ଆମର୍ କଥା ଭାଏଜିଇଁତା
ଆମର୍ କଥା ଭାଏଜିଇଁତା
ନିପଟ ମଫସଲ୍ ଝାର୍ ଜଂଗଲ୍ ଭିତରେ ଗୁଟେ ଆଦିବାସୀ ଗାଁ ଅଛେ ଗାଁରେ ନାଁ ମଧୁପୁର୍ ସେ ଗାଁ ଥିଁ ହାଁତ ଗନ୍ତି କେତେ ଲୋକ୍ ରହେସନ୍, ବାର ବର୍ଷିଆ ପିଲା ଧୁକାଲୁ ତାର୍ ମାଁ ବୁଆ ସାଁଗେ କେଡେ ମଞ୍ଜାର୍ ହେସି ଖେଲି କରି ରହୁଛେ ।
ଦଶ୍ରା ମାସ୍ ଆଏଲାନ ଯେହିଁ ଦେଖ୍'ବ ରଂଗ୍ ରଂଗିଆ ଫୁଲ୍ ଫୁଟ୍'ଲାନ ଖେତେଁ ଖଲେଁ ଧୋବ ଫର୍ ଫର୍ କାଏଁଶ୍ ଫୁଲ୍ ଲୁଭ୍ ଲୁଭ୍'ନିଆ ଦିଶୁଛେ । ଚରେ ଚିରଗୁନ୍ ମନେ କିଚିର୍ ମିଚିର୍ କରି ଡେହି କେ ଡେହି ଡେଗି ଡେଗି ଉସତ୍ ହେଇ ନାଚୁଛନ୍ ା ଏନ୍ତା ସମିଆ ଥିନ୍ ଗାଁ ଗଅଁଲିର୍ ରୁପ୍ ରଂଗ୍ ବଢେ ସୁନ୍ଦର୍ ଦିଶ୍'ସି ା ପୁଓ ଜିଇଁତିଆ ସରିଯେଇଛେ ଗାଁ ର୍ ଭାଗବତ୍ ଗୁଡି ନ ହୁଦା ହୁଦା ହେଇ ତାସ୍ ଖେଲୁଛନ୍ । ଏନ୍ତା ଦିନେକର୍ କଥା ଭାଗବତ୍ ଗୁଡି ନ ସଭେ କହା କୁହି ହେଲେ ହଏରେ ପିଲେ ଏଥର ଭାଏଜିଇଁତିଆ ଆଏବା, ନାନୀ ବୁହେନ୍ ମନକୁଁ ନେଇ ଜିମା କାଏଁ ଯେ ବୋ ।
ସବୁ ଦିନେ ଗାଁରେ ପିଲା ନୁ ବୁଢା ତକ କଥା ହେସନ୍ ଆରୁ ଯେ ଯାହାର୍ ବତରେଁ ନିଜର୍ ନିଜର୍ ନାନୀ ବୁହେନ୍ ମନ୍ କୁଁ ନେଇ ଯିବାର୍ ଲାଗି ବାହାର୍'ସନ୍ । ଧୁକାଲୁ ବୁପରା ସବୁ ସୁନୁଥିସି ଆରୁ ମନେ ମନେ ଭାବସି ମୋର୍ ନାନୀ ବୁହେନ୍ ଅଛନ୍ କିନି ଯେ ଯାଏସିଁ ମୋର୍ ମାଁ କେ ପଚରାମି ବଲସି ସେ ଜେଇ କରି ତାର୍ ମାଁ କେ ବଲସି ମାଁ ଗୋ ଆମର୍ ଗାଁରେ ସଭେ ତାକର୍ ନାନୀ ବୁହେନ୍ ମନକୁ ଭାଏ ଜିଇଁତାର୍ ଲାଗି ନେଇ ଗଲେନ, ମୋର୍ ନାନୀ ବୁହେନ୍ ଅଛନ୍ କାଏଁ କହ ତ ମୁଇଁ ଭି ନେଇ ଯିମି ଭାଏ ଜିଇଁତା କରବା ଗୋ । ଦୁଖାଲୁର୍ ମାର୍ ମନ୍ ଦୁଖ ହେସି କାଏଁ ଜେ ବଏଲେଁ ଧୁକାଲୁ ତାର୍ ଗୁଟେ ନ ପିଲା, ତାର ଝି ନେଇଁ ନ । ମାଁ କିଛି ନି କହେ ତୁମ୍ ପରି ରହେସି ଆରୁ କଥା କେ ଦୁସରା ଆଡେ କିନ୍ଦରେଇ ଦେସି ।
ଫେର୍ ଦିନେ ଅଧେ ଗଲା ପରେ ଧୁକାଲୁ ନର୍ଦି ନର୍ଦି ତାର୍ ମାଁ ନିକେ ଆଏସି ଆରୁ ବଲ୍ସି ମାଁ ଗୋ ସଭେ ତାକର୍ ନାନୀ ବୁହେନ୍ ମନକୁଁ ନେଇ ଜଉଛନ୍ ଗୋ ମୋର୍ ନାନୀ କେନ୍ ଗାଁ ନ ପଡିଛେ କହତ ଗୋ ମୁଇଁ ନେଇ ଯିମି !
