ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅବୋଲକରା କାହାଣୀ - ୨୮

ଅବୋଲକରା କାହାଣୀ - ୨୮

3 mins
7.6K


ଅଜବ ଚତୁରୀ ସ୍ତ୍ରୀ କଥା - ୩

ଏ ଥିଲା ରାଜ କନ୍ୟାଙ୍କ କଥା । ଅଲିଅଳି ଝିଅ ରାଜ ଉଆସ ମଧ୍ୟରେ ରାଜା ଓ ରାଣୀ ତାଙ୍କୁ ଯେତେ ଆକଟ କରି ରଖିଲେ ମଧ୍ୟ କନ୍ୟା ଉପରେ ତାଙ୍କର ବିଣେଷ ଆକଟ ନଥିଲା । ବରଂ ରାଜ କନ୍ୟାଙ୍କୁ କିପରି ହାତକୁ ଦି’ ହାତ କରି ଦେବେ ରାଜା ଓ ରାଣୀ ସର୍ବଦା ସେହି ଚିନ୍ତାରେ ରହିଲେ ।

ଏହି ପରି ଭାବରେ କିଛି ଦିନ ଅତିବାହିତ ହୋଇଗଲା । ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କ ସାଥିରେ ପ୍ରେମ କରି ସେ ରାଜା ଝିଅ ରୂପଶ୍ରୀ ମଧ୍ୟ ଖୁବ୍ ଖୁସି ଥିବା ସମୟରେ ହଠାତ୍ ତାଙ୍କର ପିତା ମାତାଙ୍କର ଦେହାନ୍ତ ହୋଇ ଗଲା ।

ଏକ ସାଥିରେ ସେହି ରାଜା ଓ ରାଣୀଙ୍କର ମୃତ୍ୟୁ ହୋଇଯିବା କାରଣରୁ ରାଜକନ୍ୟା ରୂପଶ୍ରୀ ଏଥର ସମ୍ପୂର୍ଣ୍ଣ ଏକା ହୋଇଗଲେ । ସେହି ରାଜ୍ୟର ଦାୟିତ୍ୱ ଏବେ ରାଜ କନ୍ୟାଙ୍କ ହସ୍ତରେ । ବହୁ ଚିନ୍ତାରେ ପଡିବା ପରେ ରାଜକନ୍ୟା ରୂପଶ୍ରୀ ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କୁ ନେଇ ରାଜ ସିଂହାସନରେ ବସାଇଲେ । ମନ୍ତ୍ରୀ ପୁଅ ସିଂହାସନରେ ବସିବା ପରେ ରାଜ କନ୍ୟା ସେହି ମନ୍ତ୍ରୀ ପୁଅକୁ ବିବାହ କରି ରାଜ୍ୟର ରାଣୀ ହେବାକୁ ମନସ୍ଥ କରିବା ବେଳକୁ ମନ୍ତ୍ରୀ ପୁଅ ରାଜା ହୋଇ ପାରିଧି କରିବାକୁ ଯାଇ ଜଣେ ବିଦୂଷକ ରାଜ କନ୍ୟାଙ୍କୁ ନିଜର ବୋହୂ କରି ଆଣିଲେ । ଏହା ଦେଖି ରାଜ କନ୍ୟା ରୂପଶ୍ରୀ ରାଗି ଗଲେ । ଆଉ ସେ ମନ୍ତ୍ରୀ ପୁଅକୁ ଚାହିଁଲେ ନାହିଁ । ବରଂ ବାହାରର ପର ପୁରୁଷ ମାନଙ୍କୁ ନେଇ ଆନନ୍ଦ ମଉଜ କଲେ ।

ମନ୍ତ୍ରୀ ପୁଅ ବର୍ତ୍ତମାନ ଅନିନ୍ଦ୍ୟ ସୁନ୍ଦର ସେ ରାଜ୍ୟର ରାଜା । ରାଜ୍ୟର ସମସ୍ତ ଦାୟିତ୍ୱ ତାଙ୍କ ଉପରେ । ସେ ରାଜ୍ୟର ମାଲିକ ସେ । ଯେତେବେଳେ ଯାହା ଆଦେଶ କରୁଛନ୍ତି ରାଜ୍ୟର ପ୍ରଜା ମାନେ ତାହାକୁ ପାଳନ କରୁଛନ୍ତି ।

