ଅବୁଝା ଏ ମନ (ଭାଗ -୨୬)
ଅବୁଝା ଏ ମନ (ଭାଗ -୨୬)
ଭଗବାନ୍ କାହାକୁ ତ ଜଣଙ୍କୁ ଏତେ ଭଲରେ ରଖିଛନ୍ତି । ମତେ ନହେଲା ନାହିଁ, ତୁମକୁ ତ ଖୁସି ମିଳିଛି । ମୋ ଭାଗର ଖୁସି ବି ତୁମକୁ ମିଲିଯାଉ । ବାସ୍ ଏତିକି ପ୍ରାର୍ଥନା ମୋର ଏବେ ଭଗବାନ୍ ଙ୍କ ନିକଟରେ ରହିଛି ।
ଏତିକି ଶୁଣି ରାଜା କହିଛି, ବାଃ ରୋମି ବାଃ, ଏତେ ମହାନ୍ ହୃଦୟର ତମେ କେବେଠୁ ବନି ଗଲଣି । ଶେଷରେ ତମେ ଏଇଟା ବି ଭାବିଲ ଯେ ତମ ଦୁଃଖରେ ମୁଁ ତୁମ ସହିତ ଭାଗୀ ହେଇ ପାରିବି ନାହିଁ । କ'ଣ କେବଳ ତମ ସୁଖରେ ଭାଗୀ ହେବାପାଇଁ ମୁଁ ତୁମକୁ ଭଲ ପାଇଥିଲି କି ? ମୋର ଭଲପାଇବାର ପରୀକ୍ଷା ତୁମକୁ ଆହୁରି ନେବାରେ ବାକି ଅଛି । କ'ଣ ଏବେ ଯାଏଁ ତମେ ମତେ ଜାଣି ପାରିଲ ନାହିଁ ? ଆଉ କୋଉ ସୁଖ କଥା ତମେ କହୁଚ କହିଲ ? ତୁମ ବିନା ମୋ ପାଇଁ କିଛି ସୁଖ ଅଛି ବୋଲି ତମେ ଭାବୁଛ ବି କେମିତି ରୋମି ?
ଓଃ ବୁଝିଲି ଏବେ, ଏ ଛୁଆଟାକୁ ଦେଖିକି ତମେ କିଛି ଭାବୁଛ ବୋଧେ, ରୁହ ତେବେ ଏତିକି କହି ରାଜା ଡାକ ପକେଇଛନ୍ତି, ରୋସନ୍ ଶୁଣିଲୁ ଟିକେ, ସଙ୍ଗେ ସଙ୍ଗେ ରୋସନ୍ ଆସି ଛିଡା ହେଇଚି ରୋମିଙ୍କ ନିକଟରେ, ଆଉ କହିଛି ରାଜା ରହ ମୁଁ ଜାଣି ପାରିଲି ଏ ରୋମି ନା, ତୁ ତାଙ୍କୁ ଦେଖା କରିବାକୁ ଡାକିଲୁ କି, ରହ ମୁଁ ମୋ ପତ୍ନୀଙ୍କୁ ଡାକୁଚି ସେ ବି ପରିଚିତ ହେଇଯିବେ । ଏତିକି କହି ରୋସନ୍ ନିଜର ପତ୍ନୀଙ୍କୁ ଡାକିବାକୁ ଯାଇଛନ୍ତି । ସେଇଠି ରାଜା ସବୁକିଛି ବୁଝେଇ କହିଛନ୍ତି ଯେ, ରୋମି ମୁଁ କାଲି ବି ତୁମ ଅପେକ୍ଷାରେ ଥିଲି , ଆଜି ବି ଅଛି ।
ତୁମ ସ୍ଥାନକୁ ମୁଁ ଆଉ କାହାକୁ ଦେଇ ପାରିବି ନାହିଁ । ମୋ ଭଲ ପାଇବା ଏତେ ଦୁର୍ବଳ ନୁହେଁ । ମୁଁ ତୁମର ସ୍ମୃତିରେ ସାରା ଜୀବନ ବଞ୍ଚି ପାରିବି । ବାକି ତୁମର ସନ୍ଦେହ ମୁଁ ଦୂର କରିଦେଉଛି, ଏ ଛୁଆ ହେଉଚି ମୋର ବନ୍ଧୁ ରୋସନ୍ ଙ୍କ ପୁଅ, ସେ ସ୍ଵାମୀ, ସ୍ତ୍ରୀ ଦୁଇଜଣ କିଣା କିଣି ପାଇଁ ଆସିଛନ୍ତି । ମତେ ମୋ ସାଙ୍ଗ ବାଧ୍ୟ କରିବାରୁ ମୁଁ ତା' ସହିତ ଆସିବାରେ ରାଜି ହେଲି । ଭାଉଜ ସେପଟେ ଶାଢ଼ୀ ଦେଖୁଥିଲେ ବୋଲି ମୋ ସାଙ୍ଗ ତାଙ୍କୁ ସାହାଯ୍ୟ କରିବାକୁ ଯାଇଥିଲା, ତେଣୁ ଛୋଟ ଛୁଆଟାକୁ ମୁଁ ଧରିଥିଲି । ଏବେ ବୁଝିଲ ତ । ନା ଏବେ ବି ଆଉ କିଛି ଭାବନା ଅଛି ? ଏତେ ଦିନ ପରେ ଦେଖା ଉପରେ ପୁଣି ତୁମର ସନ୍ଦେହ ବାବା ରେ ବାବା । ଏତିକି କହି ହସିଛନ୍ତି ରାଜା ଏବଂ ଲାଜ କରିଛନ୍ତି ରୋମି ।
ପରେ ପରେ ସାଙ୍ଗ ରୋସନ୍ ନିଜର ପତ୍ନୀଙ୍କୁ ଧରି ସେଠାକୁ ଆସିଛନ୍ତି, ଏବଂ ସମସ୍ତେ ପରିଚିତ ହେଇଛନ୍ତି । ସେଠି ରୋସନ୍ କହିଛନ୍ତି ଯେ ରୋମି ତମ କଥା ମୋର ବନ୍ଧୁ ସବୁବେଳେ ଭାବୁଚି, ଆଜି ବି ସେ ତମକୁ ଭୁଲିନି । ଯାହା ଘଟିଛି ତ ଘଟିଛି, ଉଭୟଙ୍କ କଥା ଆମେ ସଂପୂର୍ଣ୍ଣ ଶୁଣିଲୁ, ବୋଧେ ଭଗବାନ୍ ତୁମ ଦୁଇ ଜଣଙ୍କୁ ଏକାଠି କରିବାକୁ ଚାହିଁଛନ୍ତି, ସେଥିପାଇଁ ତ ଏତେଦିନ ପରେ ସେ ତମ ଦୁଇ ଜଣଙ୍କୁ ଏକାଠି କରିଛନ୍ତି । ଆଉ ଆମ ଜାଣିବାରେ ତୁମେ ଉଭୟ ଏବେ ବି ଉଭୟଙ୍କ ପ୍ରତି କଉ ନା କଉ କୋଣରେ ଟିକେ ନା ଟିକେ ଭଲପାଇବାକୁ ଛପେଇ ରଖିଚ । ତେବେ ଆଉ ବିଳମ୍ୱ କାହିଁକି ଉଭୟ ଏବେ ଗୋଟେ ନିବିଡ଼ ସଂପର୍କ ସ୍ଥାପନ କରିନିଅ ।
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।

