RUNALAILA MOHANTA

Action Inspirational

4.3  

RUNALAILA MOHANTA

Action Inspirational

ପରିଶ୍ରମୀ ଝିଅ ସେ ଅପରାଜିତା

ପରିଶ୍ରମୀ ଝିଅ ସେ ଅପରାଜିତା

2 mins
225



ଆମେ ସମସ୍ତେ ଜଣେ ଜଣେ ମଣିଷ, ନୁହେଁ କି ?


ହଁ , ଆମେ ସମସ୍ତେ ମଣିଷ l ପ୍ରାଣୀ ଜଗତ ମଧ୍ୟରେ ଶ୍ରେଷ୍ଠତମ , ଉଚ୍ଚ ବିଚାର, ଚିନ୍ତନ, କର୍ମବାନ,ବୁଦ୍ଧିରେ ପ୍ରଖର । ହେଲେ ସମସ୍ତେ ସମ ପରିମାଣର ବିଚାର ଚିନ୍ତନ କି କର୍ମ କରିନଥାନ୍ତି । କିଛି ଲୋକ ଅଳସୁଆ ତ କିଛି କର୍ମରେ ପ୍ରବଣ ଥାନ୍ତି । ସେଥି ମଧ୍ୟରୁ କିଛି କଠୋର ପରିଶ୍ରମୀ ମଧ୍ୟ ଥାନ୍ତି ; ଅର୍ଥାଭାବ, ସମୟ ନହେବାର କାରଣ ଦେଖାଇ ନିଜ ଭବିଷ୍ୟତ ସହ ଖେଳି ନଥାନ୍ତି । ସମୟ ସହ ଆସୁଥିବା ସମସ୍ତ ଅବସ୍ଥାକୁ ଧୈର୍ଯ୍ୟ ଓ ସାହସ ମନୋବଳର ସହିତ ଶାନ୍ତିରେ ରହି ବୁଦ୍ଧି ଖେଳାଇ ସାମନା କରିଥାନ୍ତି ।


ସେମିତି ଗୋଟେ ଛୋଟ ଝିଅ ଥିଲା, ହେଲେ ସେ କେବେ ତା ପରିସ୍ଥିତିକୁ ଲୋକଲୋଚନକୁ ଆଣି ଭାଙ୍ଗି ପଡି ନଥିଲା । ତାର ଜନ୍ମ ନେବାଟା ଯେମିତି ପରିବାର ପାଇଁ ଦୁଃଖ ପାଲଟି ଯାଇଥିଲା । ସମସ୍ତେ ଭାବୁଥିଲେ ପୁଅଟିଏ ହେଲେ ଘର ଚଳେଇଥାନ୍ତା, ବାପାମାଆ ବନ୍ଧୁବାନ୍ଧବ କଥା ବୁଝିଥାନ୍ତା ।ହେଲେ ହେଲା ନା କ'ଣ ? ଝିଅ ! 


ମା'ଙ୍କ ସ୍ନେହ ତ ଅଳ୍ପ ବହୁତ ମିଳି ଯାଉଥିଲା , ହେଲେ ପିତାଙ୍କ ସ୍ନେହ ପାଇଁ ତରଷି ଯାଉଥିଲା ତା ଜୀବନ ।ଯେତେବେଳେ ତା ସାଙ୍ଗ ମାନଙ୍କ ପାଖରୁ ତାଙ୍କ ବାପାଙ୍କ କଥା ଶୁଣେ ତା ପାଖେ କିଛି ନଥାଏ କହିବାର । କିନ୍ତୁ ସେ ସେସବୁରେ ଭାଙ୍ଗି ପଡି ନଥିଲା । ପଢ଼ିବାରେ ତାର ବହୁତ ଆଗ୍ରହ ଥିଲା । ମନ ଦେଇ ପାଠ ପଢିଲା ଏବଂ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲା । ଶିକ୍ଷକ ଓ ଲୋକମାନଙ୍କ ପାଖରୁ ଝିଅର ପ୍ରଶଂସା ଶୁଣି ବାପାଙ୍କ ମନରେ ପରିବର୍ତ୍ତନ ଆସିଲା । ସେ ଭାବିବାକୁ ଲାଗିଲେ କିଛି କଥା ନାହିଁ,ମୋର ଝିଅ ହୋଇଛି ହେଲେ କଣ ହେଲା,ସେ ପୁଅ ଭଳି କର୍ମ କରିବ ଆଉ ସଭିଙ୍କ କଥା ବୁଝିବ ।