ଦିନେ ରାଜ୍ୟର କଟୁଆଳ ପୁଅ ଆଖିରେ ସେହି ରାଜ କନ୍ୟା ରୂପଶ୍ରୀଙ୍କର କରୁଥିବା କୁକର୍ମ ପଡିବାରୁ ସେ ଯାଇ ମନ୍ତ୍ରୀ ରାଜାଙ୍କ ନିକଟରେ ଗୋପନରେ ଏହି କଥା କହି ଦେଲା । ତହୁଁ ରାଜା ମନ୍ତ୍ରୀଙ୍କୁ ଆଦେଶ ଦେଲେ ଯେ ଯେତେ ଶୀଘ୍ର ପାରୁଛ ତୁମେ ଯେମିତିକା ଯୁବକ ପାଉଛ ତାକୁ ଧରି ଆଣି ତା ସହିତ ରାଜ କନ୍ୟା ରୂପଶ୍ରୀର ବିବାହ କରିବାର ବନ୍ଦୋବସ୍ତ କର ।

ମନ୍ତ୍ରୀ ରାଜାଙ୍କର ଆଦେଶ ପାଳନ କରି ଜଣେ ନିର୍ବୁଦ୍ଧିଆ ଯୁବକ ସହିତ ସେହି ଚରିତ୍ର ହୀନା ରାଜ କୁମାରୀ ରୂପଶ୍ରୀଙ୍କର ବିବାହ କରାଇ ଦେଲେ ।

ରାଜ କନ୍ୟା ରୂପଶ୍ରୀକୁ ସିନା ଗୋଟିଏ ହୁଣ୍ଡା ଯୁବକ ସାଥିରେ ବିବାହ କରି ଦିଆ ଗଲା, ସେଥିରେ ରାଜ କନ୍ୟା ରୂପଶ୍ରୀଙ୍କର କୌଣସି ଅସୁବିଧା ହେଲା ନାହିଁ ବରଂ ରାଜ କନ୍ୟା ନିଜର ହୁଣ୍ଡା ସ୍ୱାମୀଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ପଠାଇ ଦେଇ ରାଜ୍ୟର ବଛା ବଛା ଧନୀ ଘରର ପୁତ୍ର ମାନଙ୍କୁ ନିମନ୍ତ୍ରଣ କରି ଆଣି ତାଙ୍କ ସହ କାମ କ୍ରୀଡା ଆରମ୍ଭ କରି ଦେଲା ଓ ସୁଖରେ ରହିଲା । ରାଜ କନ୍ୟାଙ୍କର ଏ ସମସ୍ତ କର୍ମ ଆଉ ବେଶୀ ଦିନ ଲୁଚି ରହିଲା ନାହିଁ । ଧୀରେ ଧୀରେ ସବୁ କଥା ବାହାରକୁ ଆସିଲା । ସବୁ କଥା ବାହାରକୁ ଆସିବାରୁ ସେକଥା ଯାଇ ମନ୍ତ୍ରୀ ପୁଅ ରାଜାଙ୍କ କାନରେ ପଡିଲା ।

