STORYMIRROR

shibaram dalai

Tragedy Others

3  

shibaram dalai

Tragedy Others

ଅଛିଣ୍ଡା ଗଣିତ

ଅଛିଣ୍ଡା ଗଣିତ

1 min
279

କ୍ଷୁଦ୍ର ଗଳ୍ପ-


  କିଏ କହିଲା ଜୀବନଟା ଗୋଟେ ଅଛିଣ୍ଡା ଗଣିତ, " ଯାହାର ଭାଗଶେଷ ନାହିଁ" ।ମୁଁ କିନ୍ତୁ ଜୀବନର ଭାଗଶେଷ ବାହାର କରି ଦୁନିଆକୁ ଦେଖେଇ ଦେବି ଏ କଥା ଭାବି ଥିଲା ନୂଆ ନୂଆ ଯୌବନରେ ପାଦ ଥାପିଥିବା ରମ୍ଭା ମେନକା ଠୁ କିଛି କମ ସୁନ୍ଦରୀ ନଥିବା ଇନ୍ଦୁ ।

  ଇନ୍ଦୁ ବାପା ମାଆଙ୍କ ଏକମାତ୍ର କନ୍ୟା ।ବାପା ମାଆ ଗରିବ ହେଲେ କଣ ହେବ ଝିଅକୁ ଭଲପାଇବା, ଖାଇବା ଆଉ ପିନ୍ଧିବାରେ କିଛି ଉଣା କରିନାହାନ୍ତି ।

  ସେହିଦିନ ବାପା ମାଆ ଭାଙ୍ଗିପଡିଲେ ଯେଉଁଦିନ ଇନ୍ଦୁ 'ସୁଧାଂଶୁକୁ ବିବାହ କରିବାକୁ କହିଲା ।ବାପା ମାଆ ଦୁହେଁ ଇନ୍ଦୁକୁ ବହୁତ ବୁଝେଇବାକୁ ଚେଷ୍ଟା କରି ବିଫଳ ହେଲେ ।

   ସୁଧାଂଶୁ ଜଣେ software engineer କହି ଇନ୍ଦୁକୁ ପରିଚୟ ଦେଇଥିଲା ସପିଙ୍ଗ ମଲରେ ଯେଉଁଠି ସେମାନଙ୍କ ପ୍ରଥମ ଦେଖା ହେଇଥିଲା ।ସୁଧାଂଶୁ ଦେଖିବାକୁ କୌଣସି ଫିଲ୍ମ ହେରୋ ଠୁ ବି କମ ନୁହେଁ ।ସେହି ପ୍ରଥମ ଦେଖାରୁ ସୁଧାଂଶୁକୁ ହୃଦୟ ଦେଇ ବସିଲା ଇନ୍ଦୁ ।ତିନି ମାସ ପ୍ରେମ ସମ୍ପର୍କ ଦୂର କଲା ରକ୍ତ ସମ୍ପର୍କକୁ ।ଇନ୍ଦୁ ଶେଷରେ ସମାଜର ଲୋକଲଜ୍ୟା, ଟାହିଟାପରାକୁ ଖାତର ନ କରି ପରିବାରର ସବୁ ସମ୍ପର୍କକୁ ପାଦରେ ଠେଲିଦେଇ ସୁଧାଂଶୁ ସାଥିରେ ଚାଲିଆସିଲା ।ସୁଧାଂଶୁକୁ ପାଇ ନିଜ ଭିତରେ ଅଲଗା ସ୍ପୃହା ଅନୁଭବ କରୁଥିଲା ସେ ।ସେତେ ଯେମିତି ଜୀବନ ଗଣିତର ଭାଗଶେଷ ପାଇ ସାରିଛି ।

    ଝିଅ ଚାଲିଯିବା ଦୁଃଖରେ କିଛିଦିନ ପରେ ବାପା ହୃଦ ରୋଗରେ ପ୍ରାଣ ହାରିଲେ । ମାଆ ମାନସିକ ରୋଗୀ ପାଲଟି ଗଲା ।

   ଇନ୍ଦୁ ଘର ଛାଡିବାର ନଅ ମାସ ବିତିଗଲାଣି ।ପେଟରେ ତାର ଚାରି ମାସର ଶିଶୁ । ନକଲି ପରିଚୟ ଦେଇଥିବା ସୁଧାଂଶୁ ଦୁଇ ମାସ ହେବ କମ୍ପାନୀ କାମରେ ଯାଉଛି କହି ନିଖୋଜ । ଫୋନ କଲେ ସୁଇଚ ଅପ ।ଏତେ ବଡ ସମାଜରେ ସେ ଅବା ପାଇବ କେଉଁଠୁ । 

  


ଏବେ ଇନ୍ଦୁ ନିଜ ଜୀବନର ସେହି ଅଛିଣ୍ଡା ଗଣିତର ଭାଗଶେଷ ଖୋଜୁଥିଲା ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy