Geetanjali Prusty

Tragedy

3.8  

Geetanjali Prusty

Tragedy

ନିଃସଙ୍ଗତା

ନିଃସଙ୍ଗତା

2 mins
415



ସକାଳୁ ସକାଳୁ ବ୍ୟାଗ ଖଣ୍ଡେ ଧରି ମନୋଜ ବାବୁ ସବୁଦିନ ଭଳି ପ୍ରାତଃ ଭ୍ରମଣରେ ବାହାରି ପଡିଲେ | ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକତା, ବନ୍ଧୁ ଦର୍ଶନ, ଟିକେ ଗପ ସପ, ମନ ଖୋଲା ହସ ପୁଣି ଫେରିବା ବେଳକୁ କିଛି ସଜ ପରିବା ଧରି ଆସିବା | ଏମିତି ଗଡ଼ି ଚାଲେ ତାଙ୍କର ସବୁଦିନିଆ ନିଃସଙ୍ଗ ଜୀବନ |


ମନୋଜ ବାବୁ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ | ଦୁଇ ପୁଅ ମୋଟା ଦରମାରେ ବିଦେଶରେ ଚାକିରୀ କରନ୍ତି | ପିଲାଛୁଆ ସେମାନଙ୍କ ପାଖରେ | ବର୍ଷେ ତଳେ ପତ୍ନୀ ମିନାକ୍ଷୀ ତାଙ୍କୁ ଛାଡ଼ି ହୃଦଘାତରେ ଆରପାରିକୁ ଚାଲିଗଲେ | ପିଲାମାନେ ପାଖରେ ନଥିଲେ ମଧ୍ୟ ପତି ପତ୍ନୀ ଦୁଇ ପ୍ରାଣୀ ଦୁଃଖେ ସୁଖେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଚଳି ଯାଉଥିଲେ | କିନ୍ତୁ ପତ୍ନୀଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ ଏକାକୀ ହେଇଗଲେ | ପିଲାମାନେ ମାଆର ଶୁଦ୍ଧିକ୍ରିୟା ପାଇଁ କିଛି ଦିନ ପାଖରେ ରହିଲେ | କାମ ସରିଲା ପରେ ଦୁଇ ପୁଅ ବାପାଙ୍କୁ ସେମାନଙ୍କ ସହ ଯିବାପାଇଁ ଅନେକ ବୁଝାଇଲେ ମାତ୍ର ମନୋଜ ବାବୁଙ୍କର ଏକା ଜିଦ ସେ ଘର ଛାଡ଼ି କେଉଁଆଡେ ଯିବେ ନାହିଁ | ସେମାନେ ମନ ଦୁଃଖରେ ନିଜ ନିଜର କର୍ମସ୍ଥଳୀକୁ ଫେରିଗଲେ | ପ୍ରତ୍ୟେକ ଦିନ ନାତି, ନାତୁଣୀ,ପୁଅ,ବୋହୁ ଭିଡ଼ିଓ କଲ କରି ତାଙ୍କ ସଙ୍ଗେ କଥା ହୁଅନ୍ତି | କିଛି ସମୟ ପାଇଁ ମନୋଜ ବାବୁ ଖୁସି ହୁଅନ୍ତି, ପରେ ପୁଣି ତାଙ୍କୁ ନିଃସଙ୍ଗତା ମାଡ଼ିବସେ | ବେଶୀ ମନେ ପଡନ୍ତି ମିନାକ୍ଷୀ ଦେବୀ | ଯାହାର କର ସ୍ପର୍ଶରେ ଏ ଘରର ପ୍ରତ୍ୟେକଟି ରେଣୁ ଆଜିବି ଉଦ୍ଜୀବିତ | କାହିଁକି କେଜାଣି ତାଙ୍କୁ ଲାଗେ ମିନାକ୍ଷୀ ଘର ଛାଡ଼ି କେଉଁ ଆଡେ ଯାଇନାହାନ୍ତି | ଛାଇ ଭଳି ତାଙ୍କୁ ଜଗି ରହି ଛନ୍ତି |

     ସାର,ନମସ୍କାର ! ହଠାତ କାହା ଡାକରେ ପ୍ରକୃତିସ୍ଥ ହେଲେ ମନୋଜ ବାବୁ | ସମ୍ମୁଖରେ ତାଙ୍କ ଅଫିସର ଯୁବ କିରାଣୀ ସନ୍ତୋଷ ବାବୁ | ଯିଏକି ତାଙ୍କ ଅବସର ନେବାର କିଛି ଦିନ ପୂର୍ବରୁ ନୂଆ କରି ଚାକିରୀରେ ଯୋଗ ଦେଇଥିଲେ | ମନୋଜ ବାବୁ ଖୁସି ହୋଇ ଗଲେ | ଦୁହେଁ ପାଖରେ ଥିବା ଏକ ସିମେଣ୍ଟ ବେଞ୍ଚ ଉପରେ ବସି ପରସ୍ପରର ଭଲ ମନ୍ଦ ପଚାରି ବୁଝିଲେ | ଜାଣିଲେ ସନ୍ତୋଷ ଏବେ ଏବେ ବିବାହ କରିଛନ୍ତି | ପତ୍ନୀ ଙ୍କୁ ସହରକୁ ଆଣିବା ପାଇଁ ଘର ଖଣ୍ଡିଏ ଖୋଜୁଛନ୍ତି |ମନୋଜ ବାବୁ ଖୁସି ହୋଇ ତାଙ୍କ ଘରେ ରହିବାପାଇଁ ପ୍ରସ୍ତାବ ଦେଲେ | ସନ୍ତୋଷ ପଚାରିଲେ, "ସାର, ଭଡା କେତେ ଦେବି?" ମନୋଜ ବାବୁ ହୋ ହୋ ହେଇ ହସିଉଠିଲେ | କହିଲେ, "ଜୀବନ ସାରା ଏତେ ଟଙ୍କା ରୋଜଗାର କରି ଏବେ ଯେଉଁ ନିଃସଙ୍ଗ ଜୀବନ ବିତାଉଛି ସେଇଥିରୁ ମୋତେ ଟିକେ ମୁକ୍ତି ଦିଅ ବାପା,ମୁଁ ପଇସା କଣ କରିବି?" ଭକ୍ତି ଓ କୃତଜ୍ଞତାରେ ସନ୍ତୋଷର ମୁଣ୍ଡ ନଇଁଗଲା ପିତୃତୁଲ୍ୟ ମନୋଜ ବାବୁଙ୍କ ନିକଟରେ |



Rate this content
Log in

Similar oriya story from Tragedy