ରାଜ କନ୍ୟାଙ୍କର ସଖୀ ମାନେ ଦେହ ବେପାର କରୁଛନ୍ତି । ଆଉ ମଧ୍ୟ ନିଜେ ରାଜ କନ୍ୟା ବହୁ ଧନୀକ ପୁତ୍ର ମାନଙ୍କୁ ନେଇ ନିଜର ଦେହ ସୁଖ ମେଂଟାଉ ଛନ୍ତି । ଏକଥା ଶୁଣିବା ମାତ୍ରେ ରାଜା ଆଉ ସ୍ଥିର ହୋଇ ବସି ରହି ପାରିଲେ ନାହିଁ । ଏହା ଦ୍ୱାରା ତାଙ୍କ ରାଜ୍ୟ ଉପରେ ମନ୍ଦ ପ୍ରଭାବ ପଡୁଛି । ତେଣୁ କ୍ରୋଧ ହୋଇ ରାଜା ମନ୍ତ୍ରୀଙ୍କୁ ପଠାଇ ରାଜ କନ୍ୟା ରୂପଶ୍ରୀଙ୍କ ସହ ତାଙ୍କ ସଖୀ ମାନଙ୍କୁ ବନ୍ଦୀ କରି ଆଣି ତାଙ୍କ କାରାଗାରକାରାଗାର ମଧ୍ୟରେ ଏମିତି କିଛି ଦିନ କଟି ଯାଇଛି, କାରାଗାର ମଧ୍ୟରେ ସେହି ରାଜ କନ୍ୟା ରୂପଶ୍ରୀଙ୍କର ମୃତ୍ୟୁ ହୋଇ ଗଲା । ସଖୀ ମାନେ କଦାକାର ରୂପରେ ପରିଣତ ହୋଇ ସେମାନେ ସବୁ ନାନା ପ୍ରକାର ରୋଗରେ ପଡି ଗଲେ ।

ରାଜ କନ୍ୟାଙ୍କର ମୃତ୍ୟୁ ଖବର ପ୍ରହରୀ ମାନେ ଯାଇ ରାଜାଙ୍କ ପାଖରେ ପହଁଚାଇ ଦିଅନ୍ତେ ରାଜା ତହୁଁ ଆଦେଶ ଦେଲେ ଯେ ରାଜ କନ୍ୟା ରୂପଶ୍ରୀଙ୍କର ସଖୀ ମାନଙ୍କୁ ଖଲାସ କରି ଦିଅ । ଆଉ ରାଜ କନ୍ୟା ରୂପଶ୍ରୀଙ୍କର ସିଂହ ଦ୍ୱାର ସମ୍ମୁଖରେ ସମାଧି କର । ଆଉ ସେହି ସମାଧି ଉପରେ ରାଜ କନ୍ୟାଙ୍କର ଏକ ପ୍ରତିମୂର୍ତ୍ତି ପାଷାଣରେ ନିର୍ମାଣ କର । ତା’ ପରେ ମୂର୍ତ୍ତି ତଳକୁ ଲେଖି ଦେଲେ –

ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ

ନିଜ ହସ୍ତରେ ନିଜେ ହୁଅନ୍ତି ନାଶ ।

ପୁରୁଷ ବୋକା ପରି ନିଜର ଘର ସଂସାର ନ କରିବା ଆଉ ନିଜ ସ୍ତ୍ରୀକୁ ନିଜ ଆୟତରେ ନରଖିବା ତା’ର ଭୁଲ୍ । ସେହିପରି ନାରୀ ଚତୁରୀ ହୋଇ ନିଜ ପରୁଷକୁ ନିଜ ଆୟତରେ ରଖି ନପାରିବା ମଧ୍ୟ ଭୁଲ୍ ।

ଶୁଣ ଅବୋଲକରା ବୁଲିବା କଥା

ବେଳ ଥାଉଁ ଥାଉଁ କରିବୁ ଚିନ୍ତା ।

ତିର୍ଲାକୁ ବୁଝାଅ ଆପଣେ ଯାଇ

ଚାହିଁ ରହି ଅଛି ତୋ ବାଟକୁ ଚାହିଁ ।

ଘଟଣା ଶୁଣିଲୁ କନ୍ୟା ରତନ

ରାଜା ରାଣୀଙ୍କର ଜୀବନ ଧନ ।

ଚତୁରୀ ହୋଇଣ ବିକଳେ ମଲା

ଏପରି ସୁଖରୁ କିଲାଭ ହେଲା ।

ଉଠାଅ କମ୍ବଳ ଧର ଛତା

କେତେ ଦିନ ଗଲେ ପଶିବ ଚେତା ।

ବିଧାତା ଖଞ୍ଜିଲା ଯାହାକୁ ଯହିଁ

ସୁଖରେ ରହିବ ତାହାକୁ ପାଇ ।ର ଅନ୍ଧାର ଗୃହରେ ରଖାଇ ଦେଲେ ।


Rate this content
Log in

Similar oriya story from Children