STORYMIRROR

Anuradha Nath

Tragedy

4  

Anuradha Nath

Tragedy

ଅଭୁଲା ସେ ମୁହୁର୍ତ୍ତ କିଛି

ଅଭୁଲା ସେ ମୁହୁର୍ତ୍ତ କିଛି

2 mins
230

ଆଜିଵି ସେଦିନ କଥା ମନେ ପଡିଲେ ରିମାର ଲୋମ ଟାଙ୍କୁରି ଉଠେ। ଯେଉଁଦିନ କାକା ରିମାକୁ ନେଇ ନିଜ ଘରକୁ ଆସିଥିଲେ, ସେଦିନ ରୋଲି ତ ଵହୁତ ଖୁସି ଥିଲା, କିନ୍ତୁ ଖୁଡୀ ଜମାରୁ ଖୁସି ନଥିଲେ। କହୁଥିଲେ ରିମାର ବୋଉ ନା ଧରି ତା ଝିଅ କୁ ମୁଁ ଘରେ ରଖିଵି ନାହିଁ। ଯେତେବେଳେ ନାଗ ନାଗୁଣୀ ର ଝିଅ। ଆମେ ଯେତେ ଖିର ଦେଇ ରଖିଲେ ଵି ଭବିଷ୍ୟତରେ ସେ ଆମକୁ ଚୋଟ ମାରିଵ। କିନ୍ତୁ ରୋଲି ଜିଦ କରୁଥିଲା ରିମା କୁ ରଖିଵା ପାଇଁ। କାରଣ ରୋଲି ରିମାକୁ ଵହୁତ ଭଲ ପାଏ। ଆଉ କେବଳ ରୋଲିର ଜିଦ ପାଇଁ ଖୁଡୀ ରାଜି ହୋଇଥିଲେ। ନହେଲେ ରିମା ଅନାଥାଶ୍ରମରେ ରହିଥାନ୍ତା। 


ସେତେବେଳେ ଖୁଡୀ ଙ୍କ କଥା ରିମା ଵୁଝି ପାରୁ ନଥିଲା। କିନ୍ତୁ ପର ମୁହୂର୍ତ୍ତରେ ଵୁଝି ପାରିଥିଲା ତା ଵାପା ମା ଭଲ ଲୋକ ନଥିଲେ। କାକା ଖୁଡୀ ଙ୍କୁ ଠକି ଘରର ସମସ୍ତ ଜମିଜମା ଵିକି ସହରରେ ଵ୍ୟଵସାୟ କରିଥିଲେ। କାକା ଙ୍କୁ ତାଙ୍କ ପୈତୃକ ସମ୍ପତ୍ତି ରୁ କିଛି ମିଳି ନଥିଲା। କିନ୍ତୁ ଅନ୍ୟାୟ ସମ୍ପତ୍ତି କୁ ଵେଶିଦିନ ଭୋଗ କରି ପାରି ନଥିଲେ। କାର ଦୁର୍ଘଟଣାରେ ଦୁହେଁ ମୃତ୍ୟୁ ବରଣ କରିଥିଲେ। ଆଉ ସେହି ସମୟରେ ରିମା ସ୍କୁଲ୍ ରେ ଥିଲା। ଏଣୁ ବଞ୍ଚି ଯାଇଥିଲା। 


ନିଜ ଵାପା ମା ଙ୍କର ଭୁଲ ର ପ୍ରାୟଶ୍ଚିତ ରିମା କରୁଥିଲା। ରିମା ଵହୁତ ଶାନ୍ତ ଥିଲା, ତଥାପି ଖୁଡୀ ତାକୁ ଟିକିଏ ଟିକିଏ କଥାରେ ଗାଳି ଦେଉଥିଲେ। କିନ୍ତୁ ଯେତେବେଳେ ରିମା ସୋଇ ପଡୁଥିଲା ନିଜ ଲୁଚାଇ ରଖିଥିବା ମମତା କୁ ତା ଉପରେ ଅଜାଡି ଦେଉଥିଲେ। ବେଳେ ବେଳେ ରିମା ନଶୋଇ ଶୋଇବାର ଅଭିନୟ କରୁଥିଲା। ଆଉ ଖୁଡୀ ଙ୍କ ପରୋକ୍ଷରେ ଭଲପାଇବା ତାକୁ ଲୁହରେ ଭିଜାଇ ଦେଉଥିଲା। 


