STORYMIRROR

Jyotirmayee Panda

Drama Romance Fantasy

4  

Jyotirmayee Panda

Drama Romance Fantasy

ଅବୁଝା ଏ ମନ (ଭାଗ -୧୩)

ଅବୁଝା ଏ ମନ (ଭାଗ -୧୩)

2 mins
404

ପରେ ପରେ ରୋମି ତାଙ୍କ ପିତାମାତାଙ୍କୁ ଧରି କାନ୍ଦୁଥିଲେ ଏବଂ କହୁଥିଲେ ଯେ - “ରାଜା ମଦ୍ୟପାନ ଅଧ୍ୟ କରନ୍ତି ଏକଥା ମତେ ଜଣା ନଥିଲା , ମଦ୍ୟପାନ କରି ସେ କହିଥିଲେ ଯେ ତାଙ୍କର ଅନ୍ୟ ଝିଅ ସହିତ ସମ୍ପର୍କ ଅଛି । ସେ ମୋତେ ଏବେ ବହୁତ ନିର୍ଯାତନା ଦେଉଛନ୍ତି , ବିନା କାରଣରେ ମୋତେ ସନ୍ଦେହ କରୁଛନ୍ତି । ମୁଁ ତାଙ୍କୁ ଆଉ ବିବାହ କରିପାରିବି ନାହିଁ । ଏକଥା ଶୁଣି ରୋମିର ମା' କୁହନ୍ତି , "ଝିଅ , ତୁମେ ଏ କ’ଣ କହୁଛ ? , ତାହା ହୋଇପାରିବ ନାହିଁ । ରାଜା ଏପରି ପୁଅ ନୁହଁନ୍ତି । ସେ ତୁମ ବ୍ୟତୀତ ଅନ୍ୟ କାହା ବିଷୟରେ ମଧ୍ୟ ଭାବି ପାରିବେ ନାହିଁ । ତୁମର ହୁଏତ ଏକ ଭୁଲ୍ ବୁଝାମଣା ହୋଇଥାଇପାରେ । "


ମାତାଙ୍କ କଥା ପରେ ରୋମିଙ୍କ ପିତା କହିଛନ୍ତି - “ହଁ ଝିଅ, ତୁମର ମା' ସଂପୂର୍ଣ୍ଣ ଠିକ୍ କହୁଛନ୍ତି , ତୁମର ନିଶ୍ଚୟ କିଛି ଭୁଲ୍ ବୁଝାମଣା ହୋଇଥିବ । ରାଜା ଆଦୌ ସେମିତି ପୁଅ ନୁହଁନ୍ତି । ସେ ତୁମକୁ ବହୁତ ଭଲ ପାଆନ୍ତି ଏବଂ ତୁମକୁ ବିବାହ କରିବାକୁ ଚାହାଁନ୍ତି । ତୁମର ମନେ ନାହିଁ ସେ କିପରି ତୁମ ହାତ ମାଗିବାକୁ ଆସିଥିଲେ ଏବଂ ସେ ତୁମକୁ ପାଇବା ପାଇଁ , ଆମ ମାତାପିତାଙ୍କ ନିକଟରେ କେତେ ପ୍ରାର୍ଥନା କରିଥିଲେ ?? । ଝିଅ ରୋମି ତୁମେ ଚିନ୍ତା କର ନାହିଁ , ଆମେ ପ୍ରକୃତ ସତ୍ୟ କ'ଣ ପ୍ରଥମେ ଜାଣିବା । ତେବେ ଯାଇ କିଛି ନିଷ୍ପତି ନେବା ।

ଠିକ୍ ଏହି ସମୟରେ , ରାଜା ରୋମୀଙ୍କ ଘରେ ନର୍ଭସ ଏବଂ ବିବ୍ରତ ଅବସ୍ଥାରେ ପହଞ୍ଚି ତାଙ୍କ ପିତାମାତା ଏବଂ ରୋମିଙ୍କୁ କହିଥିଲେ ଯେ , ତାଙ୍କୁ ଫୋନ୍ କରି କେହି ଜଣେ ଧମକ୍ ଦେଉଛନ୍ତି । ଏବଂ କହିଛନ୍ତି ଯେ , ଯଦି ସେ ରୋମିଙ୍କୁ ବିବାହ କରନ୍ତି ତେବେ ସେ ବ୍ୟକ୍ତି ଜଣଙ୍କ ତାଙ୍କୁ ମାରିଦେବେ । ଏକଥା ଶୁଣିବା ପରେ ରୋମିଙ୍କ ପିତାମାତା ଅତ୍ୟନ୍ତ ବିରକ୍ତ ହୋଇଥିଲେ । ଆଉ କହିଥିଲେ , ଏସବୁ ଚାଲିଚି କ'ଣ ରାଜା ? କ'ଣ ସବୁ ଘଟୁଛି ଏବେ ? ରୋମିର ପିତା ପଚାରନ୍ତି , "ରାଜା, ତୁମେ ମଦ୍ୟପାନ କରୁଛ କି? ତୁମର କୌଣସି ଝିଅ ସହିତ ସମ୍ପର୍କ ଅଛି କି? ତୁମେ ଆମ ଝିଅ ସହିତ ପ୍ରତାରଣା କରୁଛ କି ?"


ଏସବୁ ଶୁଣି ଆଶ୍ଚର୍ଯ୍ୟ ହେଇ ଉତ୍ତରରେ ରାଜା କହିଛି - "ନା ଆଦୌ ନୁହେଁ , କିଏ ଆପଣଙ୍କୁ ଏହା କହିଲା ? ମୁଁ ଆଦୌ ସେପରି ନୁହେଁ । ନା କୌଣସି ଝିଅ ସହିତ ମୋର କିଛି ବି ସମ୍ପର୍କ ନାହିଁ କିମ୍ବା ମୁଁ କେବେ ମଦ୍ୟପାନ କରିନାହିଁ । ହଁ, ଏହା ଏକ ଭିନ୍ନ ବିଷୟ ଯେ ବେଳେବେଳେ ମୋର ଏବଂ ରୋମିଙ୍କ ମଧ୍ୟରେ ଟିକିଏ ଛୋଟ ଛୋଟ ଝଗଡା ହୁଏ , କିନ୍ତୁ ଏହାର ଅର୍ଥ ଏଇଟା ନୁହେଁ ଯେ ମୁଁ ରୋମି ବ୍ୟତୀତ ଅନ୍ୟ କାହା ପଛରେ ଦୌଡ଼ିବି । ମୁଁ ରୋମିଙ୍କ ପ୍ରେମରେ ପଡିଛି ଏବଂ ତାଙ୍କୁ ବିବାହ କରିବି । ମୁଁ ଭାବୁଛି ଏହା ମୋତେ ଜାଲରେ ପକାଇବା ପାଇଁ କାହାର ଏକ ଚକ୍ରାନ୍ତ । ଏପରି କେହି ଅଛନ୍ତି ଯିଏ ମୋତେ ଏବଂ ରୋମିଙ୍କୁ ଏକାଠି ଦେଖିବାକୁ ଅଥବା ଆମର ବିବାହ ସଂପର୍କକୁ ଗଢ଼ିବାଟା ଦେଖିବାକୁ ଚାହୁଁନାହାଁନ୍ତି । ତେଣୁ ସେ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ”


ଏମିତି କହି ଏହିପରି , ରାଜା ସମସ୍ତଙ୍କ ଆଗରେ ତାଙ୍କର ଏବଂ ରୋମିଙ୍କ ପ୍ରେମକୁ ନିଶ୍ଚିତ କରନ୍ତି । ଆଉ ରୋମିଙ୍କ ହାତକୁ ନେଇ ନିଜ ପାପୁଲିରେ ମୁଠା କରି ଧରି କ୍ଷମା ମାଗିବାବେଳେ ରାଜା କୁହନ୍ତି - ଆମେ ଦୁହେଁ ସବୁବେଳେ ଆମର ଛୋଟ ଝଗଡାକୁ ଶେଷ କରି ପୁଣିଥରେ ଜୀବନ ଆରମ୍ଭ କରିଥାଉ । ହେଲେ ଏ ଝଗଡା ଏବେ ଯାଏଁ ଥମିନି ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama