RUNALAILA MOHANTA

Children Stories Tragedy Others

4  

RUNALAILA MOHANTA

Children Stories Tragedy Others

ଭାଇ ଓ ରକ୍ଷା ବନ୍ଧନ

ଭାଇ ଓ ରକ୍ଷା ବନ୍ଧନ

5 mins
218


ମୁଁ ଭୈରବ ଜୀବନରେ କେବେ କାନ୍ଦି ନଥିଲି । କିନ୍ତୁ ସେଦିନର ସେ ଭଉଣୀର କଥା ମୋତେ ପ୍ରଥମ ଥରପାଇଁ କନ୍ଦାଇ ଦେଇଥିଲା । 

ସନ୍ଧ୍ୟା ସମୟ ମୁଁ ପାଖ ଅଞ୍ଚଳର ଏକ ପାର୍କ କୁ ବୁଲିବାକୁ ଯାଇଥାଏ । ଠିକ୍ ସେତିକି ବେଳେ ଗୋଟେ ଝିଅ କାନ୍ଦିବାର ଶୁଣିଲି । ପାଖକୁ ଯାଇ କହିଲି ,ଭଉଣୀ କାନ୍ଦୁଛ କଣ ପାଇଁ ? ଦୟାକରି କାନ୍ଦ ନାହିଁ । କଣ ହେଇଛି ମୋତେ କୁହ,ତୁମ ମନ ହାଲୁକା ହୋଇଯିବ । 

ମୋ ମନ ହାଲୁକା ହେବ କି ନାହିଁ ଜାଣେନା ,କିନ୍ତୁ ଆପଣ ମୋତେ ଭଉଣୀ କହିଥିବାରୁ ଆପଣଙ୍କୁ କହିବାକୁ ଇଚ୍ଛା ହେଉଛି ଏତିକି କହି ସମୀରା ତା ମନ କଥା କହିବାକୁ ଲାଗିଲା । 

ସ୍ନେହ ପ୍ରେମ ଭଲପାଇବା କାହା ପ୍ରତି ମଧ୍ୟ ଆସି ପାରେ, ସେ କେବଳ ମଣିଷ ହିଁ ହୋଇଥିବ ତା' ନୁହେଁ । ଜୀବନରେ ଏମିତି ବି ସମୟ ଆସେ ଯେତେବେଳେ କି ଆମକୁ କେହି ବୁଝିପାରି ନଥାନ୍ତି,ସେତେବେଳେ ଆମକୁ ପ୍ରକୃତି ଓ ପ୍ରକୃତିରେ ରହୁଥିବା ପ୍ରାଣୀ ଜଗତ ମାନେ ବୁଝିଥାନ୍ତି । ପଶୁପକ୍ଷୀ ମାନେ ହିଁ ଯେ ହିଂସ୍ର ତା ନୁହେଁ, ସମସ୍ତ ପ୍ରାଣୀ ଅତି ସରଳ ଓ ନିଷ୍ପାପ । ହୁଏତ କିଛି ଭୟରେ ଆମ ପ୍ରତି ଆକ୍ରମଣ କରିଥାନ୍ତି , ଯଦି ଆମେ ତାଙ୍କୁ ଭୟ ଦେଖାଇଲା ପରି କାମ କରିବା ନାହିଁ ତା ହେଲେ ଆମ ପ୍ରତି ମଧ୍ୟ ତାଙ୍କ ବ୍ୟବହାର ଭଲ ରହିବ । ଯଦିଓ ଭୋକ ବିକଳେ କେବେ କେମିତି ଭୁଲ୍ ହୋଇ ଯାଉଥିବ ନହେଲେ ସ୍ନେହର ଭାବ କରୁଣା ର ଚାହାଣୀ ସେମାନେ ମଧ୍ୟ ବୁଝି ପାରନ୍ତି

