Krushna Moharana

Inspirational

4  

Krushna Moharana

Inspirational

ବେଶ୍ୟା ସହ ଗୋଟେ ରାତି

ବେଶ୍ୟା ସହ ଗୋଟେ ରାତି

4 mins
72



ରାତି ପ୍ରାୟ ଏଗାରଟା ବୋଉ ଉପରେ ଅଭିମାନ କରି, କ୍ରୋଧର ନିଆଁ କୁ ଅଣ୍ଟିରେ ଧରି ଘର ଛାଡ଼ି ମୁହଁ ପୋତି ଚାଲୁଥିଲି ଖାଁ ଖାଁ ଭଳି ଦିଶୁଥିବା ମାଷ୍ଟର କେଣ୍ଟିନ୍ ଛକ ଭୁବନେଶ୍ଵର...

ହଠାତ ମୋତେ କିଏ ଜଣେ ବାଧ୍ୟ କଲା ପଛକୁ ଚାହିଁ ଦେଖିବା ପାଇଁ, ଉପରକୁ ଚାହିଁ ଦେଖେତ, ଆଖି ଲାଖି ଗଲା କାଚ ଭଳି ଚକ ଚକ କରୁଥିବା, ଜହ୍ନ ଆଲୁଅ ରେ ଝାପ୍ସା ଝାପ୍ସା ଦିଶୁଥିବା କଅଁଳିଆ ମୁହଁକୁ ଦେଖି। ଲିପଷ୍ଟିକ ଠାରୁ ଟିକେ ଗାଢାଥିଲା ତା ପାନ ଖିଆ ପାଟି, ଗୋଟେ ନାଲି ରଙ୍ଗର ଚୁଡିଦାର କୁ ଗୋଟେ ହଲକା କଳା ରଙ୍ଗର ପେଣ୍ଟ୍ , ତା ଗୋରା ତକ୍ ତକ୍ ଦେହରେ ତାକୁ ଖୁବ ମାନୁଥିଲା।

ହଠାତ ସେ ପ୍ରଶ୍ନ କଲା

-ଏ.... କଣ ଦେଖୁଛୁ.....

-ନାଁ କିଛି ନାହିଁ ମ.....

କଣ ପାଇଁ ଦେଖିବି ତୋତେ ତୁ ମୋର କିଏ କି.....?

-ରାତିକ ପାଇଁ ବେଶ୍ୟା ର ମୁଲ୍ୟ ଯାହା, ତୋ ପାଇଁ ବି ଠିକ୍ ସେମିତି...। ନେବୁକି ମୋତେ ତୋ ସାଥିରେ....?

-କାଇଁ ତୁ ମୋ ସ୍ତ୍ରୀ କି ତୋତେ ଘରକୁ ନେବି!

କେଜାଣି ମୋ ପାଟିରୁ ସ୍ତ୍ରୀ କଥା ଶୁଣି ତା ଆଖି କୋଣରୁ ମୁଠାଏ ଲୁହ ଜକେଇ ଆସିଗଲା, 

ପାନ ଛେପକୁ ଢୋକି ଲୁହ ଭରା କଣ୍ଠରେ କହିଲା,

-ସ୍ତ୍ରୀ ହେବାର ଭାଗ୍ୟ ମୋର କାଇଁ ବାବୁ! ମୁଁ ତ ଗୋଟେ ବେଶ୍ୟା,

-ବେଶ୍ୟା..... କଣ ବିବାହ କରେ?

ମୁଁ ଆଚମ୍ବିତ ହେଇ ପଚାରିଲି ବେଶ୍ୟା........... 

-ସେଟା ପୁଣି କଣ ଯେ? ସେମାନେ କଣ ପାଇଁ ବିବାହ କରନ୍ତିନି, ତା କାରଣ କଣ? ପ୍ଲୀଜ ମୋତେ କୁହ?

ମୁରୁକି ହସିଦେଇ ଚାଲିଗଲା ସେଠୁ, କିଛି ବାଟ ଗଲା ପରେ ପାସେଞ୍ଜର ଟ୍ରେନ୍ ଭଳି ପୁଣି ଠିଆ ହେଇଗଲା ପାସେଞ୍ଜର କୁ ଅପେକ୍ଷାରେ। ମୋ ମନ ଭିତରେ ଅନେକ କିଛି ପ୍ରଶ୍ନ ଚାଲୁଥାଏ ତାକୁ ପଚାରିବା ପାଇଁ କିନ୍ତୁ ..........

ପୁଣି ମୋର ସେଇ ପ୍ରଶ୍ନ....

-କୁହ? ରାଗ ତମ ତମ ହୋଇ ନମ୍ରତା ସହ କହିଲା ଯିଏ ତା ଦେହକୁ ପ୍ରତେକ ରାତିରେ ବଳି ପକେଇଦିଏ ଗୋଟେ ଅଜଣା ପୁଅ ମାନଙ୍କୁ, ସେଇ ଅଇଁଠା ବିଛଣାରେ ମୁଁ ସେଇ...

ତା କଥା ଶୁଣି ଛାନିଆରେ ମୋ ତଣ୍ଟି ଶୁଖି ଯାଉଥାଏ, ଛେପ ଢୋକି ପଚାରିଲି, ଏମିତି ଦେହକୁ କଣ ପାଇଁ ବିକ୍ରି କରିଦିଅ? କଣ ମିଳେ....?

-ବାବୁ ଦେହ ବିକ୍ରି ହେଲେ ପ୍ରତ୍ୟେକ ରାତି ର ପାଉଣା ମିଳେ, ଆଉ ସେ ପାଉଣାରେ ଘର ଚଳେ....

ହେଲେ ଏମିତି ରାସ୍ତାକୁ କଣ ପାଇଁ......?

ଚେନାଏ ଲୁହକୁ ଓଠରେ ଚାପି ରଖି ହସି ହସି କହିଦେଲା ଯେ ଯାହା ଭାଗ୍ୟରେ ଥାଏ ତାକୁ ଗ୍ରହଣ କରିବାକୁ ପଡିବ।

-କିନ୍ତୁ ଏମିତି ଭାଗ୍ୟ କେମିତି ହେଲା? ହାତକୁ ଟାଣି ଧରି ଚାଲିଗଲା ପାଖରେ ଥିବା ଏକ ଅନ୍ଧାରିଆ ରୁମକୁ ସେଠୁ ଆରମ୍ଭ କଲା ତା କାହଣୀ....

-ଆଜିକୁ ଦୁଇ ବର୍ଷ ପୁର୍ବରୁ ମୋର ବି ସମସ୍ତେ ଥିଲେ ପରିବାର କହିଲେ ବାପା ବୋଉ ଆଉ ଦୁଇ ଭଉଣୀ, ବାପା ଥିଲେ ଘରର ମୂଳ ଦୁଆ ରାଜମିସ୍ତ୍ରି କାମ କରି ଦୁଃଖେ ସୁଖେଃ ଘର ଚଳୁଥିଲା, ବୋଉ ଘର ଘର ବୁଲି ପାଇଟି କରୁଥିଲା ବହୁତ ସୁଖଃରେ ଥିଲୁ, ହଠାତ ବାପା ସବୁଦିନ ଛାଡି ଚାଲିଗଲେ ଆର ପାରିକୁ, ଗୋଟେ ଅଫେରା ବାଟର ବାଟୋଇ ହୋଇ। ଘରେ ତିନି ପ୍ରାଣୀ ର ବୋଝ ବୋଉ ମୁଣ୍ଡରେ, ବୋଉ ଉପରେ କାମର ବୋଝ ବଢିଗଲା, ଚିନ୍ତା ସବୁ ତା ପଣତରେ ଝାଳ ହୋଇ ବଢିବାରେ ଲାଗିଲା, ବୋଝ ବଢିବା ସହ ସମୁଦ୍ର ଭଳି ତା ଦେହ ଗୋଟା ପଣ ଲୁହରେ ଭିଜିଯାଉଥିଲା।

