ଆମ ଶେଷ ଦେଖା
ଆମ ଶେଷ ଦେଖା
ପ୍ରାୟ ଏକ ବର୍ଷ ତିନି ମାସ ଅଠର ଦିନ ପରେ ସକାଳୁ ହଠାତ୍ ତା ଫୋନ ଆସିଲା, ସେ କେହି ନୁହେଁ ଯନ୍ତ୍ରଣାର ନିଆଁରେ ଅହରହ ଜଳାଉଥିବା ସାତ ବର୍ଷର ପ୍ରେମିକ ଥାଇ ମଧ୍ୟ ମୋ ପ୍ରତି ଥିବା ତାର ଦୁର୍ବଳତା ସହ ପ୍ରେମ ଅଭିନୟ କରୁଥିବା ଏକ ନିଷ୍ଠୁର ପ୍ରେମିକା। ଛାଡନ୍ତୁ ଆଗକୁ ଯିବା ତା ପ୍ରଶଂସା କଲେ ପୋଥି କମ୍ ପଡିଯିବ...
ଦୀର୍ଘ ଦିନର ବ୍ୟବଧାନ ପରେ ହଠାତ୍ ତା ଫୋନ ଦେଖିକି ସ୍ତବ୍ଧ ହେଇଗଲି। ମୁଁ ଫୋନ୍ ଉଠେଇଲି କିନ୍ତୁ ସେ ଚୁପ୍ ଥିଲା ତା ନୀରବତାର କାରଣ ମୁଁ ଜାଣିଥିଲି।
ପ୍ରାୟ ୧୪ ମିନିଟ ପରେ...ଲୁହ ଭିଜା କଣ୍ଠରେ କହିଲା ହେଲୋ...
ହଁ କହ...
ପୁଣି କିଛି ସମୟ ଚୁପ୍ ରହିଲା ପରେ...
କେମିତି ଅଛ?
ବାସ ଯେମିତି ଛାଡ଼ି କି ଯାଇଥିଲୁ।
ପାଗଳ ମୁଁ ଛାଡ଼ିନି ତୁମକୁ।
( ସେ ମୋତେ ସ୍ନେହରେ ପାଗଳ ଡାକେ) ଜଣାପଡ଼ୁଛିରେ।
ସତରେ ମୁଁ ତୁମକୁ ବହୁତ ଥର ଭୁଲିବା ପାଇଁ ଚେଷ୍ଟା କରିଛି କିନ୍ତୁ ପାରେନି ଆଉ ତୁମେ?
ଶୁଣ ଦୟାକରି ଥରେ ଦେଖା କରି ପାରିବ କି? ଅହରହ ତୁମ କଥା ବହୁତ ମନେ ପଡେ,
କଣ କହିଥାନ୍ତି ତାକୁ ଆଖିର ଲୁହକୁ ଓଠରେ ଚାପି ରଖି ଧୀର ସ୍ଵରରେ ହଁ କହିଲି ।
ଆଉ ଶୁଣ ମୋର ବି ତୋ ପାଖରେ କିଛି କାମ ଅଛି, କାମ ତ ଗୋଟେ ବାହାନା ମୋତେ ଖାଲି ସୁଯୋଗ ଦରକାର ଥିଲା ତାର ସେ ନୀରିହ ମୁହଁକୁ ଦେଖିବା ପାଇଁ।
-ଦିନ ଥିଲା ଯେତେବେଳେ ମୋ ଓଠ ତା ମଥାକୁ ସ୍ପର୍ଶ କରେ ଆଉ ସେ ଧନ୍ୟବାଦ କୁହେ କିନ୍ତୁ ଆଜି ଓଲଟା ଆଜି ଦେଖା କରିବା ପାଇଁ ଧନ୍ୟବାଦ କହିଲା, ଆଉ ପଚାରିଲା ତୁମେ ଏତେ ଭଲ କଣ ପାଇଁ?
-ତଥାପି ତୁ ମୋତେ କଉଠୁ ବୁଝି ପାରିଲୁ କି ?
-ଶୁଣ କାଲି ଆସି ପାରିବ ପ୍ଳିଜ......?