ଵୟସ ଵଢିଵା ସହିତ ରିମା ର ଵ୍ୟଵହାର ଖୁଡୀ କୁ ଆଉ ରାଗିଵାକୁ ଵାଧ୍ୟ କରୁ ନଥିଲା। ଧିରେ ଖୁଡୀ ରୋଲି ଠାରୁ ଅଧିକ ରିମାକୁ ନିଜର କରି ନେଇଥିଲେ। ରିମା ଭଲ ପାଠ ପଢୁଥିଲା। ରିମାକୁ ଅଧିକ ପାଠ ପଢାଇବା ପାଇଁ ଖୁଡୀ କମ ଵୟସ ରେ ରୋଲିର ଵିଵାହ କରାଇ ଦେଲେ। 


ଆଉ ରିମା କୁ ହଷ୍ଟେଲରେ ରଖି ଡାକ୍ତରୀ ପଢାଇଲେ। କିନ୍ତୁ ଏହି ଭିତରେ ଖୁଡୀ ଙ୍କ ଦେହ ଖରାପ ହେଵାକୁ ଲାଗିଲା। ସେ ଜାଣିବାକୁ ପାଇଲେ ତାଙ୍କୁ କ୍ୟାନସର। କାଳେ ଏ ଵିଷୟରେ ଘରେ କହିଲେ ଖୁଡୀ ଙ୍କ ଚିକିତ୍ସା କାରଣ ରୁ ରିମାର ପାଠ ଅଧା ରହିଯିବ, ଏଣୁ କାହାକୁ ନ ଜଣାଇ ନିଜ ରୋଗକୁ ଲୁଚାଇ ରଖିଲେ। 


ରିମା ଡାକ୍ତରାଣୀ ହୋଇ ଘରକୁ ଫେରିଲା। ଭାଵିଲା ପ୍ରଥମ ଦରମା ଖୁଡୀ ଙ୍କ ହାତରେ ଧରାଇଵ। କିନ୍ତୁ ସେତେବେଳେ ଵହୁତ ଡେରି ହୋଇ ଯାଇଥିଲା। ଖୁଡୀ କ୍ୟାନସର ର ଶେଷ ପର୍ଯ୍ୟାୟରେ ଥିଲେ। ଖୁଡୀ ରିମାକୁ ଦେଖି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ସଵୁ ପ୍ରକାରର ମେଡିକାଲ ସାଇନ୍ସ ମଧ୍ୟ ଖୁଡୀ ଙ୍କୁ ବଞ୍ଚାଇ ପାରିଲା ନାହିଁ। ଖୁଡୀ ସବୁଦିନ ପାଇଁ ଆଖି ବୁଜି ଦେଲେ। 


ରିମା ନିଜକୁ ଅପରାଧୀ ଭାବୁଥାଏ, ତଥାପି ଆକାଶ କୁ ଚାହିଁ ତାରା ଭିତରେ ଖୁଡୀ ଙ୍କ ଲୁହଭରା ମୁହଁ ଦେଖୁଥିଲା। ସେ ଦେଖି ପ୍ରଶ୍ନ କରୁଥିଲା କାହିଁକି ଏମିତି ଲୁଚାଇ ରଖିଥିଲ ? ଆଉ ଖୁଡୀ ତାରା ଭିତରେ ରହି ଆହୁରି କାନ୍ଦୁଥିଲେ। ଆଉ ସେ ଇଛା କରୁଥିଲା ଆକାଶକୁ ଯିବା ପାଇଁ ସିଡିଟେ ମିଳନ୍ତା କି, ଖୁଡୀ ଙ୍କ ଲୁହଭରା ଆଖି କୁ ପୋଛି ଦିଅନ୍ତା ଆଉ କୁହନ୍ତା ଖୁଡୀ ଆଜିଵି ମୁଁ ତମ ପାଖରେ ଅଛି , ଠିକ୍ ଯେମିତି ତମେ ମୋ ପାଖରେ ଅଛ ଏମିତି ମନେ ପକାଉଥିଲା ଖୁଡୀଙ୍କ ସହ ଵିତାଇଥିବା କିଛି ଅଭୁଲା ମୁହୁର୍ତ୍ତକୁ । ଆଉ ସେ ତାକୁ ଆଉଥରେ ଖୁଡୀ ଙ୍କ ଆଡକୁ ଟାଣି ନେଉଥିଲା।


Rate this content
Log in

Similar oriya story from Tragedy