ସେମିତି ଦୟା କରୁଣା ସ୍ନେହରେ ଭରା ମୋ ଘରେ ଗୋଟିଏ କୁକୁର ଥିଲା । ଭଲ ଖାଇବାକୁ ଦେଲେ ଖୁସିରେ ଲାଞ୍ଜ ହଲେଇ ହଲେଇ ଖାଉଥିଲା । ଯଦି ଭାତ ରେ ତରକାରୀ ଦେବା ପାଇଁ ଭୁଲି ଯିବ, ତା ମୁହଁ ବେଙ୍ଗ ପରି ଫୁଲି ଯାଏ ଓ ଚୁପଚାପ୍ ଯାଇ ଗୋଟିଏ କଡରେ ବସି ପଡେ । ଆଉ ଖାଇବା ପସନ୍ଦ ନହେଲେ କିମ୍ବା ଦେବାରେ ଟିକିଏ ବିଳମ୍ବ ହୋଇଗଲେ ବିଲକୁଲ୍ ମୋ ପରି ରୁଷି ଯାଉଥିଲା ସେ । ମୁଁ ଭାବୁଥିଲି ମୋତେ ହିଁ ସମସ୍ତଙ୍କ ପ୍ରତି ଏତେ ଦୟା ଆସେ ହେଲେ ସେ ତ ମୋ ଠୁ ବେଶୀ ଦୟାଳୁ । ପାଖରେ ଯଦି କୌଣସି ଛେଳି କି କୁକୁଡ଼ା ଥିବେ ,ସେ ତାଙ୍କ ପାଇଁ କିଛି ଖାଇବା ଛାଡ଼ି ଦିଏ । ସେ ବି ଖୁସ୍ ଆଉ ସେମାନେ ବି ଖୁସ୍ ଆଉ ତାଙ୍କୁ ଦେଖି ମୁଁ । 

ଏ କର୍ମମୟ ଜୀବନରେ ତ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ,ବାକି ରହିଲି ମୁଁ ।କଲେଜ ପଢ଼ା ସରିବା ପରେ ଆସି ରହିଲି ଘରେ । ମୋ ସହ ସମୟ ବିତାଇବାକୁ ଓ କଥା ହେବା ପାଇଁ କେହି ନଥିବା ବେଳେ ସେ ମୋ କଥା ଶୁଣିବାକୁ ଥିଲା ଏବଂ ମୁଁ ତା ସହ ବହୁତ ସମୟ ବିତାଏ । ମୋତେ ଯେଉଁ କଥା ସବୁ କଷ୍ଟ ଦିଏ , ମୁଁ ତାକୁ ଯାଇ କୁହେ । ସେ ଚୁପଚାପ୍ ମୋ କଥା ସବୁ ଶୁଣେ ଓ ମୋତେ ଅନେଇଥାଏ । ସତେ ଯେମିତି ଆଖିରେ ଆଖିରେ କହିଯାଏ; ଦୁଃଖ କଣ ପାଇଁ କରୁଛୁ ? କେହି ନଥିଲେ ବି ମୁଁ ତ ସାଥିରେ ଅଛି । ମୁଁ ପରା ତୋ ସାନ ଭାଇ,ତୁ ଯୁଆଡେ ଯିବୁ ମୁଁ ତୋ ସାଙ୍ଗରେ ଯିବି । ତ କହିଲୁ ଦେଖି ଏକା କେମିତି ହେବୁ ଆଉ ଦୁଃଖ କେମିତି ପାଇବୁ ? ମୁଁ ତୋତେ କେବେ ଗାଳି ଦେଇଛି ନା ତୋ ସାଥେ କୁଆଡେ ଯିବା ପାଇଁ ବାରଣ କରିଛି ।ତୁ ନ ଡାକିଲେ ବି ପରା ମୁଁ ତୋ ପଛେପଛେ ଗୋଡେଇ ଥାଏ ,ହେଲେ ବି କଣ ପାଇଁ ଯେ ଦୁଃଖ କରୁ ଏମିତି ! କାହା ପାଇଁ ଯେ ତୋର ଏତେ ଦୁଃଖ ? ବାପାଙ୍କ କଥା ଛାଡ୍ ସେ ତ ସମସ୍ତଙ୍କୁ ପାଠ ପଢ଼ଉଥାନ୍ତି । ଘରେ ସବୁଦିନେ କାହାକୁ କିଛି ଟିକେ ନକହିଲେ ତାଙ୍କୁ ଭଲ ଲାଗେନି । ଆଉ ରହିଲେ ମାଆ,ସେ ତ ସବୁବେଳେ ଘରୋଇ କାମରେ ବ୍ୟସ୍ତ । ଏତେ ସାରା କାମ କରୁକରୁ ବିରକ୍ତରେ କେତେବେଳେ କଣ ଟିକେ କହି ଦେଇଥିବେ, ନା କଣ କହୁଛୁ ?

