STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଅଧୁରା କାହାଣୀ

ଅଧୁରା କାହାଣୀ

2 mins
294


ଚିଠି ପାଇ ରୁପା ଖୁସି ହେବା ପରିବର୍ତ୍ତେ ଦୁଃଖି ହୋଇପଡ଼ିଥିଲା, ଘଡ଼ିଏ ମେଘାକୁ ଚାହିଁ କଇଁ କଇଁ ହୋଇ କାନ୍ଦି ଉଠିଥିଲା ରୁପା, ତଥାପି ମେଘା ଗୁଡେଇ ତୁଡେଇ ପଚାରୁଥିଲା, ତତେ କୁନା ଭାଈ ନଈ କୂଳେ ଅପେକ୍ଷା କରିଛି, ମତେ ଅନୁନୟ କରି ତୋ ପାଖେ ଚିଠି ପହଞ୍ଚେଇବାକୁ କହି ଚାହିଁ ବସିଛି ତୋ ବାଟକୁ, ଯିବୁ ନା ମୁଁ ଯାଉଛି କହି ଫେରିପଡିଲା ମେଘା l

  କାନ୍ଦି କାନ୍ଦି ରୁପା ମାଟିରେ ମିଶିଲେ ବି ଆଜି ତାକୁ ସମସ୍ତେ ଘୃଣା କରୁଛନ୍ତି, ମଙ୍ଗୁଳା କନ୍ୟା ହୋଇସାରିବା ପରେ ସେ ବିଧବା ସାଜିଛି, ଏଇ କୁନା ଭାଇ ସଙ୍ଗେ ମିଳାମିଶା ତାର କାଳ ହେଲା ବୋଲି ତ ତାକୁ ବାହା କରିଦେବାକୁ ଘର ଲୋକଙ୍କ ଆଖିରେ ନିଦ ହଜିଯାଇଥିଲା, ଆଉ ଆଜି ସେ ମଙ୍ଗୁଳା କନ୍ୟା ହୋଇସାରିବା ପରେ କରୋନାରେ ବର ସୁକାନ୍ତର ମୃତ୍ୟୁ ସାରା ପରିବାରରେ ଶୋକର ଛାୟା ଖେଳାଇଦେଇଛି, ବିବାହ ହେଇନି ସତ ହେଲେ ମଙ୍ଗୁଳା କନ୍ୟାକୁ କିଏ ବାହାହେବ ପୁଣି ଅମଙ୍ଗଳ ଡାକି ଆଣିଥିବା ଝିଅର ହାତ କିଏ ଧରିବ, ଆଉ ସେତିକି ବେଳେ କୁନାର ଚିଠି, ଯେମିତି ଉପହାସ କରୁଥିଲା, ରୁପା ଭାଗ୍ୟକୁ l

  ଆରପଟ ଖଞ୍ଜାରେ କୁନାର ପାଟି ଶୁଣି ଚମକି ପଡିଲା ରୁପା, ଅଜାତି ପିଲା କହି ଯୋଉ କୁନାକୁ ସମସ୍ତେ ବିରୋଧ କରି କୁନା ସହ ଗଢି ଉଠିଥିବା ତା ଅଧୁରା କାହାଣୀକୁ ପୁରା କରିବାକୁ ପରିବାର ଅରାଜି, ଗ୍ରାମବାସୀଙ୍କ ବିରୋଧ, ସାମାଜିକ ବାସନ୍ଦ ପରେ କୁନାର ଆଗମନ ନିଶ୍ଚୟ କିଛି ଅଘଟଣ ଘଟିବାର ଆଶଙ୍କାରେ ଦଉଡି ଗଲା ରୁପା l

  କୁନା ଆଜି ନିର୍ଭୀକ, ସଫା ସଫା କହିଥିଲା, ମୁଁ ରୁପାକୁ ବିବାହ କରିବାକୁ ରାଜି ଅଛି, ଆଶଙ୍କା ଓ ଆଶଙ୍କିତ ରୁପା କହିଉଠୁଥିଲା ନା ନା କୁନା, ତୁମେ ଫେରିଯାଅ, ହେଲେ ବାପା ମାଆ ସାହି ପଡୋଶୀ ବନ୍ଧୁ ବାନ୍ଧବ ଆଜି ଚୁପ, କେହି ବିରୋଧ କରିନଥିଲେ, ନିରାଡ଼ମ୍ବରରେ ରୁପାକୁ ଜୀବନସାଥୀ କରି ସିନ୍ଦୂର ପିନ୍ଧାଇ ତା ଅଧୁରା କାହାଣୀକୁ ପୁରା କରିଥିଲା ରୁପା, ସମସ୍ତେ ଖୁସି, କେବଳ ଦୁଃଖ କରୁଥିଲା ମେଘା, ରୁପା ତାଠୁ ବହୁଦୂର ଚାଲିଯିବ, ତା ସାଙ୍ଗକୁ ସେ ଆଉ ଦେଖିପାରିବ ନାହିଁ, ହେଲେ କୁନା ହସି ହସି କହୁଥିଲା ନିଶ୍ଚୟ ଦେଖାହେବ ମେଘା, ଦୁଇ ଗାଆଁ ମଝିରେ ଥିବା ସେଇ ନଈ କୂଳେ ନିଶ୍ଚୟ ଦେଖାହେବ ତୁମ ଦୁଇ ବାନ୍ଧବୀଙ୍କର l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy