ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୧୦)
ଆମେ ଦୁହେଁ ପ୍ରେମପକ୍ଷୀ (ଭାଗ -୧୦)
ଶେଷରେ ବିବାହ ସମ୍ପର୍ଣ୍ଣ ହେଇଚି, ଆଉ ଅଲଗା ହୋଇଯାଇଛନ୍ତି ଦୁଇଟି ପ୍ରେମପକ୍ଷୀ , ପରିସ୍ଥିତିକୁ ନେଇ ବା ପରିସ୍ଥିତିର ଦାସ ହେଇ ଉଭୟ ବଦଳେଇ ଦେଇଛନ୍ତି ନିଜର ଦିଗ, ଉଭୟ ଉଭୟଙ୍କ ମଙ୍ଗଳ କାମନା କରି ଦୂରରେ ରହି ହୃଦୟର କୋଉ କୋଣରେ ସ୍ମୃତି ସହିତ ଜୀବନକୁ ହସି ହସି ବିତେଇବା ଶିଖିଯାଇଛନ୍ତି, ଆଉ ସମୟ ସହିତ ନିଜର ବର୍ତ୍ତମାନକୁ ଗ୍ରହଣ ମଧ୍ୟ କରିଛନ୍ତି । ହଠାତ୍ ଏ ବନ୍ଧୁମିଳନ ଉଭୟଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଚି , କେଜାଣି କେତେ ବର୍ଷ ହେବ ହୃଦୟରେ ସାଇତି ରଖିଥିବା ସେଇ ଭଲପାଇବାକୁ ଦେଖିବାର ସୁଯୋଗ ଆଣି ଦେଇଛି । ସେଇ ବନ୍ଧୁମିଳନର ମାହଲ୍ କୁ କେମିତି ବା କିଏ ଅଣଦେଖା କରି ଥାଆନ୍ତା , ଯାହାକି ଅଭୁଲା ଅତୀତ ସହିତ ନିଜର ବର୍ତ୍ତମାନକୁ ଏକାଠି ଛିଡ଼ା କରେଇ ପାରିଛି । ଏସବୁ ଭାବନା ଭିତରେ ହଠାତ୍ ପ୍ରିୟାଙ୍କର ନିଦ୍ରା ଭାଙ୍ଗିଛି ଆଉ ସେ ଉଠି ପଡିଛନ୍ତି , ତେବେ ପ୍ରେମ୍ ପ୍ରିୟାଙ୍କୁ ନ ଉଠି ଶୋଇ ରହିବା ପାଇଁ କହିଛନ୍ତି। କିନ୍ତୁ ପ୍ରିୟା ପାଣି ପିଇବେ ବୋଲି କହିବାରୁ ପ୍ରେମ୍ ପାଣି ଆଣି ତାଙ୍କୁ ପିଇବାକୁ ଦେଇଛନ୍ତି , ପରେ ପ୍ରେମ୍ ପୁଣି କିଛି ଖାଇନିଅ ବୋଲି ପ୍ରିୟାଙ୍କୁ ବାଧ୍ୟ କରିଛନ୍ତି ଆଉ ତାଙ୍କ ମୁଣ୍ଡରେ ହାତଥୋଇ ଜ୍ବରର ମାତ୍ରା ଦେଖୁଛନ୍ତି । ଜ୍ଵର କମିଥିବାର ଅନୁଭବ କରି ସେ ଚିନ୍ତାମୁକ୍ତ ହେଇ ପାରିଛନ୍ତି । ପ୍ରିୟା ଆଉ ଶୋଇବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି ଏବଂ କିଛି ସମୟ ପ୍ରେମ୍ ଙ୍କ ସହିତ ତାଙ୍କ ବ୍ୟବସାୟ ବିଷୟରେ କଥା ହେଇଛନ୍ତି । ପ୍ରିୟା ପ୍ରଶ୍ନ କରିଛନ୍ତି, ମୁଁ କଣ ଶୁଣିଲି ତମର ରେଷ୍ଟୁରାଣ୍ଟ ଏବେ ଦିନକୁ ଦିନ ଉନ୍ନତି ପଥରେ ଆଗେଇ ଚାଲିଛି । ଭଲ କଥା ମୁଁ ତମର ସଫଳତାକୁ ନେଇ ଖୁସି ଅଛି ।
