STORYMIRROR

Geetanjali Prusty

Action

3  

Geetanjali Prusty

Action

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

3 mins
183


ସହର ଉପକଣ୍ଠ ଵୃଦ୍ଧାଶ୍ରମରେ ଆଜି ଭାରି ଗହଳି l କୌଣସି ଏକ ସାମାଜିକ ସେଵା ଅନୁଷ୍ଠାନ ଆସୁଛନ୍ତି ଅସହାୟ ବରିଷ୍ଠ ନାଗରୀକମାନଙ୍କ ସହିତ ସମୟ କାଟିବା ପାଇଁ l ଆଜି ଦିନଟା ଭଲ ଖାଇଵା ମିଳିବା ସହିତ ଲୁଗାପଟା, ଚାଦର ଇତ୍ୟାଦି ମିଳିପାରେ l ତେଣୁ ଆଶ୍ରମରେ ଏକ ଖୁସିର ମାହୋଲ ଖେଳି ଯାଇଥିଲା l ନିଜର ଆତ୍ମଜ ମାନଙ୍କ ଠାରୁ ଦୂରରେ ରହି ଇଚ୍ଛା କିମ୍ବା ଅନିଚ୍ଛାକୃତ ଭାବରେ ସମୟ କାଟିବା ଏ ପରିଣତ ବୟସରେ ଭାରି ଦୁର୍ବିସହ ମନେହୁଏ l ଯେତେବେଳେ ମନ ଖୋଜେ ଟିକେ ନାତି ନାତୁଣୀଙ୍କ ସହିତ ଖୁସି ମଜାରେ ସମୟ କାଟିବାକୁ l ବର୍ତ୍ତମାନ ସମୟରେ କେତେ ଜଣଙ୍କୁ ଵା ଏ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l


ଏମିତି ସୀତାଦେବୀ ଓ ଅନ୍ୟ କେତେଜଣ ବୃଦ୍ଧା କଥା ହେଲାବେଳେ ବଡ଼ ଗାଡି ଦୁଇଟି ଆସି ସେଠାରେ ଲାଗିଲା l ଗାଡ଼ିରୁ କିଛି ଯୁବକ, ଯୁବତୀ ଓ ପିଲା ଓହ୍ଲାଇ ପଡ଼ିଲେ l ସାଙ୍ଗରେ ଅନେକ ଫଳମୂଳ ଓ ଖାଦ୍ୟପେୟ ଆଣିଥାନ୍ତି l ଆଶ୍ରମରେ ଆୟୋଜିତ ହୋଇଥିବା ସଭାସ୍ଥଳୀରେ ସମସ୍ତେ ପହଞ୍ଚିଲେ l ଆଶ୍ରମ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ ସଭା ଆରମ୍ଭ କଲେ l କହିଲେ ଆମ ସହରର ଜଣେ ସୁନାମ ଧନ୍ୟ ବ୍ୟକ୍ତି ହେଉଛନ୍ତି ସରୋଜ ରଞ୍ଜନ ଚୌଧୁରୀ l ତାଙ୍କର ଆଜି ପଞ୍ଚମ ବିବାହ ବାର୍ଷିକୀ l ଏହି ଉପଲକ୍ଷେ ସେ ଆମ ଅନୁଷ୍ଠାନର ଅନ୍ତେବାସୀ ମାନଙ୍କ ପାଇଁ କିଛି ଖାଦ୍ୟ ସାମଗ୍ରୀ ଏବଂ ଉପଢୌକନ ଆଣିଛନ୍ତି l ନିଜ ହସ୍ତରେ ସେ ସବୁ ଆପଣମାନଙ୍କୁ ପ୍ରଦାନ କରି ଆଶୀର୍ବାଦ ଭିକ୍ଷା କରିବେ l


ଏହାପରେ ସରୋଜ ରଞ୍ଜନ ତାଙ୍କର ବକ୍ତବ୍ୟ ପ୍ରଦାନ କଲେ l ସୀତାଦେବୀ ଆଖିଟାକୁ ଟିକେ ମଳି ଦେଲେ l ସେ ଠିକ ଦେଖୁଛନ୍ତି ତ... ଇଏ ତାଙ୍କର ଏକମାତ୍ର ପୁଅ ସରୋଜ ତ... ତଥାପି ମନରେ ଅସୁମାରୀ ସନ୍ଦେହ l ସେମିତି ଏକାଲୟରେ ଚାହିଁଥାନ୍ତି ନିଜ ପାଳି ଆସିବା ଯାଏ l ଏଥର ବଣ୍ଟନ ଆରମ୍ଭ ହେଲା l ସମସ୍ତେ ଚାଦର ଏବଂ ଖାଦ୍ୟ ପ୍ୟାକେଟ ଖୁସିରେ ଗ୍ରହଣ କରି ଆଶୀର୍ବାଦ ଦେଉଥାନ୍ତି l ସୀତାଦେବୀ ପହଞ୍ଚିଲେ l ସରୋଜ ବାବୁ ଏବଂ ସୀତାଦେବୀଙ୍କର ଚାରିଚକ୍ଷୁର ମିଳନ ହେଲା l ଚମକି ପଡ଼ିଲେ ସରୋଜ....l ନିଜକୁ ସମ୍ଭାଳି ନେଇ ସୀତାଦେବୀଙ୍କ ହାତକୁ ପୁଡିଆ ଦୁଇଟି ବଢ଼ାଇ ଦେଲେ l ସୀତାଦେବୀ ଲୁହ ସମ୍ଭାଳି ପାରିଲେନି, କନ୍ଦି କନ୍ଦି ପୁଅର ମଥାକୁ ଆଉଁସି ଦେଲେ କୋଟି ପରମାୟୁ ଦିଅନ୍ତୁ ଠାକୁରେ l ଏତିକି କହି ନିଜ ଜିନିଷ ନେଇ ରୁମକୁ ପଳାଇ ଗଲେ l ବସିକି ବହୁତ କାନ୍ଦିଲେ l ଅତୀତର ଘଟଣା ବଳି ଗୋଟିଗୋଟି ହୋଇ ତାଙ୍କ ଆଖିଆଗରେ ଉଦ୍ଭାସିତ ହେଲା l ଗୋଟିଏ ବୋଲି ପୁଅ l କେତେ ଯତ୍ନରେ ତାକୁ ଲାଳନ ପାଳନ କରିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ l ବିଦେଶରେ ପଢିବ ବୋଲି ଜମିବାଡ଼ି ସବୁ ବିକ୍ରୀ କରି ଆମେରିକା ପଠାଇଲେ l ପାଠପଢା ଶେଷ କରି ସେଠି ଚାକିରୀ ମଧ୍ୟ କଲା l ଧୀରେ ଧୀରେ ଘର କଥା, ବୃଦ୍ଧ ବାପାମାଆଙ୍କ କଥା ଭୁଲି ଗଲା l ଆଉ ଫୋନ ମଧ୍ୟ କଲାନି l ପୁଅ ଚିନ୍ତାରେ ବାପା ସନାତନ ହୃଦଘାତରେ ମୃତ୍ୟୁ ବରଣ କଲେ l ଗାଆଁ ପିଲାମାନେ ପୁଅ ପାଖକୁ ବାର୍ତ୍ତା ଦେଲେ ମଧ୍ୟ ସେ ଆସିଲା ନାହିଁ l କେତେ ସ୍ବପ୍ନ ଦେଖିଥିଲେ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଅ ତାଙ୍କର ବଡ଼ ହାକିମ ହେବ, ବାପା ମାଆ ଓ ଗାଆଁର ନାଆଁ ରଖିବ l ଆମର ସବୁ ଅଭାବ ଦୂର ହୋଇଯିବ l ପୁଅବୋହୂ, ନାତି, ନାତୁଣୀଙ୍କ ମେଳରେ ଶେଷ ଜୀବନ ଆନନ୍ଦରେ ବିତିବ l ମାତ୍ର ସବୁ ସ୍ୱପ୍ନ ମାଟିରେ ମିଶିଗଲା ସ୍ୱାମୀଙ୍କ ଚିତାଗ୍ନୀ ସହିତ l ଗାଆଁ ପିଲାମାନେ ମିଳି ମିଶି ଶୁଦ୍ଧିକ୍ରିୟା ସାରିଲା ପରେ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କଲେ ସୀତାଦେବୀ l କଣ କରିବେ, କୁଆଡ଼େ ଯିବେ, କେମିତି ବଂଚିବେ l ସମୟ କ୍ରମେ ଶରୀର ଦୁର୍ବଳ ହେଲା l ଶେଷରେ ପିଲାମାନେ ତାଙ୍କୁ ଆଣି ଏଇ ଵୃଦ୍ଧାଶ୍ରମରେ ଛାଡ଼ିଦେଇ ଗଲେ l ବର୍ତ୍ତମାନର ଏଇ ଆଶ୍ରମ ହିଁ ତାଙ୍କର ବହୁ ମୂଲ୍ୟ ଠିକଣା l ଆଜି ସମ୍ମୁଖରେ ପୁଅକୁ ଦେଖି ବ୍ୟାକୁଳ ହେଇଥିଲା ମନ ଟିକେ ଆଦରରେ କୋଳେଇ ନେଵା ପାଇଁ, ଅନେକ ବର୍ଷ ହେଇଗଲାଣି ତାକୁ ଦେଖି ନଥିଲେ l ଯାହା ହେଲେ ପୁଅ ତ ଦଶ ମାସ ଗର୍ଭରେ ଧରି ଜନ୍ମ କରିଛନ୍ତି l ପୁଅ ମଧ୍ୟ ତାଙ୍କୁ ଚିହ୍ନି ନ ଚିହ୍ନିଵାର ଅଭିନୟ କଲା ମୁଖା ଖୋଲି ଯିବା ଭୟରେ l ଏମିତି କାନ୍ଦି କାନ୍ଦି ଶୋଇଗଲେ ସୀତାଦେବୀ l ସନ୍ଧ୍ୟା ବେଳକୁ ପାଖ ସହବାସୀମାନେ ପ୍ରଶ୍ନ କଲେ ନଖାଇ ନପିଇ ଏମିତି ଶୋଇ ପଡ଼ିଲ ଯେ ହସିଲେ ସୀତାଦେବୀ ଏଇତ ଜୀବନ ପାଖରେ ପାଇକି ମଧ୍ୟ ପାଇ ହୁଏନା, ଛୁଇଁକି ମଧ୍ୟ ତୃପ୍ତି ମେଣ୍ଟେନା l ବୁଝିପାରିଲେନି ବାନ୍ଧବୀ ମାନେ କଣ ଏମିତି ପାଗଳୀ ପରି ଗପୁଛି ଇଏ ସୀତାଦେବୀ ସମସ୍ତଙ୍କୁ ଚାହିଁ ବଡ଼ ପାଟିରେ କହିଲେ ଆଜି ଯିଏ ଆମକୁ ଏତେ ସାରା ଜିନିଷ ବାଣ୍ଟିଲେ ସେ ମୋର ପୁଅ ସରୋଜ ରଞ୍ଜନ ଚୌଧୁରୀ l ସମସ୍ତେ ଆଁ କରି ଚାହିଁଛନ୍ତି l ଏମିତିକା ପୁଅ !! ସମାଜ ସେଵା କରୁଛି ଅଥଚ ଜନ୍ମକଲା ମାଆକୁ

