ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଅବୋଲକରା କାହାଣୀ - ୧୭

ଅବୋଲକରା କାହାଣୀ - ୧୭

3 mins
7.9K


ସୁନ୍ଦରୀ ଗଣିକା

ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ –

ଦେଖ ବୋଲକରା ହୋଇଲା ବେଳ

ଆଉ କ୍ଷଣିକରେ ଅନ୍ଧାର କାଳ ।

ରାତି ହୋଇ ଗଲେ ଜାତି ଖୋଜିବୁ

ଅଜାତି ମଣିଷ ଫେରି ଆସିବୁ ।

ଦିନ ଥାଉ ଥାଉ ଖୋଜିବୁ ଜାଣି

ଜାତି ଦେଖି ସୌଦା ଆଣିବୁ କିଣି ।

ଏ କଥା କହି ଚତୁର କଥାକାର ପଇସା ସହିତ ବ୍ୟାଗ୍ ଥୋଇ ଦେଲେ । ଅବୋଲକରା ଦେଖିଲା ରାତି ହୋଇଗଲେ ଅଜାତିଆ ଦୋକାନୀ ହାବୁଡେ ପଡିଯିବି । ଅଜାତିଆ ବେପାରୀ ହାତରୁ ସଉଦା ଖାଇବା ତାଙ୍କର ଜାତକରେ ନାହିଁ । ସେଥି ଲାଗି ସେ ତରବର ହୋଇ ସବୁ କାମକୁ ପଛରେ ରଖି ବୋଲକରା ଧାଇଁ ଗଲା ବଜାର ଆଡକୁ ।

ବଜାର ମଧ୍ୟରେ ପଶି ଯାଇଛି ବୋଲକରା । ଦୁଇ ଚାରିଟା ଦୋକାନ ପାରି ହୋଇ ଗଲା ପରେ ସେ ଦେଖିଲା ପାଖ ଦୋକାନ ଆଗରେ ଗୁଡାଏ ଲୋକ ଜମା ହୋଇଛନ୍ତି । କ’ଣ ହୋଇଛି ଜାଣିବାକୁ ଇଚ୍ଛା କରି ବୋଲକରା ଯାଇ ସେଠାରେ ପହଁଚି ଦେଖିଲା ଯେ ଗୋଟିଏ ପଥରର ନିର୍ମିତ ସ୍ତମ୍ବ ଉପରେ ଖୋଦେଇ ହୋଇ ଲେଖା ଯାଇଛି ‘ବୁଦ୍ଧି ବିପରୀତ ବିନାଶ କାଳ’।

ଅବୋଲକରା କେବଳ ଓଡିଆ ଭାଷା ଜାଣେ । ଯେହେତୁ ସେ ଓଡିଆ ହେଲେ ତାକୁ ଦେବନାଗରୀ, ହିନ୍ଦି, ଇଁରାଜୀ, ତାମିଲ, ସଂସ୍କୃତ ଏସବୁ ଭାଷା ଜଣା ନାହିଁ । ସେଥି ପାଇଁ କଥାଟାକୁ ଜାଣିବା ଲାଗି ଚାରି ପାଂଚ ଜଣଙ୍କୁ ପଚାରନ୍ତେ ସେମାନେ କିନ୍ତୁ ଓଡିଆ ଭାଷା ଜାଣି ନଥିବାରୁ ଅବୋଲକରାର କଥା କିଛି ବୁଝି ପାରିଲେ ନାହିଁ । ଅବୋଲକରା ମଧ୍ୟ ସେମାନେ ତାକୁ କ’ଣ ପଚାରୁଛନ୍ତି ତାହା ମଧ୍ୟ ବୁଝି ପାରିଲେ ନାହିଁ । ତହୁଁ ଅବୋଲକରା ମନରେ ଚିନ୍ତା କଲା ସଉଦାଟା କିଣି ନେଇ ଯିବି । ଏ ବିଷୟରେ ମହାନୁଭବଙ୍କୁ ପଚାରିବି । ସେଥି ଲାଗି ସେ କେବଳ ସେଠାରେ କ’ଣ ଲେଖା ଯାଇଛି ସେତକ ଜାଣି ସଉଦା କିଣି ଧର୍ମ ଶାଳାରେ ପହଁଚି ଥିଲା ।

ସେଠାରେ ଦେଖିଲା ଚତୁର କଥାକାର ସଂନ୍ଧ୍ୟା ସ୍ନାନ ସାରି ଧ୍ୟାନରେ ବସିଛନ୍ତି ଅବୋଲକରା ମହାନୁଭବଙ୍କର ଏପରି ଅବସ୍ଥା ଦେଖି ଚିନ୍ତା କଲା ଏବେ ରୋଷେଇବାସ ବନ୍ଦ । ଧ୍ୟାନରୁ ଉଠିବେତ ପ୍ରଥମେ ମୋର ଏହି ପ୍ରଶ୍ନର ଉତ୍ତର ସେ ଚତୁର କଥାକାର ଦେବେ । ତା’ପରେ ଯାଇ ଅନ୍ୟ ଯୋଉ କଥା ।

ଏହା ବାଦେ ବୋଲକରା ଦୁଇ ଖଣ୍ଡ ପାନ ଚିରି ସେଥିରେ ଚୂନ ଲଗାଇଲା ।

କେତେ କ୍ଷଣ ପରେ ଚତୁର କଥାକାର ଧ୍ୟାନରୁ ଉଠି ଦେଖିଲେ ବୋଲକରା ପାନରେ ଚୂନ ମାରୁଛି । ଚତୁର ବ୍ୟଙ୍ଗକାର କହିଲେ ଆଣିଲୁତ ସଉଦା ପତ୍ର । ବୋଲକରା କହିଲା ଆଣିଲି । ହେଲେ ରୋଷେଇ ଆଦି କାର୍ଯ୍ୟ ଆଜି ବନ୍ଦ । କାରଣ ମୁଁ ସେଠାରେ ଯାହା ସବୁ ଦେଖିଲି ତା’ର ସଠିକ୍ ଉତ୍ତର ଜାଣି ପାରିଲି ନାହିଁ । ଏବେ ତମେ ମୋତେ କହି ଦିଅ, ବିପରୀତ ବୁଦ୍ଧି ସର୍ବନାଶର ବେଳ । ଏହି ବାକ୍ୟଟିର ସଠିକ ଉତ୍ତର କ’ଣ ।

ଚତୁର ବ୍ୟଙ୍ଗକାର କହିଲେ ଏହି କଥା, ହେଲା ମୁଁ ଯେତେବେଳେ ପର୍ଯ୍ୟନ୍ତ ତାହାର ସଠିକ୍ ଉତ୍ତର ଦେଉଛି, ତୁ ଯାଇ ରୋଷେଇ ବସା ।

ଅବଲୋକରା ଯାଇ ରୋଷେଇ ବସାଇଲା – ଚତୁର ବ୍ୟଙ୍ଗକାର ବୋଲକରା ପଚାରିଥିବା ବାକ୍ୟଟିର ଅସଲ ଅର୍ଥ ବୁଝାଇବାକୁ ଯାଇ ତାକୁ ଗୋଟିଏ କାହାଣୀଟିଏ କହିଲେ –

ବାରଣାସୀ ବୋଲି ଇଣ୍ଡିଆର ଏହି ପ୍ରସିଦ୍ଧ ତୀର୍ଥକୁ ଦେଶ ବିଦେଶରୁ ବହୁତ ଧାର୍ମିକ ଯାତ୍ରୀ ଆସି ଥାଆନ୍ତି । ସେହି ପବିତ୍ର ତୀର୍ଥ ବାରଣାସୀରେ ଜଣେ ଧାର୍ମିକ ତଥା ଦାନୀ ସୌଦାଗର ବାସ କରୁ ଥିଲେ । ବାରଣାସୀକୁ ଯେତେ ଦୁଃଖୀ ଦରିଦ୍ର ଆସନ୍ତି ସୌଦାଗର ସେମାନଙ୍କୁ ଖୋଜି ଖୋଜି ସେମାନଙ୍କର ସେବା କରନ୍ତି । ଆଉ ମଧ୍ୟ ତାଙ୍କ ଗୃହରେ ସଦା ସର୍ବଦା ଜଗତ ଜନନୀ ଅନ୍ନପୂର୍ଣ୍ଣା ଦେବୀଙ୍କର ବ୍ରତ ହେଉ ଥିଲା ।

ସୌଦାଗରଙ୍କର ତିନି ଗୋଟି ଭାର୍ଯ୍ୟା । ସବା ସାନ ଭାର୍ଯ୍ୟାଟି ଥିଲା ସୌଦାଗରଙ୍କର ଖୁବ୍ ଗେହ୍ଲା । ସେ ଭାର୍ଯ୍ୟାର ନାମ ଅମତି । ଅମତି ଦେଖିବାକୁ ଯେପରି ସୁନ୍ଦର କାମରେ ମଧ୍ୟ ସେହିପରି ଗୁଣବତୀ । ଆଗ ଭାର୍ଯ୍ୟା ମାନେ ସନ୍ତୋଷୀ ମାଆଙ୍କର ସେବା ପୂଜା କରି ପୁଅ ଝିଅ କରି ସାତୋଟି ସନ୍ତାନ ପାଇ ଥିଲେ ।


Rate this content
Log in

Similar oriya story from Children