ମୁଁ ଥିଲି ଘରର ବଡ ଝିଅ କିଛି ବୋଝ ମୋ ଉପରେ ଅହରହ ହୋଇ ଘୁରି ବୁଲୁଥାଏ ହେଲେ ଦଇବଙ୍କ କଥା ଥିଲା ଅଲଗା, ହଠାତ ଅଦିନିଆ ଝଡ ଭଳି, ଦୁଃଖ ସବୁ ଏକା ସାଙ୍ଗରେ ସାଥି ହୋଇ ଆସି କବାଟ ବାଡେଇଲେ। ତା ପରେ ବୋଉର ଦେହ ଖରାପ ଦେଖୁ ଦେଖୁ ଜଣାପଡିଲା ଯେ ବୋଉକୁ କ୍ୟାନସର, ଏ ରୋଗର ଔଷଧ ନାହିଁ, ଆମେ ହେଲୁ ଗରିବ ନୀରିହ ବାବୁ କୋଉଠୁ ପାଇବୁ ଏତେ ପଇସା? ତା ପରଠୁ ଆରମ୍ଭ ହେଲା ଆମ ଦୁଃଖର ସଂସାର, ବୋଧ ହୁଏ କାହା ନଜର ଲାଗି ଯାଇଥାଏ ଆମ ପରିବାର ଉପରେ। ରୋଗଟି ବୋଉର ଦେହରେ ଘର କରି ସାରିଥାଏ ଶେଷରେ ବୋଉ ରୋଗ ଶଯ୍ୟାରେ, ବୋଉ ପାଇଟି କରୁଥିବା ସମସ୍ତ ଘର ଘର ବୁଲି କାମ କରି ଦି ପଇସା ଆଣି ଘର ଚଳେ, ସବୁଦିନ ଗୋଟେ ପାପ ଅହରହ ମନକୁ ଛୁଇଁ ଯାଉଥାଏ, ବାପା ତ ଚାଲିଗଲେ କଣ ବୋଉ ବି ଆମକୁ ଛାଡି ଚାଲିଯିବ.......?


ମନକୁ ଦୃଢ କରି ଚିନ୍ତା କଲି ନାଁ ଭଗବାନ ଏତେ ନିଷ୍ଠୁର କେବେ ହେବେନି। ସାନ ଭଉଣୀର ପାଠ ପଢା ପାଇଁ ଖର୍ଚ୍ଚକୁ ଉଠେଇବା ମୋ ପାଇଁ ବହୁତ କଷ୍ଟକର, ଯାହା ଦି ପଇସା ଆଣେ ସେଥିରେ ବୋଉର ଔଷଧ କୁ ନିଅଣ୍ଟ, ଆଉ ଘର ଚଳିବା ଭାରି କଷ୍ଟ। ମୁଁ ଛୋଟ ପିଲା ବେଶି ପାଠ ମଧ୍ୟ ପଢିନି, ଏତେ ବଡ ପରିବାର କୁ ସମ୍ଭାଳି ପାରିବିନି। ବାହାରକୁ ଗଲେ ଏ ହିଂସ୍ର ଦୁନିଆ ମୋତେ ଗ୍ରହଣ କରି ପାରିବନି, କୁଢ କୁଢ ମଢକୁ ଖାଉଥିବା ଶାଗୁଣା ଭଳି, ମୋ ଦେହକୁ ମଧ୍ୟ ସବୁ ଖାଇ ଛାରଖାର କରିଦେବେ, ଜନ୍ତୁ ଭଳି ଦେଖା ଯାଉଥିବା ମଣିଷ ମୋତେ ଏ ସମାଜରେ ରହିବା ପାଇଁ ସ୍ଥାନ ଟିଏ ଦେବେନି। ହଠାତ୍ ବୋଉ ଡାକ ପକେଇଲା ଝିଅ କଣ ଦିଟା ଖାଇବାକୁ ଦେ.... ଦଉଡି ଚାଲିଗଲି ରୋଷେଇ ଘରକୁ ହାଣ୍ଡି ଦରାଣ୍ଡି ଦେଖେ ଚାଉଳ କଣିଟେ ହେଲେ ନାହିଁ, ସେ ଦିନ ପାଣି ପିଇ ରାତିରେ ଶୋଇଗଲୁ, ରାତି ପାହି ସକାଳ ହେଲା।