ମୁଁ ବିରକ୍ତ ହୋଇ କୁହେ ,ଓହୋ ତୁ ତ ସବୁ ଜାଣି ପାରୁଛୁ । ଚୁପଚାପ୍ ସବୁ ବସି ଦେଖୁଥା ଆଉ ମୋତେ କହ ହେଲା । କିଛି ତ ଜାଣିନୁ ଖାଲି କଥା କହୁଛୁ । ଯଉଟା ଦୈନନ୍ଦିନ ଜୀବନରେ ଚାଲିଥାଏ, କେବଳ ସେଇଟା ହିଁ କଣ ଦୁଃଖର କାରଣ । ସେସବୁ ତ ଧିରେଧିରେ ଅଭ୍ୟାସରେ ପରିଣତ ହୋଇଯାଏ । ତା ପରେ ପରେ କଷ୍ଟ ହେଲେ ମଧ୍ୟ ଭୁଲି ହେଇଯାଏ,ଏତେ ଟା କିଛି ଲାଗେନି । ଅଧିକ ଦୁଃଖ ତ ସେତେବେଳକୁ ଲାଗେ ଯେତେବେଳେ ଆମେ ଜାଣୁ ଯେ , ଏତେ ବିଶ୍ୱାସ ଓ ଭଲ ପାଇବା ଆମେ ଯାହା ପାଇଁ ରଖିଛୁ ସେ ଆମ ଠୁ ଦୂରେଇ ସାରିଛି । ଠିକ୍ ସେତିକି ବେଳେ ସେ ତା କରୁଣ ଚାହାଣୀ ଦେଇ କହିବ ଓହୋ ପୁଣି ସେଇ କଥା ,କହିଥିଲି ନା ତା ପାଇଁ ଦୁଃଖ କରିବୁନି । ସେ ଯଦି ସତରେ ତୋତେ ଏତେ ଭଲ ପାଏ ତାହେଲେ ଅସିଲାନି କାହିଁକି? ତୁ କହୁ ସେ ତୋତେ ନଦେଖିଲେ ରହି ପାରେନି,ତାହେଲେ କାଇଁ ପାଖରେ ଥାଇ ବି ଦିନେ ବୋଲି ଦେଖିବା ପାଇଁ ତ ଆସୁନାହିଁ ।ଆଉ ଯଦି ଆସୁଛି ଅନ୍ୟ ମାନଙ୍କୁ ସ୍ନେହ ଭଲପାଇବା ଦେଇ ଚାଲି ଯାଉଛି,ଯେଉଁ ମାନେ କି ପଛରେ ତା ପ୍ରତି ନିନ୍ଦା କରନ୍ତି । ସବୁ ଜାଣି ବି ସେ ଅନ୍ୟ ମାନଙ୍କ ପ୍ରତି ଢ଼ଳୁଛି ଅଥଚ ତୋ କଥା ଟିକେ ବୋଲି ଭାବୁ ନାହିଁ , ତ ତୁ କଣ କରିବୁ ଦେଖି ? ସେ ତୋତେ ତୋ ଜନ୍ମ ବେଳୁ ଜାଣିଛି , ତା ଭଲ ପାଇବା ତୋତେ କେତେ ଖୁସି ଓ ତା ଘୃଣା କରିବା ତୋତେ କେତେ ଦୁଃଖ କଷ୍ଟ ଦେଉଥିବ ବୋଲି । ଯଦି ସେ ମଣିଷ ପୁଣି ତୋ ଠାରୁ ବଡ ହୋଇ ମଧ୍ୟ ସେସବୁ ବୁଝି ପାରୁନି ତୁ କାହିଁକି ମିଛଟାରେ ଦୁଃଖ କରୁଛୁ । 

