭେଛା ଜଣେଇଲେ..ରାହୁଲ୍ କିନ୍ତୁ ଅଭିମାନ ପ୍ରକାଶ କରି କହିଲେ,"ତୋ ସହ କଥା ହବାକୁ ବି ମୋର ଇଛା ହଉନି,କଲେଜ୍ ସମୟ ରୁ କେତେ ଭଲ ସାଙ୍ଗ ଥିଲେ ଆମେ ..... ଅଦିତି,ଦୀପ୍ତି, ତୁ,ମୁଁ କେତେ ମଜା କରୁଥିଲେ |

           ତୋ ବାହାଘର କେତେବେଳେ କୋଉଠି ହେଲା ଆମକୁ କିଛି ଜଣେଇଲୁନି,ଆମ ବାହାଘର ରେ ବି ତତେ କହିବା ପାଇଁ କେତେ ଖୋଜିଛି | ମୋବାଇଲ୍ ନମ୍ବର ବି ବଦଳାଇ ଦେଇଛୁ  | ଦୀପ୍ତି ,ଅଦିତି କୁ ବି କଲ୍ କରିଥିଲେ ହେଲେ ତା ଫୋନ୍ ବି ଲାଗିଲାନି | ଆଜି ବହୁତ କଷ୍ଟ ରେ ତୋ ଅଫିସ୍ ଖୋଜି ପାଇଲି ସେଠୁ ତୋ ଠିକଣା ପାଇ ଆମେ ଦି ଜଣ ଆସିଛୁ,କଣ ହେଇଛି କହିଲୁ ତମ ଦୁଇଜଣଙ୍କର |"
                 
       (  ରାହୁଲ୍ ଙ୍କ କଥା ଶୁଣିବା ପରେ ଅଖିଲ୍ ଙ୍କ ମୁହଁ ପୁରା ମଳିନ ପଡ଼ିଯାଇଥିଲା,କଣ କହିବେ...?କିଛି କହିପରୁନଥିଲେ...ଏହା ଦେଖି ଦୀପ୍ତି....)
     
           ଦୀପ୍ତି ରାହୁଲ୍ ଙ୍କୁ ଚାହିଁ କହିଲେ ,"ଓହୋ ଏତେ ବର୍ଷା ରେ ଏତେ ବାଟ ଖୋଜି ଖୋଜି ସାଙ୍ଗ ପାଖକୁ ଆସିଥିଲ କଣ ରାଗିବା ପାଇଁ,କିଛି କାମରେ ବ୍ୟସ୍ତ ରହିଯାଇଥିବେ,ଆସୁ ଆସୁ ସାଙ୍ଗ କୁ ଶୁଣେଇବା ଆରମ୍ଭ କରିଦେଲ | ତମେ ବି ନା..."
             
              ଅଖିଲ୍ କହିଲେ ,"ଠିକ୍ କହିଲୁ  ଦୀପ୍ତି ,ଆସିଛ ଏତେ ବର୍ଷା ରେ ମୁଁ ଟିକେ ଚା କରି ଆଣୁଛି |"ଦୀପ୍ତି କହିଲେ," ଆଉ ଅଦିତି....."
        
       କିଛି ଶୁଣିବା ପୂର୍ଵ ରୁ ହି ଅଖିଲ୍ ରୋଷେଇ ଘରକୁ ଚାଲି ଗଲେଣି |
           
              ରାହୁଲ୍ ଦୀପ୍ତି ଙ୍କୁ କହିଲେ ,"ଅଖିଲ୍ ର  ଏମିତି କା ରୂପ ପ୍ରଥମ ଥର ପାଇଁ ଦେଖୁଛି,ବାଙ୍ଗାଲୋର୍ ରେ ରହି ପୁରା ବଦଳି ଯାଇଛି,ଆମେ ମିଶିକି କେତେ କଣ କରିଛୁ,ଆଜି ଦେଖିଲ କେମିତି ଚୁପ୍ ହେଇ ମୋ କଥା ଶୁଣୁଥିଲା | ସେ ଦିନର ଅଖିଲ୍ ହେଇଥିଲେ କେତେ କଥା କହି ମୋ ପାଟି ଚୁପ୍ କରେଇଦେଇଥାନ୍ତା.."

                  ଦୀପ୍ତି କହିଲେ," ସେକଥା ତ ଛାଡ଼ ହେଲେ ଅଦିତି କୋଉଠି,ଏତେ ସମୟ ହେଲାଣି ଆସିଲେଣି,ଅଖିଲ୍ ବି ଟିକେ ଡାକିଲେନି ତାକୁ | ଚାରି  ବର୍ଷ ତଳେ ଗୋଟେ କଲେଜ୍ ରେ ସହ ଅଧ୍ୟାପିକା ଥିଲୁ ଆମେ ଦୁଇଜଣ,ତାପରେ ସେ ବାଙ୍ଗାଲୋର୍  ପଳେଇ ଆସିଲା | ସେଇଟା ବି କାହାକୁ କିଛି ନକହି,କିଛି ମାସ ଆମେ ମେସେଜ୍ ରେ କଥା ହେଇଥିଲୁ ହେଲେ କଣ ପାଇଁ ସେ ବାଙ୍ଗାଲୋର୍ ଗଲା,କିଛି କହିଲାନି | ତାପରେ ବ୍ୟସ୍ତତା ଭିତରେ ଆଉ କଥା ହେଇନୁ,ହେଲେ ମୁଁ ଯେବେବି ଚେଷ୍ଟା କରିଛି କଥା ହେଇପାରିନି | ତାକୁ ଦେଖିବାକୁ ଭାରି ଇଛା ହଉଛି..|
                 
                  ଅଦିତି ବୋଧେ job କରିଥିବ,ସେ ଏମିତି ଖାଲି ,ଘରେ ରହିବା ଝିଅ ନୁହେଁ,ସବୁବେଳେ ଜଲ୍ଦି job କରିବ କରିବ ବୋଲି କଲେଜ୍ ଟାଇମ୍ ରେ କୁହେ ମନେ ଅଛି ନା...?"
     
      ଦୀପ୍ତି ଙ୍କ କଥା ଶୁଣି ରାହୁଲ୍ କହିଲେ, "ହଁ ,ଠିକ୍ କହିଲ....ଅଦିତି ଘରେ ଥିଲେ ଅଖିଲ୍  କଣ ପାଇଁ ଚା କରିବାକୁ ଯାଇଥାନ୍ତା ଯେ ...|"

(କାନ୍ଥ ରେ ଟଙ୍ଗା ହେଇଥିବା ଫୋଟୋ କୁ ଦେଖି ଚମକି ପଡିଲେ ରାହୁଲ୍...ଦୀପ୍ତି ଦେଖିଲ ବୋଲି କହି କାନ୍ଥ ଆଡ଼କୁ ହାତ ବଢେଇଦେଲେ...ଦୀପ୍ତି ଦେଖିକି ବି ପୁରା ଆର୍ଶ୍ଚଯ୍ୟ..ଠିକ୍ ଏତିକି ବେଳେ ତିନି କପ୍ ଚା ଧରି ଆସିଲେ ଅଖିଲ୍ ବାବୁ..)
           
          ରାହୁଲ୍ କହିଲେ," ଅଖିଲ୍,ଏ ଫୋଟୋ ରେ ଅଦିତି ଓ ତୋ ସହ ଥିବା ଛୋଟ ଝିଅଟି କଣ ତୋ ଝିଅ...?ଏକଥା ବି ତ କହିନୁ |" ଅଖିଲ୍ କହିଲେ,"ହଁ ରାହୁଲ୍ ସେ ମୋ ଝିଅ,"ପରୀ",ଦୁଇ ବର୍ଷ ହବ ତାକୁ |" ଦୀପ୍ତି ଫୋଟୋ ଟି ପାଖକୁ ଯାଇ କହିଲେ,ପୁରା ଅଦିତି ର ମୁହଁ ନେଇ ଆସିଛି | ଆମକୁ ବି ଝିଅ ସହ ଟିକେ ଦେଖା କରାଅ |
      
       "ହଁ ସେ ଶୋଇଛି ଭିତରେ....ଆରେ ଚା ଟା ପି ଦିଅ ପ୍ରଥମେ,ଥଣ୍ଡା ହେଇଯିବ |"କହିଲେ ଅଖିଲ୍ ବାବୁ...|
       
            ଚା ପିଉ ପିଉ ଦୀପ୍ତି ଅଦିତି ଙ୍କ କଥା ପଚରିବାକୁ ଗଲା ମାତ୍ରେ...ରାହୁଲ୍ ଙ୍କ ଫୋନ୍ ବାଜି ଉଠିଲା,ଫୋନ୍ ରେ କଥା ହୋଇ ରଖିବା ମାତ୍ରେ ବ୍ୟସ୍ତ
ହେଇ କହିଲେ ,"ଅଖିଲ୍ ଆମକୁ ଏବେ ଜଲ୍ଦି ଯିବାକୁ  ହବ,ଗୋଟେ ନୂଆ କମ୍ପାନୀ ରେ ଏଇ ତିନି ମାସ ହବ join କରିଛି,ପ୍ରାଇଭେଟ୍ କମ୍ପାନୀ କଥା ତ ଜାଣିଛୁ,ସଙ୍ଗେ ସଙ୍ଗେ ଯିବାକୁ ହବ | ଦୀପ୍ତି କୁ ଘରେ ଛାଡ଼ି ପୁଣି ଯିବି | ଆମେ ଏଇଠୁ 5 km. ଦୂର ରେ ହି ଘର ଭଡା ନେଇଛୁ  | ଭୁବନେଶ୍ବର ରେ ଖାଲି ଭାଇ ଆଉ ଭାଉଜ ରହୁଛନ୍ତି  |"
      
             ଏତିକିରେ ଦୀପ୍ତି ଅଟକାଇ କହିଲେ,"ଆରେ ଯେଉଁ କଥା କହିବାକୁ ଆସିଥିଲେ ସେ କଥା ତ ଏଇ ଯାଏ କହିଲେନି.....|"
     