ଗୁଟେ କଥା କେ ସୁନି ସୁନି ଧୁକାଲୁର୍ ମାଁ ରିସ୍'ମି ହେସି ଆରୁ କହେସି ଯା କେନ୍ କେ ଯିବୁ ଯେ ତୋର୍ ନାନୀ ଅଜୁଧିଆ ଗାଁ ଥିଁ ପଡିଛେ ତାର୍ ନାଁ "ସୀତା" ତୋର୍ ଭେନେଇ ର୍ ନା "ରାମ୍". ସବୁବେଲେ କେଚେର୍ କେଚେର୍ କରୁଛୁ ଯେ ା
ମାଁର୍ କଥା ଶୁନି କରି ସରଲ୍ ଧୁକାଲୁ କେ ନୁଆଁ ଜୀବନ ପାଏଲା ବାଗିର୍ ଲାଗଲା,ରାତିଁ ଆଖିଁ ଝୁମରା ନେଇଁ ମନେ ମନେ ଭାବୁଛେ ମୋର୍ ନାନୀ ଭେନେଇ ଘରର୍ ଗାଁ କେନ୍ ଆଡେଁ ମୁଇଁ ଦେଖି ନେଇଁ କି ଜାନି ନେଇଁ କେନ୍ତା କରି ମୋର୍ ନାନି କେ ନେଇ ଯିମି, ଭାବି ଭାବି ଶୁଇ ପଡ୍ ଲା । ମୁହୁଶାଲେ ଭାଏଜିଇଁତିଆ ଆଏଲାନ ନାନୀ ନି ଆଏଲେ କିଏ ତାହାକେ ଜିଇଁତା ଉତ୍ରାବା। ବାର ବର୍ଷିଆ ପିଲା ଦିହେଁ ଛନ୍ଦ ବନ୍ଦ କୋର୍ କପଟ୍ କିଛି ନେଇଁ ନିର୍ମାୟା ପରାନି ଆଏ । ମନ କେ ମନ ବଲସି ମୋର୍ ମାଁ ତ ରିସମି ହଉଛେ ମୁଇଁ ଯାଏସିଁ ବାଟ୍ ପଚ୍ରେଇ ପଚ୍ରେଇ ଅଜୁଧିଆ କେ ଯିମି ଆରୁ ମୋର୍ ନାନୀ କେ ଭାଏ ଜିଇଁତିଆ ଉପାସ୍ କର୍ବାର୍କେ ଆନ୍ ମିଁ ା
ଭାଏ ଜିଇଁଜିତିଆ ଦିନ୍ ଆସି ଜେଇଛେ ଧୁକାଲୁ ପହ ପହ ନୁ ଉଠ୍'ଲା ଘରେଁ କାହାକେ କହା ନେଇଁ ବୁଲା ନେଇଁ,ପେଣ୍ଟ ଦଘଲି (ସାର୍ଟ) ଲଗାଲା,କରିଆ ଗୁଟେ ଖନ୍ଦେ ଧଏଲା , ଲୁକେଇ କରି କରିଆର୍ କାନି ପନତେଁ ସୁଖା ମୁର୍ହି ଦିରା ବାନ୍ଧ୍ ଲା,ଆରୁ ଘରୁ ବାହାରି ପଡ୍ ଲା, ତାର୍ ଭାବନା ଦୁହି ଭେଇ ବହନି ଆଏଲା ବାଟେଁ ମୁର୍ହି ଖାଏତେଲ୍ ଆଏମୁଁ ା ଭାଏ ବହେନିର୍ ପ୍ରେମ୍ ବଢ଼ା ମଧୁର୍ , ନିର୍ମାୟା ଛୁଆ ଧୁକାଲୁ ଅଜୁଧିଆର୍ ବାଟ୍ ଘାଟ୍ ନି ଦେଖି ଫେର୍ ଭି ଚାଲ୍'ଲା ା ମନ୍ ଦୁରୁଢ୍ ଥିଲେ ଭଗବାନ୍ ଭି ହାର୍ ମାନ୍'ସନ୍ ଇ କଥା ପର୍'ମାଣ ଆଏ ା