ପ୍ରେମ୍ ଉତ୍ତରରେ କହିଛନ୍ତି , ହଁ ଏବେ ମୋ ପାଖରେ ସବୁକିଛି ଥାଇ ବି କିଛି ନଥିଲା ପରି । ମୁଁ କେବେ ବି ଭାବି ନଥିଲି ଯେ ମତେ ଏ ଛୋଟ ବ୍ୟବସାୟ ଦିନେ ଏତେ ବଡ଼ କରି ଛିଡ଼ା କରେଇବ। ସେତେବେଳେ ପରିସ୍ଥିତିକୁ ନେଇ ମୁଁ ବାଧ୍ୟହେଇ ଚାକିରୀ ଅନ୍ୱେଷଣ ଛାଡ଼ି ଛୋଟ ବ୍ୟବସାୟ କରି ବସିଥିଲି । ହେଲେ ସେଇ ବ୍ୟବସାୟ ଯେ ଏତେ ବଡ଼ ରୂପ ନେଇ ଛିଡ଼ା ହେବ ତାର ଆଶା ମୁଁ କେବେ ବି କରି ନଥିଲି । ପ୍ରିୟା କହୁଛନ୍ତି, ଆଛା ଆଉ ଗୋଟେ କଥା ମୁଁ ଶୁଣିଲି ଯଦି ଖରାପ୍ ନ ଭାବିବ ତେବେ ପଚାରି ପାରେ ? ପ୍ରେମ୍ ପ୍ରତିଉତ୍ତରରେ କହିଛନ୍ତି ,କଣ ଖରାପ୍?ହା ହା ହା ଖରାପ୍ ଭାବିବି ପୁଣି ତୁମ କଥାରେ ? ହା ହା ହା , ତମେ ଏବେ ଯାଏଁ ବି ମତେ ବୁଝି ପାରିଲନି। ଉତ୍ତରରେ ପ୍ରିୟା କୁହନ୍ତି , ଠିକ୍ କହିଲ ସତରେ ବୁଝି ପାରୁନି ତମେ ଚାହୁଁଛ କଣ??, ଆଉ ସେଦିନ ବି ଚାହୁଁଥିଲ କଣ ?
ମତେ ଏତେ କଷ୍ଟ ଦେଲା ପରେ ତ ତମେ ଖୁସିରେ ବାହା ହେଇଯିବା କଥା , କିନ୍ତୁ ମୁଁ ଯାହା ସାଙ୍ଗମାନଙ୍କଠୁ ଶୁଣିଛି ତମେ କୁଆଡେ ସବୁ ବିବାହ ପ୍ରସ୍ତାବକୁ ଆଡେଇ ଦେଉଛ? ଜାଣିପାରେ କି କାହିଁକି ବୋଲି ? ଆଉ ହଁ ଏଇଟା ବି ମୁଁ ଅନୁଭବ କରି ସାରିଲିଣି ଯେ ମୋ ଦେହ ଖରାପ ପରଠୁ ତମେ ଯେତିକି ଚିନ୍ତିତ ମୋ ପାଇଁ ଅଛ , ଯାହାବି ସବୁ ମୋ ପାଇଁ କରିଛ , ସେସବୁକୁ ଦେଖି କେହି ବି କହିବେନି ଯେ ତମେ ମତେ ଅଣଦେଖା କରୁଛ ବା ମୋଠୁ ଦୂରେଇ ରହିବାକୁ ପସନ୍ଦ କରୁଛ କି ମୋର କିଛି କ୍ଷତି ହେଲେ ତୁମକୁ କିଛି ଫରକ୍ ପଡୁନି ବୋଲି । ଯଦି ଏଇଟା ସତ ତେବେ ଏତେ ନାଟକ କାହିଁକି ? ଏବେ ବି ଭଲପାଇବାକୁ ଲୁଚେଇକି ରଖୁଚ , ହେଲେ କାରଣଟା ଜାଣିପାରେ ?
ପ୍ରେମ୍ ଉତ୍ତରରେ କହିଲେ , ନା ସେମିତି କିଛି ନାହିଁ ତମ ଜାଗାରେ ଆଉ ଯିଏ ବି ଥିଲେ ମୁଁ ମାନବିକତା ଦୃଷ୍ଟିକୋଣରୁ ସେସବୁ ନିଶ୍ଚିନ୍ତ କରି ଥାଆନ୍ତି । ପ୍ରିୟା ପ୍ରତିଉତ୍ତରରେ କହିଛନ୍ତି ଆଚ୍ଛା ମାନବିକତା ଦୃଷ୍ଟିକୋଣ ଓଃ ସେଇ ଦୃଷ୍ଟିକୋଣରୁ ବୋଧେ ମୋ ଜାଗାରେ ଯେ କେହି ବି ଥାଆନ୍ତା ତାକୁ ବି ମତେ ଦେଖୁଥିବା ପରି ଦେଖୁ ଥାଆନ୍ତ ? ଟିକେ କ୍ରୋଧର ସ୍ଵରରେ ପ୍ରେମ୍ କହିଲେ ବହୁତ୍ ହେଇଗଲା ପ୍ରିୟା ବହୁତ୍ କହି ଯାଉଛ ତମେ , ମୋ ଭଲପାଇବାକୁ ଅସମ୍ମାନ କରିବାର ଅଧିକାର ତମର ନାହିଁ । ପ୍ରିୟାଙ୍କ ମୁହଁରୁ , ଓଃ ମାନିଲ ତ ଏଇଟା ତମର ଭଲପାଇବା ବୋଲି । ଆଚ୍ଛା ସେଇ ଭଲ ପାଇବାର ଦ୍ୱାହି ଦେଇ କହୁଚି ତମେ କୋଉଠି ଗୋଟେ ଭଲ ଝିଅ ଦେଖି ବିବାହ କରିନିଅ। ତୁମ ପାଇଁ ନହେଲେ ନାହିଁ ଅନ୍ତତଃ ତୁମ ପରିବାର ପାଇଁ ।
ପ୍ରେମ୍ ଉତ୍ତରରେ କହିଥିଲେ, ଦେଖ ପ୍ରିୟା ସେତେବେଳେ ପରିସ୍ଥିତି ହିଁ ଏମିତି ଥିଲା ଯେ ମୁଁ ତମକୁ ବାଧ୍ୟ ହେଇଥିଲି ତୁମ ଖୁସିକୁ ଦେଖି ଛାଡ଼ିବା ପାଇଁ , କଣ ଭାବୁଛ ତୁମକୁ ମୋ ଆଖି ଆଗରେ ଆଉ କାହା ହାତରୁ ସିନ୍ଦୂର ପିନ୍ଧୁ ଥିବାର ଦେଖି ମତେ କଷ୍ଟ ହେଉ ନଥିଲା ?ଆରେ ତମକୁ ଯେତିକି କଷ୍ଟ ଲାଗୁଥିଲା ତାଠୁ ବେଶୀ କଷ୍ଟ ବେଶୀ ଯନ୍ତ୍ରଣା ମୁଁ ଅନୁଭବ କରୁଥିଲି , କିନ୍ତୁ ସେତେବେଳେ ସେ ଯନ୍ତ୍ରଣାଠୁ ବେଶୀ ମତେ ମୋର କର୍ତ୍ତବ୍ୟ ଆଉ ତମ ଖୁସି ଦେଖା ଯାଉଥିଲା । ଯାହାଫଳରେ ତମେ ଆଜି ଏତେ ବଡ ଘରର ବୋହୂ , ଏତେ ସୁନ୍ଦର ପରିବାରରେ ବିବାହ କରିଛ ଆଉ ପ୍ରଣବଙ୍କ ପରି ଜଣେ ଭଲ ଜୀବନସାଥି ପାଇଛ । ବାକି ରହିଲା ମୋ କଥା , ମୁଁ ମୋ ଭଲପାଇବାକୁ ଖୁସିରେ ଦେଖିଲେ ଖୁସି ହେଇ ପାରିବି । ହେଲେ ମୋ ଭଲ ପାଇବାର ଦ୍ୱାହି ଦେଇ ସେତିକି ଖୁସି ମୋଠୁ ଛଡେଇ ନେବା କଥା କୁହନି । ମୁଁ ସେଇ ଅଭୁଲା ସ୍ମୃତିକୁ ନେଇ ଆଜି ବି ବେଶ୍ ଭଲରେ ବଞ୍ଚିଛି । ମତେ ସେ ଭିତରେ ବଞ୍ଚିବାକୁ ଦିଅ ।