              ରାହୁଲ୍ କହିଲେ," ସତରେ ତ, ହଁ ଶୁଣ୍ ଅଖିଲ୍ କାଲି ତତେ ଯେମିତି ହେଲେ ଅଦିତି ଆଉ ଝିଅ କୁ ନେଇ ଭୁବନେଶ୍ବର ଯିବାକୁ ହବ,ଆମ କଲେଜ୍ ବ୍ୟାଚ୍ ମିସିକି get together ର ପ୍ଳାନିଙ୍ଗ୍ କରିଛନ୍ତି,ତତେ ଆଉ ଅଦିତି କୁ ଖବର ଦବା ପାଇଁ ସବୁ ବ୍ୟସ୍ତ ହଉଥିଲେ  |
          ମୁଁ  ଜଣେଇଦେବି ସେମାନଙ୍କୁ,ତତେ କହିଦେଇଛି ବୋଲି....| କାଲି ସକାଳୁ ଆମେ ବି ବାହାରିବୁ ଭୁବନେଶ୍ବର,ତୁ ,ଅଦିତି ଆଉ ଝିଅ କୁ ନେଇ ଆସିବୁ,ମିଶିକି ଆମେ ଯିବା | ସମସ୍ତେ family ନେଇକି  ହିଁ ଯିବେ  | "
          
              ଅଖିଲ୍ କହିଲେ,"ନ ଗଲେ କଣ ହବନି,କାଲି ସକଳେ ମୋର ଗୋଟେ important ମିଟିଂଗ୍  ଅଛି |" ଦୀପ୍ତି କହିଲେ ,"ଦେଖ ଅଖିଲ୍ ତମେ ଯଦି ନଯିଵ କାଲି,ରାହୁଲ୍ କଣ ମୁଁ ବି ଆଉ କେବେ କଥା ହେବିନି ତମ ସହ..|"
         
           "ଦୀପ୍ତି ତମେ ଠିକ୍ କହିଲ,ୟେ ଅଖିଲ୍ ପୁରା ସ୍ଵାର୍ଥପର ହେଇଗଲାଣି,ସାଙ୍ଗମାନେ ମିଶିକି ଏତେ ଦିନ ପରେ ଏକାଠି ହବା,ସେଥିରେ ବି ମନା କରିଦଉଛୁ,ଯଦି ତୋର ସକାଳେ important କାମ ଅଛି ତାହାଲେ କାମ ସାରିକି ଯିବୁ,ମୁଁ ତତେ ସେ ରିଶୋର୍ଟ୍  ର address ଟା ଦେଇଦେବି, ଆଗ ତୋ ଫୋନ୍ ନମ୍ବର ଟା ଦେଲୁ...." ବୋଲି କହିଲେ ରାହୁଲ୍  |
            
              ଫୋନ୍ ନମ୍ବର ଟି save କରିବା ମାତ୍ରେ ରାହୁଲ୍ କହିଲେ ଚାଲ ଦୀପ୍ତି ଯିବା....ବାହରୁ ବାହରୁ ଦୀପ୍ତି କହିଲେ,"ଅଖିଲ୍,କଉ time ରେ ଆସିଲୁ କେଜାଣି ,ଅଦିତି ସହ ଆଜି ଦେଖା ହେଇପାରିଲାନି କି ପରୀ କୁ ବି ଦେଖି ପାରିଲୁନି,କାଲି ଯେମିତି ହେଲେ ତିନିଜଣ ପହଞ୍ଚିବ,ଆମେ ଅପେକ୍ଷା କରିଥିବୁ,ବେଶି ଡେରି କରିବନି... |"
              
            ଏହା ଶୁଣିବା ପରେ ଅଖିଲ୍ କହିଲେ,ହେଲେ  ଅଦିତି........(ରାହୁଲ୍ ଭାବିଲେ ଅଦିତି ନଯିବା କଥା ବୋଧେ କହୁଛନ୍ତି..ଅଖିଲ୍) ଏତିକି କହିଛନ୍ତି କି ନାହିଁ ରାହୁଲ୍ ଅଟକାଇ ଦେଇ କହିଲେ,କିଛି ଶୁଣିବୁନି ଆଉ,ଚୁପଚାପ  ତିନିଜଣ ଙ୍କୁ ଦେଖିବୁ ଯେମିତି କାଲି |ଏବେ ଯାଉଛୁ ଆମେ |
          
               ଫେରିବା ବାଟରେ ଦୀପ୍ତି,ରାହୁଲ୍ ଙ୍କୁ କହିଲେ,"ଆରେ ମୁଁ ତ ପୁରା ଭୁଲିଗଲି ଅଦିତି ର ଫୋନ୍ ନମ୍ଵର୍ ଟା ଆଣିବାକୁ.."  ଉତ୍ତର ରେ ରାହୁଲ୍ କହିଲେ,"ଓହୋ ଏତେ ବ୍ୟସ୍ତ କଣ ପାଇଁ ଯେ କାଲି  ଦେଖା ହେଲେ ନେଇଆସିବ,ଏମିତିରେ ଅଖିଲ୍ ନମ୍ବର ଟା  ତ ମୁଁ ଆଣିଛି |
           
           (  ଏପଟେ ଅଖିଲ୍ ବାବୁ କଣ କରିବେ କିଛି ବୁଝି ପାରୁନାହାନ୍ତି,ରାହୁଲ୍  ଆଉ ଦୀପ୍ତି ଆସି ଯେମିତି ଗୋଟେ ବଡ ସମସ୍ୟା ରେ ପକେଇଦେଇ ଗଲେ ଯେମିତି....|  ଭିତରୁ ପରୀ ର ଆବାଜ୍ ଶୁଣି ଦଉଡ଼ି ଗଲେ ଅଖିଲ୍.... |)

      ଼଼଼଼଼଼଼଼଼଼    ଼଼଼଼଼଼଼଼଼଼    ଼଼଼଼଼଼଼଼଼   ଼଼଼଼଼଼଼଼଼

                   
            (ତାପର ଦିନ ସନ୍ଧ୍ୟା ସାତ ଟା ରେ....)

             " ରାହୁଲ୍, ଅଖିଲ୍ ଙ୍କୁ ଟିକେ ଫୋନ୍ କରି ପଚାରିଲ,କେତେବେଳେ ପହଞ୍ଚିବେ?ତମେ ତାଙ୍କୁ address ଟା ପଠେଇଥିଲ ଟି...?ଅଦିତି କୁ ଦେଖିବାକୁ ମୁଁ ପୁରା ବ୍ୟସ୍ତ ହେଇଗଲିଣି...|"ବୋଲି କହୁଛନ୍ତି ଦୀପ୍ତି | 
         
             "ଆରେ ବାବା ଏତେ ବ୍ୟସ୍ତ ହେଲେ କଣ ହବ,ମୁଁ ତାକୁ address ପଠେଇଛି ସେ ଆସୁଥିବ |"ରାହୁଲ୍ ଏତିକି କହିବା ବେଳକୁ ତାଙ୍କୁ କଲ୍ କଲେ ଅଖିଲ୍...(ଫୋନ୍ ରେ କଥା ହେଇସାରି ରାହୁଲ୍ କହିଲେ....)
               
              "  ଦୀପ୍ତି କହୁଥିଲି ନା ତମକୁ,ଅଖିଲ୍ ରିଶୋର୍ଟ୍ ବାହାରେ ହିଁ ଅଛି,ମୁଁ ଯାଏ ତାଙ୍କୁ  ନେଇକି ଆସେ  |"ଏତିକି କହି ରାହୁଲ୍ ଯିବା ମାତ୍ରେ ପଛେ ପଛେ ଦୀପ୍ତି ଗଲେ...|
             
                 ରିଶୋର୍ଟ୍ ବାହାରେ ଗୋଟେ ହାତରେ ବ୍ୟାଗ୍,ଆଉ ଗୋଟେ ହାତରେ ଝିଅ କୁ ଧରି ଠିଆ ହେଇଚନ୍ତି ଅଖିଲ୍  | ଦୀପ୍ତି ଦଉଡ଼ି ଆସି ଝିଅ ଟି କୁ ଧରି ନେଲେ ଅଖିଲ୍ ଙ୍କ ଠାରୁ,ଆଉ ପ୍ରଶ୍ନ କଲେ,"ଅଖିଲ୍ ଅଦିତି କାଇଁ ଦେଖଯାଉନି,ସେ ଆସିଛିତ ???"
       
             ଅଖିଲ୍ କିଛି କହିବା ଆଗରୁ ହିଁ ତାଙ୍କୁ ଦେଖି ତାଙ୍କ କଲେଜ୍ ବନ୍ଧୁ ମାନେ ଭିତର କୁ ଟେକି ନେଇଗଲେ,ରାହୁଲ୍ ବି ସେମାନଙ୍କ ସହ ଭିତରକୁ ପଳେଇଲେ | ହେଲେ ଦୀପ୍ତି ଙ୍କ ମନ ବୁଝୁ ନଥାଏ,ତାଙ୍କ ଆଖି ଖାଲି ଅଦିତି ଙ୍କୁ ହିଁ ଖୋଜୁଥାଏ |ଝିଅ କୁ ଧରି ଭିତର କୁ ଗଲେ ଦୀପ୍ତି  |

             କଲେଜ୍ ରେ ଝିଅ ସାଙ୍ଗ ଯେତିକି ବି ଥିଲେ କେତେ ଜଣ ତାଙ୍କ ସ୍ଵାମୀ,ଆଉ କେତେ ଜଣ ନିଜ ଛୋଟ ପିଲା ମାନଙ୍କୁ ଧରି ଆସିଛନ୍ତି | ପୁଅ ମାନେ ବି ସବୁ ନିଜ ସ୍ତ୍ରୀ ଓ ପିଲା ଙ୍କ ସହ ଆସିଛନ୍ତି | ଝିଅ ସବୁ ଗୋଟେ ମେଳି କରି ନିଜ ନିଜ ଶାଶୂ ଘର କଥା କହିବାରେ ବ୍ୟସ୍ତ |

         ଠିକ୍ ଏଇ ଟାଇମ୍ ରେ ରୀତା କହିଲା( ଯିଏ କି କଲେଜ୍ ଟାଇମ୍ ରେ ଅଖିଲ୍ କୁ ମନେ ମନେ ଭଲ ପାଇଥିଲା),"ଆରେ ଅଖିଲ୍ ଆସିଛି ଦେଖିଲଣି କି ନାହିଁ,ଏତେ ଵର୍ଷ ପରେ ଏବେ ବି ପୁରା ସେ କଲେଜ୍ ଟାଇମ୍ ର ଅଖିଲ୍ ପରିକା ମାନେ ପୁରା ହିରୋ ପରିକା ଦିଶୁଛି..|"
                