ସମସ୍ତଙ୍କ ପାଇଁ ସକାଳ କିନ୍ତୁ ମୋ ପାଇଁ ରାତି ସରି ନଥାଏ, ଶେଷରେ ବୋଉ ମଧ୍ୟ ଆମକୁ ଛାଡ଼ି ଆର ପାରିକୁ ଚାଲିଗଲା, ବାପା ମାଆ ଛେଉଣ୍ଡ ହେଇ ଯାଇଥିଲୁ। ଗଛ ଭଳି ଛାଇ ଦେଉଥିବା ବୋଉ ଆମକୁ ଛାଡ଼ି ଚିର ନିଦ୍ରାରେ ଶୋଇଥାଏ, ବେସାହାରା କରି ସବୁଦିନ ପାଇଁ। ଶେଷରେ ଆମ ପାଇଁ ଗାଁ ର ଫାଟକ ସବୁଦିନ ପାଇଁ ବନ୍ଦ କରି ଦିଆଗଲା। ଶେଷରେ ଭଉଣୀକୁ ନେଇ ଆସିଲି ଭୁବନେଶ୍ଵର, ବାର ଦ୍ବାର ବୁଲି ବୁଲି ହାଲିଆ ହେଇ ଯାଇଥିଲି, ଭାବୁଥିଲି ଯଦି ପାଠ ଦି ଅକ୍ଷର ପଢିଥାନ୍ତି ହୁଏତ କେଉଁ ଗୋଟେ ଭଲ ଜାଗାରେ ବାବୁଆଣି ଚାକିରୀ ଖଣ୍ଡେ କରିଥାନ୍ତି। କାହିଁକି ଭଉଣୀର ନିରୀହ ଚେହେରାଟି ମୋତେ ବାରମ୍ବାର କଷ୍ଟ ଦେଉଥାଏ, ତା ବାବଦକୁ ଅନେକ ଟଙ୍କା ଖର୍ଚ୍ଚ, ତ ପରେ ଘରଭଡା ଏମିତି ବହୁତ ଟଙ୍କା ଦରକାର, ଆଗ ପଛ ନ ବିଚାରି ଶେଷରେ ଗୋଟେ ବେଶ୍ୟାର ଜୀବନକୁ ନିଜର କଲି। ଏତକ କଥା ତା ପାଟିରୁ ଶୁଣି, ରେଳ ଧାରଣାରେ ଥିବା ଫାଟ ଭଳି ହୃଦୟଟି ତାର ଦୁଃଖରେ ଫାଟି ପଡୁଥାଏ ସତେ ଯେମିତି ଧାରୁଆ ଛୁରିରେ କେହି ଜଣେ ଧୀରେ ଧୀରେ ମୋ କଲିଜାକୁ ଚିରି ଦେଉଥାଏ। ଆଖି ବାଟ ଦେଇ ଲୁହ ସବୁ ନ ରହି ବାହାରି ଯାଉଥାଏ।


କଣ କହି ମୁଁ ତାକୁ ସ୍ବାନ୍ତ୍ବନା ଦେବି କିଛି ସମୟ ପାଇଁ ମୁଁ ମୁକ ପାଲଟି ଯାଇଥାଏ, କୌଣସି ଶବ୍ଦ ନଥାଏ ତା ପ୍ରତି ଉତ୍ତର ପାଇଁ, ପକେଟରେ ଥିବା ଛଅ ଶହ ବାଇଶ ଟଙ୍କା ତା ଲୁହ ପଡି ଭିଜି ଯାଇଥିବା ହାତରେ ରଖି, ହାତ ମୁଠାକୁ ବନ୍ଦ କରିଦେଲି। ତାର ଆଖି କୋଣରୁ ଲୁହ ସବୁ ଠପ ଠପ ହୋଇ ତଳକୁ ଖସି ପଡିବାରେ ଲାଗୁଥାଏ, ତା କଅଁଳିଆ ନରମ ହାତକୁ ଧରି ତା ଆଖିରୁ ଗଙ୍ଗା ଯମୁନା ଭଳି ଝରି ପଡୁଥିଲା ମୁଲ୍ୟାବାନ ଲୁହ ସବୁ ବୁଢା ଆଙ୍ଗୁଠିରେ ପୋଛି ଦେଲି।

ରାତି ପାହିବାକୁ କିଛି ସମୟ ଥାଏ,

ଆସୁଛି କହି ଯିବାପାଇଁ ବାହାରିଲି...

ଯିବା କଥା ଶୁଣି ମୁହଁ ଫୁଲେଇ ତଳକୁ ଚାହିଁଲା, ସତେ ଯେମିତି ସେ ମୋ ପ୍ରେମ ଆଉ ମୁଁ ତା ପ୍ରେମିକ, ଭେଟ କରିବାର ଶେଷ ମୁହୂର୍ତ୍ତରେ ଥିବା ଗୋଟେ ପ୍ରେମି ଜୁଗଳ। ଆଗ ପଛ ନ ପଚାରି ସବୁଦିନ ପାଇଁ ଛାଡ଼ି ଚାଲିଗଲି, ନୀରିହ ଭଳି ଠିଆ ହୋଇଥିବା ବେଶ୍ୟା ମାନଙ୍କ ଦୁନିଆର ଗୋଟେ ଝିଅ......

ଆଖିରୁ ଲୁହକୁ ପୋଛି ପଛକୁ ନ ଚାହିଁ ଚାଲିଗଲି ମୋ କୁଡିଆକୁ.......




Rate this content
Log in

Similar oriya story from Inspirational