ପ୍ରେମିକା ଡାକିଛି ନ ଯିବାର ପ୍ରଶ୍ନ ଉଠୁନଥିଲା କାରଣ ମୋ ପ୍ରେମ ଥିଲା ତା ପାଇଁ ଗୋଟେ ଖେଳ ଘର ତାକୁ ବହୁତ ଭଲ ଲାଗେ ସେ ଖେଳ ଖେଳିବାକୁ କିନ୍ତୁ ସବୁବେଳେ ସେ ଜିତିଯାଏ, ଆଉ ହାରିବା ମୋ ଭାଗ୍ୟରେ ଥାଏ, ଓଠରେ କୋହ ମନରେ ଖୁସି ରଖି, କହିଲି ହଁ ନିଶ୍ଚୟ ଆସିବି।
ତା ପରଦିନ ସକାଳେ ଆମ ଦେଖା ଦୀର୍ଘ କୋଡିଏ ଘଣ୍ଟା ବାକି ଥାଏ ତା ସହ ଦେଖା ହେବା ପାଇଁ। ଜାଣିନି ସେ କଣ କହିବ? ସେ ମୋତେ ବହୁତ କଷ୍ଟ ଦିଏ କିନ୍ତୁ ସେ ଦିନ କଣ ପାଇଁ ମୋତେ ଦେଖା କରିବା ପାଇଁ ଏତେ ଉଛନ୍ନ ଥିଲା । ଏମିତି ବିଭିନ୍ନ ପ୍ରକାରର ପ୍ରଶ୍ନ ମନରେ ଉଙ୍କି ମାରୁଥାଏ, ଆଉ ତା ପାଖରେ ମୋର କୌଣସି ପ୍ରଶ୍ନର ଉତ୍ତର ନଥାଏ ।
ସୂର୍ଯ୍ୟ ଅସ୍ତ ହୋଇ ରାତି ପ୍ରାୟ ସାତଟା, ବୋଉର ସେ ଶୁଖିଲା ମୁହଁକୁ ଦେଖି ବାହାରିଲି ଭୁବନେଶ୍ଵର କାରଣ କୁଆଡେ ଗଲା ବେଳେ ମୋତେ ଦେଖି ବୋଉ ଆଖି ଲୁହରେ ଓଦା ହୋଇଯାଏ, ବୋଉ କଣ ଜାଣିଥିଲା ଯେ ତା ପୁଅ ଆଜି କଣ ପାଇଁ ଯାଉଛି! ଟ୍ରେନ୍ ଆସିବାର ସମୟ ହୋଇନଥାଏ, ଅପେକ୍ଷା ଛଡା ଅନ୍ୟ
କୌଣସି ବାଟ ନଥିଲା ଆଉ ଏମିତି ବି ଭାରତୀୟ ଟ୍ରେନ୍ ଟି ସର୍ବଦା ବିଳମ୍ବ ରେ ଆସେ, ଟ୍ରେନ୍ ଆସିଲା ବସିଲି ଟ୍ରେନ୍ ଛାଡିଲା ମୋତେ ଏମିତି ଲାଗୁଥିଲା ସତେ ଯେମିତି ମୁଁ ଭାରତ ଚାଇନା ସହ ଯୁଦ୍ଧ କ୍ଷେତ୍ରକୁ ଯାଉଛି ରାତି ପାହିଲା ସକାଳ ହେଲା ସମୟ ପାଖାପାଖି ଛଅଟା ଏଗାର ଟ୍ରେନ୍ ଲାଗିଲା ପ୍ରେମିକାର ସହର ଭୁବନେଶ୍ବର ଷ୍ଟେସନରେ ନିତ୍ୟ କର୍ମ ସାରି ମନ୍ଦିର ଗଲି ତା ଘରଠୁ ଅଳ୍ପ କିଛି ଦୂର ଶିବ ମନ୍ଦିର, ଯେଉଁ ମନ୍ଦିରରେ ସେ ତା ପ୍ରେମର ପରିଭାଷା କୁ ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିଥିଲା ପ୍ରଥମ ଦେଖାରେ, ବହୁତ ରୋମାଞ୍ଚକ ଥିଲା ସେ ଦିନର ଦୃଶ୍ୟ ବହୁତ ଖୁସି ଥିଲୁ ଆମେ ଦୁହେଁ, ଇଛା ଥିଲା ପ୍ରେମିକଟେ ହୋଇ ମୁକ୍ତ ଆକାଶରେ ଉଡି ବୁଲିବା ପାଇଁ।
କିନ୍ତୁ .........