ପ୍ରିୟା କହିଛନ୍ତି , ବାଃ ଭାରି ଭଲକଥା କହୁଛ ତ ତମେ , ନିଜ କର୍ତ୍ତବ୍ୟ ସବୁ କରିଛ , ମୋର କଣ କିଛି କର୍ତ୍ତବ୍ୟ ନାହିଁ ତୁମ ପାଇଁ , ଆଛା ମୁଁ ତମର ସବୁ କଥାକୁ ସ୍ୱୀକାର କରିଛି , ତେବେ ତମକୁ ବି ମୋ କଥା ଶୁଣିବାକୁ ପଡିବ । ଯଦି ପ୍ରକୃତରେ ତମେ ତମ ପ୍ରିୟାକୁ କେବେ ଭଲପାଇଛ ବା ପାଉଛ ତେବେ ମୋର ଗୋଟେ ଇଚ୍ଛା ଯାହାକୁ ପୂରଣ କରିଲେ ମୁଁ ଖୁସି ହେବି । ତମେ ମୋର ଆଉ ତମ ପରିବାରର ଖୁସି ପାଇଁ ଏତିକି କର , ମୁଁ ଜାଣିଚି ରିନା ତମକୁ ବହୁତ୍ ଭଲପାଉଛି, କେତେ ବଡ ବଡ ପ୍ରସ୍ତାବ ସେ ତମ ପାଇଁ ତୁଚ୍ଛ କରି ସାରିଛି । ତମେ ତାକୁ ହଁ କହିଦିଅ ଏବଂ ତା ସହିତ ବିବାହ କରି ଖୁସିରେ ରୁହ ତେବେ ଯାଇ ମୁଁ ବି ଖୁସି ହେବି ।
ବହୁ ବାଧ୍ୟ ବାଧକତା ଭିତରେ ପ୍ରେମ୍ ଶେଷରେ ରାଜି ହେଇ ଯାଇଛନ୍ତି । ଆଉ ସେଦିନ ସେ ରାତି ସେମିତି ହସି ମଜା କଥାରେ କଟି ଯାଇଚି । ଏପଟେ ସକାଳୁ ସବୁ ପ୍ରେମ୍ ଆଉ ପ୍ରିୟାଙ୍କ ସଂଧାନରେ ଲାଗି ପଡିଛନ୍ତି । ପ୍ରଣବ ଉଡାଜାହାଜ ମାଧ୍ୟମରେ ଟାପୁର କୋଣ ଅନୁକୋଣକୁ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଦେଖି ଚାଲିଛନ୍ତି ଆଉ ହଠାତ୍ ତାଙ୍କର ନଜର ସେଇ ବାଉଁଶରେ ବନ୍ଧା ହେଇଥିବା ପ୍ରିୟାଙ୍କ ନାଲି ଓଢନି ଉପରେ ପଡିଚି । ଫଳରେ ସେ ଉଡାଜାହାଜକୁ ସେଠାରେ ତଳକୁ ନେବାକୁ କହିଛନ୍ତି ଏବଂ ସେଠି ସେ ପ୍ରିୟା ଏବଂ ପ୍ରେମ୍ ଙ୍କର ସଂଧାନ ପାଇଛନ୍ତି ।