           ଦୂର ରେ ପରୀ କୁ ଧରି ସବୁ ଶୁଣଥାଏ ଦୀପ୍ତି...| ପାଖକୁ ଯାଇ କହିଲା," ଅଖିଲ୍ ଦେଖିବାକୁ ଯେମିତି ହିରୋ ପରିକା,ଅଦିତି ବି କଉ ହିରୋଇନ୍ ଠାରୁ କମ୍ କି  ??? ଦେଖିବାକୁ ଯେମିତି ତାର କଥା ବାର୍ତ୍ତା ଆଚାର ବ୍ୟବହାର ସବୁଥିରେ ଏକ ନମ୍ବର ସେ.... "

                          ମିତାଲୀ  ବୋଲି ଆଉ ଜଣେ  କହିଲା,"ଠିକ୍  କହିଲୁ ଦୀପ୍ତି ,ହେଲେ ସେ କଣ ଆସିନି କି????ତାକୁ ଦେଖିବାକୁ ଭାରି ଇଛା ହଉଛି..ଆଉ ତୋ ହାତରେ ଏତେ  ସୁନ୍ଦର କଣ୍ଢେଇ ପରିକା ଝିଅ ଟି କାହାର??"
         
           ଦୀପ୍ତି ଉତ୍ତର ରେ କହିଲେ,"ୟେ ହିଁ ହିରୋ ଆଉ ହିରୋଇନ୍ ମାନେ ଆମ ଅଖିଲ୍ ଆଉ ଅଦିତି ର ଝିଅ 'ପରୀ' | " ଆରେ ସତେ ତ ପୁରା ଆମ ଅଦିତି ପରିକା ଦିଶୁଛି,କହିଲେ ମିତାଲି  |

        ରୀତା ଝିଅ ଟି କୁ ପାଖରୁ ଅନେଇ ଦେଇ କହିଲେ ଯେତେହେଲେ ଅଦିତି ଠାରୁ କମ୍,ଅଖିଲ୍ ପରିକା ବେଶି ଦିଶୁଛି   |
(ରୀତା ଙ୍କ କଥା ରେ ଶୁଣି  ସବୁ ପରସ୍ପର କୁ ଅନେଇ ହସିବାରେ ଲାଗିଲେ |)
     
            ଅଦିତି କଣ ଆସିନି ??ମିତାଲୀ ଙ୍କ ଏଇ ପ୍ରଶ୍ନ ର ଉତ୍ତର ଦବାକୁ ଯାଇ ଦୀପ୍ତି କହିଲେ,"ମୁଁ  ବି ଜାଣିନି,କଣ ପାଇଁ ଆସିଲାନି ସେ,କାଲି ବି ଯାଇଥିଲି ତା ଘରକୁ ଦେଖା ହେଲାନି ତା ସହ ,ଅଖିଲ୍ ବି ତା କଥା କିଛି କହିନାହାନ୍ତି  |" 

(ଆରମ୍ଭ ହେଇଗଲା ପାର୍ଟି,ସବୁ ନାଚ ଗୀତ ଭୋଜି ଭାତ ରେ ମାତିଛନ୍ତି  | )
          
           ଅଖିଲ୍ ଙ୍କ ମନ କିନ୍ତୁ ପରୀ ପାଖରେ  |ଯେତେ ଚେଷ୍ଟା କରୁଛନ୍ତି ଝିଅ ପାଖକୁ ଯିବାକୁ,ସାଙ୍ଗ ମାନଙ୍କ ଭିଡ଼ ଭିତରୁ ବାହାରି ଯାଇ ପାରୁନାହାନ୍ତି |ରାହୁଲ୍ କିନ୍ତୁ ବୁଝି ପାରୁଥିଲେ ଅଖିଲ୍ ଙ୍କ ବ୍ୟସ୍ତତା,ପାଖକୁ ଆସି କହିଲେ ,"ବ୍ୟସ୍ତ ହ ନା ଅଖିଲ୍,ପରୀ  ଦୀପ୍ତି ପାଖରେ ହିଁ  ଅଛି | "ଏତିକି ଶୁଣି ପୁଣି ଅଖିଲ୍ ସାଙ୍ଗ ମାନଙ୍କ ସହ ରହିଲେ |
             
            ଏପଟେ ଦୀପ୍ତି ଙ୍କ ମନରେ ଅଦିତି ଙ୍କ କଥା ଘାରୁଥିଲା,କେତେ ଜଲ୍ଦି ଏ ପାର୍ଟି ସରିବ ସେ ଅଖିଲ୍ ଙ୍କ ଠୁ  ଅଦିତି କଥା ବୁଝିବେ ବୋଲି  ଚାହିଁ ବସିଥିଲେ  |ଏମିତିରେ ପରୀ କୁ ଦେଖି ସେ ପୁରା ଅଦିତି ର ଅବିକଳ ଚେହେରା କୁ ଦେଖିପାରୁଥିଲେ,ସେଇ ହସ ହସ ମୁହଁ |
          
               ମିତାଲୀ ଦୀପ୍ତି ଙ୍କ ପାଖକୁ ଆସି କହିଲେ," ଜଲ୍ଦି ଆସ  ସେ ଷ୍ଟେଜ୍ ପାଖକୁ,"ଗୋଟେ କଣ ପ୍ରୋଗ୍ରାମ୍ arrange କରିଛନ୍ତି ସବୁ ମିଶିକି |"   ଦୀପ୍ତି ପରୀ ଙ୍କୁ ଧରି ମିତଲୀ ଙ୍କ ସହ ଗଲେ ଷ୍ଟେଜ୍ ପାଖକୁ |

     ( ଆଙ୍କରିଙ୍ଗ୍ କରୁଛନ୍ତି ରାହୁଲ୍ | ସବୁ ସାଙ୍ଗ ମିଶି ଗୋଟେ ପ୍ରୋଗ୍ରାମ୍ ର ପ୍ଳାନ କରିଛନ୍ତି,ତା ନା  ହଉଛି "ଲଭ୍ଷ୍ଟୋରୀ" | ଜଣେ ଜଣେ  ଦମ୍ପତି (couple)ଷ୍ଟେଜ୍ ଉପର କୁ ଯାଇ ଶୁଣେଇବେ ନିଜର  ଲଭ୍ ଷ୍ଟୋରୀ  |)

          ଅଖିଲ୍  ଙ୍କ ମନ ତ ପରୀ ପାଖ ରେ,ସେ ଦୀପ୍ତି ଙ୍କ ପାଖକୁ ଆସି ଅତି ସ୍ନେହ ରେ ପରୀ କୁ ନେଇଗଲେ|
ଜଣ ଙ୍କ ପରେ ଜଣେ couple ଯାଇ ନିଜ ନିଜର ଷ୍ଟୋରୀ ଶୁଣେଇଲେ | ରାହୁଲ୍ ଆଉ ଦୀପ୍ତି ବି ଯାଇ ନିଜ ଷ୍ଟୋରୀ ଶୁଣେଇଲେ  | ଅଖିଲ୍ କିନ୍ତୁ ଏପଟେ ନିଜ ଝିଅ କୁ ଖେଳେଇବାରେ ବ୍ୟସ୍ତ  |
             
            ଏବେ ଅଖିଲ୍  ଙ୍କୁ ଷ୍ଟେଜ୍ କୁ ଯିବାକୁ ଡ଼କାଗଲା | ହେଲେ ସେ ଯିବାକୁ ମନା କଲେ|ହେଲେ ସମସ୍ତ ଙ୍କ ଚାପ ରେ ସେ  ଷ୍ଟେଜ୍ କୁ ନଯାଇ ଆଉ କିଛି ବାଟ ପାଇଲେନି |

            ଦୀପ୍ତି ,ପରୀ କୁ ଅଖିଲ୍ ଙ୍କ ଠୁ ଆଣିବାକୁ ଗଲେ,ପରୀ କିନ୍ତୁ ତା ବାପା ଙ୍କ ହାତକୁ ଜାବୁଡି ଧରିଥାଏ,ଛାଡ଼ିବାକୁ ପ୍ରସ୍ତୁତ ନଥାଏ | ଅଖିଲ୍ ବୁଝିପାରିଲେ,ସେ ପରୀ କୁ ଧରି ଷ୍ଟେଜ୍ ଉପରକୁ ଗଲେ |ସମସ୍ତେ ଅପେକ୍ଷା କରିଥାନ୍ତି ଅଖିଲ୍ ଙ୍କ ଠାରୁ  ଅଦିତି ର  କଥା ଶୁଣିବାକୁ |

(ଅଖିଲ୍ ତାଙ୍କ କଥା ଆରମ୍ଭ କଲେ |)
             
            " ଛୋଟ ବେଳୁ ଅଦିତି ଆଉ ମୁଁ , ଆମେ ଦୁହେଁ ଗୋଟିଏ ସ୍କୁଲ୍ ରେ ପଢୁଥିଲୁ | ହେଲେ ଆମ  ବନ୍ଧୁତା ତୃତୀୟ ଶ୍ରେଣୀ ରୁ ହିଁ ଗଢିଉଠିଥିଲା |
            
                ସେଦିନ ସ୍କୁଲ୍ ରେ ମାତୃ ପିତୃ ପୂଜନ ଦିବସ ପାଳିତ ହେଉଥାଏ ,ଆମର ସବୁ ସାଙ୍ଗ ମାନେ ନିଜ ନିଜ ର ବାପା ମା ଙ୍କ ସହ ଆସିଥିଲେ,ସମସ୍ତେ କେତେ ସ୍ନେହ ଭଲ ପାଇବା ପାଉଥିଲେ ନିଜ ବାପା ମା ଙ୍କ ଠାରୁ  |
               
              ମୁଁ ଏସବୁ ଦେଖିବା ପରେ,ଭାରି ଇଛା ହଉଥିଲା ବାପା ମା ଙ୍କ ଭଲ ପାଇବା ଟିକେ ପାଇବା ପାଇଁ| ମୁଁ ଯେତେବେଳେ ତିନି ବର୍ଷ ର ହେଇଥିଲି  ବାପା ମା ଦୁଇ ଜଣ ଯାକ road accident ରେ ଚାଲିଯାଇଥିଲେ ମତେ ଏକା କରି | ବାପା ଙ୍କ ସମ୍ପତ୍ତି ଲୋଭ ରେ ମତେ ତାଙ୍କ ସମ୍ପର୍କିୟ ବନ୍ଧୁ  ପୁଅ କରି ନେଇଆସିଲେ,ହେଲେ କିଛି ଦିନ ପରେ,ମୋତେ ଭଲ ରେ ଟିକେ ରହିବାକୁ ଦଉନଥିଲେ |
     
              ଏସବୁ କଥା ଭାବି ସେଦିନ ଆଖିରୁ ଲୁହ ଝରି ଯାଉଥାଏ,ହେଲେ ଆଖି ଟା କୁ ପୋଛି ପଛକୁ ଦେଖିବା ବେଳକୁ ଆଉ ଜଣେ ଝିଅ  ଟେ  ବସି କାନ୍ଦୁଛି| ଗୋରା ଗାଲ ଟା କାନ୍ଦି କାନ୍ଦି ନାଲି ହେଇଗଲାଣି|ତୁନି ହବାର ନା ଧରୁନି|
    
          ହଁ ସେ ମୋ ଅଦିତି|ଏଇଟା ହିଁ ଥିଲା ଆମ ପ୍ରଥମ ଦେଖା |

       ପାଖକୁ ଯାଇ କଥା ହେବାକୁ ଚାହିଁଲି,ହେଲେ ସେ କାନ୍ଦି ଚାଲିଥିଲା| ମୁଁ କାନ୍ଦିବାର କାରଣ ଅନୁମାନ କରିସାରିଥିଲି | ଟିକେ ସମୟ ପରେ କହିଲି କି ତମର କଣ ବାପା ମା ଆସିନାହାନ୍ତି? ଅଦିତି ଲୁହ ପୋଛି କହିଲା ,ନାହାଁନ୍ତି ତ ଆସିବେ କେମିତି |

     ମୋର ଅନୁମାନ ଠିକ୍ ଥିଲା | ମୁଁ ତାଙ୍କୁ ମୋ ବିଷୟ ରେ ସବୁକିଛି କହିଥିଲି,ସେଇ ଦିନ ଠାରୁ ଆମେ ବହୁତ ଭଲ ବନ୍ଧୁ ହେଇଯାଇଥିଲୁ | ସେ ମୋ କଥା ଶୁଣି ବହୁତ ମନ ଦୁଃଖ  କରିଥିଲେ  |
      
           ପରେ ତାଙ୍କ କଥା ଜାଣି ବାକୁ ପାଇଲି ଯେ, ତାଙ୍କ ଜନ୍ମ ପରେ ସଙ୍ଗେ ସଙ୍ଗେ ମା ଙ୍କର ମୃତ୍ୟୁ ହୋଇଥିଲା,ଆଉ ଏଇ ଘଟଣା ର ଗୋଟେ ବର୍ଷ ଭିତରେ ହିଁ ତାଙ୍କ ବାପା ଙ୍କର ହୃଦଘାତ ରେ ମୃତ୍ୟୁ ହୋଇଥିଲା  | ଏତେ ବଡ଼ ଦୁନିଆରେ ତାଙ୍କ ପାଖେ ତାଙ୍କ ଜେଜେମା ହିଁ ଥିଲେ,ଯିଏ କି ତାଙ୍କର ସବୁ କଥା ବୁଝୁଥିଲେ |

             ଆମ ଦୁଇ ଜଣଙ୍କର  କାହାଣୀ ଅଲଗା ଥିଲା କିନ୍ତୁ ଦୁଃଖ ଗୋଟିଏ ଥିଲା | ଅଦିତି ମୋ ଜୀଵନ ରେ ଆସିବା ପରେ ଯେମିତି ହଠାତ୍ ବହୁତ ସାରା ଖୁସି ଏକାବେଳେ ଚାଲି ଆସିଲା | ଆସ୍ତେ ଆସ୍ତେ ଶ୍ରେଣୀ ବଢିବା ସହ ଆମ ବନ୍ଧୁତା ବି ବଢି ଚାଲି ଥିଲା |

           ମୁଁ ଯାହାଙ୍କ ଘରେ ରହୁଥିଲି,ଗୋଟେ ବେଳା ଖାଇବାକୁ ଦେଲେ ଆଉ ଗୋଟେ ବେଳା ଉପାସ,ସେଥିପାଇଁ ଅଦିତି ସବୁବେଳେ ଦୁଇ ଜଣ ଙ୍କ ଖାଇବା ନେଇ ସ୍କୁଲ୍ କୁ ଆସୁଥିଲେ |ତାଙ୍କ ଜେଜେମା ବି ବହୁତ ଭଲ|ମୁଁ  ଯେବେବି ତାଙ୍କ ଘରକୁ ଯାଏ ବହୁତ ସ୍ନେହ କରନ୍ତି ମତେ |

         ଦୁଇ ଜଣ ଯାକ ଭଲ ନମ୍ବର ରଖି ମ୍ୟାଟ୍ରିକ୍ ପାସ୍ କଲୁ|ମୁଁ କିନ୍ତୁ ସେଇ ଘରେ ନରହି ଅଲଗା ସହର ରେ ରହି ପଢି ବାକୁ ଭାବିଲି,ହେଲେ ଅଦିତି କୁ ବି ସେଇ କଲେଜ୍ ରେ ଚାହୁଁଥିଲି  |  ଅଦିତି କହିଥିଲେ ଜେଜେମା ଙ୍କୁ ଛାଡ଼ି ସେ କୁଆଡେ ଯିବେନି |

        ତାପରେ ମୁଁ ବି ମୋ ମନ ପରିବର୍ତ୍ତନ କରିଦେଲି|ଅଲଗା ସହର କୁ ଗଲିନି|ଅଦିତି ଆଉ ମୁଁ ମିଶି ଗୋଟେ କଲେଜରେ ନାମ ଲେଖେଇଲୁ|ହେଲେ ମୁଁ hostel ରେ ରହୁଥିଲି ଆଉ ସେ ଯିବା ଆସିବା କରୁଥିଲେ|  କଲେଜ୍ ରେ ଯାହାବି କିଛି ହେଇଛି ତୁମେ ସବୁ ତ ଜାଣିଛ|

            (ଅଖିଲ୍ ପୁରା ଅତୀତ କୁ ଫେରି ଯାଇଛନ୍ତି ଯେମିତି,ଅଦିତି ଙ୍କ ସହ ତାଙ୍କ ପ୍ରତିଟି ମୁହୁର୍ତ୍ତକୁ ବର୍ତ୍ତମାନ ରେ ଏମିତି ପ୍ରକାଶ କରୁଛନ୍ତି,ଲାଗୁଛି ଯେମିତି ଏବେ ହିଁ ସେସବୁ ଘଟିଯାଉଛି   |   ପରୀ ତାର କୁନି ହାତ ରେ ଅଖିଲ୍ ଙ୍କ ମୁଣ୍ଡ କୁ ଆଉଁସି ବାରେ ବ୍ୟସ୍ତ|)
              
                    ସମସ୍ତେ ଅଖିଲ୍ ଙ୍କ କଥା ରେ ଏମିତି ମଜ୍ଜି ଯାଇଥିଲେ ଯେ ସମୟ କେତେବେଳେ ଅନେକ ହୋଇସାରିଥିଲା ଜାଣି ପାରିଳେନି,ରିଶୋର୍ଟ୍ ବନ୍ଦ କରିବାର ସମୟ ହେଇଗଲାଣି ବୋଲି କେହି ଜଣେ ଆସି କହିଲେ | ଜଣେ ଜଣେ କରି ସମସ୍ତେ ଘରକୁ ବାହାରିଲେ | ଅଖିଲ୍ ଙ୍କ କଥା କିନ୍ତୁ ଅଧୁରା ରହିଗଲା....|
              
               ଅଖିଲ୍ ପରୀ କୁ ଧରି ରାହୁଲ୍ ଓ ଦୀପ୍ତି ଙ୍କୁ ଖୋଜିବାରେ ଲାଗିଲେଭ୍|ସବୁଆଡେ ଖୋଜିଲେଣି ହେଲେ ସେ ଦୁଇ ଜଣ  ଗଲେ କୁଆଡେ| ଫୋନ୍ ବାହର କରି ରାହୁଲ୍ ଙ୍କୁ କଲ୍ କରିବା ବେଳେ ଦେଖିଲେ ରାହୁଲ୍ କିଛି voice  ମେସେଜ କରିଛନ୍ତି ତାଙ୍କୁ  |

            ସେଥିରେ ରାହୁଲ୍ କହିଛନ୍ତି,"ଅଖିଲ୍ ତୁ ଷ୍ଟେଜ୍ ରେ କହିବା ବେଳେ ,ଦୀପ୍ତି ଙ୍କ ବାପା କଲ୍ କରିଥିଲେ,ଦୀପ୍ତି ଙ୍କ ମା ହସ୍ପିଟାଲ ରେ ଭର୍ତ୍ତି ହେଇଛନ୍ତି |ତେଣୁ ମୁଁ ଦୀପ୍ତି ଙ୍କୁ ନେଇ ଏବେ ତାଙ୍କ ମା ଙ୍କ ପାଖକୁ ଯାଉଛି |ଆମେ ରହିବା ପାଇଁ ଆଗରୁ ଗୋଟେ ହୋଟେଲ୍ ରେ ରୁମ୍ ବୁକ୍ କରିଦେଇଥିଲି,ମୁଁ ସେ address ଟା ଦଉଛି ,ଝିଅ କୁ ନେଇ ଆଜି ସେଇଠି ରହିଯା |
             ତୋ ଠାରୁ ବହୁତ କିଛି ଜାଣିବାର ଅଛି,ଅଦିତି କଥା କିଛି କହିନୁ ଆମକୁ,ଯଦି ସମ୍ଭବ ହୁଏ କାଲି ଯାଇକି ଦୀପ୍ତି ଆଉ ମୁଁ ତୋ ସହ କଥା ହବୁ |"