ମୋ କଥା ତ ସେତିକି କେବେ ଭାବିନୁ । ତୁ କୁଆଡେ ଗଲେ ମୁଁ ଆଉ କାହା ହାତରୁ ଠିକ୍ ସେ ଖାଏନି ମଧ୍ୟ । ତୁ ଯଦି ତୋ ଅଇଁଠା ବି ଆଣି ଦେଉ, ମୁଁ ଦୌଡ଼ି ଆସି ଖାଇ ଦିଏ । ହଁ ଯେତେବେଳେ ରୁଷି ଥାଏ ସେ ଅଲଗା କଥା ।କିନ୍ତୁ ଯେତେ ରାଗିଲେ ମଧ୍ୟ ସଦା ସର୍ବଦା ମୁଁ ତୋ ସାଥିରେ ଥାଏ ଓ ତୋ ଆଗପଛ ହେଉଥାଏ । ଆହୁରି କେତେ ଭଲ ପାଇବା ତୋତେ ଦରକାର କହନା । ସେ ଆସୁନି କିନ୍ତୁ ମୁଁ ତ ତୋ ପାଖରେ ଅଛି । ଯଉଥି ପାଇଁ ତାକୁ ଖୋଜୁଛୁ ମୁଁ କଣ ତା ଯୋଗ୍ୟ ନୁହେଁ। ବାସ୍ ସେତିକି ଶୁଣି ମୋତେ ଆହୁରି ଜୋର୍ ସେ କାନ୍ଦ ଲାଗିଲା । ମୁଁ ଘର ଭିତରକୁ ଦୌଡ଼ି ଆସି ହାତରେ ରାକ୍ଷୀ ଟିଏ ଧରି ତା ପାଖକୁ ଚାଲି ଆସିଲି । ହେଲେ ତାର ହାତ ନାହିଁ, ଚାରିଟା ସାରା ଗୋଡ କରିବି କଣ ? ହଠାତ୍ ବୁଦ୍ଧି ଆସିଲା ମୁଁ ତା ବେକରେ ଆଣିଥିବା ରାକ୍ଷୀ ଟି ବାନ୍ଧି ଦେଲି । ହଁ ସେତେବେଳେ ମୋ ଆଖିରୁ ଅଶ୍ରୁ ଝରୁଥିଲା ସତ ,କିନ୍ତୁ ସେ ଥିଲା ଖୁସିର । ସକାଳରୁ ସନ୍ଧ୍ୟା ଯାଏ ଯେଉଁ କଷ୍ଟ ମିଳିଥିଲା ତାର ଅନ୍ତ ଘଟିଲା । ମୁଁ ତା ପାଇଁ ସେଦିନ ଶାନ୍ତିରେ ଶୋଇ ପାରିଲି । 

ତା ପରଠାରୁ ମୁଁ ସଂପୂର୍ଣ୍ଣ ଭାବେ ନହେଲେ ମଧ୍ୟ ଖୁସିରେ ରହିବାକୁ ଲାଗିଲି , କେବଳ ସେ କଥା କହି ପାରୁନଥିବା କୁକୁରଟା ପାଇଁ । ସେ ମଣିଷ ନଥିଲା ସତ କିନ୍ତୁ ତା ପରି ନିରୀହ ନିଷ୍ପାପ ହୃଦୟ ମୁଁ ଆଜିଯାଏ କାହାର ଦେଖି ନାହିଁ   ଦେଖ ଭଉଣୀ ମୋ ନାଁ ଭୈରବ , ସବୁ ଶୁଣିଲି ଯେ ହେଲେ ଏବେ କାନ୍ଦୁଛ କଣ ପାଇଁ ମୁଁ ବୁଝି ପାରୁନାହିଁ ।ଏହା ଶୁଣି ଝିଅଟି କହିଲା ହଁ ମୋତେ ତ କେହି ଜାଣି ପାରନ୍ତିନି ଆଉ ତମେ ବା ଜାଣିବ କିପରି ? ଆଜି ପରା ରାକ୍ଷୀ ପୂର୍ଣ୍ଣିମା,ସକାଳ ଠାରୁ ସଞ୍ଜ ହୋଇଗଲା ହେଲେ ଏଥର ବି ଭାଇ ଆସିଲାନି । ଛାଡ ତାର ତ ବହୁତ ଭଉଣୀ ଅଛନ୍ତି । କିନ୍ତୁ ମୋର

କିନ୍ତୁ ତୁମର କଣ ? 

ମୋର ତ ଗୋଟେ ବୋଲି ସାନଭାଇ ଥିଲା ଯିଏ ମୋତେ ହୃଦୟରୁ ସତରେ ଭଲ ପାଉଥିଲା ସେ ଅକୁହା କୁକୁର ଟେ । ଭଗବାନ ତାକୁ ମଧ୍ୟ ମୋ ପାଖରୁ ଛଡ଼େଇ ନେଲେ । ଆଜି ମୋ ପାଖରେ ରାକ୍ଷୀ ଗୁଡ଼ାଏ ଅଛି ହେଲେ ସେ ନାହିଁ । 

ତାକୁ ଆଉ କିଛି ନଥିଲା କହିବାର । ସେସବୁ ଶୁଣି ତା ସହ ମୋ ଆଖିରୁ ମଧ୍ୟ ଧାରଧାର ଲୁହ ଝରିବାକୁ ଲାଗିଲା ।

ମଣିଷ ହେଉ କି ପଶୁ ହୃଦୟ ତ ସମସ୍ତଙ୍କ ପାଖରେ ଥାଏ ତାକୁ ବୁଝିବା ପାଇଁ ଆମ ମାନଙ୍କର ବିଶାଳ ହୃଦୟ ହେବା ଆବଶ୍ୟକ।


Rate this content
Log in