ପ୍ରିୟା ଖୁସିହେଇ ପତି ପ୍ରଣବକୁ ଦେଖି ଆଲିଙ୍ଗନ କରିଛନ୍ତି , ଉଭୟ କିଛି ସମୟ ଆଲିଙ୍ଗନ ଭିତରେ ହଜିବା ପରେ ପ୍ରେମ୍ ଆସି ପ୍ରଣବଙ୍କ ସହିତ କଥାହେଇଛନ୍ତି ଆଉ ସବୁକିଛି ପ୍ରଣବଙ୍କୁ ବୁଝେଇ କହିଛନ୍ତି । ପ୍ରଯୁକ୍ତି ବିଦ୍ୟା ବା ପ୍ରୟୋଗ ବିଜ୍ଞାନର ସୁବିଧା ସୁଯୋଗ ନଥିବା କାରଣରୁ ଉଭୟ କାହାକୁ କିଛି ଜଣେଇ ପାରି ନାହାଁନ୍ତି ତା ସହିତ ବହୁତ୍ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ବୋଲି ମଧ୍ୟ କହିଛନ୍ତି । ପରେ ସେଠାରୁ ସମସ୍ତେ ଯାଇ ସାଙ୍ଗମାନଙ୍କ ଗୋଷ୍ଠୀ ନିକଟରେ ପହଂଚିଛନ୍ତି । ପ୍ରିୟା ସେଠି ରିନାଙ୍କୁ ତଥା ସମସ୍ତ ସାଙ୍ଗମାନଙ୍କୁ ପ୍ରେମ୍ ଆଉ ରିନାଙ୍କ ବିବାହର ଖୁସିଖବର ଜଣାଇଛନ୍ତି। ଯାହାକୁ ଶୁଣି ରିନାଙ୍କ ସହିତ ବାକି ସବୁ ସାଙ୍ଗମାନେ ଖୁସି ହେଇ ଯାଇଛନ୍ତି ।
ହଠାତ୍ ସେଠି ଗୋଟେ ଖୁସିର ବାତାବରଣ ସୃଷ୍ଟି ହେଇ ଯାଇଛି ଆଉ ସମସ୍ତେ ସେଠି ହୃଦୟରୁ ଆନନ୍ଦିତ ଅଛନ୍ତି । ମଜା ମସ୍ତି ଭିତରେ ଶେଷରେ ବିଦାୟର ସମୟ ଆସିଛି ଆଉ ସମସ୍ତେ ନିଜ ନିଜର ଘରକୁ ଫେରିବାରେ ଲାଗିଛନ୍ତି । ପ୍ରଣବ ପ୍ରେମ୍ ଙ୍କୁ ଧନ୍ୟବାଦ ଜଣାଇଛନ୍ତି , ତାଙ୍କ ପତ୍ନୀ ପ୍ରିୟାଙ୍କୁ ଏତେ ଦିନ ଦେଖାଶୁଣା କରି ନିରାପଦରେ ରଖି ଥିବାରୁ । ଉଭୟଙ୍କ ସଂପର୍କକୁ ପ୍ରଣବ ସମ୍ମାନ ଦେଇଛନ୍ତି । ଯେହେତୁ ପ୍ରଣବ ଜଣେ ଉଚ୍ଚ ବିଚାର ରଖୁଥିବା ବ୍ୟକ୍ତି ତେଣୁ ସେ ତାଙ୍କ ପତ୍ନୀଙ୍କୁ ଟିକେ ବି ସେମିତି ସଂଦେହ ନଜରରେ ଦେଖନ୍ତି ନାହିଁ କି ଆଯୋଥା ପ୍ରଶ୍ନ କରନ୍ତି ନାହିଁ , ଯାହାକୁ ନେଇ ପ୍ରିୟା ପ୍ରଣବଙ୍କ ଉପରେ ବହୁତ୍ ଖୁସି ଅଛନ୍ତି । ଆଉ ଉଭୟ ବିଦାୟ ମଧ୍ୟ ନେଇଛନ୍ତି ।
ବିଦାୟ ସମୟରେ ପ୍ରେମ୍ ପ୍ରିୟା ଉଭୟ ଖୁସି ତ ଅଛନ୍ତି କିନ୍ତୁ ଭିତରେ ଭିତରେ ଉଭୟଙ୍କୁ କିଛି ମାତ୍ରାରେ ନିଜର ଭାବନାକୁ ଲୁଚାଇବାକୁ ପଡିଚି । ଉଭୟ ଉଭୟଙ୍କ କୋହକୁ ଛପେଇ ସ୍ମିତହାସ୍ୟର ସହିତ ପୁଣି ବିବାହରେ(ପ୍ରେମ୍ ଏବଂ ରିନା) ଦେଖା ହେବ କହି ବିଦାୟ ନେଇଛନ୍ତି ।