       (ଗୋଟେ ହୋଟେଲ୍ ର address send କରିଛନ୍ତି ରାହୁଲ୍.....|)

        ଼଼଼଼଼଼଼଼଼        ଼଼଼଼଼଼଼଼଼       ଼଼଼଼଼଼଼଼଼

        (  ତାପର ଦିନ ସନ୍ଧ୍ୟା ସମୟ...ଅଖିଲ୍ ବାବୁ ତାଙ୍କ ଅଫିସ୍ ସାରି ଘରକୁ ଫେରିଛନ୍ତି  | )
           
     ମାଉସୀ ଗୋଟେ ଗ୍ଳାସ ପାଣି ଆଣି ଅଖିଲ୍ ବାବୁ ଙ୍କୁ ଦବାବେଳେ,ସେ ଆଣିଥିବା ପ୍ୟାକେଟ୍ ଟି ମାଉସୀ ଙ୍କୁ ଦେଖେଇଲେ |କହିଲ ମାଉସୀ କାଲି ଜନ୍ମ ଦିନରେ ମୋ ପରୀ ଏଈ ଡ୍ରେସ୍ ପିନ୍ଧିଲେ କେମିତି ଲାଗିବ...? ମାଉସୀ ଡ୍ରେସ୍ ଟିକୁ ଦେଖିଦେଇ କହିଲେ ବାବୁ,"କୁନି ମା ଆମର ପୁରା ସତ ସତିକା ପରୀ ରାଇଜ ର ପରୀ ଭଳି ଲାଗିବେ |"
          
                ଟିକେ ହସି ଦେଇ ଅଖିଲ୍ ବାବୁ କହିଲେ,"ଆଛା ମାଉସୀ ,କାଲି ତମ ଝିଅ କୁ ବି ନେଇଆସିବ,ଆମେ ମିଶିକି ପରୀ ର ଜନ୍ମ ଦିନ ମନେଇବା |ତମେ ତ ଜାଣିଛ ଅଦିତି କି ମତେ ଏତେ କୋଳାହଳ ପସନ୍ଦ ନୁହେଁ |ସେ ତ ସବୁବେଳେ କୁହନ୍ତି,କି ନିଜ ଲୋକ ମାନଙ୍କ ସହ ଖୁସି ମନେଇଲେ,ଖୁସି ବଢିଯାଏ |
   
     ଏମିତି ରେ ଆମର ତ ନିଜର ବୋଲି କହିଲେ ଆଉ କିଏ ଅଛି ଯେ??ଆମେ ଦୁହେଁ ବାଙ୍ଗାଲୋର୍ କୁ ଆସିବା ପରଠୁ ତୁମେ ହିଁ ସୁଖ ଦୁଃଖ ରେ ଆମର ସାଥି ହେଇ ରହିଛ | ମୋର ଦୁଇ ଜଣ କଲେଜ୍ ସାଙ୍ଗ ଏଇ ପାଖ ରେ ରହୁଛନ୍ତି, ବହୁତ ସାହାର୍ଯ୍ୟ କରିଛନ୍ତି ମତେ, ଭାବୁଛି ତାଙ୍କୁ ବି ଡାକିଦେବି   |"

(ଅଖିଲ୍ ଙ୍କ କଥା ଶୁଣି ମାଉସୀ ଙ୍କ ଆଖି ଟିକେ ଭିଜି ଆସିଥିଲା|)

            ରାହୁଲ୍ କଲ୍ କରିଛନ୍ତି ଅଖିଲ୍ ଙ୍କୁ|ଅଖିଲ୍  ଫୋନ୍ ଉଠାଇ କହିଲେ,"ତୋ କଥା ଭାବୁ ଭାବୁ ତୁ କଲ୍ କଲୁ| ଦୀପ୍ତି ଙ୍କ ମା ଙ୍କ ଦେହ କେମିତି ଅଛି??ଆଜି ସକାଳୁ ସକାଳୁ ଅଫିସ୍ କଲ୍ ପାଇ ବାଙ୍ଗାଲୋର୍ ଚାଲି ଆସିଲି |ତମ ସହ ଦେଖା କରିପାରିଲିନି,sorry |"

       ଏହା ଶୁଣି ରାହୁଲ୍ କହିଲେ,"ହଁ, ମା ଙ୍କ ଦେହ ଏବେ ଠିକ୍ ଅଛି,ଦୀପ୍ତି ଙ୍କୁ ନେଇ ଏବେ ବାଙ୍ଗାଲୋର୍ ବାହାରିବି |ହଉ ବ୍ୟସ୍ତ ନାହି ହେଲେ ତୁ ଆମକୁ ଅଦିତି ସହ ଦେଖା କରେଇବୁ କେବେ କହ | ତମେ ଦୁଇ ଜଣ  ଆମକୁ ବହୁତ କିଛି ଲୁଚଉଛ |କେବେ କହିବ କହ ???"

            ଅଖିଲ୍ ବାବୁ ଅଟକାଇ କହିଲେ,"ଆରେ ଶୁଣ୍  ଟିକେ,କାଲି ହଉଛି ପରୀ ର ଜନ୍ମ ଦିନ |କାଲି ଆମ ଘରକୁ ଆସିବା ପାଇଁ ଦୀପ୍ତି ଆଉ ତତେ ନିମନ୍ତ୍ରଣ ପାଇଁ କଲ୍ କରିଥାନ୍ତି,କାଲି ସନ୍ଧ୍ୟା ସୁଧା ତମେ ଦୁଇ ଜଣ ଯେମିତି ହେଲେ ଆସି ପହଞ୍ଚି ଯିବ|"

          ଉତ୍ତର ରେ ରାହୁଲ୍ କହିଲେ," ହଉ ଠିକ୍ ଅଛି,କାଲି ଯିବୁ ଆମେ ଦୁଇ ଜଣ ,ହେଲେ ସବୁ କଥା ଶୁଣିବା ପରେ ହିଁ ସେଠୁ ଆସିବୁ।ହଉ ମୁଁ  ଏବେ ରଖୁଛି |"

         (ଫୋନ୍ ଟି କଟିବା ପରେ..)
ଦୀପ୍ତି ରାହୁଲ୍ ଙ୍କୁ କହିଲେ "ମତେ କିଛି ଠିକ୍ ଲାଗୁନି,ଅଦିତି କଥା ଅଖିଲ୍ ଥରେ ହେଲେ କିଛି ବି କହୁନାହାନ୍ତି,ମତେ ଲାଗୁଛି ଦୁଇ ଜଣଙ୍କର divorse ହେଇଯାଇନି ତ ...?? "

                     ରାହୁଲ୍ ଏତିକି ରେ ଅଟକାଇ ଦେଇ କହିଲେ,"ଏମିତି କଣ କହୁଛ ଦୀପ୍ତି....ଏଇଟା କେବେ ହେଇନଥିବ,ଗୋଟେ କୁନି ଛୁଆ କୁ ଛାଡ଼ି କଉ ମା ରହିବ|ଆଉ କାଲି  ଷ୍ଟେଜ ରେ ଅଖିଲ୍,ଅଦିତି କଥା କହିବା ବେଳେ ତା ଆଖିରେ ଅଦିତି ପାଇଁ ଥିବା ସବୁ ଭଲ ପାଇବା ଫୁଟି ଦିଶୁଥିଲା|ତାଙ୍କ ଭଲ ପାଇବା ଖାଲି କଲେଜ୍ ଟାଇମ୍ ରୁ ନୁହେଁ ,ବହୁତ ଛୋଟ ବେଳୁ| ସମ୍ଭବ ନୁହେ ତମେ ଯାହା କହୁଛ |"

       "  ହଁ,ରାହୁଲ୍ ତମ କଥା ହିଁ ସତ ହେଇଥାଉ,କାଲି ତାଙ୍କ ଘର କୁ ଗଲେ ହିଁ ସବୁ ଜଣା ପଡ଼ିବ|"ଏତିକି କହିସାରି ଦୀପ୍ତି ବାଙ୍ଗାଲୋର ବାହାରିବାକୁ ପ୍ରସ୍ତୁତ ହେଲେ |

        ଼଼଼଼଼଼଼       ଼଼଼଼଼଼଼଼଼       ଼଼଼଼଼଼଼

(ତାପର ଦିନ ପ୍ରାୟ ସନ୍ଧ୍ୟା ସାତ ଟା ସମୟ ,ରାହୁଲ୍ ଓ ଦୀପ୍ତି ଦୁହେଁ ଅଖିଲ୍ ବାବୁ ଙ୍କ ଘରେ ପହଞ୍ଚି ଯାଇଥିଲେ...)
           
             ମାଉସୀ, ରାହୁଲ୍ ଓ ଦୀପ୍ତି ଙ୍କୁ ଅଖିଲ୍ ଙ୍କ ପାଖକୁ ନେଇଗଲେ|ପରୀ ଗୋଟିଏ ବଡ଼ ଟେଡୀ ବିଅର୍ ଧରି ଖେଳୁଥାଏ | ଅଖିଲ୍ ପାଖ ରେ ଛିଡ଼ା ହୋଇ ତାଙ୍କ କ୍ୟାମେରା ରେ ପରୀ ର ଫୋଟୋ ଉଠଉଥାନ୍ତି|

       ଦୀପ୍ତି ଆଉ ରାହୁଲ୍ ଆଣିଥିବା gift କୁ ଦେଇ ପରୀ କୁ happy birthday ଉଇସ୍ କଲେ|ପରୀ ମଧ୍ୟ ହସ ହସ ମୁହଁ ରେ ତାଙ୍କ ଆଡ଼କୁ ନିଜର କୁନି ହାତ କୁ ବଢେଇ ଦେଲା |
               
             ରାହୁଲ୍ କହିଲେ ଅଖିଲ୍,"ଅଦିତି????" |କିଛି ସମୟ ର ନୀରବତା ପରେ ଅଖିଲ୍,ମାଉସୀ ଙ୍କୁ ଟିକେ ଝିଅ ସହ ରହିବାକୁ କହିଲେ| ରାହୁଲ୍ ଏବଂ ଦୀପ୍ତି ଙ୍କୁ ଅଲଗା ରୁମ୍ କୁ ଡାକି ନେଇ ବସିବାକୁ କହିଲେ |ଅଦିତିଙ୍କୁ ଦେଖିବାକୁ ଦୁହେଁ ବ୍ୟଗ୍ର ହୋଇପଡିଛନ୍ତି |

              (ସୋଫା ରେ ବସିଛନ୍ତି ରାହୁଲ୍ ଓ ଦୀପ୍ତି....ଅଖିଲ୍ କହିବା ଆରମ୍ଭ କଲେ....)
           