 କିନ୍ତୁ ହେଲା ଓଲଟା ,ଝିଅର ପାଠପଢା ସିନା ସରିଲା ହେଲେ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତିଟିଏ ମିଳିଲା ନାହିଁ । ସେ ନିଜେ ମଧ୍ୟ ଜାଣି ପାରୁନଥିଲା ତାର ଏତେ ପ୍ରୟାସ ସତ୍ତ୍ୱେ ଏପରି ହେବାର କାରଣ କ'ଣ ? ଦିନକୁ ଦିନ ବିତିଲା ଅର୍ଥାଭାବ ଯୋଗୁଁ ପରିବାରରେ ଅଶାନ୍ତି ବଢିବାରେ ଲାଗିଲା ଏବଂ ତା ପଢ଼ାରେ ମଧ୍ୟ ବାଧା ସୃଷ୍ଟି ହେଲା l ତା ପ୍ରତି ପରିବାରର ସମସ୍ତଙ୍କ ମନରେ ପୁଣି ସେଇ ପୁରୁଣା ଚିନ୍ତାଧାରା ଆସିଲା । କିନ୍ତୁ ସେ କାହାରି କଥାକୁ ମନରେ ନଧରି ନିଜ କାର୍ଯ୍ୟରେ ଚେଷ୍ଟିତ ଥିଲା । ଅନ୍ୟମାନଙ୍କ ଭଳି ବାହାରେ ପଢ଼ିବାର ସୁଯୋଗ ତାକୁ ମିଳିନଥିଲା । ଘରର ଯାବତୀୟ କାମ ଜନଗହଳି ଓ କାର୍ଯ୍ୟବ୍ୟସ୍ତତା ଭିତରେ ସମୟ ବାହାର କରିବାକୁ ପଡୁଥିଲା ।


ସମୟ ତ ବହୁତ ଲାଗିଲା । କିନ୍ତୁ , ତାର କଠୋର ପରିଶ୍ରମ ପାଇଁ ଦିନେ ସେ ତାର ସ୍ବପ୍ନକୁ ପୁରା କରିବାରେ ସକ୍ଷମ ହେଲା । ସରକାରୀ କ୍ଷେତ୍ରରେ ଉଚ୍ଚ ପଦବୀ ପ୍ରାପ୍ତ କରି ପିତାଙ୍କର ମୁଣ୍ଡ ଉପରକୁ ଉଠାଇ ଦେଲା । ପରିବାର ଲୋକଙ୍କ ଗୋଟିଗୋଟି କରି ଆବଶ୍ୟକତା ପୂରଣ କଲା l ଯାହାକୁ ଦିନେ ଘର ଲୋକେ ବୋଝ ଓ ଦୁଃଖର କାରଣ ଭାବୁଥିଲେ,ସେ ହିଁ ସବିତା ସାଜି ଅନ୍ଧାର ଘରକୁ ଆଲୋକିତ କଲା ଓ ସମସ୍ତଙ୍କ ହସର କାରଣ ସାଜିଲା । 


ଯଦି ସେ ଜୀବନରେ ଅନ୍ୟର କଥା ଶୁଣି ଦୁଃଖୀ ହୋଇ ଭାଙ୍ଗି ପଡ଼ିବାରେ ବ୍ୟସ୍ତ ଥାନ୍ତା ; ତା' ହେଲେ ନିଜ ଲକ୍ଷ୍ୟ ପଥରେ କେବେ ପହଞ୍ଚି ପାରି ନଥାନ୍ତା, କି ସମସ୍ତଙ୍କ ହୃଦୟକୁ ଛୁଇଁ ତାଙ୍କ ନୟନ ତାରା ସାଜି ନଥାନ୍ତା । ତାର ପରିଶ୍ରମର ମନବୃତି ହିଁ ତାକୁ ପରିଶ୍ରମୀ ମଣିଷର ପରିଚୟ ଦେଲା ଓ ନିଜ ଭବିଷ୍ୟତ ଉଜ୍ଜଳ ହେବା ସହ ସମସ୍ତଙ୍କ ଗେହ୍ଲେଇ ଓ ଅଲିଓଳି ହୋଇ ଖୁସିରେ ଜୀବନ ବିତାଇଲା l


" ପରିଶ୍ରମୀ ମଣିଷ ଜୀବନର କୌଣସି ପରିସ୍ଥିତିକୁ ମଧ୍ୟ ପାର କରିବାର କ୍ଷମତା ରଖିଥାଏ । "



Rate this content
Log in

Similar oriya story from Action