Geetanjali Prusty

Horror

4  

Geetanjali Prusty

Horror

ବାଘ

ବାଘ

2 mins
14



ରାତି ୮ ଟାରେ ନିଜର ଡ୍ୟୁଟି ସାରି ଫେରିଲା ମାନ୍ୟତା l ମାର୍କେଟର ଶେଷ ମୁଣ୍ଡରେ ଗ୍ରୋସରୀ ଦୋକାନ ପାଖରେ ସ୍କୁଟି ରଖି କିଛି ରାସନ କିଣି ତରତର ହୋଇ ଘରକୁ ବାହାରିଲା l ରାସ୍ତା କଡ଼ରେ ବୁଦୁବୁଦୁକିଆ ଜଙ୍ଗଲ l ଏଇ କେତେ ଦିନ ହେବ ଆଖପାଖ ଗାଆଁରେ ବାଘ ବୁଲୁଥିବା ପ୍ରଚାର ହେଉଥିଲା l କିଛି ଜୀବଜନ୍ତୁ ବାଘର ଆହାର ହୋଇଥିବା ବେଳେ ପ୍ରଶାସନ ଏହା ଉପରେ ତୀବ୍ର ନଜର ରଖିଥିଲା l ସନ୍ଧ୍ୟା ପରେ ରାସ୍ତାଘାଟ ଶୂନଶାନ ହେଇଯାଉଥିଲା l ମାନ୍ୟତା ମନରେ ଭୟ ଆସୁଥିଲା l ସେ ଏହି ରାସ୍ତା ଦେଇ ଏମିତି କେତେ ବର୍ଷ ହେଲାଣି ଯିବା ଆସିବା କରୁଛି l ଏସବୁ ସହିତ ତାର ପରିଚୟ ଖୁବ ନିବିଡ଼ l ହଠାତ ଫୋନ ରିଙ୍ଗହେଲା l ସେ ଗାଡ଼ିର ଗତିକୁ ଧୀର କଲା ପର୍ସରୁ ଫୋନ କାଢ଼ିବା ପାଇଁ l ଏତିକି ବେଳେ ପଛପଟୁ ତାକୁ କିଏ ଜୋରରେ ଜାବୁଡ଼ିକି ଧରି ପକାଇଲା l ହଠାତ ବାଘ ଭୟରେ ସେ ଜୋରରେ ଚିତ୍କାର କଲା l ତାକୁଛାଡ଼ି ତଥାକଥିତ ବାଘଟି ଧରା ପଡ଼ିଯିବା ଭୟରେ ଜଙ୍ଗଲ ଭିତରକୁ ଦଉଡି ପଳାଇଲା l ତା' ଡାକରେ ଆଖ ପାଖର ଲୋକମାନେ ଜାମହୋଇଗଲେ l ମାନ୍ୟତା ଭୟରେ କାନ୍ଦୁଥିଲା l ଘରେ ତାର ପାଞ୍ଚ ବର୍ଷର ଝିଅ, ରୋଗୀଣା ସ୍ୱାମୀ ଓ ବୃଦ୍ଧା ଶାଶୁ l ସେ ହିଁ ଏକମାତ୍ର ରୋଜଗାରର ମାଧ୍ୟମ l ତାକୁ ସମବେତ ଲୋକମାନେ 

ପାଟିକରିବାର କାରଣ ପଚାରିବାରୁ ସେ ସବୁ କଥା କହିଲା l ତାକୁ ଦୁଇଜଣ ଘରେ ଛାଡିବା ପାଇଁ ସାଙ୍ଗରେ ଗଲେ l ଅନ୍ୟମାନେ ଠେଙ୍ଗା ବାଡ଼ି ଧରି ଆଲୋକ ପକାଇ ଚାରିଆଡ଼େ ଖୋଜା ଖୋଜିକଲେ l ମାତ୍ର କାହାକୁ ନପାଇ ସମସ୍ତେ ନିଜନିଜ ଘରକୁ ଫେରିଗଲେ l ହେଲେ ସକାଳୁ ସକାଳୁ ପାଖ ଗାଁର ରଂଜିତକୁ ବାଘ ମାରି ଅଧା ଆହାର କରି ଥିବାର ଖବର ଚାରିଆଡ଼େ ବ୍ୟାପିଗଲା l 

ସମସ୍ତେ କୁହାକୁହି ହେଲେ ରଂଜିତ କଣ ପାଇଁ ଜଙ୍ଗଲ କୁ ଯାଇଥିଲା l ହେଲେ 

ମାନ୍ୟତା ଜାଣିପାରିଲା କାଲି ତାକୁ ଆକ୍ରମଣ କରିଥିବା ଜନ୍ତୁଟି ଏଇ ରଂଜିତ l ସେ ସ୍ୱଳ୍ପ ଅନ୍ଧାରରେ ଦୌଡ଼ି ପଳାଇବାର ଯେଉଁ ଛବିଟି ଦେଖିଥିଲା ସେ ରଂଜିତ ହିଁ ଥିଲା ଲ ଯିଏ ଅନେକ ଦିନ ହେଲାଣି ତା ପଛରେ ପଡିଥିଲା l ବିଚରା... ବାଘ ଭଳି ତାକୁ ଆକ୍ରମଣ କରି ଜୀବନ ଭୟରେ ଜଙ୍ଗଲରେ ପଶିଥିଲା.......।


Rate this content
Log in

Similar oriya story from Horror