ବେଲ୍ ଆସି ମୁଡ୍ ଉପରେଁ ହେଲାନ ଧୁକାଲୁ ଘରକେ ନି ଆଏବାର୍ ତାର୍ ମାଁ ପାଁଚ ଅଙ୍ଗଲିଆ କରି ନୁରୁଛେ କେହିଁଗଲା ବଲି କାନ୍ଦିବୁବି ହଲାଖେତ୍ ହେଇଗଲାନ ଧୁକାଲୁ ଗାଁ ଥିନ୍ ଥିଲେଁ ତ ଆଏବା ।
ଧୁକାଲୁ ବୁପରା ଚାଲି ଚାଲି ଜଉଛେ ବାଟେଁ ଘାଟେଁ ଲୋକ୍ କୁଁ ପଚରଉଛେ, ଅଜୁଧିଆ କେନ୍ ଆଡେ ଅଛେ ବଲିଁ...ଯେ ଯେନ୍ତା କହି ପାର୍ଲେ କହି ଦଉଛନ୍ ଛୁଆ ଟେ ପିଲା କେତେ ଲୋକ୍ ବଲି ହୁର୍ସିଆ କରି ଦଉଛନ୍ ।
ମନ୍ ଭିତ୍ରେଁ ନୁଆଁ ଆଶା ନୁଆଁ ଭର୍ସା ଅଛେ, ବେଲ୍ ଲେହେ ବୁଡ୍ ଲେହେଁ ବୁଡ୍ ହେଲାନ୍ ଅଜୁଧିଆ କେ ନି ପନହୁଁଚିବାର୍ ତାଏଲ ଧୁକାଲୁ, ଗାଁ,ଗଁଣା,ନଏଦ୍,ନଲିଆ,ଝାର୍,ପତ୍ରା ଡେଗି କରି କେତ୍ନି କେତେ ଧୁର୍ କେ ଚାଲି ଚାଲି କରି ଗଲାନ ହେଲେ ଅଜୁଧିଆର୍ ଅତାପତା ନି ପାଏବାର୍ ।
ରାଏତ୍ ମାଡି ଆଏଲା ବେଲ୍ କେ ଗୁଟେ ଜଁଗଲ୍ ଭିତର୍ ଭିତରେ କେ ଢୁକି ଗଲା, ବାହାଁ କେ ବାହାଁ ନି ଦିଶବାର୍ ରାଏତ୍ ହେଇଛେ । ଯେତେବେଲେ ଯେନ୍ତା ଜନ୍ ଟିକେ ଟିକେ ଦିଶୁଛେ, ପବନ୍ ଥି ଗଛ୍ ପତର୍ ଫଡ୍ ଫଡ୍ ଫଡ୍ ଫଡ୍ କରି ଗର୍ଜି ଯଉଛେ, ବଉଁଶ କେ ବଉଁଶ ରେତି ହେଇକରି ଚେଁ ଚେଁ ଗର୍ଜୁଛେ , ପେଚା ଚରେ ଚେର୍ଚେ ର୍ କରି ଇ ଡେହି ନୁ ସେ ଡେହି କେ ଉଡୁଛେ, ଝିଁକାରୀ ର୍ ଶବଦ୍ ଝନ୍ ଝନେଇ ଯଉଛେ,ଧୁକାଲୁର୍ ଛାତି ଥରି ଉଠୁଛେ ଫେର୍ ବି ସେ ଆଗକେ ଯଉଛେ ।
ମନେ ମନେ ଭାବୁଛେ ମୋର୍ ନାନୀ କେ ଡାକଲେଁ ସୁନ୍'ତା କାଏଁ ଗା କଁଟା ଝଁଟା ଆପରି ହେଇ ଦିହେଁ ସାରା ରକତ୍ ଭଲ୍ ଭଲେଇ ଜଉଛେ, ଗୁଡେ ବଉଁସ୍ ବାସରେଲ୍,ଘଁଟୋ କଁଟା ମାଡି ଦେଲାନ ଗୋଡ୍ ରକତ୍'ମଏ ହେଇ ଗଲାନ ଅତି ଦୁଖ୍ କେ ଧୁକାଲୁ ଛୁଆ ସହି ନି ପାର୍ଲା ବେଲ କେ ଡାକଲା ନାନୀ ଗୋ ନାନୀ ଗୋ ନାନୀ ଗୋ