        ଆଜି କୁ ଚାରି ବର୍ଷ ତଳେ ଅଦିତି ଭୁବନେଶ୍ବର ରେ ଅଧ୍ୟାପିକା ଭାବେ ଗୋଟେ କଲେଜ୍ ରେ ଥିଲେ |ମୋର ସେତେବେଳେ ବାଙ୍ଗାଲୋରରେ job ଆସିଥିଲା,ହେଲେ ଅଦିତି ଙ୍କ ବିନା ସେଠିକୁ ଯିବା ମୋ ପାଇଁ ସମ୍ଭବ ନଥିଲା | ହେଲେ ଅଦିତି ମୋତେ ବାଧ୍ୟ କରିଥିଲେ ବାଙ୍ଗାଲୋର୍ ଯିବାକୁ,ତାଙ୍କ କଥା କୁ ଅମାନ୍ୟ କରି ପାରିନଥିଲି |

            ମୁଁ ବାଙ୍ଗାଲୋର୍ କୁ ଆସିବା ପରେ ବି,ଅଦିତି ଏବଂ ତାଙ୍କ ଜେଜେମା ଙ୍କର ସବୁ କଥା ବୁଝୁଥିଲି | ମାସକ ରେ ଗୋଟେ ଥର ଭୁବନେଶ୍ବର ଯାଇ ଦେଖା କରି ଆସୁଥିଲି | ଏମିତି ଚାରି ପାଞ୍ଚ ମାସ ଚାଲିଗଲା....|
         
             ଦଶହରା ଛୁଟି ନେଇ  ମୁଁ ସେଦିନ ଭୁବନେଶ୍ବର କୁ  ଆସିଥାଏ ଅଦିତି ଓ ତାଙ୍କ ମା ଙ୍କୁ ଦେଖା କରିବାକୁ,ହେଲେ ଭାବିଥିଲି ଅଦିତି ଙ୍କୁ ଜଣେଇବିନି,ସେ ମତେ ହଠାତ୍ ଦେଖି ବେଶୀ ଖୁସି ହେଇଯିବେ |
        
        ଷ୍ଟେସନ ରୁ ଅଦିତି ଙ୍କ ଘର କୁ ଯିବାକୁ ବାହାରୁ ଥାଏ,ସନ୍ଧ୍ୟା ସମୟ ପ୍ରାୟ  ସେଇ ଛ' ଟା  ହବ |ଆକାଶ ରେ ବର୍ଷା ଘୋଟି ଆସିଥାଏ,ବିଜୁଳି ଓ ଘଡ଼ଘଡ଼ି ବି ମାରୁଥାଏ| ଠିକ୍ ଏଇ ସମୟ ରେ ଅଦିତି ଙ୍କ କଲ୍ ଆସିଲା ମୋ ପାଖକୁ.....|
             
            ଫୋନ୍ ଉଠାଇବା ପରେ ଅଦିତି ଙ୍କ ଅସ୍ପଷ୍ଟ ସ୍ଵର ଶୁଣାଗଲା,ଖାଲି ଲୁହ ଚାପି ମା...ମା...କହିଥିଲେ|

     "  ମୁଁ ଭୁବନେଶ୍ବର କୁ ଆସି ଯାଇଛି ଅଦିତି,ତୁମ ପାଖକୁ ଯାଉଛି ତୁମେ ବ୍ୟସ୍ତ ହୁଅନି | "ବୋଲି କହିଲି |ଅଦିତି ଜେଜେମା ଙ୍କ ସହ ଥିବା ହସ୍ପିଟାଲ ର ଠିକଣା ଦେଲେ | ମୁଁ ବିଳମ୍ବ ନକରି ସେଠି ପହଞ୍ଚିଲି |

            ଜେଜେମା ଙ୍କର ଶେଷ ସମୟ ଆସି ପହଞ୍ଚି ଯାଇଥିଲା,ଡକ୍ଟର ବି କହିସାରିଥିଲେ| ଅଦିତି ,ମା ଙ୍କ ଗୋଡ କୁ ଆଉଁସି ଦେଇ ,କାନ୍ଦି କାନ୍ଦି କହୁଥିଲେ,ମା ତୋର କିଛି ହବନି |

         ମତେ ଦେଖିବା ପରେ ତାଙ୍କ ମା ଶଯ୍ୟା ରୁ ଉଠି ବାକୁ ଚେଷ୍ଟା କରୁଥିଲେ,ମୁଁ  ତାଙ୍କୁ ପ୍ରଣାମ କରିସାରି ମୁଣ୍ଡ ଆଉଁସି ଦେଇ ଶୋଇ ରହିବାକୁ କହିଲି | ମୋ ହାତ  କୁ ଅଦିତି ଙ୍କ ହାତରେ ଧରି ନରମ କଣ୍ଠ ରେ ମା କହିଲେ,"ବାପା,ମୋ ଅଦିତି ତମକୁ ଲାଗିଲା, ଛୋଟ ବେଳୁ ବହୁତ ଦୁଃଖ  ସହିଛି ସେ,ତମେ ତ ସବୁ ଜାଣିଛ |     
       ତାକୁ ଖୁସି ରେ ରଖିବ ବାପା,ଭୁଲ୍ କଲେ ତାକୁ ବୁଝେଇ ଦବ ତା ହାତ କେବେ ଛାଡ଼ିବନି .....ମୋର ବହୁତ ଇଛା ଥିଲା ମୋ ନାତୁଣି ର ବାହାଘର ଦେଖିବାକୁ,ହେଲେ ଆଉ ସମ୍ଭବ ନୁହେଁ....ମୋର ବିଦାୟ ସମୟ ଆସିଗଲା...|"
            
           ଅଦିତି ଜୋର୍ ରେ କାନ୍ଦିବା ଆରମ୍ଭ କଲେ...| ମୁଁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଥିବା ଠାକୁର ଙ୍କ ଠାରୁ ସିନ୍ଦୁର ନେଇ ଜେଜେମା ଙ୍କ ଆଗରେ ଅଦିତି ଙ୍କ ମଥା ରେ ଦେଇଦେଲି |
         ଏସବୁ ଦେଖିବା ପରେ,ମୁଁ ଏବେ ବହୁତ ଖୁସି.....ଏତିକି କହି ମା ହସ ହସ ମୁହଁ ରେ ଚୁପ୍ ହେଇଗଲେ |

(ଅଦିତି ଙ୍କ ଜେଜେମା ଆଉ ନଥିଲେ| ଅଦିତି ନିର୍ଜୀବ ପଥର ଟେ ପରି ଠିଆ ହେଇ ରହିଥିଲେ...|)
            
        ଜେଜେମା ଙ୍କ ସମସ୍ତ କ୍ରିୟା ସମାପ୍ତ ପରେ,ଅଦିତି ଙ୍କୁ କ୍ଷମା ମାଗିନେଲି,ତାଙ୍କ ବିନା ଅନୁମତି ରେ ସେଦିନ ହଠାତ୍ ସିନ୍ଦୁର ଦେଇଦେଲି | ଅଦିତି କିନ୍ତୁ ମୋ ହାତ ଧରି କହିଥିଲେ,"ଅଖିଲ୍,ତମେ ଯାହା କରିଛ,ସେଥିପାଇଁ ମୁଁ ତମ ପାଖେ ଜୀବନ ସାରା ପାଇଁ ରୁଣୀ | ଆଜି ନହେଲେ  କାଲି ଆମର ବାହାଘର ହେଇଥାନ୍ତା | ମୋ ଜେଜେମା ର ଶେଷ ଇଛା ପୁରଣ ହେଇଗଲା,ମୁଁ ବହୁତ ଖୁସି |"
            
           ଜେଜେ ମା ଙ୍କର ଯିବା ପରେ, ସମାଜ ଆଗରେ ଆମ  ବିବାହ ହେଇନଥିଲା,ଅଦିତି ଙ୍କ ମାନସିକ ଅବସ୍ଥା ବି ଭଲ ନଥିଲା | ଏମିତି ପରିସ୍ଥିତି ରେ ମୁଁ ବାଙ୍ଗାଲୋର୍ ଆସିଥାନ୍ତି ବା କେମିତି????
           
           ଅଦିତି ଓ ମୁଁ  କୋର୍ଟ ମ୍ୟାରେଜ୍ କରିଦେଲୁ |ତାପରେ ଅଦିତି ଙ୍କୁ ନେଇ ମୁଁ ବାଙ୍ଗାଲୋର୍ ଆସିଲି,ତଥାପି ଅଦିତି ଏବେବି ତାଙ୍କ ଜେଜେମା ଙ୍କୁ ମନେ ପକାଇ ଝୁରୁଥିଲେ|ପୁରା ବଦଳି ଯାଇ ଥିଲେ ସେ,ଆଗ ଭଳି ସାଙ୍ଗ ସାଥି ଙ୍କ କଥା ବାର୍ତ୍ତା ଏତେ ଭଲ ଲାଗୁନଥିଲା ତାଙ୍କୁ |ଏଥିପାଇଁ ଆମେ ଘଟି ଯାଇଥିବା କଥା କାହାକୁ ବି ଜଣେଇ ନଥିଲୁ |
           
           ଏବେ ଯେଉଁ ମାଉସୀ ପରୀ ର ଦେଖା ଶୁଣା କରୁଛନ୍ତି,ସେ ସେତେବେଳେ ବହୁତ ଅସୁବିଧା ରେ ଥିଲେ,ଅଦିତି ମତେ କହିଥିଲେ ତାଙ୍କୁ ଆମ ଘରେ ରଖିବାକୁ | ମୁଁ ବି ରାଜି ହେଇଗଲି,ମୁଁ ଅଫିସ୍ ଯିବା ପରେ ଅଦିତି ପୁରା ଏକା ହେଇଯାନ୍ତି | ଏକଥା ଶୁଣି ମୁଁ ବି ଖୁସି ଥିଲି |
           
        ଦିନେ ଅଦିତି ମତେ ଗୋଟେ କମ୍ପାନୀ ରୁ ତାଙ୍କ ପାଇଁ  job ଅଫର୍ ଆସିଥିବା କଥା କହିଥିଲେ |ମୁଁ ତାଙ୍କୁ join କରିବାକୁ କହିଥିଲି, ଘରପାଖରେ ହିଁ ସେ  ଅଫିସ୍ ଟି ଥିଲା | ମୋର ଗୋଟିଏ ହିଁ ଇଛା ଥିଲା ଅଦିତି ଙ୍କୁ ଖୁସିରେ ରଖିବା |
          
          ଏହାର କିଛି ମାସ ପରେ ଆମ ଜୀବନ ରେ  ଖୁସି  ଆସିଗଲା | ଅଦିତି ମା ହବାକୁ ଯାଉଥାନ୍ତି |ଅଦିତି ଙ୍କର ସେ ପୁରୁଣା ହସ ହସ ମୁହଁ ମତେ ପୁଣି ଦେଖିବାକୁ ମିଳିଲା ପ୍ରାୟ ବର୍ଷକ ପରେ | ମୋ ପାଇଁ ଆଉ କଣ ବା ଦରକାର   |
           (କିଛି ମାସ ପରେ.....)
        