ପଚାରୁନି ଚିହ୍ନି ନ ଚିହ୍ନିବାର ଅଭିନୟ କରୁଛି l ଧିକ ତାର ସମାଜ ସେବାକୁ ଲୋକ ଦେଖାଣିଆ କାମ କରି ବାଃ ବାଃ ନେଉଛି l ଧୀରେ ଧୀରେ ଏ କଥା ଆଶ୍ରମ ଅଧ୍ୟକ୍ଷଙ୍କ କାନକୁ ଗଲା l


ସେ ଚେଷ୍ଟା କଲେ ଯୋଗାଯୋଗ କରି ମା ପୁଅଙ୍କୁ ମିଶାଇ ଦେବା ପାଇଁ l ମାତ୍ର ପୁତ୍ର ବଧୂର ପ୍ରରୋଚନାରେ ସରୋଜ ଆଗ୍ରାହ୍ୟ କରିଦେଲେ ଅଧ୍ୟକ୍ଷଙ୍କ ଅନୁରୋଧକୁ l ଫେରି ଆସିଲେ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ

ସୀତାଦେବୀଙ୍କ ପାଖକୁ l ବସି ପଡ଼ିଲେ ତାଙ୍କ ପାଦ ତଳେ ମାଆ ମୁଁ କଣ ଆପଣଙ୍କ ପୁଅ ନୁହେଁ ଭୁଲି ଯାଆନ୍ତୁ ସେଭଳି ନିର୍ଲଜ୍ଜ ପୁଅ ମାନଙ୍କୁ ଯେଉଁମାନଙ୍କ ପାଖରେ ମା ବାପାଙ୍କ ପାଇଁ ସ୍ଥାନ ନାହିଁ, ସେମାନେ ମଣିଷ ନୁହନ୍ତି ପଶୁ ଠାରୁ ମଧ୍ୟ ହୀନ.. ସୀତା ଦେବୀ କୋଳେଇ ନେଲେ ସୁବ୍ରତଙ୍କୁ. ଆଖିରୁ ଝରିପଡ଼ୁ ଥିଲା ଆନନ୍ଦାଶ୍ରୁ କେଇବୁନ୍ଦା l 


Rate this content
Log in

Similar oriya story from Action