ଭକତର୍ ଦୁଖ୍ କେ ମାଁ ସୀତା ସହି ନି ପାର୍ଲେ ପଦମ୍ ଆସନୁଁ ଉଠି ପଡ୍ଲେ, ପର୍ଭୁ ରାମ କେ କହେଲେ ହେ ପର୍ଭୁ ମୋର୍ ଭକତ୍ ମତେ ନାନୀ ନନୀ ବଲିଁ ଡହକ୍ ବିକଲ୍ ହେଇ ଡାକୁଛେ, ମୁଇଁ ଆର ସହି ନି ପାରେଁ ନ ପରଭୁ ମୁଇଁ ଯଉଛେଁ, ତାର୍ କଥା ରଖି କରି ଭାଏଜିଇଁତା କରମି ମୁଇଁ ମୋର୍ ଭାଏର୍ ଇଜ୍ଜତ ରଖ୍'ମି ପର୍ଭୂ ା
ପର୍ଭୂ ରାମ କହେଲେ ! ହେ ସୀତେ ତୁମେ ଜଗତର୍ ପଡି ଦାତ୍ରୀ ଜଗତ୍ ଜନନୀ ଯୋଗମାୟା, ତୁମେ ଇ ସାରା ସୁରୁଷ୍ଟି କେ ଚଲଉଛ, ହେ କଥା ମତେ ପଚ୍ରଉଛ ।
ଯ ତୁମର୍ ଭକତର୍ କଥା ତୁମେ ବୁଝ୍'ବ ।
ଧୁକାଲୁ ବୁପରା ଝାରେ ଜଁଗଲେ ଡର୍ହେ ମର୍ହେ ନରଦୁ ଛେ ନାନୀ ଗୋ ନାନୀ ଗୋ ବଲିଁ ଟଁଟି ସୁଖି ଗଲାନ୍, ତାର୍ ପାଁଚ ପରାନ୍ ଖିନ୍ ଭିନ୍ ହେଇ ଗଲାନ । ଇ ସମିଆ ଥି ମାଁ ମହାମାୟା ତାକର୍ ମାୟା କଲେ ସେ ଜଁଗଲ୍ ଭିତରେ ମାଁ ଦଶଭୂଜା କଁର୍ ମାଟିର୍ ମୂର୍ତି ବସ୍'ଲା, ସୁଲ୍'ହ ଭରନି ପାର୍ ବାଜଲା ପୁଝାରି ପୂଜା କଲେ, ମାଁ ନିଜେ ବିଜେ କର୍ବେ ବଲିଁ,ଫୁଲ୍ ଫଲ୍ ହସିଁ ଉଠଲା,ଦେବନାରୀ ମାନେ ଉପାସ୍'ହାରୀ ହେଇ ହାତେଁ ପରାତ୍ ଥାଲି ଧରି ଘି ସଏଲ୍'ତା,ଦୁବ,ବୁରୋପତର୍,ଲିଆ ଜୁଗାର୍ ଧରି ସରଗୁଁ ଉତରି ଆଏଲେ , ମାଁ ଦୁର୍ଗାକଁର୍ ଷୋଡଶୋପଚାର୍ ପୂଜା ହେଲା, ସେଠାନର୍ ଶୁଭ ଅତି ଚମତ୍କାର୍ ହେଇଗଲା । ମାଁ ସୀତା ନିଜେ ସୁନାର୍ ପରାତ୍ ଥାଲି ଥିଁ ଭାଏଜିଇଁତିଆ ଖଞ୍ଜା ଧରି ଆବିର୍ଭାବ ହେଲେ । ଧୁକାଲୁ ଡଗୋ ଡଗୋ ଦେଖୁଛେ ତାର୍ କାପୁ ନି ଫୁଟ୍'ବାର୍ , ସତେ ଯେନ୍ତେ ବେଡା ହେଇଯେଇଛେ ।