      ଏତେ ଦିନ ଧରି ଯେଉଁ ଦିନକୁ ଅପେକ୍ଷା ଥିଲା,ସେଦିନ ଆସି ଉପସ୍ଥିତ ହେଲା | ସକାଳୁ ସକାଳୁ ସେଦିନ ବି ବର୍ଷା ହଉଥାଏ,ମାଉସୀ ଙ୍କ ସହାୟତା ରେ ଅଦିତି ଙ୍କୁ ନେଇ ହସ୍ପିଟାଲ ଗଲି | ଅଫିସ୍ ରୁ କଲ୍ ଆସିଲା ମତେ ଯେମିତି ହେଲେ ଯିବାକୁ ପଡ଼ିବ| ହେଲେ ମୁଁ ମନା କଲି,ଅଦିତି ମତେ କହିଲେ, "ଡକ୍ଟର କହିଛନ୍ତି  ୩ ଘଣ୍ଟା  ଡେରି ଅଛି,ତମେ ଯାଅ କିନ୍ତୁ,ମୁଁ ଭିତରକୁ ଯିବା ପୂର୍ଵ ରୁ ତମେ ଯେମିତି ଆସିଯାଇଥିବ,କିଛି କଥା ଅଛି |" ମାଉସୀ ବି କହିଲେ ସେ ସେଠି ଅଛନ୍ତି କିଛି ଅସୁବିଧା ହବନି|ମୁଁ  ଇଛା ନଥାଇ ବି ଅଦିତି ଙ୍କୁ କଥା ଦେଇ ସେଠୁ ବାହାରି ଆସିଲି |
               
               ତରବର ରେ ସବୁ କାମ ସାରି ବାହାରିଲି ଅଫିସ୍ ରୁ,ହେଲେ ବର୍ଷା ଆଉ ଟ୍ରାଫିକ୍  ପାଇଁ  ଟିକେ ବିଳମ୍ବ ହେଇଗଲା ମୋର | ହସ୍ପିଟାଲ ରେ ପହଞ୍ଚି ଦଉଡ଼ି ଦଉଡ଼ି ଯାଇ ପହଞ୍ଚିଲା ବେଳକୁ ଡକ୍ଟର କହିଲେ ମୋର ଝିଅ ହେଇଛି,ଅଦିତି ଓ ଝିଅ ଦୁହେଁ ଭଲ ଅଛନ୍ତି |ମାଉସୀ ମୋ ହାତରେ ଝିଅ କୁ ଦେଇ ବାହାରକୁ ଚାଲିଗଲେ   |
            
          ଅଦିତି କିନ୍ତୁ ଅଭିମାନ ରେ ମୋ ସହ କଥା ହେଲେନି,କିଛି ସମୟ ପରେ ତାଙ୍କୁ ବୁଝାଈ କ୍ଷମା ମାଗିନେଲି  |

       ପରେ  ଡ଼କ୍ଟରଙ୍କ ଠାରୁ ଯାହା ଶୁଣିଲି,ମୋ ପାଦ ତଳୁ ମାଟି ଖସି ଯିବା ପରିକା ଲାଗିଲା | ଜଣେ ଏତେ ବଡ଼ କଥା ଏତେ ଦିନ ଧରି କେମିତି ଲୁଚେଇ ପାରିବ??????
       
            ଅଦିତି ଙ୍କୁ ଡକ୍ଟର ପୂର୍ଵ ରୁ ଜଣେଥିଲେ ଏ pregnancy ରେ ତାଙ୍କ ଜୀବନ ପ୍ରତି ବିପଦ ଅଛି,ଜନ୍ମ ସମୟରେ ଅଦିତି ଙ୍କର ମୃତ୍ୟୁ ..... ତେଣୁ ନଷ୍ଟ କରିଦବାକୁ | ହେଲେ ଅଦିତି ତାଙ୍କୁ ମନା କରିଥିଲେ,ଏମିତିକି ମତେ ଏକଥା କହିବାକୁ ବି ତାଙ୍କୁ ମନାକରିଦେଇଥିଲେ | ହେଲେ ଭଗବାନ ଙ୍କ ଦୟା ରୁ ମୋ ଅଦିତି ଠିକ୍ ଥିଲେ  |

             ଏହା ପରେ ଏକଥା ଅଦିତିଙ୍କୁ କହି ବହୁତ୍ ଗାଳି ଦେଇଥିଲି |ତାଙ୍କ ବିନା ମୋର କଣ ହେଇଥାନ୍ତା କହିବାରୁ,ଅଦିତି କହିଲେ ମୁଁ ନରହିଲେ କଣ ହେଲା ଆମ ଝିଅ ତ ରହିଥାନ୍ତା |ମୁଁ ଅଦିତି ଙ୍କୁ ଚୁପ୍ କରେଦେଇ ଏମିତି କଥା ଆଉ କେବେ ନ କହିବାକୁ କହିଲି | ମତେ ଆଉ କିଛି କଥା ନ ଲୁଚେଇବାକୁ କହିଥିଲି |ସେ ହସି ଦେଇ ହଉ ଠିକ୍ ଅଛି ବୋଲି କହିଥିଲେ  |"

          (ଅଖିଲ୍ କହିବା ଭିତରେ ଆଖି ଟା ତାଙ୍କର ପୁରା ଭିଜି ଯାଇଛି,ହଠାତ୍ ସେ ନିରବୀ ଗଲେ...ରାହୁଲ୍ ଆଉ ଦୀପ୍ତି ପୁରା ନିସ୍ତେଜ ହୋଇ ଅନେଇରହିଥିଲେ ଅଖିଲ୍ ଙ୍କୁ.... )
            
            ନିରବତା ଭଙ୍ଗ କରି ଦୀପ୍ତି ପଚାରିଲେ,"ଅଖିଲ୍,ଅଦିତି ଏବେ କୋଉଠି ????,କିଛି କୁହ,ଏମିତି କାନ୍ଦୁଛ କଣ ପାଇଁ  |"

        ଠିକ୍ ଏଇ ସମୟ ରେ ଭିତର କୁ ଆସିଲେ ମାଉସୀ,ହାତରେ ଅଛି ତାଙ୍କର ପରୀ | ମା'ରେ ବୋଲି କହି ରାହୁଲ୍ ଓ ଦୀପ୍ତି ଙ୍କୁ ତାଙ୍କ ପଛ କୁ ବୁଲି ଦେଖିବାକୁ  ମାଉସୀ ଇଙ୍ଗିତ କଲେ |

       ( ସୋଫା ରୁ ଉଠିଯାଇ ଦୁହେଁ...... ପଛ କାନ୍ଥ ରେ ଝୁଲୁଛି ଫୁଲ ମାଳ ଯୁକ୍ତ ଅଦିତି ଙ୍କ ଫୋଟୋ ,,,,,କୋହ ଉଠେଇ କାନ୍ଦିବାକୁ ଲାଗିଲେ ଦୀପ୍ତି,ରାହୁଲ୍ ଦୁଲ କିନା ସୋଫା ଉପରେ ବସିଗଲେ...ଅଖିଲ୍ ସେମିତି ନିର୍ଜୀବ ପରି ଠିଆ ହୋଇ ରହିଥାନ୍ତି..|)
      
     ପରୀ ହଠାତ୍ କାନ୍ଦି ଉଠିବାରୁ ମାଉସୀ ତାକୁ ଧରି ବାହାରକୁ ଚାଲିଗଲେ |
   
       ରାହୁଲ୍ କହିଲେ ,"ଅଖିଲ୍,ଯଦି ପରୀ ର ଜନ୍ମ ପରେ ଅଦିତି ଠିକ୍ ଥିଲେ,ପୁଣି ୟେ କେମିତି???"

      ଦୀପ୍ତି କହିଲେ,"କୁହ ଅଖିଲ୍...."
           