ସବୁଦିନ ଭଳି ସେ ଦିନ ମଧ୍ୟ ଅପେକ୍ଷା କରି ଚାହିଁ ରହିଥାଏ
ମୋ ଆସିବା ବାଟକୁ, ଆମେ ମନ୍ଦିର ପରିସରରେ ଭେଟ ହେଲୁ ବହୁତ କଥାବାର୍ତ୍ତା କଲୁ କିଛି ସମୟ ଗଲା ପରେ, କହ କଣ ପାଇଁ ଦେଖା କରିବା ପାଇଁ କହିଲୁ।?
-ଚୁପ୍ ରହିଲା ....
-ପ୍ଳିଜ କହ କଣ ହେଇଚି......
ତା ପରେ ସେ ମୋ କଥା ଶୁଣି ମୋତେ ଜୋକ ଭଳି ଜାବୁଡି କି ଧରି କୁଣ୍ଢେଇ ବହୁତ କାନ୍ଦିଲା, ଜାଣିନି କଣ ପାଇଁ?
କଣ ହେଲା ଜଲଦି କହ କଣ ପାଇଁ ଦେଖା କରିବା ପାଇଁ କହିଲୁ ଆଉ କାନ୍ଦୁଚୁ କଣ ପାଇଁ?
ତୋର କଣ ହେଇଚି?
ତା କାନ୍ଦ ଦେଖି ମୋ ଆଖି ମଧ୍ୟ ଭିଜିଗଲା
-ଶୁଣ ମୋର ବାହାଘର ଠିକ୍ ହେଇ ଯାଇଛି, ଏ କଥା ଶୁଣି ତିବ୍ର ଗତିରେ ଯାଉଥିବା ରେଳ ଧାରଣା ପରି ମୋ ହୃଦୟ ଲୁହରେ ଫାଟି ପଡୁଥିଲା ।ଦୁଃଖର ପାହାଡ ମୋ ଛାତି ଉପରେ ଲଦି ହେଇ ଶୋଇପଡୁଥିଲା,
-ଶୁଣ ମୁଁ ଏବେ ଆଉ କାହାର ହେଇଯିବି।
ଆଖିରେ ଲୁହକୁ ଧରି କହିଲା ମୋର ଶେଷ ଇଛା ପୁରା କରିବ?
ମୋ ବାହାଘର କୁ ଆସି ପାରିବ।
-ମୁଁ ତା କଥା ଶୁଣି ମୁଁ ପୁରା ବରଫ ପାଲଟି ଯାଇଥାଏ। ଜାଣିନି ତା ପରେ ତାକୁ କଣ କହିବି , କିଛି ଶବ୍ଦ ନଥିଲା ତାକୁ କହିବା ପାଇଁ।
ସେ ମୋତେ ଏତେ ଭଲ ପାଏ ବୋଲି କହୁଥିଲା ଅଉ ଆଜି ଏ କଣ?
ସତରେ ସେ ଆଉ କାହାର ହେଇଯିବ! ଏମିତି ବହୁତ କିଛି୍ ପ୍ରଶ୍ନ ମୋ ମନ ରେ ଆସୁଥାଏ କିନ୍ତୁ କଣ ମିଳିବ ତାକୁ ଏ ସବୁ କହି ଯିଏ ଦୀର୍ଘ ଦିନ ଧରି ମୋତେ ଆଉ ମୋ ଭଲ ପାଇବାକୁ ବୁଝି ପାରିଲାନି। ସେ ଆଉ କଣ ବୁଝିବ । ପ୍ରାଣ ତ୍ୟାଗ କଲା ପରେ ଶରୀରର ଅବସ୍ଥା ଯାହା ଠିକ ସେମିତି ଶବଟେ ପାଲଟିଗଲି। କିଛି ନ କହି ସେଇ ସମୟରେ ସେଇ ସ୍ଥାନରୁରେ ତାକୁ ଏକା ଛାଡ଼ି ଚାଲି ଆସିଲି !
କିନ୍ତୁ ଗୋଟେ କଥା ମୁଁ ଜାଣି ପାରୁ ନ ଥିଲି, ସେ ଯଦି ମୋତେ ଭଲ ପାଉ ନ ଥିଲା ତ ହେଲେ ସେଦିନ ସେ କଣ ପାଇଁ ମୋତେ କୁଣ୍ଢେଇ ଧରି କାନ୍ଦିଲା?
କଣ ପାଇଁ............?