ମାଁ ତ ଯୋଗମାୟା ଆଏ ତାର୍ ମାୟା ଧୁକାଲୁ କାଣା ଜାନି ପାର୍ବା, ଧୁକାଲୁ କଲେଁ କଲେଁ କରି ପାଶ୍ କେ ଗଲା କି ମାଁ ସୀତା ବଏଲେ ଭାଏ ତୁଇ ଏଇଛୁ ଆ ମୁଇଁ ତୋର୍ ଲାଗି ଭାଏ ଜିଇଁତିଆ ଉପାସ୍ କରିଛେଁ ଶହେ ଆଠ ଦୁବ,ଚଉଲ୍ ଚିପଟି କରିଛେ, ତତେ ଉତରାମିଁ ବଲି ଜିଇଁତା ରଖିଛେଁ ଆ ତତେ ଉତ୍ରେଇ ଦେମି, ମାଁ ଏନ୍ତା କହେଲା ବେଲ କେ ଧୁକାଲୁର୍ ଆଏଖ୍ ନୁ ପାଏନ୍ ବାହାରି ପଡୁଥିଲା, ହେକେଇ ହେକେଇ କହେଲା,ନାନୀ ତୁଇଁ ନି ଗଲୁ ଯେ ଦେଖ ତ ତତେ ନୁରି ନୁରି ମୁଇଁ କଁଟା ଝଁଟା ମାଡି କରି ଆଇଛେଁ
ମାଁ ବଏଲେ
କିଛି ନି ହଏରେ ଭାଏ, ନି ଯେଇ ପାର୍ଲିଁ ହେତିର୍ ଲାଗିଁ ତ ଇଠାନେ ଜିଇଁତା କରିଛେଁ । ମାଁ ସରବ ସହେନି, ବିପଦ ଭନ୍ଜନୀ, କରୁଣାମୟୀ ତାହାକେ ହାଁତେ ସୁଆଁଲିଁ ଦେଲେ, ଧୁକାଲୁର୍ ସବୁ ଦିହେଁ ଯାକର୍ ଠିକ୍ ହେଇ ଗଲା । ଜିଇଁତା ଉତରାଲେ, ସୁଖି ଆଶିର୍ବାଦ ଦେଲେ ଆରୁ କହେଲେ ଘରକେ ଯା ମାଁ ନୁରୁଛେ ।
ମୁଇଁ ଭାଏଜିଇଁତିଆ କର୍ବାର ଟା ସାରା ଜଗତ୍ ଜାନଲା, ଆଏଜ ଦିନ୍ ଠାନୁ ଆମର୍ ଭାଏ ବୁହେନର୍ ଭାବ୍,ପ୍ରେମ୍,ସେନୋ,ସରଧା,ଭକତି ଯୁଗେ ଯୁଗେ ରହେଲା ।
ଧୁକାଲୁ ଜାନି ନି ପାରିଲା ଘର କେ ପୁହୁଁଚି ଗଲା ।
ତାର୍ ମାଁ ରାତିଁ ଖେଇ ନି ପିଇ ନି ବସି କରି ପୁଓ ର୍ ବାଟ ଦେଖୁଛେ । ଯେନ୍ତା ଧୁକାଲୁ ଆଏଲା ତାର୍ ପାଶକେ ନର୍ଦି ଗଲା କୁଲେ ଧରି ପକାଲା କାନ୍ଦି କାନ୍ଦି କହେଲା, ତୁଇଁ କାହିଁ ଯେଇଥିଲୁ ରେ ମୋର୍ ଧନ ମୋର୍ ଆଏଁଖ କଁଣା ହେଇ ଯଉଥିଲା । ଧୁକାଲୁ ଝାର୍ ଭିତରର୍ ଭାଏଜିଇଁତିଆ ପୂଜା ପାଠ ସବୁ କଥା କହେଲା . ଧୁକାଲୁର୍ ମାଁ ଢଁଣାଶାଲ୍ ହେଇ ପଡ୍ଲା , ଆର୍ ମାଁ ସୀତା କେ କେତ୍ନି କେତେ ମୁଡିଆ ମାର୍ଲା, ମାଁ ଗୋ ଜଗତ ଜନନୀ ତୁଇଁ ମୋର୍ ପୁଓ କେ ଦେଖା ଗେଲୁ ମାଁ ମୁଇଁ ଧଏନ୍ ହେଇ କଲିଁ ଗୋ ମାଁ ବଏଲା । ମାଁ ପୁଓର୍ ଆଖିର୍ ଧାର୍ ବୁହି ଯଉଥାଏ ।