       ଅଖିଲ୍ ନିଜ କୋହ କୁ ଜାବୁଡି ଧରି କହିଲେ,"ପରୀ କୁ ପ୍ରାୟ ଛ' ମାସ ଚାଲିଥାଏ,ତାକୁ ମାଉସୀ ଙ୍କ ପାଖରେ ରଖି ଆମେ ଦୁହେଁ ଅଫିସ୍ ଯାଉଥିଲୁ,ମାଉସୀ ବହୁତ care ନିଅନ୍ତି ଆମ ପରୀ ର ...| ସେଥିପାଇଁ ଆମର ଟିକେ ବି ଚିନ୍ତା ନଥାଏ,ସବୁ କିଛି ଭଲ ରେ ଚାଲିଥାଏ ଆମ ସଂସାର |
       
       ସେ ଦିନ ଅଫିସ୍ କାମରେ ମୁଁ ଭାରି ବ୍ୟସ୍ତ ଥାଏ |lunch time ରେ ହଠାତ୍ ଅଦିତି ମତେ କଲ୍ କରି ଗୋଟେ ରେଷ୍ଟୁରାଣ୍ଟ ରେ ଦେଖା କରିବାକୁ ଡାକିଲେ |କାମ ଥିଲେ ବି ତାଙ୍କୁ ମନା କରିପାରିଳିନି|ସଙ୍ଗେ ସଙ୍ଗେ ଅଫିସ୍ ରୁ ବାହାରି ଗଲି |
             ରେଷ୍ଟୁରାଣ୍ଟ ସାମନା ରେ ପହଞ୍ଚି ଦେଖେ ତ ଭାରି ଭିଡ଼ ହେଇଛି  |ଲୋକ ମାନେ ଘେରି ହୋଇ ରହିଛନ୍ତି | ପୋଲିସ୍ ବି ସେଠି ଆସି ପହଞ୍ଚିଲେ |ଏତେ ଗହଳି ଭିତରେ ଜଣ ଙ୍କୁ ପଚାରି ବୁଝେ ତ ,ଜାଣିବାକୁ ପାଇଲି ଗୋଟେ ଝିଅ କୁ ବଡ଼ ଗାଡ଼ି ବାଡେଇଦେଇଛି |ସେ ଝିଅ ବି ଆଉ ନାହିଁ  |

              ଅଲଗା ରେଷ୍ଟୁରାଣ୍ଟ କୁ ଯିବା ପାଇଁ କହିବାକୁ ଅଦିତି ଙ୍କୁ କଲ୍ ଲଗେଇଲି | ହେଲେ ଜଣେ ଅଜଣା ବ୍ୟକ୍ତି କଲ୍ ଉଠେଇ କହିଲେ,"ଆପଣ ଯାହାଙ୍କୁ କଲ୍ କରିଛନ୍ତି,ତାଙ୍କର accident ହୋଇ ଯାଇଛି,ସେ  ......ରେଷ୍ଟୁରାଣ୍ଟ ସାମନା ରେ ଅଛନ୍ତି |"ମୁ ଯେଉଁ ରେଷ୍ଟୁରାଣ୍ଟ ବାହାରେ ଥିଲି, ସେ ସେଇ ରେଷ୍ଟୁରାଣ୍ଟଟି ର ନାମ କହିଥିଲେ...| କିଛି ସମୟ ପାଇଁ  ମୁଁ ଯେମିତି ଗୋଟେ ନିର୍ଜୀବ ପରି ଠିଆ ହୋଇ ରହିଗଲି |
    
              ଫୋନ୍ ଟି କୁ ସେଠି  ଫିଙ୍ଗି ଦେଇ ସମସ୍ତ ଙ୍କୁ ଠେଲି ଦେଇ ଦେଖିଲି ମୋ ଅଦିତି ରକ୍ତ ଜୁଦୁ ବୁଡୁ ହୋଇ ପଡିରହିଛନ୍ତି | ତାଙ୍କ ପାଖ ରେ ବିଛେଇ ହେଇ ପଡ଼ିଛି ଗୋଟେ flower ବୁକେ,ଆଉ ଗୋଟେ ତାଙ୍କ ହାତ  ଲେଖା birthday card .....ସେଦିନ ହିଁ ସବୁକିଛି ସରି ଯାଇ ଥିଲା ମୋର | ମୋ ଅଦିତି ଆଉ ଏ ଦୁନିଆ ରେ ନଥିଲେ ,ମତେ ଏକା କରି ଦେଇ....|"
  
(ଅଖିଲ୍ ଆଉ ନିଜ କୋହ କୁ ରୋକି ପାରୁନଥିଲେ .....| ଯାହା ସବୁ ଶୁଣିଲେ ଦୀପ୍ତି ତାକୁ ବିଶ୍ଵାସ କରିପାରୁନଥିଲେ |ରାହୁଲ୍,ଅଖିଲ୍ ଙ୍କ ପାଖକୁ ଆସି ଲୁହ ଭିଜା ଆଖି ରେ ତାଙ୍କ ପିଠି କୁ ଥାପୁଡାଇ ତାଙ୍କ ପାଖରେ ବସିଗଲେ  |)
        
       କୋହ ଭରା କଣ୍ଠରେ ଅଖିଲ୍ ବାବୁ କହିଲେ,"ସେଦିନ କୁଆଡେ ମୋର ଜନ୍ମ ଦିନ ଥିଲା,ମତେ surprise ଦବାକୁ ଅଦିତି ସେଠାକୁ  ଡାକିଥିଲେ  |    ଆଉ ସେଇ ଦିନ ହିଁ ମୋ ଜୀବନ ଯେମିତି ଅଲଗା ହେଇଗଲା | ଅଦିତି ଆଣିଥିବା ସେ ବୁକେ ର ସବୁ ଫୁଲ ଆଜି ମଉଳି ଶୁଖି ଯାଇଛି, ସାଇତି ରଖିଛି ତାକୁ| ଆଜି ବି ତାଙ୍କ ହାତ ଲେଖା birthday card ଟି  କୁ ସବୁଦିନ ପଢେ ମୁଁ ......|
   
(ସେ card ରେ ଅଦିତି ଲେଖିଥିଲେ,
         ଅଖିଲ୍,
              Happy Birthday ,ମୁଁ ଜାଣିଛି ତମେ ତମ ଜନ୍ମ ଦିନ ଭୁଲି ଯାଇଥିବ,ହେଲେ କିଛି କଥା ନାହିଁ ,ମୁଁ ସବୁ ବର୍ଷ ତମକୁ ମନେ ପକେଇ ଦେବି|
            ତମେ ମତେ ଟିକେ ଖୁସି କରେଇବା ପାଇଁ କେତେ କଣ କରିଛ, ହେଲେ sorry ମୁଁ ତମ ପାଇଁ କିଛି ବି କରିପାରିନି|
               ତମେ ଆଉ ପରୀ ମୋ ପାଖରେ ଥିଲେ ମୋର ଆଉ କିଛିବି ଦରକାର ନାହିଁ|ଆମେ ଦୁହେଁ ମିଶି ପରୀ କୁ ସବୁ ଖୁସି ଦବା|ଛୋଟ ବେଳୁ ଆମେ ଦୁହେଁ ଯେଉ ଅଭାବ,କଷ୍ଟ ରେ ଥିଲେ, ସେଇଟା ତାକୁ କେବେ ଅନୁଭବ ହବାକୁ ଦବାନି|
               ସବୁବେଳେ ମୁଁ  ତୁମ ସହ ଅଛି ଅଖିଲ୍......|
                                     ତୁମରି,
                                     ଅଦିତି  )
           
                ଅଖିଲ୍ ସୋଫା ଉପରୁ ଉଠିଯାଇ ଅଦିତିଙ୍କ ଫୋଟୋ ପାଖକୁ ଯାଇ କହିଲେ,"ଅଦିତି,ମୁଁ ଜାଣିଛି ତମେ ମୋ ସହ ପ୍ରତି ମୁହୁର୍ତ୍ତ ରେ ରହିଛ  |କଥା ଦେଇଛ ତମେ ପରା.....
             ତମେ ବ୍ୟସ୍ତ ହୁଅନି ଆମ ପରୀ କୁ କେବେବି ସେ ଅଭାବ ଅନୁଭବ ହବାକୁ ମୁଁ ଦେବିନି...|
      ମୁଁ ବି ତୁମ ସହ ସବୁବେଳେ ରହିଛି...|"

(ରାହୁଲ୍ ଓ ଦୀପ୍ତି ସେ ସମୟ ରେ କଣ ବା କହିବେ କିଛି ଜାଣିପାରୁନାହାଁତି,ଦୁସ୍ଵପ୍ନ ପରି ଲାଗୁଛି ଯେମିତି...)
         
             ଆଖି ରୁ ଲୁହ କୁ ପୋଛି ଦେଇ,ମାଉସୀ ଙ୍କୁ ପରୀ କୁ ନେଇ ଆସି ବାକୁ କହିଲେ ଅଖିଲ୍ | ପରୀ କୁ ନେଇ ମାଉସୀ ଏବଂ ମାଉସୀ ଙ୍କର ଝିଅ ଗୋଟେ କେକ୍ ନେଇ ଭିତର କୁ ଆସିଲେ  |

        ଦୀପ୍ତି ଅତି ସ୍ନେହ ରେ ମନ ଭରି  ପରୀ କୁ ଗେଲ କରିଲେ | ରାହୁଲ୍ କେକ୍ ଟିକୁ ସଜାଡି table ରେ ରଖି ଦେଲେ | ଅଖିଲ୍ ପରୀ କୁ ଧରି କେକ୍ କାଟି ,ପରୀ ପାଟିରେ ଦେଇ, ସମସ୍ତ ଙ୍କୁ ଖୁଆଇ ଦେଲେ |  ପରୀ ତାର କୁନି ହାତ ରେ ଛୋଟ କେକ୍ ଖଣ୍ଡ ଟିକୁ ଅଖିଲ୍ ଙ୍କ ପାଟିରେ ଦେଇଦେଲା   |

    (ଅଖିଲ୍ ଓ ପରୀ ଙ୍କୁ ଦେଖି, ମାଉସୀ,ରାହୁଲ୍,ଦୀପ୍ତି ଙ୍କ ଆଖି ଭିଜି ଗଲା.....)
        
         ଅଖିଲ୍ ପରୀ କୁ ଚାହିଁ କହିଲେ,"ଚାଲ୍ ମା' , ମାମା ଙ୍କୁ ବି କେକ୍ ଖୁଆଇ ଦେବା  |"
       
            ଏତିକି କହି ଅଖିଲ୍ ,
  ପରୀକୁ ଓ ଖଣ୍ଡେ କେକ୍ ଧରି ଅଦିତି ଙ୍କ ଫୋଟୋ ଆଡ଼କୁ ଯାଉଛନ୍ତି.........|

      ଼଼଼଼଼଼଼଼଼        ଼଼଼଼଼଼଼଼଼      ଼଼଼଼଼଼଼଼଼

✍🏻 Ipsita Swain
                                ଧନ୍ୟବାଦ     🙏🏻

                       


Rate this content
Log in

More oriya story from ipsita swain

Similar oriya story from Romance