STORYMIRROR

RUNALAILA MOHANTA

Inspirational Others Children

4  

RUNALAILA MOHANTA

Inspirational Others Children

ଅଦିନିଆ ଝଡ଼

ଅଦିନିଆ ଝଡ଼

4 mins
445


ଗ୍ରାମର ନାମ ଥିଲା ମଧୁପୁର । ସତେ ଯେମିତି ସେ ଗ୍ରାମଟି ମଧୁରେ ଭରି ପଡ଼ିଥିଲା ଏବଂ ସେଠାରେ ରହୁଥିବା ଲୋକ ମାନେ ମଧ୍ୟ ବହୁତ ଭଲ ଥିଲେ । କଳି ଝଗଡା ଠାରୁ ସମସ୍ତେ ବହୁ ଦୂରେ ରହୁଥିଲେ । କାହାର କିଛି ଅସୁବିଧା ହେଲେ ସମସ୍ତେ ମିଶି ତାର ମୁକାବିଲା କରୁଥିଲେ । 

ସେଠାକାର ଜମିଦାର ବାବୁ ଥିଲେ ପରୋପକାରୀ ବ୍ୟକ୍ତି ।କାହାକୁ ବି କେବେ କୌଣସି ସାହାଯ୍ୟ ପାଇଁ ମନା କରି ନାହାନ୍ତି । ତାଙ୍କ ନାମ ଥିଲା ଶିବହରି ରାଜପୁତ । ତାଙ୍କର ଗୋଟିଏ ପୁଅ ଥିଲା ଯାହାକୁ ସେ ଜୀବନ ଦେଇ ଭଲ ପାଉଥିଲେ । ଅତି ଶ୍ରଦ୍ଧା ରେ ତା ନାମ ଶ୍ରବଣ କୁମାର ରଖିଥିଲେ । ଶିବହରି ବାବୁଙ୍କ ଭାବନା ଥିଲା ଯେ ଏ ନାମ ଦ୍ଵାରା ସେ ଗୋଟିଏ ସୁପୁତ୍ର ହୋଇ ପାରିବ। 

ତାଙ୍କ ସ୍ତ୍ରୀ ଙ୍କ ମନା କରିବା ସତ୍ତ୍ୱେ ତା' ଇଚ୍ଛା ଅନୁସାରେ କହିବା ମାତ୍ରକେ ତାକୁ ସବୁ ପ୍ରକାର ଜିନିଷ ଆଣି ପହଞ୍ଚାଇ ଦେଉଥିଲେ । ଭଲ ଇଂରାଜୀ ମାଧ୍ୟମ ସ୍କୁଲ ରେ ତାର ନାମ ଲେଖାଇ ଦେଲେ । ଧିରେ ଧିରେ ସେ ବଡ ହେବାକୁ ଲାଗିଲା, କଲେଜ ପଢ଼ା ମଧ୍ୟ ସରିଲା । ବାପା ପଚାରିଲେ ପୁଅ ଏବେ କଣ କରିବୁ ବୋଲି ଭାବୁଛୁ । ପୁଅ କହିଲା ମୁଁ ଡାକ୍ତରୀ ପଢିବାକୁ ଚାହେଁ,ଏଥି ପାଇଁ ପରୀକ୍ଷା ମଧ୍ୟ ଦେଇ ଦେଇଛି । ଭଲ ନମ୍ୱର ଆସିବ ବୋଲି ମୋର ବିଶ୍ବାସ ।ବାପା ସ୍ମିତ ହାସ୍ୟ ଦେଇ କହିଲେ; ହଉ ଠିକ୍ ଅଛି,ଆଜି ଖାଇକି ଶୋଇପଡ କାଲି କଥା ହେବା ।

ଅଭାବ ବୋଲି ଜାଣି ନଥିବା ପିଲାଟି ଏବେ କଣ କରିବ? କେମିତି ଚଳିବ ?ବୋଲି ସମସ୍ତେ କହୁଥାନ୍ତି ଓ ମାଆ ର କାନ୍ଦ ଶୁଣି ଶ୍ରବଣର ନିଦ ଭାଙ୍ଗିଗଲା । ଉଠି ଆସି ଦେଖେ ତ ବାପା ଆଉ ଦୁନିଆରେ ନାହାନ୍ତି । ସେ ସେମିତି ହସିହସି ସମସ୍ତଙ୍କୁ କନ୍ଦେଇ ସବୁଦିନ ପାଇଁ ଚାଲିଗଲେ ।ତାକୁ ବହୁତ କଷ୍ଟ ହେଲା । 

କରଜ ରେ ବୁଡି ରହିଥିବା କଥା ଜାଣି ଶ୍ରବଣ ଆହୁରି ଭାଙ୍ଗି ପଡିଲା । ତାର ଭବିଷ୍ୟତ ଅନ୍ଧାର ଦେଖାଗଲା । ଡାକ୍ତରୀ ପଢିବା ତ ଦୂର କଥା, ଏ ଅଭାବ ସମୟ ରେ ତାକୁ ଖାଇବା କଥା ମଧ୍ୟ ଭାବିବାକୁ ପଡ଼ୁଛି । ଏତେ ଖରାପ ଅବସ୍ଥାରେ ପକେଇ ଦେଇ ବାପା ଆମକୁ ଛାଡ଼ି ଚାଲିଗଲେ ବୋଲି ମନେ ମନେ ଭାବି ସେ କ୍ରୋଧିତ ହେଉଥାଏ । ଯିଏ ସମସ୍ତଙ୍କୁ ସାହାଯ୍ୟ କରିଥିଲେ, ଆଜି ତାଙ୍କରି ପରିବାର କୁ ସାହାଯ୍ୟ କରିବା ପାଇଁ ଲୋକ ନଥିଲେ । ଏହା ଭାବି ସେ ସଭିଙ୍କୁ ଦୋଷୀ ଦୃଷ୍ଟିରେ ଦେଖୁଥାଏ । ତାକୁ ଆଉ କେହି ଭଲ ଲାଗିଲେ ନାହିଁ । ସେ ଏକା ଏକା ରହିବାକୁ ଲାଗିଲା । ଖାଇବା ପିଇବା ଠିକ୍ ନରହିବାରୁ ଦୁର୍ବଳ ମଧ୍ୟ ହୋଇ ପଡିଲା । 

ଏହା ଦେଖି ମାଆଙ୍କୁ ବହୁତ ଖରାପ ଲାଗିଲେ ମଧ୍ୟ ସେ ଚୁପ୍ ରହି ଭାବିଲେ ଏହା ହିଁ ତାର ଆଗକୁ ବଢ଼ିବାର ଠିକ୍ ସମୟ , ମୁଁ ତାକୁ କିଛି କହିଲେ ସେ ଏବେ ବୁଝି ପାରିବ ନାହିଁ । ସମୟ ଆସିଲେ କହିବି ନହେଲେ ସେ ଦୁର୍ବଳମନା ହୋଇଯିବ । 

ଦୁଇ ମାସ ପରେ ଡାକ୍ତରୀ ପରୀକ୍ଷା ର ଫଳାଫଳ ଘୋଷଣା ହେଲା। ଆଡ଼ମିଶନ୍ ଲିଷ୍ଟ୍ ରେ ଶ୍ରବଣ କୁମାର ର ନାମ ଆଗ ରହିଥାଏ । କିନ୍ତୁ ଲାଭ କଣ? ପାଖରେ ଟଙ୍କା ଥିଲେ ତ ମଣିଷ ପାଠ ପଢିବ । ଏହା ହିଁ ବସି ଭାବୁ ଥିବା ସମୟରେ ଗାଁ ଲୋକ ଆସି ତାଙ୍କ ଆଗଣା ରେ ରୁଣ୍ଡ ହୋଇ କହିଲେ ସାନବାବୁ ଆପଣ ଚିନ୍ତା କରନ୍ତୁ ନାହିଁ। ଆମେ ସମସ୍ତେ ଆପଣଙ୍କ ପାଇଁ ଅଛୁ, ପଢ଼ାରେ କିଛି ଅସୁବିଧା ହେବ ନାହିଁ । ଆପଣ ସହର ଯିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ । ଠିକ୍ ଏତିକବେଳେ ଜଣେ ଲାଇଫ୍ ଇନ୍ସୁରାନ୍ସ କର୍ମଚାରୀ ଘରକୁ ଆସି ପହଞ୍ଚି କହିଲା ମୁଁ ଜଣେ କର୍ମଚାରୀ ସହିତ ଶିବହରି ବାବୁଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ। ସେ ତାଙ୍କ ନାଁ ରେ ଯେଉଁ ପଲିସି କରିଥିଲେ, ଆଜି ସେ ଟଙ୍କା ଦେବାକୁ ଆସିଛି । ଆପଣ ମାନଙ୍କ କିଛି ଅସୁବିଧା ହେବ ନାହିଁ କହି ଚେକ୍ ଟିକୁ ହାତରେ ଦେଇ ସେ ବାବୁ ଜଣକ ଚାଲିଗଲେ । ଶ୍ରବଣ ସେମିତି ଚାହିଁ ଥାଏ ସେ କିଛି ବୁଝି ପାରୁ ନଥାଏ । ବାପାଙ୍କ ହସିହସି ସବୁଦିନ ପାଇଁ ଚାଲି ଯିବା ଓ ଗ୍ରାମବାସୀଙ୍କ ଆସି ସାହାଯ୍ୟ ପାଇଁ କହିବା । ତାକୁ ସବୁ ଆଶ୍ଚର୍ଯ୍ୟ ଲାଗୁଥିଲା। 

ସେ ଯାହାକୁ ମନେମନେ ଦୋଷ ଦେଉଥିଲା ତା ଦୁଃଖର କାରଣ ଭାବୁଥିଲା, ସେହି ମାନେ ହିଁ ଆଜି ତାକୁ କିଛି ନକହି ସବୁ ବୁଝେଇ ଦେଲା ପରି ଲାଗୁଥାଏ । ଶ୍ରବଣ ର ମାଆ ସମସ୍ତଙ୍କୁ ଧନ୍ୟବାଦ ଦେଇ ଯିବା ପାଇଁ କହିଲେ, କାରଣ ତାଙ୍କ ସ୍ଵାମୀ ତ ଯିବା ପୂର୍ବରୁ ସବୁ ବ୍ୟବସ୍ଥା କରି ଦେଇ ଯାଇଛନ୍ତି,ଆଉ କାହାକୁ କାଇଁ ହୋଇରାଣ କରିବେ। ସେ ତ ସାହାଯ୍ୟ କରିଥିଲେ,କିନ୍ତୁ ସାହାଯ୍ୟ ନ ନେଇ ଆମକୁ ସବୁଦିନ ପାଇଁ ୠଣି କରି ଚାଲିଗଲେ ବୋଲି କହି ଗାଁ ଲୋକମାନେ ନିଜ ନିଜ ଘରକୁ ଫେରିଗଲେ । 

ମାଆ ଭାବିଲେ ଏହା ଶ୍ରବଣକୁ କହିବାର ଠିକ୍ ସମୟ । ତା ପରେ ପରେ ସେ ମାଆଙ୍କ ପାଖରୁ ଜାଣିବାକୁ ପାଇଲା ଯେ ତାକୁ ସୁଖମୟ ଜୀବନ ଦେବାକୁ ଯାଇ ବାପା ଧିରେ ଧିରେ ୠଣଗ୍ରସ୍ତ ହୋଇ ପଡିଥିଲେ । ଶେଷରେ ତାଙ୍କୁ ଘର ମଧ୍ୟ ବନ୍ଧା ପକେଇବାକୁ ପଡ଼ିଥିଲା । ମାଆଙ୍କ ସୁନା ବି ଏଥିରୁ ବାଦ୍ ପଡି ନଥିଲା । ଏହା ଶୁଣି ସେ ବହୁତ ଅନୁତାପ କଲା । ଭାବିଲା ଏତେ ଖରାପ ପରିସ୍ଥିତି ରେ ବି କେହି ଥରେ ହେଲେ ମୋତେ କୌଣସି ଜିନିଷ ପାଇଁ ବାରଣ କଲେ ନାହିଁ । ଏମିତି ମାତାପିତା ଏମିତି ପରିବାର, ପ୍ରଭୁ ମୁଁ କଣ କଲି । ଅନ୍ୟ ମାନଙ୍କ ଭଳି ରହିଥିଲେ ଆଜି ମୋ ସ୍ୱର୍ଗ ସମ ପିତା ମୋ ପାଖରେ ଥାଆନ୍ତେ । 

ଏହା ପରେ ସେ ଆହୁରି ମନ ଦେଇ ପଢିଲା ଓ ଗୋଟିଏ ଭଲ ଡ଼କ୍ଟର ହୋଇ ତା ମାତାପିତାଙ୍କ ନାମ ରେ ଗୋଟିଏ ଡାକ୍ତରଖାନା ଖୋଲି ସଭିଙ୍କର ଭଲ ଭାବରେ ସେବା ଯତ୍ନ କଲା । ଟଙ୍କା ଅଭାବ ରେ କୌଣସି ବ୍ୟକ୍ତି କୁ ମରିବାକୁ ପଡିଲା ନାହିଁ । ତା' ପିତା ସବୁଦିନ ପାଇଁ ଚାଲି ଯାଇଥିଲେ ମଧ୍ୟ ତାଙ୍କ ନାଁ ଟିକୁ ବଞ୍ଚାଇ ରଖିଲା । ସତରେ ସେ ତ୍ରେତୟା ର ଶ୍ରବଣ ନହେଲେ କଣ ହେଲା,କଳି ଯୁଗର ଶ୍ରବଣ କୁମାର ହୋଇ ଦେଖାଇଲା। ଶିବହରି ବାବୁଙ୍କ ସ୍ବପ୍ନ ସତ ହେଲା ।

 କିଛି ମଣିଷ କାହାକୁ କିଛି ନକହି ମଧ୍ୟ ବହୁତ କିଛି ଶିଖେଇ ଚାଲି ଯାଆନ୍ତି ।



Rate this content
Log in

Similar oriya story from Inspirational